• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଜି ଦିଲ୍ଲୀର ରାମଲୀଳା ମଇଦାନରେ କିଷାନ ମହାପଞ୍ଚାୟତ ହେବ। ଏସ୍‌କେଏମ୍‌ ( ସଂଯୁକ୍ତ କି‌ଷାନ ମୋର୍ଚ୍ଚା) କହିଛି ଦେଶବ୍ୟାପୀ ଲକ୍ଷାଧିକ କୃଷକ ଏବେ ଦିଲ୍ଲୀମୁହାଁ ହୋଇଛନ୍ତି। ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦାବିରେ କୃଷକମାନେ କିଷାନ ମହାପଞ୍ଚାୟତରେ ଯୋଗ ଦେବେ।
  2. ଭାରରତ ମିଲେଟ ମ୍ୟାନନ ଭାବେ ପରିଚିତ ପିଭି ସତୀଶଙ୍କ ୭୭ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପିଭି ସତୀଶ ହେଉଛନ୍ତ ଡେକାନ ଡେଭଲପମେଣ୍ଟ ସୋସାଇଟି(ଡିଡିସି)ର ପ୍ରତିଷ୍ଠାତା।
  3. ୟୁକ୍ରେନ୍ ଗଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍। ତାଙ୍କ ବିରୋଧରେ ଆଇସିସି ଗିରଫ ୱାରେଣ୍ଟ ଜରି କରିଥିଲେ ମଧ୍ୟ ଏହାକୁ ସେ ଖାତିର କରିନାହାନ୍ତି। ୟୁକ୍ରେନ୍‌ର ମାରିୟୁପୋଲକୁ ପୁଟିନ୍ ସର୍‌ପ୍ରାଇଜ ଭିଜିଟ୍ କରିଛନ୍ତି। ଗତ ଏକ ବର୍ଷରୁ ଅଧିକ ସମୟ ହେଲା ୟୁକ୍ରେନ୍‌-ରୁଷ ଯୁଦ୍ଧ ଜାରି ରହିଥିବା ବେଳେ ପ୍ରଥମ ଥର ପାଇଁ ପୁଟିନ ୟୁକ୍ରେନ୍‌କୁ ଗସ୍ତ କରିଛନ୍ତି।
  4. ସରକାରୀ ଜୀବନ ବୀମା କଂପାନି ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ପୂର୍ବକାଳୀନ ଅଧ୍ୟକ୍ଷ ଲାଗି ଖୁବ୍‌ଶୀଘ୍ର ପ୍ରାର୍ଥୀ ଖୋଜା କାର୍ଯ୍ୟ ଆରମ୍ଭ ହେବ। ବର୍ତ୍ତମାନ ଏହି ପଦରେ ଓଡ଼ିଆ ଅଧିକାରୀ ସିଦ୍ଧାର୍ଥ ମହାନ୍ତି କାର୍ଯ୍ୟ କରୁଛନ୍ତି।
  5. ଚଳିତ ଆର୍ଥିକ ବର୍ଷରେ ଏପ୍ରିଲ-ଫେବୃଆରୀ ମଧ୍ୟରେ ଭାରତରେ ବିଦ୍ୟୁତ ଚାହିଦା ୧୦ ପ୍ରତିଶତ ବୃଦ୍ଧି ହୋଇ ୧୩୭୫.୫୭ ବିଲିୟନ ୟୁନିଟ ରେ ପହଞ୍ଚିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ବିଦ୍ୟୁତ୍ ଯୋଗାଣଠାରୁ ଏହି ସଂଖ୍ୟା ଅଧିକ 
  6. ମହାରାଷ୍ଟ୍ରର ଥାନେ ଜିଲାର ମୀରା ରୋଡରେ ବାଗେଶ୍ୱର ଧାମର ମୁଖ୍ୟ ପୀଠାଧିଶ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ, ଆୟୋଜକମାନଙ୍କୁ ମହାରାଷ୍ଟ୍ର ପୋଲିସ ସିଆରପିସି ଧାରା-୧୪୯ ଅନ୍ତର୍ଗତ ନୋଟିସ ଜାରି କରିଛି।
  7. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ଯଦି ରାହୁଲ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହନ୍ତି ତେବେ ନରେନ୍ଦ୍ର ମୋଦିଙ୍କୁ କେହି ପରାସ୍ତ କରିପାରିବେ ନାହିଁ।
  8. ଅମ୍ରିତ୍‌ପାଲଙ୍କୁ ଧରିବା ପାଇଁ ପଞ୍ଜାବ ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଚଢ଼ାଉ ଜାରି ରହିଥିବା ବେଳେ ଗିରଫ ହୋଇଥିବା ତାଙ୍କର ୪ଜଣ ସହଯୋଗୀଙ୍କୁ ଆସାମର ଦିବ୍ରୁଗଡ଼ କେନ୍ଦ୍ରୀୟ ଜେଲକୁ ପଠାଇ ଦିଆଯାଇଛି।
  9. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ମନୀଷ ସିସୋଡିଆଙ୍କୁ ରାଜା ହରିଚନ୍ଦ୍ରଙ୍କ ସହ ତୁଳନା କରିଛନ୍ତି।
  10. କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ‘ମହିଳାଙ୍କୁ ଯୌନ ଉତ୍ପୀଡ଼ନ’ ସମ୍ପର୍କରେ ତାଙ୍କ ଭାଷଣ ସମ୍ପର୍କରେ ଦିଲ୍ଲୀ ପୋଲିସ ନୋଟିସର ଜବାବ ଦେଇଛନ୍ତି। ସେ ଦିଲ୍ଲୀ ପୋଲିସକୁ ଏକ ଲମ୍ବା ଚଉଡା ମେଲ୍‌ ପଠାଇଛନ୍ତି।
  11. କ୍ରିକେଟ ଖେଳୁଥିବା ବେଳେ ହୃଦଘାତରେ ହେଲା ଯୁବକଙ୍କ ମୃତ୍ୟୁ। ଗୁଜରାଟର ରାଜକୋଟରେ ଘଟିଛି ଏଭଳି ଘଟଣା। କ୍ରିକେଟ୍ ଖେଳୁଥିବା ସମୟରେ ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତିଙ୍କ ହୃଦଘାତରେ ମୃତ୍ୟୁ ଘଟିଛି।
  12. ଝାରସୁଗୁଡ଼ାର ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ଡେଙ୍କ ୭୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସେ ଯକୃତ ରୋଗରେ ପୀଡ଼ିତ ଥିଲେ
  13.  ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତ ହେବେ ୭ହଜାର ୪୮୩ ଜଣ ନର୍ସ । ଏଥିପାଇଁ ଲିଖିତ ପରୀକ୍ଷା ଶେଷ ହୋଇଛି । ସାରା ରାଜ୍ୟର ବିଭିନ୍ନ ସେଣ୍ଟରରେ ପରୀକ୍ଷା ଦେଇଛନ୍ତି ହଜାର ହଜାର ଆଶାୟୀ । 
  14. ସିଇଓଙ୍କ ଜୀବନ ନେଲା ଦ୍ରୁତଗାମୀ କାର୍। ମୁମ୍ବାଇର ଓର୍ଲିରେ ଘଟିଛି ଏଭଳି ଦୁଃଖଦାୟକ ଘଟଣା। ଜଣେ ୩୮ବର୍ଷୀୟ ମହିଳା ସକାଳେ ଚାଲିବା ପାଇଁ ଯାଇଥିବା ବେଳେ ତାଙ୍କୁ ଏକ ଦ୍ରୁତଗାମୀ କାର୍ ଧକ୍କା ଦେଇଥିଲା।
  15.  ଓଟିଟି ପ୍ଲାଟଫର୍ମରେ ପ୍ରସାରିତ କାର୍ଯ୍ୟକ୍ରମ ଓ ବିଷୟବସ୍ତୁ (କଣ୍ଟେଣ୍ଟ)ରେ ଅଶ୍ଳୀଳତା ଏବଂ ଗାଳିଗୁଲଜ ବଢ଼ୁଥିବାରୁ ଏହାକୁ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ, ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦ୍‌ବେଗ ପ୍ରକାଶ କରିଛନ୍ତି 
  16. ୧୫ ସମବାୟ ସମିତିରେ ବିଜେଡି ସମର୍ଥିତ ସଭାପତି ଭାବେ ମନୋନୀତି ହୋଇ ନିଯୁକ୍ତ ହୋଇଛନ୍ତି । OSCB ସଭାପତି ହୋଇଛନ୍ତି ଟି. ପ୍ରସାଦ ରାଓ ଦୋରା । OSCHC ସଭାପତି ଭାବେ ବିଶ୍ୱରଂଜନ ମହାନ୍ତି ମନୋନୀତ ହୋଇଛନ୍ତି । ସେହିପରି OCCF ସଭାପତି ହେଲେ ପ୍ରତାପ ଚନ୍ଦ୍ର ଧଳ ।
  17. ପ୍ରତିଦିନ ହରିଶଙ୍କରକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ହେଉଛି ଅନ୍ୟତମ ଆକର୍ଷଣ। ଏହି ପାର୍କ ୧୯୭୧ରେ ଦେଢ଼ଏକର ଜମିରେ ଆରମ୍ଭ ହୋଇଥିଲା। ମାତ୍ର ଆଠଟି ହରିଣ ବା ଚିଥଲ ରଖି ଏହି ପାର୍କ ଆରମ୍ଭ କରାଯାଇଥିବା ବେଳେ ୨୦୨୩ ଜାନୁୟାରୀ ୧ ତାରିଖ ସୁଦ୍ଧା ଏହି ସଂଖ୍ୟା ୫୪୧ରେ ପହଞ୍ଚିଛି।
  18. ଇକ୍ୟୁଏଡର ଏବଂ ଉତ୍ତର ପେରୁରେ ୬.୮ ସାନ୍ଦ୍ରତା ବିଶିଷ୍ଟ ଭୂକମ୍ପରେ ୧୪ ମୃତ, ଶତାଧିକ ଆହତ.. ଭୂକମ୍ପରେ ଅନେକ ଘରଦ୍ୱାର ନଷ୍ଟ, ଉଦ୍ଧାର କାର୍ଯ୍ୟ ଜାରି।
  19. ମେକ୍ସିକୋର ଏକ ସାମରିକ ୟୁନିଟ୍‌ ଉପରେ ବନ୍ଧୁକଧାରୀମାନେ ଆକ୍ରମଣ କରିବାରୁ ୨ ଜଣ ସୈନ୍ୟ ଓ ୫ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। ଗୁଳିମାଡ଼ରେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। 
  20. ଅଷ୍ଟ୍ରେଲିଆ ଦ୍ବିତୀୟ ଦିନିକିଆ.. ଅଷ୍ଟ୍ରେଲିଆ ୧୦ ୱିକେଟରେ ବିଜୟୀ। ମାତ୍ର ୧୧ ଓଭରରେ ମ୍ୟାଚ ହାତେଇଲା ଅଷ୍ଟ୍ରେଲିଆ.. ଅଷ୍ଟ୍ରେଲିଆ ଓପନରଙ୍କ ଛକା ଓ ଚୌକା ବର୍ଷା.. ଭାରତ ୧୧୭(୨୬ ଓଭର), ମାର୍ଶ ୬୬ ଓ ହେଡ ୫୧ ରନରେ ଅପରାଜିତ। ଅଷ୍ଟ୍ରେଲିଆ ୧୨୧/୦(୧୧ ଓଭର)।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.