• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. 1 ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆମେରିକା ସହ ସ୍ବାକ୍ଷରିତ ଶେଷ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିକୁ ମଙ୍ଗଳବାର ରଦ୍ଦ କରିଦେଇଛନ୍ତି।
  2. 2. ଗତ ଏକ ବର୍ଷ ମଧ୍ୟରେ ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରେ ଲାଗିଛି। ସେ ଅସୁସ୍ଥ ଅଛନ୍ତି।
  3. 3ଭାରତ ସରକାରଙ୍କ ଦ୍ୱାରା ମୋଷ୍ଟ ଓ୍ବାଣ୍ଟେଡ ଘୋଷିତ ଆତଙ୍କବାଦୀ ମଧ୍ୟରୁ ଜିହାଦି କମାଣ୍ଡର ଏଜାଜ ଅହମ୍ମଦ ଅହନଗରଙ୍କର ଆଫଗାନିସ୍ତାନରେ ମୃତ୍ୟୁ ଘଟିଛି। ଇଜାଜ ଅହମ୍ମଦ ଇସଲାମିକ ଷ୍ଟେଟ ପାଇଁ କାର୍ଯ୍ୟ କରୁଥିଲେ।
  4. 4. ଉତ୍ତର କୋରିଆ ଦ୍ୱାରା କରାଯାଇଥିବା ଆଣବିକ କ୍ଷେପଣାସ୍ତ୍ର ପରୀକ୍ଷଣ ଯୋଗୁଁ ଉତ୍ତର କୋରିଆ, ଦକ୍ଷିଣ କୋରିଆ, ଚାଇନା ଏବଂ ଜାପାନର ଲକ୍ଷ ଲକ୍ଷ ଲୋକ ବିକିରଣ ଦ୍ୱାରା ପ୍ରଭାବିତ ହୋଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି।
  5. 5. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ପ୍ରାୟ ଏକ ବର୍ଷ ଧରି ଚାଲିଛି। ବର୍ତ୍ତମାନ ଯୁଦ୍ଧ ଶେଷ ହେବାର କୌଣସି ସୂଚନା ମଧ୍ୟ ନାହିଁ। 
  6. 6ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର ଦ୍ରୁତ, ଅନ୍ତର୍ଭୂକ୍ତ ଏବଂ ସବୁଜ ଅଭିବୃଦ୍ଧିର ଆକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦-୨୫ ବିଲିୟନ ଡଲାର ସମ୍ବଳ ଯୋଗାଇବା ପାଇଁ ସେ ବ୍ୟାଙ୍କର ଉଦ୍ଦେଶ୍ୟ ବିଷୟରେ ଜଣାଇଛନ୍ତି।
  7. 7. ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା ମଙ୍ଗଳବାର କରାଯାଇଛି। ୧୩ ଏମ୍‌ପି, ୨ ସଂସଦୀୟ କମିଟି ଏବଂ ଗୋଟିଏ ଜୀବନବ୍ୟାପୀ ସଫଳତା ପୁରସ୍କାର ଘୋଷଣା କରାଯାଇଛି। 
  8. 8ପୂର୍ବତନ ସିପିଏମ ରାଜ୍ୟସଭା ସଦସ୍ୟ ଟି.କେ ରଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି। ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ନାମରେ ନାମିତ ହୋଇଛି। 
  9. 9 ପ୍ରଥମ ଥର ପାଇଁ ସୁପ୍ରିମକୋର୍ଟଙ୍କର ପ୍ରକ୍ରିୟାର ଲାଇଭ ଟ୍ରାନ୍ସକ୍ରିପ ମଙ୍ଗଳବାର କରାଯାଇଛି। କୃତ୍ରିମ ବୁଦ୍ଧି ଏବଂ ପ୍ରାକୃତିକ ଭାଷା ପ୍ରକ୍ରିୟାକରଣ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଏହି ଲାଇଭ ଟ୍ରାନ୍ସକ୍ରିପଶନ କରାଯାଇଛି। 
  10. 10କର୍ନାଟକରେ ଜଣେ ମହିଳା ଆଇପିଏସ ଏବଂ ଆଇଏଏସ ଅଧିକାରୀଙ୍କ ମଧ୍ୟରେ ସାଧାରଣ ଝଗଡା ପରେ ଲଜ୍ଜାର ସମ୍ମୁଖୀନ ହୋଇ ମୁଖ୍ୟମନ୍ତ୍ରୀ ଭାସବରାଜ ବୋମ୍ମାଇ ସରକାର ଉଭୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। 
  11. 12 ଗ୍ରୀଷ୍ମର ମାତ୍ରା ବୃଦ୍ଧି ପାଇଥିବା ବେଳେ ଚିଲିକାରୁ ମଙ୍ଗଳବାର ସୁଦ୍ଧା ୫ ଲକ୍ଷରୁ ଊର୍ଦ୍ଧ୍ୱ ବିଦେଶାଗତ ପକ୍ଷୀ ସ୍ବଦେଶ ଫେରିଯାଇଥିବା ବାଲୁଗଁା ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡା କହିଛନ୍ତି।
  12. 13. ବାଲେଶ୍ୱର ଜିଲା ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ରର ୩ ନମ୍ବର ଲଞ୍ଚ ପ୍ୟାଡରୁ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୧୫ମିନିଟରେ ଦୂରଗାମୀ କ୍ଷେପଣାସ୍ତ୍ର ଆଇଟିସିଏମ୍‌ର ସଫଳ ପରୀକ୍ଷଣ ହୋଇଛି।
  13. 14. ସୁପ୍ରିମ୍‌କୋର୍ଟ ସୋମବାର କହିଛନ୍ତି, ପ୍ରତ୍ୟେକ ଭାଷଣକୁ ‘ହେଟ୍‌ ସ୍ପିଚ୍’ ବା ଘୃଣା ସୃଷ୍ଟିକାରୀ ଭାଷଣ ବୋଲି କୁହାଯାଇପାରିବ ନାହିଁ। 
  14. 15.  ମୁମ୍ବାଇଠାରେ ଅନୁଷ୍ଠିତ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ସବୁଜ ବନ୍ଦର (ଗ୍ରୀନ ପୋର୍ଟ) ଓ ସବୁଜ ଜାହାଜ ଚଳାଚଳ (ଗ୍ରୀନ ସିପିଙ୍ଗ ) ଉପରେ ଆଲୋଚନା କରାଯାଇଥିଲା।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.