• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଉତ୍ତର କୋରିଆ ପୂର୍ବ ଉପକୂଳ ସମୁଦ୍ରକୁ ୨ଟି ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା କଥା ଦକ୍ଷିଣ କୋରିଆ ସେନା କହିଛି। ନିଜ ସମୁଦ୍ର ଉପକୂଳବର୍ତ୍ତି ଅଞ୍ଚଳ ଏବଂ ଜାପାନ ସାଗରରୁ ଅଳ୍ପ ଦୂରରେ ଏହି ମିସାଇଲ୍ ପରୀକ୍ଷଣ ହୋଇଛି ।

  2. ପୁଣି ଥରେ ଉପରମୁହାଁ ହୋଇଛି କରୋନା ସଂକ୍ରମଣ । ୫ ମାସ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ଶହ ଅତିକ୍ରମ କରିଛି । ରବିବାର ଦେଶରେ ୧୮୯୦ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଆକ୍ସନ୍ ମୋଡକୁ ଆସିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

  3. ରାହୁଲ ଦିଲ୍ଲୀର ୧୨ ତୁଗଲକ୍ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରୁହନ୍ତି। ରାହୁଲ ଗାନ୍ଧୀଙ୍କୁ ୨୨ ଏପ୍ରିଲ ସୁଦ୍ଧା ସରକାରୀ ବାସଭବନ ଖାଲି କରିବାକୁ ପଡିବ। ଲୋକସଭାର ଗୃହ କମିଟି ନୋଟିସ୍ ଅନୁଯାୟୀ ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲ ଗାନ୍ଧୀଙ୍କୁ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିବ।

  4.  ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରୁ ୨୦ ଲକ୍ଷ ମେଟ୍ରିକ ଟନ୍ ବଳକା ଚାଉଳ କେନ୍ଦ୍ର ଉଠାଇବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  କେନ୍ଦ୍ର ମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୨୨-୨୩ ଖରିଫ ମାର୍କେଟିଂ ଋତୁରେ ୧୭ ଲକ୍ଷ ମେଟ୍ରିକ ଟନ ଉଷୁନା ଓ ୩ ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ବଳକା ରହିଛି।

  5. ଓଡିଶା ଗ୍ରାମ୍ୟ ଗୃହ ନିର୍ମାଣ ନିଗମ(ORHDC) ଦୁର୍ନୀତି ମାମଲାରେ ପୂର୍ବତନ ଆଇ.ଏ.ଏସ୍ ବିନୋଦ କୁମାରଙ୍କୁ ଷଷ୍ଠ ଥର ପାଇଁ ସଜା ଣୁଣାଇଛନ୍ତି ଭିଜିଲାନ୍ସ ସ୍ପେଶାଲ ଜଜ୍‌। ୩ ବର୍ଷ ଲେଖାଏ ସଶ୍ରମ କାରାଦଣ୍ଡ ସହ ତାଙ୍କୁ ୫୦ ହଜାର ଟଙ୍କାର ଜରିମାନା କରାଯାଇଛି ।

  6. ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ୨୫ ହାଜର ଟଙ୍କା ପର୍ଯ୍ଯନ୍ତ ମଧ୍ୟ ଫାଇନ ଦେବାକୁ ପଡ଼ିବ। ଏହା ସହ ଗାଡି ମାଲିକ କିମ୍ବା ଅଭିଭାବକଙ୍କୁ ଜେଲ ଦଣ୍ଡଭୋଗିବାକୁ ମଧ୍ଯ ପଡିପାରେ। ଏଥିସହ ୨୫ ବର୍ଷ ପର୍ଯ୍ଯନ୍ତ ସମ୍ପୃକ୍ତ ନବାଳକଙ୍କୁ ମିଳିବନି ଗାଡି ଲାଇସେନ୍ସ ।

  7. ଇସ୍ରାଏଲରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ନ୍ୟାୟିକ ସଂସ୍କାର ବିଲକୁ ବିରୋଧ କରି ସମଗ୍ର  ଇସ୍ରାଏଲରେ ଆନ୍ଦୋଳନ ବ୍ୟାପିବାରେ ଲାଗିଛି ।

  8. ସାବରମତୀ ଜେଲରୁ ନୈନି ଜେଲ ପର୍ଯ୍ୟନ୍ତ ମାଫିଆ ଡନ ଅତୀକ ଅହମ୍ମଦର ୧୨୭୦ କିଲୋମିଟର ଦୀର୍ଘ ଯାତ୍ରା ଶେଷ ହୋଇଛି । ତେବେ ଏହି ଯାତ୍ରା  ସମୟରେ ସେ ଅତ୍ୟନ୍ତ ବିବ୍ରତ ଓ ଆତଙ୍କିତ ଅବସ୍ଥାରେ ଥିଲା ।

  9. ଉତ୍ତରପ୍ରଦେଶର ଆଗାମୀ ସହରାଞ୍ଚଳ ପୌର ନିର୍ବାଚନରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ସୁପ୍ରିମକୋର୍ଟ ସୋମବାର (ମାର୍ଚ୍ଚ 27, 2023) ଅନୁମତି ଦେଇଛନ୍ତି।

  10. ୨୦୦୨ର ଗୋଧ୍ରା ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲକିସ୍‌ ବାନୋଙ୍କ ଦ୍ୱାରା ଦାୟର ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାର, ଗୁଜରାଟ ସରକାର ଏବଂ ଅନ୍ୟମାନଙ୍କୁ ଜବାବ ମାଗିଛନ୍ତି।

  11. ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା ହୋଇଥିବା ଆତିକ୍‌ ଅହମଦ୍‌ଙ୍କୁ ଉତ୍ତର ପ୍ରଦେଶର ପ୍ରୟାଗରାଜକୁ ନେଉଥିବା ଗାଡ଼ି ସଙ୍ଗରେ ଯାଉଥିବା ପୁଲିସ ଗାଡ଼ିମାନଙ୍କ ମଧ୍ୟରୁ ଗୋଟିଏ ଗାଡ଼ି ଆଜି ଶିବପୁରୀରେ ଏକ ଗାଈକୁ ଧକ୍କା ଦେଇ ମାରିଥିବା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

  12. ବରିଷ୍ଠ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରାପ୍ପାଙ୍କ ଶିବମୋଗାର ଶିକାରୀପୁରସ୍ଥିତ ବାସଭବନ ଉପରେ ଟେକାପଥର ମାଡ଼ ହୋଇଛି । ସଂରକ୍ଷଣ ପ୍ରସଙ୍ଗକୁ ବିରୋଧ କରୁଥିବା ବଞ୍ଜାରା ସମ୍ପ୍ରଦାୟର ଲୋକେ ତାଙ୍କ ଘର ଉପରକୁ ପଥର ଫିଙ୍ଗିଥିଲେ।

  13. କର୍ଣ୍ଣାଟକ ସୋପ୍ସ ଆଣ୍ଡ ଡିଟରଜେଣ୍ଟସ୍‌ ଲିମିଟେଡ (କେଏସଡିଏଲ)ର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକ ମଦଲ ବିରୁପାକ୍ଷପ୍ପାଙ୍କୁ ଲାଞ୍ଚ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶନାମା ବଳରେ ଗିରଫ କରାଯାଇଛି।

  14. ନୟାଗଡ ରିଜର୍ଭ ଅଫିସରେ ୨୦୧୫ରେ ହୋଇଥିବା ମାଓବାଦୀ ଆକ୍ରମଣ ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲା ଓ ଦୌରାଜଜ ଏହି ମାମଲାର ବିଚାର କରି ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

  15. ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ କୌଣସି ଆକାଉଣ୍ଟଧାରୀଙ୍କୁ ଠକ ଘୋଷଣା କରିବା ପୂର୍ବରୁ ବ୍ୟାଙ୍କଗୁଡ଼ିକ ମଧ୍ୟ ସେମାନଙ୍କ ପକ୍ଷ ଶୁଣିବା ଉଚିତ। ଋଣ ନେଇଥିବା ବ୍ୟକ୍ତିଙ୍କ କଥା ମଧ୍ୟ ଶୁଣିବା ଆବଶ୍ୟକ।

  16. ଚାରିଟି ରାଜ୍ୟର ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକ ପାଇଁ ବିଚାରବିମର୍ଶ ଜାରିରହିଛି। ଏହାକୁ ଦୃଷ୍ଟିରେ ରଖି ପୋଲାଭରମ ପ୍ରକଳ୍ପ ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରାଯାଇ ନାହିଁ। ତେଣୁ ମାମଲାର ଶୁଣାଣିକୁ ଆଉ ତିନିମାସ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ସୁପ୍ରିମକୋର୍ଟଙ୍କୁ ପତ୍ରଲେଖି ଅନୁରୋଧ କରିଛି ।

  17. ଓଡ଼ିଶାର ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪୫ ହଜାର ୪୦୬ଟିରେ ମୋବାଇଲ୍‌ ସେବା (ନେଟୱାର୍କ) ଉପଲବ୍ଧ ଅଛି ।

  18. କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ଏବଂ ଆଦାନୀ ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରି ସୋମବାର ଦିନ ବି‌ରୋଧୀ ନେତାମାନେ ସଂସଦରେ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ଆନ୍ଦୋଳନ କରିଛନ୍ତି।

  19. ଭୁବନେଶ୍ବର ବିମାନବନ୍ଦରକୁ ଲିଜ‌୍‌ରେ ଦିଆଯିବ। ନ୍ୟାସନାଲ ମନିଟାଇଜେସନ୍‌ ପାଇପ୍‌ଲାଇନ୍‌ (ଏମ୍‌ଏନ୍‌ପି) ଅନୁଯାୟୀ କେନ୍ଦ୍ର ସରକାର ଭୁବନେଶ୍ବର ବିମାନବନ୍ଦରକୁ ଲିଜ୍ ସୂତ୍ରରେ ପ୍ରଦାନ କରିବେ ବୋଲି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ) ନିଷ୍ପତ୍ତି ନେଇଛି।

  20. କୋଲକାତା ନାଇଟରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଚଳିତ ସଂସ୍କରଣ ପାଇଁ ନୂଆ ଅଧିନାୟକଙ୍କ ନାଁ ଘୋଷଣା କରିଦେଇଛି । ଦିଲ୍ଲୀର ବାମହାତୀ ବ୍ୟାଟ୍ସମ୍ୟାନ ନୀତିଶ ରାଣା ଚଳିତ ସିଜିନରେ ଦଳର ନେତୃତ୍ୱ ନେବେ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.