- ଓଡିଶା ବଜେଟ୍ ୨୦୨୩ – ୨୪ ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ୨୦୨୩ – ୨୪ ଆର୍ଥିକ ବର୍ଷରେ ସଡକ ବିକାଶ କାର୍ଯ୍ୟକ୍ରମ ଅଧୀନରେ ୩୦୦୦ କିଲୋମିଟର ସଡକ , ୦୯ ଗୋଟି ମୁଖ୍ୟ ସେତୁର ଉନ୍ନତିକରଣ ପାଇଁ ୪ , ୬୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି , ଯାହା ୨୦୨୨ – ୨୩ ଆର୍ଥିକ ବର୍ଷରେ ୧୮୯୦ କୋଟି ଥିଲା ।
- ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂଙ୍କୁ ପଞ୍ଜାବର ଜଲନ୍ଦର ପୁଲିସ ଗିରଫ କରିଛି।ପ୍ରଥମେ ଅମୃତପାଲର ସହଯୋଗୀମାନେ ଧରା ପଡ଼ିବା ପରେ ଅମୃତପାଲକୁ ଜଲୁପୁର ଖେରା ଗ୍ରାମ ନିକଟରୁ ଗିରଫ କରାଯାଇଛି । ତାକୁ ଧରିବାକୁ ପ୍ରାୟ ୧୦୦ଟି ଗାଡ଼ିରେ ପୁଲିସ ପିଛା କରିଥିଲା ।
- ଓଡ଼ିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ଶ୍ରେଣୀରେ ସମ୍ମାନସ୍ପଦ ‘ନ୍ୟାସନାଲ୍ ୱାଟର୍ ଡାଇଜେଷ୍ଟ୍’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉତ୍ତମ ଭିତ୍ତିଭୂମି ନିର୍ମାଣ ଓ ଜଳ ପରିଚାଳନା ପାଇଁ ବେଷ୍ଟ୍ ଇନଫ୍ରା ପାଇନର୍ ପ୍ରୋଜେକ୍ଟ ପୁରସ୍କାର ମିଳିଛି।
- ନିର୍ମାଣ କ୍ଷେତ୍ରରେ ଆଗୁଆ ଓଡ଼ିଶା। ୨୦୨୪ ମାର୍ଚ୍ଚ ସୁଦ୍ଧା ପୁରୀ ହେବ ବିଶ୍ୱସ୍ତରୀୟ ହେରିଟେଜ ସହର। ସେହିପରି ୬ ଲେନ୍ ବିଶିଷ୍ଟ କଟକ ରିଂ ରୋଡ୍, ୪ ଲେନ୍ ବିଶିଷ୍ଟ କଟକ-ପାରାଦୀପ ରାସ୍ତା ଏଥର ସରିବ । ବଜେଟ ପରବର୍ତ୍ତୀ ପ୍ରେସ ମିଟରେ ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ବିଭାଗ ପ୍ରଫୁଲ୍ଲ ମଲ୍ଲିକ । ବ୍ରହ୍ମପୁର-ଜୟପୁର ୪ ଥାକିଆ ରାସ୍ତା ଏଥର ନୂଆ ଯୋଜନାରେ ସାମିଲ ହୋଇଛି ।
- ମଧ୍ୟପ୍ରଦେଶରେ ବାଲାଘାଟରେ ଏକ ଟ୍ରେନର ଚାର୍ଟର ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ୨ ଜଣ ପାଇଲଟଙ୍କ ମୃତ୍ୟୁ ଘଟିଛି।
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍ ପାଇପ ଲାଇନର ଲୋକାର୍ପଣ କରିଛନ୍ତି।
- ଦେଶର ଉତ୍ତର-ପୂର୍ବ ରାଜ୍ୟ ଆସାମରେ ଶନିବାର ଦୁଇ ଥର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ଏବଂ ୨.୮ ଥିଲା।
- ଭାରତ-ଜାପାନ ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ କରିବାକୁ ଜାପାନ ପ୍ରଧାନମନ୍ତ୍ରୀ କିଶିଦା ଫୁମିଓ ଆସନ୍ତା ମାର୍ଚ୍ଚ ୨୦ରେ ଭାରତ ଗସ୍ତରେ ଆସିବେ।
- ଆମେରିକାକୁ ଚାକିରି କରିବାକୁ ଯାଇଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସରକାରଙ୍କୁ ପକ୍ଷରୁ ଏଚ-୧-ବି ଭିଜା ଉପରେ ଅଣାଯାଇଥିବା ଆଇନ ଅନୁସାରେ ଆମେରିକାରେ ଚାକିରିରୁ ଛଟେଇ ହୋଇଥିବା ଲୋକଙ୍କୁ ୬୦ ଦିନ ମଧ୍ୟରେ ଦେଶ ଛାଡିବାକୁ ପଡ଼ିବ।
- ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍ଏଚ୍ବି)ର କିଛି ନିୟମ ପାଳନ ନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ ଲିମିଟେଡ(ଏଚ୍ଡିଏଫ୍ସି) ଉପରେ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
- ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍ସ ଲିମିଟେଡ୍(ପିଏଫ୍ଏଲ୍)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍)କରି ଦିଆଯାଇଛି।
- ପାକିସ୍ତାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଜମାନ ସ୍ଥିତ ବାସଭବନରୁ ଏେsକ-୪୭ ସହିତ ବହୁ ଗୁଳ,ି ଜବତ କରାଯାଇଛି। ଏନେଇ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
- ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଖୁବ ଶୀଘ୍ର ଜେଲ ଯିବେ। ଏନେଇ ସେ ନିଜେ ଦାବି କରିଛନ୍ତି। ମାର୍ଚ୍ଚ ୨୧ ମଙ୍ଗଳବାର ତାଙ୍କୁ ଗିରଫ କରାଯିବାର ଆଶଙ୍କା ରହିଛି।
- ଜେନେଭାରେ ଅନୁଷ୍ଠିତ ୫୨ ତମ ଜାତିସଂଘ ମାନବ ଅଧିକାର ପରିଷଦ ବୈଠକରେ ଭାରତୀୟ ବିକାଶ ମଡେଲକୁ ପ୍ରଶଂସା କରାଯାଇଛି।
- ଲଦାଖର ପଶ୍ଚିମ ହିମାଳୟ ରେଞ୍ଜରେ ଭାରତ ଓ ଚୀନ୍ ମଧ୍ୟରେ ସ୍ଥିତି ଗମ୍ଭୀର ଓ ବିପଜ୍ଜନକ ରହିଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି । ଏହି ରେଞ୍ଜର କେତେକ ସ୍ଥାନରେ ସଶସ୍ତ୍ର ବାହିନୀ ପରସ୍ପରର ଅତି ନିକଟରେ ସାମନାସାମନି ମୁତୟନ ଅଛନ୍ତି ।
- ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ୍ ବ୍ୟବସ୍ଥାକୁ ସମର୍ଥନ କରି କହିଛନ୍ତି ଯେ ସବୁଠାରୁ ନିଖୁଣ ବୋଲି କୌଣସି ବ୍ୟବସ୍ଥା ନାହିଁ, କିନ୍ତୁ କଲେଜିୟମ ହେଉଛି ଆମ ପାଖରେ ଉପଲବ୍ଧ ସର୍ବୋତ୍ତମ ବ୍ୟବସ୍ଥା ।
- ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କନଭୟର ଗାଡ଼ି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଛି। କନଭୟରେ ଯାଉଥିବା ଗାଡ଼ି ପରସ୍ପର ସହିତ ଧକ୍କା ହୋଇ ଓଲଟି ପଡ଼ିଥିବା କୁହାଯାଉଛି।
- ତାମିଲନାଡୁରେ ପ୍ରବାସୀ ବିହାରୀ ଶ୍ରମିକଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣାର ଜାଲ୍ ଭିଡିଓ ପ୍ରସ୍ତୁତ କରିଥିବା ଲୋକପ୍ରିୟ ବିହାରୀ ‘ୟୁଟ୍ୟୁବର୍’ ମନୀଷ କଶ୍ୟପଙ୍କୁ ସକାଳେ ଗିରଫ କରାଯାଇଛି।
- ଦିଲ୍ଲୀ କ୍ୟାବିନେଟ୍ରୁ ଇସ୍ତଫା ଦେଇଥିବା ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ୍ଙ୍କ ସରକାରୀ ବଙ୍ଗଳା ସମ୍ପ୍ରତି ନବ ନିଯୁକ୍ତ ମନ୍ତ୍ରୀ ଆତିଶୀ ଓ ସୌରଭ ଭରଦ୍ବାଜଙ୍କୁ ମିଳିଥିବା କଥା ପୂର୍ତ୍ତ ବିଭାଗ ଚିଠିରୁ ଜଣାପଡ଼ିଛି।
- ନିଉଜ୍ ଏଜେନ୍ସି ଏଏନଆଇକୁ ସାକ୍ଷାତକାର ଦେଇ ହରଭଜନ ସିଂହ କହିଛନ୍ତି ଯେ, ଏସିଆ କପ୍ ପାଇଁ ଭାରତ, ପାକିସ୍ତାନକୁ ଯାତ୍ରା କରିବା ଉଚିତ ନୁହେଁ। କାରଣ ପାକିସ୍ତାନରେ ପାକିସ୍ତାନୀ ସୁରକ୍ଷିତ ନୁହନ୍ତି।
© 2024 Amarisatya Magazine All Rights Reserved
Design & Developed By Zemusitech Solutions Pvt. Ltd.