- 1.ହାଇଦ୍ରାବାଦର ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପିଣ୍ଟୁ ନନ୍ଦଙ୍କ ପରଲୋକ, ଲିଭର୍ ସିରୋସିସ୍ ରୋଗରେ ଥିଲେ ପୀଡିତ ।
- 2.ଓସ୍କାର ସମାରୋହରେ ଲାଇଭ୍ ପରିବେଷଣ ହେବ ‘ନାଟୁ ନାଟୁ’, ଗୀତରେ ଝୁମିବ ପୂରା ଦୁନିଆ ।
- 3.ମନୀଷ ସିସୋଦିଆ ଓ ସତୈନ୍ଦ୍ର ଜୈନ୍ଙ୍କ ଗିରଫଦାରୀକୁ ବିରୋଧ କରି ଘର ଘର ବୁଲି ପ୍ରଚାର କରିବାକୁ ସବୁ ବିଧାୟକ ଓ ସାଂସଦଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍। ଦୁଇ ମନ୍ତ୍ରୀ ଦୁର୍ନୀତି ଅଭିଯୋଗରେ ଗିରଫ ହେବା ପରେ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍।
- 4.ଆତଙ୍କବାଦକୁ ପ୍ରେତ୍ସାହନ ଦେଉଥିବା ଦେଶକୁ ଉତ୍ତରଦାୟୀ କରାଯିବା ଉଚିତ୍ ବୋଲି ଜାତିସଂଘରେ ପାକିସ୍ତାନକୁ ଟାର୍ଗେଟ୍ କରି କହିଲା ଭାରତ ।
- 5.ପୁଲିସକୁ ଓଡ଼ିଶା ବିଜେପି ଯୁବମୋର୍ଚ୍ଚା କର୍ମୀ ଅତି ଅମାନୁଷିକ ଭାବେ ମାଡ ମାରୁଛନ୍ତି । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଜଣେ ଏସିପିଙ୍କ ସମେତ ୨୧ ପୁଲିସ ଆହତ ହୋଇଥିବା ବେଳେ ୨ଜଣ ଗରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ନଡ୍ଡାଙ୍କୁ ଟ୍ୟାଗ୍ କରି ଟୁଇଟ କରିଛନ୍ତି ସସ୍ମିତ।
- 6.ଓଡିଶା କଳାର ଭୂମି। ଆମର କଳା, ସଂସ୍କୃତି ସାରା ବିଶ୍ବରେ ଓଡିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆମର ଏହି ମହାନ ଐତିହ୍ୟର ସଂରକ୍ଷଣ ଏବଂ ପ୍ରଚାର ପ୍ରସାର ଦିଗରେ ସଂଗ୍ରହାଳୟ ଗୁଡିକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି। ସେ ଦୃଷ୍ଟିରୁ ରାଜ୍ୟର କୌଣସି ସଂଗ୍ରହାଳୟର ପ୍ରବେଶ ଦେୟ ୧୦ ଟଙ୍କାରୁ ଅଧିକ ନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।
- 7.୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଏଥର ପୁଣିଥରେ ନାମଲେଖା କରିବାକୁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟରେ ପରୀକ୍ଷା ପରିଚାଳନା ଲାଗି ସଂସ୍ଥା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।
- 8.ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜେନ ସେମାନଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀ ସରକାର ମନୀଷ ସିସୋଡିଆଙ୍କ ପୋର୍ଟଫୋଲିଓକୁ ଦୁଇ ଗୁରୁତ୍ୱପୂର୍ଣ୍ଣ ତଥା ବିଶ୍ୱସ୍ତ ମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛନ୍ତି। କୈଳାଶ ଗେହଲଟ ଓ ରାଜକୁମାର ଆନନ୍ଦଙ୍କୁ ନୂଆ ବିଭାଗର ଦାୟିତ୍ୱ ମିଳିଛି।
- 9.କରୋନା ଭାଇରସ ବିଷୟରେ ଏଫବିଆଇର ବଡ ଖୁଲାସା। ଆମେରିକାର ଅନୁସନ୍ଧାନକାରୀ ଏଜେନ୍ସି ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ) ର ନିର୍ଦ୍ଦେଶକ ଦାବି କରିଛନ୍ତି ଯେ ଏହି ଭୂତାଣୁ ଚାଇନାର ଏକ ଲ୍ୟାବରେ ସୃଷ୍ଟି ହୋଇଛି। ଏଠାରୁ ଏହା ଲିକ୍ ହୋଇ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା।
- 10.ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ କେନ୍ଦ୍ରୀୟ ରେଳବାଇର ମୁମ୍ବାଇ ଡିଭିଜନ ୧୦୦ କୋଟି ଟଙ୍କା ଜରିମାନା ଆଦାୟ କରିଛି।
- 11.ଏଲନ ମସ୍କଙ୍କର ଟ୍ୱିଟରକୁ ଟକ୍କର ଦେବ ବ୍ଲୁସ୍କାଏ; ସୋସିଆଲ୍ ମିଡିଆରେ ପ୍ଲାଟ୍ଫର୍ମରେ ଜ୍ୟାକ୍ ଡର୍ସୀଙ୍କ ଜବରଦସ୍ତ ଏଣ୍ଟ୍ରି ।
- 12.ହିନ୍ଦୁ ଧର୍ମ ସୁରକ୍ଷା ପାଇଁ ଆନ୍ଧ୍ରପ୍ରଦେଶର ପ୍ରତ୍ୟେକ ଗାଁରେ ଗୋଟିଏ ଲେଖାଏଁ ମନ୍ଦିର ନିର୍ମାଣ କରାଯିବ । ଏଥିପାଇଁ ରାଜ୍ୟ ସରକାର ଅର୍ଥ ଯୋଗାଇବେ ବୋଲି ଘୋଷଣା କରିଥିଲେ ବି ପ୍ରକୃତରେ ଅଧିକାଂଶ ଅର୍ଥ ତିରୁପତି ମନ୍ଦିରର ବାଣୀ ଟ୍ରଷ୍ଟ ହିଁ ଯୋଗାଇବ ।
- 13.ମଣିଶଙ୍କର ଆୟରଙ୍କ ଝିଅଙ୍କର NGO ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, FCRA ଲାଇସେନ୍ସ ସସପେଣ୍ଡ ।
- 14.ଉତ୍ତରପ୍ରଦେଶର ଦୀର୍ଘତମ ମୁଖ୍ୟମନ୍ତ୍ରୀ ଭାବରେ ଯୋଗୀ ଆଦିତ୍ୟନାଥ ରେକର୍ଡ କରିଛନ୍ତି। ଯୋଗୀ ହେଉଛନ୍ତି ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ, ଯିଏ ଲଗାତାର ୫ ବର୍ଷ ଏବଂ ୩୪୭ ଦିନ ମୁଖ୍ୟମନ୍ତ୍ରୀ ପଦରେ ଅଛନ୍ତି।
- 15.କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ବୁଧବାର ଫେବୃଆରୀ ପାଇଁ ଜିଏସ୍ଟି ତଥ୍ୟ ପ୍ରକାଶ କରିଛି। ଫେବୃଆରୀରେ ଜିଏସ୍ଟି ସଂଗ୍ରହ ୧,୪୯,୫୭୭ କୋଟିରେ ପହଞ୍ଚିଛି, ଯାହାକି ୧୨ ପ୍ରତିଶତ ବୃଦ୍ଧି ହୋଇଛି।
- 16.ନିଶା ଏବଂ ଖାଦ୍ୟ ପେୟ ସହ ମୋବାଇଲ୍ ଏବଂ ଟିଭି ଯୋଗୁଁ ଲୋକଙ୍କୁ ଭଲ ନିଦ ହେଉନାହିଁ । ମାତ୍ର ଗୋଟିଏ ରାତି ନ ଶୋଇଲେ ଦୁଇ ତିନିଦିନ ପର୍ଯ୍ୟନ୍ତ ଥକା ଲାଗିଥାଏ । ଏବେ ଏକ ଗବେଷଣାରୁ ଗୋଟିଏ ରାତି ନ ଶୋଇଲେ ମସ୍ତିଷ୍କ ୧ରି୨ ବର୍ଷ ବୁଢା ହୋଇଯାଏ ବୋଲି କୁହାଯାଇଛି । ନଶୋଇବା ଦ୍ୱାରା ମସ୍ତିଷ୍କର ବୟସ ଏକରୁ ଦୁଇ ବର୍ଷ ବଢିଯିବା ସହ ସମାନ ।
- 17.୧୩୪ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ପରେ ୩୦୦୦ ଜଣଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଗୋଟିଏ ରାତି ନଶୋଇବା ପରେ ସେମାନଙ୍କର ଏମ୍ଆର୍ଆଇ କରାଯାଇଥିଲା । ଏଥିରେ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ହୋଇଥିବା କଥା ଜଣା ପଡିଛି । ୨୪ ଘଣ୍ଟା ଜମା ନଶୋଇଲେ ଏହାର ଅନେକ କୁପ୍ରଭାବ ପଡେ ବୋଲି ଏଥିରେ କୁହାଯାଇଛି ।
- 18.ସୁରକ୍ଷା ଦୃଷ୍ଟିରୁ ହ୍ବାଟ୍ସଆପ୍ ପ୍ରାୟ ୨୯ ଲକ୍ଷ ୧୮ ହଜାର ଭାରତୀୟ ଆକାଉଣ୍ଟ ବନ୍ଦ କରିଦେଇଛି। ଭାରତ ସରକାର ଏବଂ ହ୍ବାଟସଆପ୍ର ନୀତି ଉଲ୍ଲଂଘନ ପାଇଁ କମ୍ପାନୀ ଏହି ନିଷ୍ପତି ନେଇଛି।
- 19.କମେଡି କିଙ୍ଗ କପିଲ ଶର୍ମାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଜ୍ୱିଗାଟୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଫିଲ୍ମରେ କପିଲ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ। ସବୁବେଳେ କମେଡି କରୁଥିବା କପିଲଙ୍କୁ ଫିଲ୍ମ ତାଙ୍କ ଭାବମୂର୍ତ୍ତିର ବିପରୀତ ଭୂମିକାରେ ଦେଖିବାକୁ ମିଳିବ।
- 20.ଫ୍ରାନ୍ସର ଫୁଟ୍ବଲ୍ ମହାନ ଜଷ୍ଟ ଫୋଣ୍ଟେନ୍ ଙ୍କ (୮୯ ବର୍ଷ)ରେ ହେଲା ଦେହାନ୍ତ l ଗୋଟିଏ ବିଶ୍ବକପ୍ରେ ସର୍ବାଧିକ ଗୋଲ୍ ଦେବାର କୀର୍ତ୍ତିମାନ ଫୋଣ୍ଟେନ୍ (୧୩)ଙ୍କ ନାମରେ ରହିଛି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.