• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ କଂଗେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
  2. ରାଜନେତା ନବଜୋତ ସିଂ ସିଦ୍ଧୁଙ୍କ ସ୍ତ୍ରୀ ନବଜୋତ କୌର କ୍ୟାନସର ରୋଗରେ ପୀଡିତ ଅଛନ୍ତି। ଏନେଇ ନିଜେ ସିଦ୍ଧୁଙ୍କ ସ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି।
  3. ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି।
  4. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମୂଳ ଭାରତୀୟ-ଆମେରିକୀୟ ନିଶା ଦେଶାଇ ବିଶ୍ବାଳଙ୍କୁ ଆମେରିକାର ଇଣ୍ଟରନ୍ୟାଶନାଲ ଡେଭେଲପ୍ମେଣ୍ଟ ଫାଇନାନ୍ସ କମ୍ପାନୀର ଡେପୁଟି ସିଇଓ ଭାବେ ମନୋନୀତ କରିଛନ୍ତି। ନିଶା ହେଉଛନ୍ତି ଓଡ଼ିଶାର ବୋହୂ।
  5. ଦେଶରେ ଚାଲିଥିବା ସ୍ମାର୍ଟ ସିଟି ଯୋଜନାରେ ଏ ପର୍ଯ୍ୟନ୍ତ ମୋଟ ଆବଣ୍ଟିତ ଅର୍ଥର ୮୬ ପ୍ରତିଶତ ବିନିଯୋଗ ହୋଇଛି। ସ୍ମାର୍ଟ ସିଟି ଲାଗି ଉଦ୍ଦିଷ୍ଟ ପ୍ରକଳ୍ପଗୁଡିକ ମଧ୍ୟରୁ ଚଳିତ ବର୍ଷ ମାର୍ଚ୍ଚ ୩ ସୁଦ୍ଧା ୬୯ ପ୍ରତିଶତ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି।
  6. ଇ-କମର୍ସ କମ୍ପାନି ଫ୍ଲିପକାର୍ଟ ଉପରେ ଲାଗିଲା ଜରିମାନା। ଆଇଫୋନ-୧୧ ବଦଳରେ ସାବୁନ ଡେଲିଭର କରିଥିବାରୁ ୨୫ହଜାର ଟଙ୍କା ଜରିମାନା ଲଗାଇଲେ ଉପଭୋକ୍ତା କମିସନ। ଏହି ଜରିମାନା ଉଭୟ ଫ୍ଲିପକାର୍ଟ ଏବଂ ଅର୍ଡର ଡେଲିଭର କରିଥିବା ଖୁଚୁରା ବ୍ୟବସାୟୀଙ୍କ ଉପରେ ଲଗାଯାଇଛି।
  7. ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସଞ୍ଜୟ ରାଉତଙ୍କୁ ଆଜି (ଗୁରୁବାର) ସଂସଦୀୟ ଦଳର ନେତା ପଦରୁ ବହିଷ୍କାର କରିବା ସହ ଲୋକସଭା ସାଂସଦ ଗଜାନନ କୀର୍ତ୍ତିିକରଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ ନିଯୁକ୍ତ କରିଛି।
  8. ଜବରଦଖଲ କରାଯାଇଥିବା ଜମିରେ ନିର୍ମାଣ କରାଯାଉଛି ବୋଲି ‘ମହାରାଷ୍ଟ୍ର ନବନିର୍ମାଣ ସେନା’ର ମୁଖ୍ୟ ଦାବି କରିବାରୁ ଆଜି ମୁମ୍ବାଇର ମାହିମ୍‌ ଅଞ୍ଚଳର ଗୋଟାଏ ଦରଘାକୁ ‘ବୃହନମୁମ୍ବାଇ ମହାନଗର ନିଗମ’ ଭାଙ୍ଗି ପକାଇଛି।
  9. ଓଡିଶା ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଲା। ଓଡ଼ିଶା ବିଦ୍ୟୁତ ନିୟାମକ ଆ​ୟୋଗ (ଓଇଆରସି) ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିଥିବା ନେଇ ସୂଚନା ମିଳିଛି । ତେବେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି। ପୂର୍ବଭଳି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ ପିଛା ଦର ୩ ଟଙ୍କା ରହିଛି।ଡିଜିଟାଲ ପେମେଣ୍ଟ କଲେ ଏଲଟି ଉପଭୋକ୍ତାଙ୍କୁ ୪ % ରିହାତି ଦିଆଯିବ ।
  10. ଓଡିଶାର ଖଣ୍ଡଗିରି ଓ ଉଦୟଗିରି ରାସ୍ତାରେ ଏଣିକି ଆଉ ଗଡ଼ିବନି ଯାନବାହନ । ହାଲୁକା କି ଭାରିଯାନ ନୁହେଁ ବରଂ ମୋଟର ସାଇକେଲ ଚଳାଚଳ ଉପରେ ମଧ୍ୟ ରୋକ୍ ଲାଗିଛି । ସମ୍ପୃକ୍ତ ଅଞ୍ଚଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧିନରେ ଥିବା ବେଳେ ଏହାକୁ ଭାରିଯାନ ଚଳାଚଳ ନିଷିଧାଞ୍ଚଳ ଘୋଷଣା କରାଯାଇଛି ।
  11. ଚଳିତ ବର୍ଷ  ଓଡିଶାର ୩୦ ଜିଲ୍ଲାର ୧୭୭ଟି ବ୍ଲକରେ ମିଲେଟ୍‌‌ ଚାଷ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ସରକାର ୪୯୭ କୋଟି ଟଙ୍କା ଦେଇଛନ୍ତି।
  12. ରାଜ୍ୟର ତୃତୀୟ ଜୈବ ବିବିଧତା ଐତିହ୍ୟସ୍ଥଳୀ ଭାବେ ଗନ୍ଧମାର୍ଦ୍ଦନକୁ ରାଜ୍ୟ ସରକାର ଦେଇଛନ୍ତି ମାନ୍ୟତା। ସୋମବାର ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏଥିନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବଲାଙ୍ଗିର ଓ ବରଗଡ଼ ଜିଲ୍ଲାର ୧୮,୯୬୩.୮୯୮ ହେକ୍ଟରରେ ପରିବ୍ୟାପ୍ତ ଏହି ପର୍ବତ ଆୟୁର୍ବେଦର ଭୂସ୍ୱର୍ଗ।
  13. ମନମୋହନ ସାମଲଙ୍କୁ ଓଡ଼ିଶା ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି। ସେହିପରି ବୀରେନ୍ଦ୍ର ସଚ୍ଚଦେବାଙ୍କୁ ଦିଲ୍ଲୀ ଓ ସି.ପି ଯୋଶୀଙ୍କୁ ରାଜସ୍ଥାନର ବିଜେପି ସଭାପତି ଭାବେ ନିଯୁକ୍ତ କରାଯାଇଛି।  ସମ୍ରାଟ ଚୌଧୁରୀଙ୍କୁ ବିହାର ବିଜେପି ଦାୟିତ୍ବ ଦିଆଯାଇଛି।
  14. ଖୋର୍ଦ୍ଧା ଜିଲ୍ଲାର ନୂତନ ସଭାପତି ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା ହୋଇଛି । ବରିଷ୍ଠ ନେତା ବିଭୂତି ବଳବନ୍ତରାୟଙ୍କୁ ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି ।
  15. ନୟାଗଡ଼ ଜିଲ୍ଲା ଜଙ୍ଗଲ ଓ ପାହାଡ଼ ଘେରା ପାକୃତିକ ସମ୍ଭାରରେ ପରିପୂର୍ଣ୍ଣ। କିଛିବର୍ଷ ତଳେ ଶିମିଳି ଝରଣା ଲୋକଲୋଚନକୁ ଆସି ଲୋକପ୍ରିୟ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଣ୍ଠପୁର ପଞ୍ଚାୟତ ସରହଦ ରିଜର୍ଭ ଫରେଷ୍ଟରେ ଏକ ପ୍ରମୁଖ ସ୍ଥାନ ଭାବେ ଉଭା ହୋଇଛି।
  16. ସାରା ବିଶ୍ୱରେ ଦୈନିକ ପ୍ରାୟ ୯୪ ହଜାର କୋଭିଡ ସଂକ୍ରମଣ ମାମଲା ଦେଖା ଦେଉଥିବା ବେଳେ ଭାରତରେ ଏହାର ୧ ପ୍ରତିଶତ ଅର୍ଥାତ ୯୬୬ ରହିଛି। ସେ କହିଛନ୍ତି ଯେ ମହାରଷ୍ଟ୍ରକୁ ମିଶାଇ ୮ଟି ରାଜ୍ୟରେ ଏହି ସଂକ୍ରମଣ ବୃଦ୍ଧି ପାଉଛି।
  17. ରେଳ ଟିକେଟ ଇନ୍ସପେକ୍ଟର ରୋଜାଲିନ ଆରୋକିଆ ମେରି। ବିନା ଟିକେଟ‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଆଦୟ କଲେଣି ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଜରିମାନା।  ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାଯ୍ଯ କରୁଛନ୍ତି।
  18. ପ୍ରାକୃତିକ ବିପର୍ଯ୍ଯୟର ମୁକାବିଲା ଓ ଜୀବନ ଜୀବିକାର ସୁରକ୍ଷା ପାଇଁ ସାରା ଦେଶରେ ଓଡ଼ିଶାର କ୍ଲାଇମେଟ ବଜେଟ ପ୍ରଥମ । ଜି-୨୦ ସମ୍ମିଳନୀ ପୂର୍ବରୁ ସଷ୍ଟେନେବଲ ଫାଇନାନ୍ସ ଓ୍ବାର୍କିଂ କମିଟି ବୈଠକରେ ରାଜ୍ୟ ଅର୍ଥ ସଚିବ କ୍ଳାଇମେଟ୍‌ ବଜେଟକୁ ବେଷ୍ଟ ପ୍ରାକ୍ଟିସ୍‌ ହିସାବରେ ଉପସ୍ଥାପନ କରିଛନ୍ତି । ଏହି ବୈଠକରେ ୯୦ଟି ଦେଶର ପ୍ରତିନିଧି ଆର୍ଥିକ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ଉପସ୍ଥାପନ କରିଛନ୍ତି।
  19. ବୃହତ ଆଇଟି କମ୍ପାନୀ Accenture ୧୯ହଜାର କର୍ମଚାରୀ ଛଟେଇ କରିବାକୁ ଯାଉଛି । ବିଶ୍ୱରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ଥା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିବା କମ୍ପାନୀ ତରଫରୁ କୁହାଯାଇଛି ।
  20. ହକି ଇଣ୍ଡିଆକୁ ଏସିଆର ବେଷ୍ଟ ଅର୍ଗାନାଇଜର ଆଓ୍ବାର୍ଡ ପ୍ରଦାନ କରାଯାଇଛି। FIH  ଓଡ଼ିଶା ହକି ପୁରୁଷ ବିଶ୍ବକପର ଉଚ୍ଚକୋଟିର ଆୟୋଜନ ପାଇଁ ସମ୍ମାନିତ ହୋଇଛି ହକି ଇଣ୍ଡିଆ। କୋରିଆର ମୁଙ୍ଗେୟଙ୍ଗରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ଯକ୍ରମରେ ଏସିଆନ ହକି ଫେଡେରେସନ ତରଫରୁ ପୁରସ୍କାର ପ୍ରଦାନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.