• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରୁଷିଆରୁ ୟୁରୋପ ଯାଇଥିବା ନର୍ଡ ଷ୍ଟ୍ରିମ- ୧ ଏବଂ ନର୍ଡ ଷ୍ଟ୍ରିମ-୨ ଗ୍ୟାସ ପାଇପ ଲାଇନଗୁଡିକରେ ଭଙ୍ଗାରୁଜା ସମ୍ପର୍କରେ ରୁଷିଆ ଏକ ଅନ୍ତର୍ଜାତୀୟ ତଦନ୍ତ ଦାବି କରିଥିଲା । ଏଥିପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ଏକ ପ୍ରସ୍ତାବ ମଧ୍ୟ ଆଣିଥିଲା। କିନ୍ତୁ ୟୁଏନଏସସି ଏହି ପ୍ରସ୍ତାବକୁ ସମର୍ଥନ କରି ନାହିଁ। ।

  2. ଫ୍ରାନ୍ସରେ ଏଣିକି ପିଲାଙ୍କ ଫଟୋ ବା ଭିଡିଓକୁ ବାପା ଓ ମା’ମାନେ ସୋସିଆଲ ମିଡିଆରେ ସେୟାର କରିପାରିବେ ନାହିଁ । ଏମିତି ଏକ କଟକଣା ଲାଗୁ କରାଯାଇଛି ।

  3. ୟୁକ୍ରେନ ଓ ଚୀନରୁ ଫେରୁଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଆଶ୍ବସ୍ତିଭରା ଖବର । କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମ୍ କୋର୍ଟଙ୍କୁ ଜଣାଇଛନ୍ତି ଯେ ଏସବୁ ଛାତ୍ରଛାତ୍ରୀଙ୍କୁ ଏମବିବିଏସ୍ ଫାଇନାଲ୍ ପରୀକ୍ଷା (ଭାଗ ୧ ଏବଂ ଭାଗ ୨ ଥିଓରି ଓ ପ୍ରାକ୍ଟିକାଲ )ରେ ଉତ୍ତୀର୍ଣ୍ଣ ହେବାର ସୁଯୋଗ ଦିଆଯିବ।

  4. ଉମେଶ ପାଲ ଅପହରଣ ମାମଲାରେ ଆଜି ପ୍ରୟାଗରାଜର ଏମପି-ଏମଏଲଏ କୋର୍ଟ ମାଫିଆ ଅତୀକ ଅହମ୍ମଦ ସମେତ ତିନିଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଉ ଏହାର କିଛି ସମୟ ପରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

  5. ନକଲି ଔଷଧ ପ୍ରସ୍ତୁତ କରୁଥିବା ଅଭିଯୋଗରେ ୧୮ଟି ଔଷଧ କମ୍ପାନୀର ଲାଇସେନ୍ସ ବାତିଲ କଲେ କେନ୍ଦ୍ର ସରକାର | ଆଜି ଭାରତ ସରକାର ୧୮ଟି ଫାର୍ମା କମ୍ପାନୀ ଉପରେ ଆକ୍ସନ ନେଇ ଲାଇସେନ୍ସ ବାତିଲ କରିବା ସହ ଔଷଧ ନିର୍ମାଣ ଉପରେ ରୋକ ଲଗାଇଛନ୍ତି |

  6. ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପରିବାର ପାଇଁ କିଛି କରିନାହାଁନ୍ତି, କିନ୍ତୁ ତାଙ୍କ ସାଙ୍ଗମାନଙ୍କ ପାଇଁ ବହୁତ କିଛି କରିଛନ୍ତି | ଆଦାନୀ ମାମଲାକୁ ନେଇ ସେ ମୋଦୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି।

  7. ଏକ ମାସବ୍ୟାପୀ କାର୍ଯ୍ୟକ୍ରମ ସମୟରେ ମାସେବ୍ୟାପୀ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିଯୋଗିତା ଆୟୋଜନ ସହ ଏପ୍ରିଲ ୨୭ ରୁ ୨୯ ତାରିଖ ତିନି ଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ମେ’ ଫେୟାର ହୋଟେଲରେ ‘ଶିକ୍ଷା ଓ୍ୱାର୍କିଂ ଗ୍ରୁପ’ର ତୃତୀୟ ବୈଠକ ଆୟୋଜନ କରାଯିବ। ଏଥିରେ ଜି-୨୦ ସମୂହ ଦେଶର ପ୍ରତିନିଧିମଣ୍ଡଳୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

  8. ପଶ୍ଚିମବଙ୍ଗର କୋଲକାତା ହାଇକୋର୍ଟ କେନ୍ଦ୍ର ଗୃହ ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକଙ୍କ କାରକେଡ ଉପରେ ହୋଇଥିବା ଆକ୍ରମଣକୁ ନେଇ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

  9. କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ  ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇ ପାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖକୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ଥିଲା। 

  10. ଏଣିକି କେଦାରନାଥ ଓ ବଦ୍ରିନାଥଙ୍କ ସ୍ୱତନ୍ତ୍ର ଦର୍ଶନ ପାଇଁ ୩୦୦ଟଙ୍କା ଦେବାକୁ ପଡିବ । ଶ୍ରୀବଦ୍ରିନାଥ-କେଦାରନାଥ ମନ୍ଦିର କମିଟି ଏହି ଘୋଷଣା କରିଛନ୍ତି ।  ଏଥିସହିତ କେଦାରନାଥରେ ୧୦୦ କିଲୋଗ୍ରାମର ଏକ ତ୍ରିଶୁଳ ସ୍ଥାପନା କରାଯିବା ମଧ୍ୟ ସୂଚନା ରହିଛି ।

  11. ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଜନୀତିରେ ସବରକରଙ୍କ ନାମ କିପରି ବଦନାମ ହେଉଛି ତାହା ଦେଖିବା ଅତ୍ୟନ୍ତ ଦୁଃଖଦାୟକ। ମହାରାଷ୍ଟ୍ରରେ ମଧ୍ୟ ସବରକାରଙ୍କ ନାମରେ ରାଜନୀତି ଚାଲିଛି। ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣଙ୍କ ସ୍ୱାର୍ଥ ପାଇଁ ସବରକର ନାମ ବ୍ୟବହାର କରନ୍ତୁ ନାହିଁ ବୋଲି ରଣଜିତ୍ ସବରକର କହିଛନ୍ତି।

  12. ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ୨୦୨୩ ବିଲ୍‌‌ ଗତକାଲି ଅର୍ଥାତ ସୋମବାର ବିଧାନସଭାରେ ଆଗତ ହୋଇଛି। ଆଗକୁ ଘର କିଣାବିକା କ୍ଷେତ୍ରରେ ଆପାର୍ଟମେଣ୍ଟ୍‌‌ ମାଲିକାନା ଆଇନ ୧୯୮୨ ବଦଳରେ ଏହି ନୂଆ ଅଧିନିୟମ ଲାଗୁ ହେବ।

  13. ସୋମବାର ଟେନେସିର ନ୍ୟାସଭିଲେରେ ଏକ ସ୍କୁଲରେ ଆକ୍ରମଣକାରୀ ଆଖିବୁଜା ଗୁଳିମାଡ଼ କରିଥିଲା ଯେଉଁଥିରେ ୩ ଶିଶୁଙ୍କ ସମେତ ମୋଟ ୬ ଜଣ ମୃତ୍ୟୁବରଣ କରିଛନ୍ତି ।

  14. କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ (ଇପିଏଫଓ) କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ୍‌‌ (ଇପିଏଫ)ର ସୁଧ ହାର ୨୦୨୨-୨୩ ପାଇଁ ୮.୧୫ ପ୍ରତିଶତ ବୃଦ୍ଧି ପାଇଛି । ପୂର୍ବରୁ ଇପିଏଫଓର ସୁଧ ହାର ୮.୦୧ ପ୍ରତିଶତ  ଥିଲା।

  15. ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଭୁବନେଶ୍ବରସ୍ଥିତ କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲା ସରକାରୀ ହସ୍‌ପିଟାଲର ନିର୍ଦ୍ଦେଶକଙ୍କ ସମେତ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଏବଂ ସରକାରୀ ମେଡିକାଲ କଲେଜ ହସ୍ପିଟାଲର ଅଧୀକ୍ଷକଙ୍କୁ ଚିଠି ଲେଖି କୋଭିଡ୍ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  16. ରୁଷିଆର ମାନବ ବିହୀନ ସ୍ପେସ କ୍ୟାପସୁଲ ସୋୟୁଜ ଏମଏସ -୨୨ ନିରାପଦରେ ପୃଥିବୀକୁ ଫେରିଛି। ଏହି କ୍ୟାପସୁଲର କୁଲାଣ୍ଟ ଲିକ ହୋଇଯାଇଥିଲା। ଏହା ଅନ୍ତର୍ଜାତୀୟ ସ୍ପେସ ଷ୍ଟେଶନ ସହିତ ସଂଯୁକ୍ତ ଥିଲା।

  17. ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି କାନାଡାର ବର୍ନାବିସ୍ଥିତ ଏକ ବିଶ୍ୱବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରାଯାଇଥିଲା। ଭାନକୋଭରରେ ଥିବା ଭାରତୀୟ ଦୂତାବାସ ମଙ୍ଗଳବାର ଏ ବିଷୟରେ ସୂଚନା ଦେଇଛନ୍ତି।

  18. ଆମେରିକା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ମାମଲା ଉପରେ ନଜର ରଖିଛି ବୋଲି ଆମେରିକାର ବୈଦେଶିକ ବିଭାଗର ଉପମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି।

  19. ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା(୮୭) ଜଣେ ୮ ବର୍ଷୀୟ ବାଳକଙ୍କୁ ଜଣେ ଆଧ୍ୟାତ୍ମିକ ନେତାଙ୍କ ଅବତାର ମାନ୍ୟତା ପ୍ରଦାନ କରିଛନ୍ତି।

  20. ମୁମ୍ବାଇ ମହିଳା ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁପିଏଲ୍‌)ର ପ୍ରଥମ ସଂସ୍କରଣରେ ଚମ୍ପିଆନ୍‌ ହୋଇଥିବା ମୁମ୍ବଇ ଇଣ୍ଡିଆନ୍‌ସ ଦଳର ଅଧିନାୟିକା ହରମନପ୍ରୀତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଏହା ତାଙ୍କୁ ଏକ ସ୍ବପ୍ନ ପରି ଲାଗୁଛି।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.