• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମଙ୍ଗଳବାର ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି କେନ୍ଦ୍ର ସରକାରଙ୍କ ୧.୪୮ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବ୍ୟୟବରାଦ ଲୋକ ସଭାରେ ଗୃହୀତ ହୋଇଛି।
  2. କେନ୍ଦ୍ର ସରକାରଙ୍କ ଉପରେ ୧୫୫.୮ ଲକ୍ଷ କୋଟି ଟଙ୍କାର ଋଣ ରହିଛି। ଏହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏହା ୫୭.୩ ପ୍ରତିଶତ ବୋଲି ଆକଳନ କରାଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।
  3. ବିଲକିସ ବାନୋ ମାମଲାରେ ମୁକ୍ତ ହୋଇଥିବା ଦୋଷୀମାନଙ୍କ ଅଡୁଆ ପୁଣି ବଢିପାରେ। ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଦାଖଲ ହୋଇଥିବା ପିଟିସନର ଶୁଣାଣି ପାଇଁ ସୁପ୍ରିମକୋର୍ଟ ଏକ ନୂତନ ବେଞ୍ଚ ଗଠନ କରିବାକୁ ରାଜି ହୋଇଛନ୍ତି। 
  4. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ୨୦୨୩ ବର୍ଷ ପାଇଁ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି। ଏହି ପଦ୍ମ ପୁରସ୍କାର ମଧ୍ୟରୁ ୬ ପଦ୍ମ ବିଭୂଷଣ, ୯ ପଦ୍ମ ଭୂଷଣ ଏବଂ ୯୧ ଜଣଙ୍କୁ ପଦ୍ମଶ୍ରୀ ଦିଆଯାଇଛି।
  5. ଓଡ଼ିଶାରୁ ୪ ଜଣଙ୍କ ନାମ ପଦ୍ମଶ୍ରୀ ପୁରସ୍କାର ପାଇଁ ଘୋଷଣା କରାଯାଇଥିଲା । ସେମାନେ ହେଲେ କଳା ପାଇଁ ମାଗୁଣି ଚରଣ କୁଅଁର, ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର, ରଂଗବତୀର ଗାୟିତା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁ । କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣୀ ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରିଛନ୍ତି ।
  6. ଅର୍ଥ ହେରଫେର ମାମଲାରେ ଦିଲ୍ଲୀର ମାଣ୍ଡୋଲି ଜେଲରେ ଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିଜ ଜନ୍ମଦିନ ଅବସରରେ ‘ମହାଦାନ’ କରିବା ପାଇଁ ଜେଲର ଡିଜିଙ୍କୁ ସେ ଏକ ଚିଠି ଲେଖିଛନ୍ତି।  କଏଦୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ୫ କୋଟି ଟଙ୍କା ଦେବାକୁ ଆଗ୍ରହ ପ୍ରକାଶ କରିଛି |
  7. ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଅବଗଣନା ଆରମ୍ଭ ହୋଇଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ସମେତ ସମସ୍ତ ବୃହତ୍‌ ବିରୋଧୀ ଦଳ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବଡ଼ ଧରଣର ରାଜନୈତିକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି।
  8. ବିମୁଦ୍ରୀକରଣ ଯୋଗୁ ଅଚଳ ହୋଇଯାଇଥିବା ୧,୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ଗୁଡ଼ିକୁ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ଦାଏର କେତେକ ପିଟିଶନ୍‌ର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି।
  9. ହାଇଦ୍ରାବାଦସ୍ଥିତ ଯୁକ୍ତରାଷ୍ଟ୍ର ଆମେରିକାର କନ୍‌ସୁଲେଟ୍‌ ଜେନେରାଲ୍‌ ନାନାକରମଗୁଡ଼ାସ୍ଥିତ ନବନିର୍ମିତ ସୌଧରେ କାର୍ଯ୍ୟର ଶୁଭାରମ୍ଭ କରିଛି।
  10. ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ କଲେଜିୟମ ୪ ଜଣ ଜିଲ୍ଲା ଜଜଙ୍କ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଛନ୍ତି। ଏହି ୪ ଜଣ ବିଚାରପତି ହେଲେ ଆର ଶକ୍ତିଭେଲ, ପି ଧନବାଲ, ଚିନ୍ନାସାମୀ କୁମ୍ପରାପ୍ପାନ ଏବଂ କେ ରାଜଶେଖର।
  11. ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ପ୍ରମୋଦ କର ଛାଡ କଲେ ରାଜ୍ୟ ସରକାର। ପ୍ରଖ୍ୟାତ ଅଭିନେତ୍ରୀ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ ତଥା ବିଶିଷ୍ଟ ଅଭିନେତା କପିଲ ଶର୍ମାଙ୍କ ଅଭିନୀତ ‘ଜ୍ୱିଗାଟୋ’ ଫିଲ୍ମ ଉପରୁ ରାଜ୍ୟ ସରକାର ପ୍ରମୋଦ କର ଛାଡ କରିଛନ୍ତି ।
  12. ସରକାରଙ୍କ ଦ୍ୱାରା ଭୋଟର କାର୍ଡ ଏବଂ ଆଧାର ସଂଯୋଗ କରିବାର ଶେଷ ତାରିଖ ଥିଲା ୨୦୨୩ ଏପ୍ରିଲ ୧ ଥିଲା ଯାହାକୁ ବର୍ତ୍ତମାନ ସରକାରଙ୍କ ଦ୍ୱାରା ମାର୍ଚ୍ଚ ୩୧, ୨୦୨୪ କୁ ବୃଦ୍ଧି କରାଯାଇଛି।
  13. ‘ଟୁ ବି ହ୍ୟାଙ୍ଗଡ୍ ଟିଲ୍ ଡେଥ’ କିମ୍ବା ହ୍ୟାଙ୍ଗିଙ୍ଗ ବାଇ ନେକ୍ ଅନ୍‌ଟିଲ୍ ଡେଡ୍’। ଫାଶୀ ଦଣ୍ଡ ପାଇଥିବା ଅପରାଧୀକୁ ମୃତ୍ୟୁ ହେବା ପର୍ଯ୍ୟନ୍ତ ବେକରେ ଫାଶୀ ଲଗାଇ ଝୁଲାଇ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥାଏ। ଏକ ସୂଚନା ଅନୁସାରେ ଦେଶରେ ଏବେ ବି ଫାଶୀ ଅପେକ୍ଷାରେ ୪୮୮ ଜଣ ବିଭିନ୍ନ ଜେଲ୍‌ରେ ଅଛନ୍ତି।
  14. ତାମିଲନାଡୁ କାଞ୍ଚିପୁରମ୍‌ରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣକ ମୃତ୍ୟୁ ହୋଇଥିବାବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି।
  15. ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଆଇଆଇଟି ଜାମ ପ୍ରବେଶିକା ପରୀକ୍ଷା ଭୁତତ୍ୱ ବିଜ୍ଞାନରେ ସର୍ବ ଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି କେନ୍ଦୁଝରର ପୁଅ ମହେଶ୍ୱର ମହାଲିକ । ଏଥି ସହ ଧରଣୀଧର ବିଶ୍ବବିଦ୍ୟାଳୟର  ଭୁତତ୍ୱ ବିଭାଗର ୨୪ ଜଣ ଛାତ୍ର ଛାତ୍ରୀ ଉକ୍ତ ପ୍ରବେଶିକା ପରୀକ୍ଷାରେ କୃତ କାର୍ଯ୍ୟ ହୋଇ କଲେଜ ପାଇଁ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି|
  16. ରାଜ୍ୟରେ ୨୧ ହଜାର ୬୫ଟି ସ୍କୁଲରେ ଖେଳ ପଡ଼ିଆ ନ ଥିବା ବେଳେ ୪୧ ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ। ସେହିପରି ଛାତ୍ରଛାତ୍ରୀ ସଂଖ୍ୟା ତୁଳନାରେ ୬ ହଜାର ୭୮୧ ସ୍କୁଲରେ ଆବଶ୍ୟକ ପଡୁଥିବା ଶ୍ରେଣୀଗୃହ ନାହିଁ।
  17. ଆସନ୍ତା ଏପ୍ରିଲ ୩୦ରେ ପ୍ରସାରିତ ହେବାକୁ ଥିବା ମନ କି ବାତ’ର ୧୦୦ତମ ସଂସ୍କରଣ ୧ ଲକ୍ଷରୁ ଅଧିକ ବୁଥରେ ପ୍ରସାରଣ ପାଇଁ ବ୍ୟବସ୍ଥା କରାଯାଉଛି।
  18. ମୋଦୀଙ୍କ ୧୦୦ତମ ମନ କି ବାତ ଅବସରରେ ବିଭିନ୍ନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ବ୍ୟକ୍ତି ବିଶେଷଙ୍କ କଥା କହିଛନ୍ତି, ସେମାନଙ୍କୁ ମଧ୍ୟ ପୁରସ୍କୃତ କରାଯିବ।
  19. କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବୁଧବାର ଜମ୍ମୁ-କାଶ୍ମୀରର କରନାହ ସେକ୍ଟର ସ୍ଥିତ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ମା’ ଶାରଦା ଦେବୀଙ୍କ ମନ୍ଦିର ଉଦ୍‌ଘାଟନ କରିଛନ୍ତି।
  20. ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣ ଯୋଜନାରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ଅର୍ଥ ଜାରି କରିବା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.