• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସଂସଦର ଉଭୟ ଗୃହରେ ହୋ ହାଲ୍ଲା ଲାଗି ରହିଥିଲା। ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍‌ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଉଭୟ ରାଜ୍ୟସଭା ଓ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି ।
  2. ଓଡ଼ିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତିନି ମାସ ସମୟ ଅଧିକ ବୋଲି ଭାବି ପୁଣି ଆନ୍ଦୋଳନ କରିଥିଲୁ । ମୁଖ୍ୟ ଶାସନ ସଚିବ ନିବେଦନ କରିବା ପରେ ଆନ୍ଦୋଳନକୁ ପ୍ରତ୍ୟାହୃତ ନିଷ୍ପତ୍ତି ନେଇଛୁ । ଆଗାମୀ ତିନି ମାସରେ ଦାବି ପୂରଣ ହେବ ବୋଲି ଆଶା ରହିଛି ବୋଲି ମେଣ୍ଡୁଲି କହିଛନ୍ତି ।
  3. ବିଏମସି ସିଆରପି ଛକ ନିକଟରେ ଥିବା ରିଲାଏନ୍ସ ସ୍ମାର୍ଟ ମଲକୁ ଜାତୀୟ ରାଜପଥ କଡରେ ନାଳ ଅବରୋଧ କରିବା ଯୋଗୁଁ ୭ଦିନ ପାଇଁ ସିଲ କଲା ।
  4. ଓଡିଶା ଅର୍ଥ ବିଭାଗ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ୧, ୨୦୨୫ ପର୍ଯ୍ୟନ୍ତ ସରକାରୀ ବିଭାଗରେ କାର୍ଯ୍ୟରତ ଗ୍ରୁପ୍‌-ଏ ଏବଂ ଗ୍ରୁପ୍‌-ବି ବର୍ଗର ଅଧିକାରୀଙ୍କୁ ଇଭି କାର କ୍ରୟ ପାଇଁ ଗାଡ଼ି ମୂଲ୍ୟର ସର୍ବାଧିକ ୭୫% ଅବା ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧ ବିହୀନ ଅଗ୍ରୀମ ପ୍ରଦାନ କରାଯାଇ ପାରିବ ।
  5. ଗୃହରକ୍ଷୀମାନେ ଏଣିକି ଦୈନିକ ପ୍ରାପ୍ୟ ହିସାବରେ ୫୩୩ ଟଙ୍କା ପାଇବେ। ଏ ସଂପର୍କିତ ଓଡ଼ିଶା ହାଇକୋର୍ଟଙ୍କ ରାୟ ସୁପ୍ରିମକୋର୍ଟରେ କାଏମ ରହିଛି।
  6. ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ବେସରକାରୀ ପୂର୍ଣ୍ଣ ଅନୁଦାନପ୍ରାପ୍ତ କଲେଜଗୁଡ଼ିକରେ ୧୫୪୩ ପିଜିଟି(ପୋଷ୍ଟ ଗ୍ରାଜୁଏଟ୍‌‌ ଶିକ୍ଷକ) ପଦ ଖୁବଶୀଘ୍ର ପୂରଣ ହେବ। ଚୟନ ପ୍ରକ୍ରିୟା ତ୍ୱରାନ୍ୱିତ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏସଏସବି(ରାଜ୍ୟ ଚୟନ ବୋର୍ଡ଼)କୁ ଚିଠି ଲେଖାଯାଇଛି।
  7. କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ ମହାରାଷ୍ଟ୍ର, ଗୁଜରାଟ ,ତେଲଙ୍ଗାନା,କେରଳ, ତାମିଲନାଡୁ ଏବଂ କର୍ଣ୍ଣାଟକ ଆଦି ରାଜ୍ୟକୁ ସତର୍କ କରାଇ କହିଛନ୍ତି ଯେ, ଇନଫ୍ଳୁଏଞ୍ଜା ଭୂତାଣୁ ଦ୍ବାରା ଆକ୍ରାନ୍ତ ହେଉଥିବା ରୋଗୀଙ୍କ ପରୀକ୍ଷା ଠିକଣା ଭାବେ କରାଯିବା ଦରକାର।
  8. ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ୍‌ ରାଜ୍ୟରେ ସେ ୧୯ ନୂତନ ଜିଲା ଗଠନ କରିବାକୁ ଘୋଷଣା କରିଛନ୍ତି।
  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ମାମଲାରେ କଂଗ୍ରେସ ନେତା ପୱନ ଖେରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତାଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ମାର୍ଚ୍ଚ ୨୦ପର୍ଯ୍ୟନ୍ତ ସ୍ଥଗିତ ରହିଛି।
  10. ମହାରାଷ୍ଟ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ଗୋଷ୍ଠୀ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଗୋଷ୍ଠୀ ମଧ୍ୟରେ ବିବାଦରୁ ସୃଷ୍ଟ ରାଜନୈତିକ ସଙ୍କଟକୁ ନେଇ ସୁପ୍ରିମକୋର୍ଟରେ ଦାଏର ଏକାଧିକ ପିଟିଶନ ଉପରେ ସୁପ୍ରିମକୋର୍ଟ ଗୁରୁବାର ରାୟ ସଂରକ୍ଷିତ ରଖିଛନ୍ତି।
  11. ଦେଶରେ ହାଇକୋର୍ଟର ବିଚାରପତିଙ୍କ ପ୍ରାୟ ୩୦ ପ୍ରତିଶତ ପଦବୀ ଖାଲି ଅଛି। ହାଇକୋର୍ଟଗୁଡିକର ୧,୧୧୪ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ରହିଛି ଏବଂ ବର୍ତ୍ତମାନ ୭୮୦ଟି ପଦବୀ ପୂରଣ ହୋଇଥିବାବେଳେ ୩୩୪ଟି ପଦବୀ ଖାଲି ଅଛି।
  12. ଲୋକସଭାରେ ଶୁକ୍ରବାର ଦିନ ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ଦଳ ନେତାମାନେ ଗୃହର ମଧ୍ୟଭାଗକୁ ଯାଇ ହୋହଲ୍ଲା ଆରମ୍ଭ କରିଦେଇଥିଲେ। କଂଗ୍ରେସ କହିଛି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେପରେ ଗୃହରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ଅଡିଓ ମ୍ୟୁଟ୍‌ କରାଯାଇଥିଲା।
  13. ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ହେଗ୍‌ସ୍ଥିତ ଅନ୍ତର୍ଜାତୀୟ ଅପରାଧିକ ‌ଅଦାଲତ (ଆଇସିସି) ଗିରଫ ୱାରେଣ୍ଟ ଜାରି କରିଛି।
  14. ଓଡ଼ିଶା, ପଶ୍ଚିମବଙ୍ଗ, ରାଜସ୍ଥାନ ଓ ଆସାମ ବିଧାନସଭା ଦ୍ୱାରା ସେମାନଙ୍କ ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ ପ୍ରସ୍ତାବ ପାରିତ ହୋଇଛି। କେନ୍ଦ୍ର ସରକାର ଉକ୍ତ ପ୍ରସ୍ତାବଗୁଡ଼ିକର ତର୍ଜମା ସହ ସମ୍ବନ୍ଧିତ ରାଜ୍ୟମାନଙ୍କ ସହ ବିଚାରବିମର୍ଶ କରୁଛନ୍ତି।
  15. ଓଡ଼ିଶା, ପଶ୍ଚିମବଙ୍ଗ ଓ କେନ୍ଦ୍ର ଶାସିତ ଅଂଚଳ ଦିଲ୍ଲୀ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁକରୁନାହାନ୍ତି। କେନ୍ଦ୍ର ସରକାର ଉପରୋକ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଏହି ଯୋଜନାରେ ସାମିଲ ହେବା ପାଇଁ ପ୍ରେରିତ କରୁଛନ୍ତି।
  16. ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ହୋଇଥିବା ୩୩୦୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଭଷଦେବ ଇଣ୍ଟନ୍ୟାସନାଲ୍ ଲିମିଟେଡ୍‌ର ମୁଖ୍ୟ ସୁମନ ବିଜୟ ଗୁପ୍ତାଙ୍କ ବିଦେଶ ଗସ୍ତ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି।
  17. ଭାରତୀୟ ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (ଇରୋଡା)ର ଇନିସିଆଲ ପବ୍ଲିକ୍ ଅଫର (ଆଇପିଓ)କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ପ୍ରଦାନ କରିଛନ୍ତି। କଂପାନିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରି ତାହାର ଅଂଶଧନ ବିକ୍ରି କରାଯିବ।
  18. ଦେଶର ୭ଟି ରାଜ୍ୟ (ତାମିଲନାଡୁ, ତେଲେଙ୍ଗାନା, କର୍ଣାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶ)ରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି।
  19. ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ୩ ମ୍ୟାଚ୍‌‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା। ମୁମ୍ବଇର ୱାଙ୍ଖଡେ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ବିଜୟ ସହ ଏହି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଛି। ଭାରତୀୟ ବ୍ୟାଟର କେଏଲ ରାହୁଲ ଫର୍ମକୁ ଫେରିବା ସହ ଏକ ବଡ଼ ଇଂନିସ ଖେଳି ଭାରତକୁ ବିଜୟ ଭେଟି ଦେଇଛନ୍ତି।
  20. ହକି ଇଣ୍ଡିଆର ୫ମ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସବିତା ପୁନିଆ ଓ ହାର୍ଦ୍ଦିକ ସିଂ ଯଥାକ୍ରମେ ମହିଳା ଓ ପୁରୁଷ ବର୍ଗରେ ‘ପ୍ଲେୟର ଅଫ୍‌ ଦି ଇୟର’ ପୁରସ୍କାର ପାଇଛନ୍ତି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.