• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗତ ଦୁଇବର୍ଷ ମଧ୍ୟରେ ଓଡ଼ିଶାର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୮୯୩ ବର୍ଗ କିଲୋମିଟର ଅଭିବୃଦ୍ଧି ଘଟିଛି । ସେହିପରି ଓଡ଼ିଶା ୮.୩୪ କିମି ହେନ୍ତାଳବନ ସୃଷ୍ଟି କରି ଦେଶର ପ୍ରଥମ ସ୍ଥାନରେ ରହିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ।
  2. ‘ଆମ ଜଙ୍ଗଲ ଯୋଜନା’କୁ ୨୨ ବନଖଣ୍ଡ ଅଧିନସ୍ଥ ପ୍ରାୟ ୪୬୦୧ ବନ ସୁରକ୍ଷା ସମିତି ମାଧ୍ୟମରେ ୪.୨ ଲକ୍ଷ ପରିବାର ପାଖକୁ ପହଞ୍ଚାଇ ସେମାନଙ୍କୁ ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଏବଂ ଅବକ୍ଷୟିତ ଜଙ୍ଗଲର ସଂରକ୍ଷଣ ଆଦି କାର୍ଯ୍ୟରେ ନିୟୋଜିତ କରାଯାଇ ସେମାନଙ୍କ ଜୀବନଜୀବିକାରେ ଉନ୍ନତି ଅଣାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ।
  3. ଭୁବନେଶ୍ୱର ମହାନଗର ନିଗମର (ବି ଏମ୍‌ ସି) ମୁନିସିପାଲ୍‌ କର୍ପୋରେସନ୍‌ ଆକ୍ଟ୍‌ ର ୪୦୯ ବି ଏବଂ ୫୪୩ ବି ଅନୁଯାୟୀ କୌଣସି ବ୍ୟକ୍ତି କକୁର ପାଳିଲେ ତାଙ୍କୁ ବିଭିନ୍ନ ନିୟମ ମାନିବାକୁ ହେବ । ଯାହାକି ଛୁଆଜନ୍ମ, ଟିକାକରଣ, ବନ୍ଧ୍ୟାକରଣ , ଲାଇସେନ୍ସ୍‌ ଇତ୍ୟାଦି କରିବାକୁ ହେବ ।
  4. ଦେଶରେ ଓଡ଼ିଶାକୁ ଅଧିକ ପୁଞ୍ଜି ଆସିଛି । ଯେତେ ପୁଞ୍ଜିପତିଙ୍କ ସହ ଆଲୋଚନା କରାଯାଇଛି ସେମାନେ ଓଡ଼ିଶାକୁ ଏକ ଶାନ୍ତି ପ୍ରିୟ ଓ ସୁନ୍ଦର ରାଜ୍ୟ ବୋଲି କହିଛନ୍ତି । ଓଡ଼ିଶାବାସୀ ଶାନ୍ତି ପ୍ରିୟ ଓ ସେମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଗର୍ବିତ ବୋଲି ଗୃହରେ କଡ଼ା ଜବାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ।
  5. ଓଡିଶା ସମବାୟ ବିଭାଗ ଅଧୀନରେ ସମ୍ପ୍ରତି ୨୭ଶହ ପ୍ରାଥମିକ କୃଷି ସମବାୟ ସମିତି ରହିଛି। ରାଜ୍ୟର ପ୍ରତି ପଞ୍ଚାୟତକୁ ଏକ ପ୍ରାଥମିକ ସମବାୟ ସମିତି ଯୋଗାଇ ଦେବା ଲକ୍ଷ୍ୟରେ ସରକାର ନୂଆ ୧୩ଶହ ସମିତି ଗଠନ କରୁଛନ୍ତି।
  6. ‘୫-ଟି’ ଉପକ୍ରମ ଅଧୀନରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ଆମ ହସ୍ପିଟାଲ ଯୋଜନା’। ଡାକ୍ତରଖାନାରେ ନବୀକରଣ, ପୁନରୁଦ୍ଧାର, ନୂଆ ନିର୍ମାଣ, ଭିତ୍ତିଭୂମି ସୃଷ୍ଟି, ଦକ୍ଷତା ବିକାଶ ଭଳି କାର୍ଯ୍ୟର ସଫଳ କାର୍ଯ୍ୟାନ୍ୱୟନ ପାଇଁ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ଜିଲ୍ଲାପାଳମାନଙ୍କୁ ପ୍ରଦାନ କରାଯାଇଛି।
  7. ଶ୍ରୀମନ୍ଦିର ପାଇଁ ୨୦୨୩-୨୪ ଆର୍ଥିକ ବର୍ଷ ନିମନ୍ତେ ୩୦୦କୋଟି ୭୯ ଲକ୍ଷ ଟଙ୍କାର ବଜେଟ୍‌‌ ପ୍ରସ୍ତୁତ ହୋଇଛି। ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଅର୍ଥ ସବ୍‌‌ କମିଟି ବୈଠକରେ ଏହି ବଜେଟ୍‌‌ ଅଟକଳ କରାଯାଇଛି।
  8. ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ନିକଟରେ ଭାରସାମ୍ୟ ହରାଇ ବିଲକୁ ଓଲଟିଲା ସେନା ବାହିନୀ(ITBP)ର ଗାଡି। ଫଳରେ ୬ ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି ।
  9. ଭାରତ ସରକାରଙ୍କ ଦ୍ବାରା ଦ୍ୱାରା ପଳାତକ ଘୋଷିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ଠକେଇ ଘଟଣାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ମାମଁ ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଇଣ୍ଟରପୋଲ ଚୋକ୍‌ସୀଙ୍କ ବିରୋଧରେ ଜାରି କରାଯାଇଥିବା ରେଡ୍‌ କର୍ଣ୍ଣର ନୋଟିସ୍‌ (ଆରସିଏନ)କୁ ପ୍ରତ୍ୟାହାର କରିନେଇଛି।
  10. ଦିନକୁ ଦିନ ଆମେରିକୀୟ ବ୍ୟାଙ୍କିଙ୍ଗ ସଙ୍କଟର ପ୍ରଭାବ ଘନେଇବାରେ ଲାଗିଥିବା ଯୋଗୁ ଏବେ ଟିସିଏସ୍‌, ଇନ୍‌ଫୋସିସ୍‌ ଏବଂ ଏଚ୍‌ସିଏଲ୍‌ ଭଳି ଘରୋଇ ଆଇଟି କମ୍ପାନୀଗୁଡିକର ରାଜସ୍ବ ବିପଦରେ। ଏଥିଯୋଗୁ ଏହି ସବୁ ଆଇଟି କମ୍ପାନୀଗୁଡିକ ସେମାନଙ୍କର ରାଜସ୍ବରେ ୪୦% ହ୍ରାସର ସମ୍ମୁଖୀନ ହୋଇପାରନ୍ତି।
  11. ମଙ୍ଗଳବାର ବିଧାନସଭାର ବଜେଟ ଅଧିବେଶନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି।ଦିଲ୍ଲୀକୁ ସାନ ଭାଇ ଭାବରେ ବିବେଚନା କରି ସହଯୋଗ କରନ୍ତୁ, ଏହାକୁ ସମର୍ଥନ କରନ୍ତୁ। ଯଦି ଆପଣ ମୋହାଲା କ୍ଲିନିକ ଏବଂ ସ୍କୁଲ ବନ୍ଦ କରିବାକୁ ଚେଷ୍ଟା କରନ୍ତି, ତେବେ ଏ ଜନ୍ମରେ ଦିଲ୍ଲୀ ଜିତି ପାରିବେ ନାହିଁ।
  12. ମହାତ୍ମା ଗାନ୍ଧୀଙ୍କ ନାତୁଣୀ ଉଷା ଗୋକନି ମଙ୍ଗଳବାର ମୁମ୍ବାଇରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।
  13. ଦିଲ୍ଲୀର ବଜେଟ ବନ୍ଦକୁ ନେଇ ସିଏମ କେଜ୍ରିୱାଲ କହିଛନ୍ତି ଯେ ଭିତ୍ତିଭୂମି ଅପେକ୍ଷା ବିଜ୍ଞାପନ ବଜେଟ ଅଧିକ କରାଯାଇଛି ବୋଲି କୁହାଯାଇଛି। ସେମାନେ ଅଶିକ୍ଷିତ ଲୋକଙ୍କ ଗୋଷ୍ଠୀକୁ ଉପରୁ ତଳ ପର୍ଯ୍ୟନ୍ତ ସବୁ ପଦବୀରେ ରଖିଛନ୍ତି । ୫୦୦ ସଂଖ୍ୟା ୨୦,୦୦୦ କୋଟିରୁ ଅଧିକ କି? ଭିତ୍ତିଭୂମି ଉପରେ ୨୦, ୦୦୦ କୋଟି ଟଙ୍କା ଅଛି। ବିଜ୍ଞାପନରେ ୫୦୦ କୋଟି।
  14. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି , ଲାହୋର ହାଇକୋର୍ଟ ତାଙ୍କୁ ଦୁଇଟି ଆତଙ୍କବାଦ ମାମଲାରେ ଜାମିନ ପ୍ରଦାନ କରିଛନ୍ତି।
  15. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଉହାନ ଲ୍ୟାବର କରୋନା ଲିଙ୍କ୍‌ ଯାଞ୍ଚ ବିଲରେ ଦସ୍ତଖତ କରିଛନ୍ତି। ବାଇଡେନ ଏକ ବିବୃତ୍ତିରେ କହିଛନ୍ତି ଯେ ଆମକୁ କରୋନାର ଉତ୍ପତ୍ତିର ମୂଳରେ ପହଞ୍ଚିବାକୁ ପଡିବ ।
  16. ୟୁନାଇଟେଡ୍‌ ଆରବ ଏମିରାଟ୍ସ (ୟୁଏଇ)ର ଭୂତତ୍ତ୍ୱବିଦ୍‌ମାନେ ନର୍ଦ୍ଦର୍ନ ଶେଖଡୋମ୍ସର ଦ୍ୱୀପରୁ ଷଷ୍ଠ ଶତାବ୍ଦୀର ଏକ ସହର ଠାବ କରିଛନ୍ତି।
  17. ବିଶ୍ୱର ସବୁଠାରୁ ଖୁସି ଦେଶର ତାଲିକା ପ୍ରକାଶ ପାଇଛି। ଏଥିରେ ଫିନ୍‌ଲାଣ୍ଡ ପୁଣି ଶୀର୍ଷରେ ରହିଛି। ଫିନ୍‌ଲାଣ୍ଡ ଗତ ୬ବର୍ଷରୁ ଲଗାତର ଏହି ତାଲିକାର ଶୀର୍ଷରେ ରହିଆସିଛି।
  18. ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମସ୍କୋ ଗସ୍ତ ଅବସରରେ ସୋମବାର ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ତାଙ୍କର ୟୁକ୍ରେନ୍‌ ଶାନ୍ତି ପ୍ରସ୍ତାବ ଉପରେ କଥାବାର୍ତ୍ତା ହୋଇଛି। ଏଥି ସହ ଦୁଇ ଦେଶ ଭିତରେ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ଭିତରେ ସହମତି ପ୍ରକାଶ ପାଇଥିଲା।
  19. ଓଡ଼ିଶା ହାଇକୋର୍ଟଙ୍କ ପ୍ରଯୁକ୍ତି ଉପ‌ଯୋଗିତାକୁ ସୁପ୍ରିମ‌କୋର୍ଟ ପ୍ରଶଂସା କରିଛନ୍ତି। ଏହା ଦ୍ବାରା ଦୂର ତଥା ଦୁର୍ଗମ ଇଲାକାରେ ନ୍ୟାୟ ପ୍ରଦାନ ସହଜ ହୋଇଛି। ଓଡ଼ିଶା ହାଇକୋର୍ଟଙ୍କ ଏହି ପ୍ରଯୁକ୍ତି ମଡେଲକୁ ଅନ୍ୟ ହାଇକୋର୍ଟ ଆପଣାଇବା ପାଇଁ ଆଜି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ ଆଉ ଥରେ କହିଛନ୍ତି।
  20. ଓଡ଼ିଶା ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍) ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ସୁପ୍ରିମକୋର୍ଟରେ କାଏମ ରହିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.