• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡିଶା ରାଜ୍ୟର ସାମଗ୍ରିକ ବିକାଶକୁ ସକ୍ଷମ କରିବା ପାଇଁ ଏବଂ ବିଭିନ୍ନ ପର୍ଯ୍ୟଟନ ଉତ୍ପାଦ ସୃଷ୍ଟି ପାଇଁ ପୂର୍ବ ବର୍ଷର ବଜେଟ ତୁଳନାରେ ଏହି ବର୍ଷ ୬୮୦ କୋଟି ୬୩ ହଜାର ଟଙ୍କା ବଜେଟରେ ପ୍ରଦାନ କରାଯାଇଛି । ଏବଂ ପର୍ଯ୍ୟଟନ ବିଭାଗର ବର୍ଷକର ଯୋଜନାକୁ ପ୍ରକାଶ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ରାଜ୍ୟର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୪୩୦.୫୭ କୋଟି ଟଙ୍କା ଆବଣ୍ଟନ ପାଇଁ ପ୍ରସ୍ତାବ ରଖାଯାଇଛି । ପର୍ଯ୍ୟଟନ ବିଭାଗ ୧୫ଟି ପ୍ରାଥମିକ ପର୍ଯ୍ୟଟନ ସ୍ଥଳିକୁ ଚିହ୍ନଟ କରିଛି ।
  2. ମା ଙ୍କର ଏହି ପବିତ୍ର ମାସ ଅବସରରେ ରାଜ୍ୟର ତିନୋଟି ପ୍ରମୁଖ ଶକ୍ତିପୀଠ, କାକଟପୁରର ମା ମଙ୍ଗଳା, ଭୂଷୁଣ୍ଡପୁର ର ମା ଉଗ୍ରତାରା ଓ ବାଣପୁର ର ମା ଭବବତୀ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
  3. ବ୍ୟାଙ୍କର କିଛି କର୍ମଚାରୀ ଟଙ୍କା ଲୋଭରେ ଉପଭୋକ୍ତାଙ୍କ ତଥ୍ୟକୁ ସାଇବର ଠକଙ୍କୁ ବିକ୍ରି କରୁଛନ୍ତି। ସାଇବର ଠକଙ୍କୁ ୧୦୦ ଜଣ ବ୍ୟକ୍ତିଙ୍କ ଡାଟାକୁ ୫ହଜାର ଟଙ୍କାରେ ବିକ୍ରି ହେଉଛି। ଗତ ବର୍ଷ ରସୁଲଗଡ଼ରୁ ୪ଜଣ ସାଇବର ଠକଙ୍କୁ ପଚରାଉଚରା କରାଯିବା ପରେ ସେମାନେ ବ୍ୟାଙ୍କ୍‌‌ରୁ ଡାଟା କିଣି ନେଇଥିବା ସ୍ୱୀକାର କରିଥିଲେ।
  4. କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି ।
  5. ପଦ୍ମାଲକ୍ଷ୍ମୀ ହେଲେ କେରଳର ପ୍ରଥମ ଟ୍ରାନ୍ସଜେଣ୍ଡର ଆଇନଜୀବୀ । ଜଣେ ଓକିଲ ଭାବେ ତାଙ୍କ ନାଁ ରାଜ୍ୟ ବାର୍‌ କାଉନ୍‌ସିଲ୍‌ରେ ପଞ୍ଜୀକୃତ ହୋଇଛି।
  6. ମଙ୍ଗଳବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କୋର୍ଟରେ ସିଲବନ୍ଦ ଲଫାଫାର ବ୍ୟବହାରକୁ ନେଇ ଆପତ୍ତି ପ୍ରକାଶ କରିଥିଲେ। ସେ କହିଥିଲେ ଆମେ କୌଣସି ବି ଗୋପନୀୟ ଦସ୍ତାବିଜ ବା ସିଲବନ୍ଦ ଲଫାଫା ନେବୁ ନାହିଁ ଏବଂ ମୁଁ ବ୍ୟକ୍ତିଗତ ଭାବେ ଏହାର ବିରୋଧୀ ଅଟେ।ଅଦାଲତରେ ସ୍ୱଚ୍ଛତା ରହିବା ଆବଶ୍ୟକ। କୋର୍ଟରେ କୌଣସି ଗୋପନୀୟତାର ଆବଶ୍ୟକତା ନାହିଁ।
  7. ବଲିଉଡ ଅଭିନେତା ସଲମାନ ଖାନ୍‌ଙ୍କୁ ପୁଣିଥରେ ହତ୍ୟା ଧମକ ଦିଆଯାଇଛି। ବାନ୍ଦ୍ରା ଥାନାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଏବଂ ଗୋଲ୍ଡି ବ୍ରାରଙ୍କ ସଂପର୍କରେ ଉଲ୍ଲେଖ ରହିଛି।
  8. ନିରବଙ୍କୁ ୧୫୦,୨୪୭ ପାଉଣ୍ଡ (ପ୍ରାୟ ୧.୪୭ କୋଟି ଟଙ୍କା) ଜୋରିମାନା ଦେବାକୁ ଋଣ କରିବାକୁ ପଡିବ। କୋଟି କୋଟି ଟଙ୍କାର ଏହି ଋଣ ଖିଲାପକାରୀଙ୍କର ଏବେ ଦିନ ଏତେ ଖରାପରେ ଅତିବାହିତ ହେଉଛି ଯେ ତାଙ୍କ ଆକାଉଣ୍ଟରେ ବର୍ତ୍ତମାନ ମାତ୍ର ୨୩୬ ଟଙ୍କା ବାକି ଅଛି।
  9. କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ପ୍ରଫେସର ତଥା ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ଅରବିନ୍ଦ ପନଗରିଆ କହିଛନ୍ତି କୋଭିଡ-୧୯ ମହାମାରୀ ସମୟରେ ଦେଶରେ ଗରିବ ଓ ଅସମାନତା ବୃଦ୍ଧି ଦାବି କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭୁଲ।
  10. ଦିଲ୍ଲୀ ସରକାରଙ୍କ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ବଜେଟ ଏପର୍ଯ୍ୟନ୍ତ ଅନୁମୋଦନ ହୋଇନାହିଁ। ଦିଲ୍ଲୀର ବଜେଟରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ଆବଶ୍ୟକ। ଏହାପରେ ଗୃହରେ ଏହାକୁ ଉପସ୍ଥାପିତ କରାଯାଇଥାଏ। ତେବେ ମଙ୍ଗଳବାର ଅର୍ଥାତ୍‌ ମାର୍ଚ୍ଚ ୨୧ରେ ଦିଲ୍ଲୀର ବଜେଟ ଉପସ୍ଥାପିତ ହେବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଜେ୍‌ରିଓ୍ବାଲ ଏକ ଘରୋଇ ଚ୍ୟାନେଲ କାର୍ଯ୍ୟକ୍ରମରେ ଦାବି କରିଛନ୍ତି।
  11. ଭାରତୀୟ ଏୟାରଲାଇନ୍ସ ୨୦୨୪ରେ ଅଧିକ ୧୩୨ ନୂଆ ବିମାନ ସାମିଲ କରିବ। ଏହା ଦ୍ୱାରା ଘରୋଇ ଏବଂ ଅନ୍ତର୍ଜାତୀୟ ଏୟାର ଟ୍ରାଫିକ୍‌ ୨୦ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି।
  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ପିତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇ କଂଗ୍ରେସ ନେତା ପୱନ ଖେରାଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫ୍‌ଆଇଆର ଲକ୍ଷ୍ନୌର ହଜରତଗଞ୍ଜ ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଛି।ତାଙ୍କୁ ମିଳିଥିବା ଅନ୍ତରୀଣ ଜାମିନକୁ ମଧ୍ୟ ସୁପ୍ରିମକୋର୍ଟ ଏପ୍ରିଲ ୧୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
  13. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ରୌଜ୍‌ ଏଭିନ୍ୟୁ କୋର୍ଟ ସିବିଆଇ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କରିଛନ୍ତି।
  14. ପ୍ରଥମ ଥର ପାଇଁ ସୁନା ମୂଲ୍ୟ ଐତିହାସିକ ସ୍ତର ଅତିକ୍ରମ କରିଛି। ସୋମବାର ସୁନା ୧୦ ଗ୍ରାମ ପ୍ରତି ୬୦,୦୬୫ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚିଛି।
  15. ଭାରତର ୧୧୫ ଟି ସହର ମଧ୍ୟରେ ଇଣ୍ଟିଗ୍ରେଟେଡ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଟିଏମଏସ) ମାଧ୍ୟମରେ ଜାରି କରାଯାଇଥିବା ଇ-ଚାଲାଣ ସଂଖ୍ୟାରେ ଦିଲ୍ଲୀ ଶୀର୍ଷରେ ରହିଛି। ଦିଲ୍ଲୀରେ ପ୍ରାୟ ପ୍ରତିଦିନ ୧୬ ହଜାର ଇ-ଚାଲାଣ କଟୁଛି।
  16. ମିଳିତ ଜାତିସଂଘ ମହିଳା ସଂଗଠନ ମହିଳା ସ୍ଥିତି (ୟୁଏନ-ସିଏସଡବ୍ଲ୍ୟୁ) ଆୟୋଗ ପକ୍ଷରୁ ଡିଜିଟାଲ ଦୁନିଆରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଦୂର କରିବାକୁ ଆହ୍ବାନ ଦିଆଯାଇଛି। ଏକ ରିପୋର୍ଟରେ କୁହାଯାଇଥିଲା ଯେ ଭାରତରେ କେବଳ ୩୩ ପ୍ରତିଶତ ମହିଳା ଇଣ୍ଟରନେଟ ବ୍ୟବହାର କରୁଛନ୍ତି।
  17. ଚିଟଫଣ୍ଡ ଦୁର୍ନୀତି ମାମଲାରେ ସାହାରା ଗ୍ରୁପ ଅଫ୍‌ କୋଅପ‌ରେଟିଭ୍ ସୋସାଇଟି ଦ୍ବାରା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ ତତ୍ତ୍ବାବଧାନ କରିବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି।
  18. ଚିଟଫଣ୍ଡ ଦୁର୍ନୀତି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ସିସୋର ଗ୍ରୁପ ଦ୍ବାରା ଦାଖଲ କରାଯାଇଥିବା ‘ଇଣ୍ଟରଭେନସନ୍‌ ପିଟିସନ’କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।
  19. ଏଟିଏମ୍‌ରେ କେଉଁ ନୋଟ୍ ଭର୍ତ୍ତି କରାଯିବ ସେ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନିଜେ ନେଉଛନ୍ତି। ଏଟିଏମ୍‌ରେ ୨୦୦୦ ଟଙ୍କିଆ ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ମନା କରାଯାଇନାହିଁ। ଗ୍ରାହକଙ୍କ ଆବଶ୍ୟକତା ଏବଂ ଋତୁ ଭିତ୍ତିକ ଧାରାକୁ ବିଚାରକୁ ‌ନେଇ ବ୍ୟାଙ୍କଗୁଡ଼ିକ ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରୁଛନ୍ତି ବୋଲି ସୋମବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
  20. ମହାରାଷ୍ଟ୍ରର ପୁଣେରେ ଆୟୋଜିତ ଜାତୀୟ ପାରା ଆଥ୍‌ଲେଟିକ୍‌ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ୪ ସ୍ବର୍ଣ୍ଣ, ୧ ରୌପ୍ୟ ଓ ୪ କାଂସ୍ୟ ସହ ମୋଟ ୯ ପଦକ ପାଇ ଅଭିଯାନ ଶେଷ କରିଛି। ସୋମବାର ଶେଷ ଦିବସରେ ଓଡ଼ିଶାକୁ ୨ ପଦକ ମିଳିଛି। ଏଥିରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ ଏବଂ ରୌପ୍ୟ ସାମିଲ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.