• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ ନ କରିବା ଲାଗି ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଲାହୋର ହାଇକୋର୍ଟ । ଲାହୋର ହାଇକୋର୍ଟ ଜମାନ ପାର୍କରେ ଗୁରୁବାର ସକାଳ ୧୦ ଟା ପର୍ଯ୍ୟନ୍ତ ପୁଲିସ୍‌ କାର୍ଯ୍ୟାନୁଷ୍ଠା ଉପରେ ରୋକ୍ ଲଗାଇଛନ୍ତି।
  2. ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ବଳ ବିକାଶ ବିଭାଗରେ ୧୧୫ ଜଣ ସହକାରୀ ମତ୍ସ୍ୟ ଅଧିକାରୀ ନୂତନ ଭାବେ ନିଯୁକ୍ତି ପାଇଛନ୍ତି । ଏହି ନବନିଯୁକ୍ତ ଅଧିକାରୀମାନଙ୍କ ପାଇଁ ଲୋକସେବା ଭବନର କନଭେନ୍ସନ ହଲରେ ଏକ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
  3. ପଶ୍ଚିମା ଝଡ ପ୍ରଭାବରେ ୫ ଦିନ ଧରି ରାଜ୍ୟରେ ବର୍ଷା ଓ ପବନ ସମ୍ଭାବନା ରହିଛି ନେଇ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ ।
  4. ଚଳିତ ବର୍ଷ ରାଜଧାନୀ ପ୍ରତିଷ୍ଠାର ୭୫ବର୍ଷ ପୂର୍ତ୍ତି ଉତ୍ସବ ଏପ୍ରିଲ ୧୩ରୁ ୧୫ ତାରିଖ ୩ ଦିନ ଧରି ରାଜଧାନୀ ପ୍ରତିଷ୍ଠା ଉତ୍ସବ।ପାଳନ ହେବ। ଏହାକୁ ପ୍ଲାଟିନମ ଜୁବୁଲି ଉତ୍ସବ ଭାବେ ବର୍ଣ୍ଣାଢ୍ୟ ଢଙ୍ଗରେ ପାଳନ କରାଯିବ। ଉତ୍ସବକୁ ପାଳନ କରିବ ଭୁବନେଶ୍ୱର ମହାନଗର ନିଗମ।
  5. କୃଷି ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଚାଷୀ ପରିବାରର ମାସିକ ଆୟ ବୃଦ୍ଧି ଘଟିଛି। ୨୦୧୨ରେ ଚାଷୀ ପରିବାରର ମାସିକ ଆୟ ୪୯୭୬ ଟଙ୍କା ଥିଲା ବେଳେ ୨୦୧୯ରେ ଏହା ୫୦୧୨ ଟଙ୍କାକୁ ବୃଦ୍ଧିପାଇଛି। ବାତ୍ୟା ଓ ମରୁଡି ଚାଷୀଙ୍କ ଆୟରେ ବାଧକ ସାଜିଛି। ବିଧାନସଭା ଅଧିବେଶନରେ ବୁଧବାର କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହା କହିଛନ୍ତି।
  6. ବିଶ୍ୱରେ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଛି ପ୍ରଦୂଷଣ । ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ କମ୍ପାନୀ ଜାରି କରିଥିବା ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି।
  7. ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଚାଲିଥିବା ଅବକାରୀ ନୀତି ଆଗକୁ ମଧ୍ୟ ଜାରି ରହିବ। ବର୍ତ୍ତମାନର ଅବକାରୀ ନୀତିକୁ ୬ ମାସ ବୃଦ୍ଧି କରିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ଦିଲ୍ଲୀରେ ଚାଲିଥିବା ଅବକାରୀ ନୀତି ୨୦ ସେପ୍ଟେମ୍ବର ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।
  8. ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ୟୁଏପିଏର ଚତୁର୍ଥ କାର୍ଯ୍ୟସୂଚୀ ଏବଂ ପ୍ରଥମ କାର୍ଯ୍ୟସୂଚୀ ଅନୁଯାୟୀ ୫୪ ଆତଙ୍କବାଦୀ ଏବଂ ୪୪ ଆତଙ୍କବାଦୀ ସଂଗଠନ ତାଲିକାଭୁକ୍ତ ହୋଇଛନ୍ତି।
  9. ବେସାମରିକ ବିମାନ ସେବାକୁ ସହଜ କରିବା ପାଇଁ ୩୯ ଟି ନୂତନ ସାମରିକ ବିମାନବନ୍ଦର ଏବଂ ୯ ଟି ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ଉପଲବ୍ଧ କରିବାକୁ ଭାରତୀୟ ବାୟୁସେନା ନିଷ୍ପତ୍ତି ନେଇଛି।
  10. କୋଲକାତା ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗର ୨୨ ଟି ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ନିଯୁକ୍ତି କିମ୍ବା ପୁନଃନିଯୁକ୍ତି ଆଇନ ଅନୁଯାୟୀ ସ୍ଥାୟୀ ନୁହେଁ ଏବଂ ସେମାନଙ୍କର ଏହି ପଦବୀରେ ରହିବାର ରଖିବାର କୌଣସି ଅଧିକାର ନାହିଁ।
  11. ଭାରତୀୟ ଗଣତନ୍ତ୍ର ସଙ୍କଟରେ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୈତିକ ଝଡ଼ ଉଠିଥିବାବେଳେ ଦରିଆପାରି କଂଗ୍ରେସ ମୁଖ୍ୟ ସାମ୍‌ ପିଟ୍ରୋଡା ଏହାକୁ ସମାଲୋଚନା କରିଛନ୍ତି।
  12. ସମଲିଙ୍ଗୀ ବିବାହ ମାମଲାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌) ସମର୍ଥନ ଜଣାଇଛି। ଦୁଇ ବିପରୀତଲିଙ୍ଗୀ ବ୍ୟକ୍ତିଙ୍କ ମଧ୍ୟରେ ବିବାହ ସମ୍ପନ୍ନ ହୋଇଥାଏ।
  13. ଶିବସେନା ବିଦ୍ରୋହ ମାମଲାର ଶୁଣାଣି କରି ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ଜଣେ ରାଜ୍ୟପାଳ ସତର୍କତାର ସହ କ୍ଷମତା ପ୍ରୟୋଗ କରିବା ଉଚିତ ଏବଂ ଆସ୍ଥା ଭୋଟ ଆହ୍ଵାନ କଲେ ସରକାର ଭାଙ୍ଗିପାରେ ବୋଲି ସଚେତନ ରହିବା ଆବଶ୍ୟକ। କେବଳ ଶାସକ ଦଳ ମଧ୍ୟରେ ମତଭେଦ ଆଧାରରେ ଆସ୍ଥା ଭୋଟ ଆହ୍ଵାନ କଲେ ନିର୍ବାଚିତ ସରକାର ଭାଙ୍ଗିପାରେ ବୋଲି କୋର୍ଟ କହିଛନ୍ତି।
  14. ମାନବଯୁକ୍ତ ପ୍ରଥମ ଗଗନଯାନ ମିଶନର ତାରିଖରେ ପରିବର୍ତ୍ତନ କରାଯାଇଛି । ଏବେ ଏହାକୁ ୨୦୨୪ ଶେଷ ସୁଦ୍ଧା ମହାକାଶକୁ ପଠାଯିବ ।
  15. ତୋଷଖାନା ମାମଲାରେ ଗିରଫ ହେବାର ସମ୍ଭାବନା ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ମାର୍ଚ ୧୮ ତାରିଖରେ ଲାହୋର୍‌ ହାଇକୋର୍ଟରେ ହାଜର ହେବେ ବୋଲି କହିଛନ୍ତି।
  16. ଏସ୍‌ଭିବି ଗ୍ଲୋବାଲ୍‌ ସର୍ଭିସେସ୍‌ ଇଣ୍ଡିଆ। ଆମେରିକାରେ ବ୍ୟାଙ୍କ ବୁଡ଼ିଥିବା ଜଣାପଡ଼ିବା ପରେ ଭାରତରେ ଏହି ସଂସ୍ଥାର କର୍ମଚାରୀମାନେ ନୂଆ ଚାକିରି ଖୋଜିବା ଆରମ୍ଭ କରିଛନ୍ତି।
  17. ରାଜ୍ୟରେ ୧୧ ହଜାର ୯୨୯ ସ୍କୁଲ ଘର ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ବିଧାନସଭାରେ ପ୍ରକାଶ କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରକାଶ କରିଛନ୍ତି।
  18. ଦୂରଦର୍ଶନର ଚର୍ଚ୍ଚିତ ଧାରାବାହିକ ‘ନୁକ୍କଡ଼’ରେ ଖୋପଡ଼ି ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସମୀର ଖଖର୍‌ଙ୍କର ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି।
  19. ‘ଗ୍ୟାସ୍‌ଲାଇଟ୍‌’ର ଟ୍ରେଲର ରିଲିଜ୍‌ ହୋଇଛି। ଟ୍ରେଲର ରିଲିଜ୍‌ ହେଉ ହେଉ ସାମାଜିକ ଗଣମାଧ୍ୟମରେ ଟ୍ରେଣ୍ଡ୍‌ କରୁଛି।
  20. ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ଟ୍ରୁ-୫ଜି ସେବାର ଆରମ୍ଭ କରାଯାଇଥିବା ଘୋଷଣା କରାଯାଇଛି। ଏଥିସହିତ ଟ୍ରୁ-୫ଜିର ସୁବିଧା ସାରା ଓଡ଼ିଶାର ୧୭ଟି ସହରରେ ପହଂଚିପାରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.