- 1. ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୨୦୧୯, ୨୦୨୦ ଓ ୨୦୨୧ ବର୍ଷ ପାଇଁ ସଂଗୀତ ନାଟକ ଏକାଡେମୀ ଫେଲୋସିପ ଏବଂ ପୁରସ୍କାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଦାନ କରିଛନ୍ତି।
- 2. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁଆଣ୍ଡୋରେ ଉତ୍କଳମଣିଙ୍କ ପୁନଃବିକଶିତ ଜନ୍ମପୀଠର ଲୋକାର୍ପଣ କରିଛନ୍ତି.. ଗୋପବନ୍ଧୁଙ୍କ ଏକ ୧୫ ଫୁଟ ଉଚ୍ଚ ପୂର୍ଣ୍ଣ ଅବୟେବ ପ୍ରତିମୂର୍ତ୍ତୀ ଉନ୍ମୋଚନ କରିବା ସହିତ ବିକଶିତ ଶିବ ମନ୍ଦିର, ପୋଖରୀ, ମ୍ୟୁଜିୟମ ଓ ପୈତୃକ ବାସଗୃହର ଉଦ୍ଘାଟନ କରିଛନ୍ତି।
- 3. ରାସ୍ତାରୁ ହଟିବ ୧୫ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଫିଟନେସ ଠିକ୍ ନ ଥିବା ଯାନକୁ ସ୍କ୍ରାପ କରାଯିବ। ରାଜ୍ୟରେ ୨୦ ଲକ୍ଷରୁ ଅଧିକ ଗାଡ଼ି ରାସ୍ତାରୁ ହଟିବ।
- 4. ସୁବର୍ଣ୍ଣପୁର ଜିଲା ଖଇରମାଳ ଓ ଗୋଧନେଶ୍ୱରଠାରେ ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର ନିର୍ମାଣ କରାଯିବ। ୬ ବର୍ଷ ମଧ୍ୟରେ ଏହାର ନିର୍ମାଣ ସରିବ। ସାରା ରାଜ୍ୟରେ ୩୨ଟି ଇନ୍ଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକ୍ଚର କରାଯିବ। ପ୍ରଥମ ପର୍ଯ୍ୟାୟରେ ୧୬ଟି ଶେଷ ହେବ। ବଳକା ଟେଣ୍ଡର ଖୁବ୍ଶୀଘ୍ର କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।
- 5. କେପଟାଉନରେ ମହିଳା ଟି-୨୦ ବିଶ୍ବକପ ସେମିରେ ହାରିଲା ଭାରତ। ଅଷ୍ଟ୍ରେଲିଆଠାରୁ ୫ ରନରେ ହାରିଲା ଭାରତ। ମହିଳା ଟି-୨୦ ବିଶ୍ୱକପରେ ଗୁରୁବାର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ ଖେଳାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୭୨ ରନ୍ କରିଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୬୭ ରନ୍ କରିପାରିଥିଲା।
- 6. ରାଜ୍ୟ ସରକାରଙ୍କ ପକ୍ଷରୁ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ମାଗଣା କୋଚିଂ ନେବା ପାଇଁ ଗତ ୧୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ୨୦୦ ଜଣ ଛାତ୍ରଛାତ୍ରୀଙ୍କୁ ଏହା ମାଧ୍ୟମରେ ମାଗଣା କୋଚିଂ ଦିଆଯିବ। ମାର୍ଚ୍ଚ ୪ ତାରିଖ ସୁଦ୍ଧା ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରି ପାରିବେ। ଆବେଦନ ଶୁଲ୍କ ୧୦୦ ଟଙ୍କା ପଡ଼ିବ।
- 7. ରାଜ୍ୟର ବିଭିନ୍ନ କ୍ଷେତ୍ରରେ ବିକାଶ ଓ ରୂପାନ୍ତରଣ ପାଇଁ ‘୫ଟି’ ନୀତି ଆପଣାଇଛି । ରୂପାନ୍ତରୀକରଣ ମାଧ୍ୟମରେ ଓଡିଶା ସରକାର ମଜବୁତ ହୋଇପାରିଛି।
- 8. ଓଡିଶାରପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ । ୨୦୨୪ ସୁଦ୍ଧା ସରକାର ଯୋଗାଇ ଦେବେ ।
- 9. ଉତ୍କଳ ଦିବସରେ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ। ଏହି ଦିନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ।
- 10. ନୂଆ କରି ପ୍ରଣୟନ ହୋଇଥିବା ଜାତୀୟ ଶିକ୍ଷା ନୀତି ଅନୁଯାୟୀ ୬ବର୍ଷରୁ କମ୍ ବୟସର ପିଲା ପ୍ରଥମ ଶ୍ରେଣୀରେ ନାମ ଲେଖାଇପାରିବେ ନାହିଁ। ଶିକ୍ଷା ନୀତି ଅନୁଯାୟୀ ଶିଶୁମାନେ ପ୍ରଥମ ୩ବର୍ଷ ପ୍ରି-ସ୍କୁଲ (ପ୍ରାକ୍ ବିଦ୍ୟାଳୟ ) ଶିକ୍ଷା ଗ୍ରହଣ କରିବେ।
- 11. କାଳିଆ ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ବର୍ତ୍ତମାନ ସୁଦ୍ଧା ଏଥିରେ ୫୯,୭୮,୪୮୧ ଜଣ ଚାଷୀ ଅର୍ନ୍ତଭୁକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪୧,୦୮,୯୫୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଥିବାବେଳେ ୧୮,୬୯,୫୨୯ଜଣ ଭୂମିହୀନ ଚାଷୀ ରହିଛନ୍ତି।
- 12. ରାଜଧାନୀରୁ ସଂଗ୍ରହ ହେଉଥିବା ଅଳିଆକୁ ଖତରେ ପରିଣତ କରାଯାଉଛି। ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରାଯାଉଛି। ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ବ୍ୟବସ୍ଥା ଆଗକୁ ବଢ଼଼ୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ବିଏମସି ଖତ ବିକି ୫୨ ଲକ୍ଷ ଟଙ୍କା ରୋଜଗାର କରି ସାରିଛି।
- 13. ବରିଷ୍ଠ କଂଗ୍ରେସ ନେତା ପଓ୍ଵନ ଖେରାଙ୍କୁ ଦିଲ୍ଲୀର ଏକ ଅଦାଲତ ଅନ୍ତରୀଣ ଜାମିନରେ ମୁକ୍ତ କରିବାକୁ ଅନୁମତି ଦେଇଛନ୍ତି। ଗୁରୁବାର ଦିଲ୍ଲୀ ବିମାନ ବନ୍ଦରରେ ଆସାମ ପୁଲିସ ପଓ୍ଵନ ଖେରାଙ୍କୁ ଗିରଫ କରିବା ପରେ କଂଗ୍ରେସ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।
- 14. ଏଡପ୍ପାଦୀ ପଲାନୀସ୍ବାମୀ ‘ଏଆଇଏଡିଏମ୍କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ରହିବେ ବୋଲି ମାଡ୍ରାସ୍ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମ୍ କୋର୍ଟ କାଏମ୍ ରଖିଛନ୍ତି।
- 15. ଭାରତର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଜିଡିପିରେ ଡିଜିଟାଲ କୁଶଳୀମାନଙ୍କର ବଡ ଯୋଗଦାନ ରହିଛି । ଚଳିତ ବର୍ଷ ଏହା ୫୦୮ ବିଲିୟନ ଆମେରିକୀୟ ଡଲାର ବା୧୦୯୦୦୦୦ କୋଟି ଟଙ୍କା ବୋଲି ଏକ ସର୍ବେକ୍ଷଣରୁ ଜଣା ପଡିଛି
- 16. ଆମାଜନ୍ ଓ୍ୱେବ ସର୍ଭିସ୍ ଦ୍ୱାରା କରାଯାଇଥିବା ମାର୍କେଟ ସର୍ଭେରୁ ଏହି ସୂଚନା ମିଳିଛି । ଡିଜିଟାଲୀ କୁଶଳୀ କାରିଗର ଥିବା ୮୦ ପ୍ରତିଶତ କମ୍ପାନୀମାନଙ୍କରେ ବେଶ୍ ଭଲ ଲାଭ ହୋଇଛି । ମାତ୍ର ୮୮ ପ୍ରତିଶତ ସଂସ୍ଥା ଭଲ ଡିଜିଟାଲୀ କୁଶଳୀଙ୍କୁ ପାଇ ପାରୁ ନାହାନ୍ତି ।
- 17. ଶ୍ରୀଲଙ୍କାରେ ସାଧାରଣ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇନଥିବା ରାଷ୍ଟ୍ରପତି ରାନିଲ ବିକ୍ରମାସିଂହେ କହିଛନ୍ତି।
- 18. ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ +୨ ଥିଓରୀ ପରୀକ୍ଷା। ଏନେଇ ମଙ୍ଗଳବାର ରାଜ୍ୟର ସମସ୍ତ ଜୋନରେ ଥିବା ହବ୍ ସେଣ୍ଟରକୁ ପ୍ରଥମ ପର୍ଯ୍ୟାୟ ପ୍ରଶ୍ନପତ୍ର ପଠାଯାଇଛି ।
- 19. ପ୍ରଥମ ପର୍ଯ୍ୟାୟରେ ୫୫ଗୋଟି ବ୍ଲକସ୍ତରୀୟ ବସ୍ଷ୍ଟାଣ୍ଡ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଆଉ ୫୦ଟି ନୂତନ ବ୍ଲକସ୍ତରୀୟ ବସ୍ଷ୍ଟାଣ୍ଡ ଆଗାମୀ ୨୦୨୩-୨୪ ଆର୍ଥିକ ବର୍ଷରେ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଗୃହରେ ପ୍ରକାଶ କରିଛନ୍ତି।
- 20 ବିଶ୍ୱ ବ୍ୟାଙ୍କର ନୂତନ ସଭାପତି ହେବେ ଭାରତୀୟ ବଂସୋଦ୍ଭବ ତଥା ପୂର୍ବତନ ମାଷ୍ଟରକାର୍ଡ ସିଇଓ ଅଜୟ ବାଙ୍ଗା। ଅଜୟ ବାଙ୍ଗାଙ୍କୁ ମନୋନୀତ କରୁଛି ବୋଲି ରାଷ୍ଟ୍ରପତି ଜୋ ବିଡେନ ଗୁରୁବାର ଦିନ ଘୋଷଣା କରିଛନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.