• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୭୦,୫୦୦ କୋଟି କୋଟିରୁ ଅଧିକ ଟଙ୍କାର ପ୍ରତିରକ୍ଷା ପ୍ରସ୍ତାବକୁ ଗୁରୁବାର ଅନୁମୋଦନ ମିଳିଛି। ଏଥିରେ ଆତ୍ମନିର୍ଭର ଭାରତ ଯୋଜନା ଅଧିନରେ ସଶସ୍ତ୍ର ବାହିନୀ ପାଇଁ ବିଭିନ୍ନ ଅସ୍ତ୍ରଶସ୍ତ୍ର କିଣାଯିବ। ପାଖାପାଖି ବିଗତ ୩ ବର୍ଷ ଧରି ଚାଲିଥିବା ଏହି ନୂତନ ଅସ୍ତ୍ରଶସ୍ତ୍ର କ୍ରୟ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।
  2. ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ଅବକାରୀ ନୀତି ମନି ଲଣ୍ଡରିଂ ମାମଲାରେ ବିଆର୍‌ଏସ୍‌ ନେତ୍ରୀ କେ କବିତାଙ୍କୁ ମାର୍ଚ୍ଚ ୨୦ ତାରିଖ ପାଇଁ ପୁଣି ଥରେ ଆଉ ଏକ ନୂଆ ସମନ ଜାରି କରିଛି।
  3. କଂଗ୍ରେସ ନେତା ରାହୁଲ ଗାନ୍ଧି ଲଣ୍ଡନରେ ତାଙ୍କ ବୟାନକୁ ନେଇ ସୃଷ୍ଟି ହୋଇଥିବା ବିବାଦକୁ ନେଇ ଗୁରୁବାର ଦିନ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ ସେ ସଂସଦରେ ନିଜର ବୟାନ ରଖିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଏଥିପାଇଁ ଅନୁମତି ଦେବେ ନାହିଁ ।
  4. ଦଶ ବର୍ଷରୁ ଅଧିକ ପୁରୁଣା ଟ୍ରାକ୍ଟରଗୁଡ଼ିକୁ ସ୍କ୍ରାପ୍ କରାଯିବା ନେଇ ସୋସିଆଲ ମିଡିଆରେ ଯେଉଁ ଖବର ପ୍ରଚାର ହେଉଛି ତାହା ମିଛ ଓ ଭିତ୍ତିହୀନ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ସ୍ପଷ୍ଟ କରିଛି।
  5. ବାଣିଜ୍ୟ ଓ ପରିବହନ ବିଭାଗ ଆରମ୍ଭ କରିଛି ଏକ ଅଭିନବ ଯୋଜନା। ହିନ୍ଦୁ ଧର୍ମରେ ସମୃଦ୍ଧିର ପ୍ରତୀକ ମାତା ଲକ୍ଷ୍ମୀଙ୍କ ନାମାନୁସାରେ ଏହି କାର୍ଯ୍ୟକ୍ରମର ନାମ ରଖାଯାଇଛି ‘ଲକ୍ଷ୍ମୀ’। ଏହି କାର୍ଯ୍ୟକ୍ରମ କେବଳ ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ପରିବହନ ସୁନିଶ୍ଚିତ କରିବ ନାହିଁ ବରଂ ରାସ୍ତା ଓ ସେତୁ ନିର୍ମାଣ ତଥା ମରାମତି କାର୍ଯ୍ୟକୁ ଗୁରୁତ୍ୱ ଦେବ। ସେହିପରି କାର୍ଯ୍ୟକ୍ରମ ଜରିଆରେ ବିଜୁ ଗାଁ ଗାଡ଼ି ଯୋଜନାକୁ ପୁନରୁଦ୍ଧାର କରାଯିବ।
  6. କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୦ଟି ବୈଷୟିକ କର୍ମଚାରୀ(ଟେକ୍ନିକାଲ୍‌ ଷ୍ଟାଫ୍‌) ପଦ ଖାଲି ପଡ଼ିଛି । ଦେଶର ୪୫ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୨ହଜାରରୁ ଅଧିକ ପଦ ଖାଲି ଥିବାବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୧୦ଟି ପଦ ଖାଲି ପଡ଼ିଛି । ଓଡ଼ିଶାର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ୮୭ଟି ଶିକ୍ଷକ ପଦ ଓ ୯୫ଟି ଅଣଶିକ୍ଷକ କର୍ମଚାରୀ ପଦ ଲାଗି ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
  7. ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଡ୍ରାଇଭର ମହାସଂଘ। ଡ୍ରାଇଭର ମହାସଂଘ ଆନ୍ଦୋଳନର ଦ୍ବିତୀୟ ଦିନରେ ବିଭିନ୍ନ ସ୍ଥାନରେ ଉଗ୍ରରୂପ ଧାରଣ କରିଥିଲା। ତେବେ ଏହାରି ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମୂଖ୍ୟ ଶାସନ ସଚିବ।
  8. ଓଡ଼ିଶା ସରକାରଙ୍କ ପକ୍ଷରୁ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସମ୍ପର୍କରେ ସର୍ଭେ ଆରମ୍ଭ ହେବାକୁ ଯାଉଛି । ଯେଉଁଥିରେ ପଛୁଆ ବର୍ଗର ଲୋକ ନିଜର ସମସ୍ତ ତଥ୍ୟ ରାଜ୍ୟସରକାରଙ୍କୁ ଦେଇ ପାରିବେ। ପୂର୍ବରୁ କେନ୍ଦ୍ର ସରକାର ଜନଗଣନାରେ ପଛୁଆ ବର୍ଗଙ୍କୁ ଗୁରୁତ୍ବ ଦେଉ ନ ଥିବାରୁ ରାଜ୍ୟସରକାର ଏହି ସର୍ଭେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
  9. ସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ  ହୋଇଛି। ଅରୁଣାଚଳ ପ୍ରଦେଶ ଦିରାଙ୍ଗର ବୋମଦିଲାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ଉକ୍ତ ହେଲିକପ୍ଟରଟି କ୍ରାସ୍ ହୋଇ ଜଳିଯାଇଛି
  10. ରାଜ୍ୟରେ ଅନ୍ତର୍ଜାତୀୟ ଜଳପଥ ବନ୍ଦର ନାହିଁ । ୧୪ଟି ସାମୁଦ୍ରିକ ବନ୍ଦର ପାଇଁ ସ୍ଥାନ ନିରୁପଣ ହୋଇଛି। ଏଥିରୁ ଧାମରା ଓ ଗୋପାଳପୁରରେ ଦୁଇଟି ଅଣବୃହତ ବନ୍ଦର କାର୍ୟ୍ୟକ୍ଷମ ରହିଛି। ସୁବର୍ଣ୍ଣପୁର ଓ ଅସ୍ତରଙ୍ଗ ମୁହାଣରେ ବନ୍ଦର କାମ ଚାଲିଛି। ବାକି ୧୦ଟାରୁ ବାଲେଶ୍ୱର ଜିଲ୍ଲାର ବିଚିତ୍ରପୁର, ଚାନ୍ଦିପୁର, ଇଞ୍ଚୁଡ଼ି ସହ ଭଦ୍ରକ, ପୁରୀ ଓ ଗଞ୍ଜାମରେ ଅଣବୃହତ ବନ୍ଦର ନିର୍ମାଣ ହେବ।
  11. ରାଜ୍ୟରେ ଶୁଭାରମ୍ଭ ହେଉଛି “ବାଲ୍ ଆଧାର”। ଶିଶୁଙ୍କ ଜନ୍ମ ପରେ ପରେ ଆଧାର କାର୍ଡ ସଂଯୁକ୍ତ ସହ ଜନ୍ମ ପଞ୍ଜିକରଣ କରାଯିବ। ଆଧାର ସଂଯୋଗ ଦ୍ବାରା ସରକାରୀ ସେବା ପାଇବା ସହଜ ହେବ। ଶିଶୁ ଜନ୍ମ ହୋଇଥିବା ଚିକିତ୍ସାଳୟ ସହ ଯୋଗାଯୋଗ କରି ବାଲ୍ଆଧାର ପ୍ରାପ୍ତ କରନ୍ତୁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
  12. ଟାଟା କନସଲଟାନ୍ସି ସର୍ଭିସେସ୍ (ଟିସିଏସ୍)ର ଶୀର୍ଷ ଅଧିକାରୀ ସ୍ତରରେ ପରିବର୍ତ୍ତନ ହୋଇଛି । କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରାଜେଶ ଗୋପୀନାଥ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନୀ ପକ୍ଷରୁ ଗୁରୁବାର ଜାରି ବିବୃତିରେ ଏହି ସୂଚନା ଦିଆଯାଇଛି ।
  13. ସେଣ୍ଟ୍ରାଲ୍‌ ବ୍ୟାଙ୍କିଙ୍ଗ୍‌ ପକ୍ଷରୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସେ କୋଭିଡ୍ ମହାମାରୀ, ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ଭଳି ବହୁ ଆହ୍ବାନକୁ ସଫଳତାର ସହ ମୁକାବିଲା କରିଛନ୍ତି।
  14. ଶିଳ୍ପପତି ଅନିଲ ଅଗ୍ରୱାଲ୍‌ଙ୍କ ନେତୃତ୍ବାଧୀନ ବେଦାନ୍ତ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ୍‌କୁ ୧୦୦ ନିୟୁତ ଡଲାର ପରିଶୋଧ କରି ଏହାର ବନ୍ଧକ ସେୟାରକୁ ମୁକୁଳାଇଛି।
  15. ଦୀପକ ମହାନ୍ତିଙ୍କୁ ପେନ୍‌ସନ୍ ପାଣ୍ଠି ନିୟାମକ ଓ ବିକାଶ କର୍ତ୍ତୃପକ୍ଷ (ପିଏଫ୍‌ଆର୍‌ଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି।
  16. ନ୍ୟୁଜିଲାଣ୍ଡରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ।  ନ୍ୟୁଜିଲାଣ୍ଡ୍‌ର କେରମାଡେକ୍‌ ଦ୍ୱୀପରେ ୭.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି.. ଏହାପରେ ସେଠାରେ ସୁନାମୀ ସତର୍କତା ଜାରି କରାଯାଇଛି।
  17. ଟ୍ରପିକାଲ ସାଇକ୍ଲୋନ ‘ଫ୍ରେଡି’ ଦକ୍ଷଣ-ପୂର୍ବ ଆଫ୍ରିକାର ମାଲ୍ୟାରେ ଭୟଙ୍କର ରୂପ ଦେଖାଇଛି । ଏହି ଘୂର୍ଣ୍ଣିଝଡ଼ରେ ମାଲ୍ୟାରେ ୩୦୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଲ୍ୟାଣ୍ଡଲକ ହୋଇଥିବା ଦେଶର ବିପର୍ଯ୍ୟୟ ପରିଚାଳନା ବିଭାଗର ଉଦ୍ଦେଶ୍ୟରେ ସିଏନଏନ ଏହି ସୂଚନା ଦେଇଛି ।
  18. ଦିଲ୍ଲୀ ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାରରୁ ଆରମ୍ଭ ହେବାକୁ ଯାଉଛି। ବଜେଟ ଅଧିବେଶନର ପ୍ରଥମ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ନିଜର ଅଭିଭାଷଣ ରଖିବେ।
  19. ପାଠପଢ଼ା ପାଇଁ ଭାରତରୁ କାନାଡା ଯାଇଥିବା ୭୦୦ ଛାତ୍ରୀଛାତ୍ରଙ୍କୁ ଦେଶ ଛାଡ଼ିବା ପାଇଁ କାନାଡିଆନ୍‌ ବର୍ଡର୍‌ ସିକ୍ୟୁରିଟି ଏଜେନ୍ସି (ସିବିଏସ୍‌ଏ) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।
  20. ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡରୁ ଦେଶ ରାଜ୍ୟ ସହ ବିଶ୍ୱରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ‘ଗୋଲାପୀ ଗ୍ୟାଙ୍ଗ’ର ଜିନିଷ ବର୍ତ୍ତମାନ ଲଣ୍ଡନର ବ୍ରିଟିଶ୍‌ ମ୍ୟୁଜିୟମ୍‌ରେ ରଖାଯିବ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.