• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଡା. ଦତ୍ତେଶ୍ବର ହୋତା ଓଡ଼ିଶା ସ୍ଵାଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର ପ୍ରଥମ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ୧ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି।

  2. ପ୍ରଫେସର ଅମୀୟ କୁମାର ରଥ ବିଜୁ ପଟ୍ଟନାୟକ ଟେକ୍ନୋଲୋଜି ୟୁନିଭରସିଟି (BPUT)ର ନୂଆ ଭିସି  ଭାବରେ ୫ ବର୍ଷ ପାଇଁ ତାଙ୍କୁ ନିଯୁକ୍ତ କରାଯାଇଛି।

  3. ସୋସିଆଲ ଟକ୍ ନାମକ ଏକ ଫେସବୁକ ପେଜର ମାଲିକ ପ୍ରୀତିପ୍ରକାଶ ନାୟକ , ସାମାଜିକ ଗଣମାଧ୍ୟମରେ ମହିଳାଙ୍କ ପ୍ରତି ଅଶାଳୀଳ ମନ୍ତବ୍ୟ ଦେଇ ଗିରଫ ହୋଇଛନ୍ତି ।

  4. କେରଳର ୱାୟନାଡ ଲୋକସଭା ଆସନରୁ ସାଂସଦ ଥିବା ରାହୁଲ ଗାନ୍ଧୀଙ୍କ ସଦସ୍ୟତାକୁ ରଦ୍ଦ କରିଦିଆଯାଇଛି। ଗତକାଲି ମୋଦୀ ସରନେମ ମାମଲାରେ ସୁରଟର ଜିଲ୍ଲା କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦୁଇବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ।

  5. ଆସନ୍ତା ୭ ବର୍ଷ ମଧ୍ୟରେ ଓଡ଼ିଶା କେବଳ ଅକ୍ଷୟଶକ୍ତି ଉତ୍ସରୁ ୧୦୦୦୦ ମେଗା ୱାଟ୍‌‌ ବିଜୁଳି ଉତ୍ପାଦନ କରିବ। ଏହି ଲକ୍ଷ୍ୟ ପୂରଣ ପାଇଁ ଚଳିତ ବଜେଟରେ ୧୦୦ କୋଟି ଟଙ୍କା ଦିଆଯାଇଛି।

  6. ମଧ୍ୟପ୍ରଦେଶରେ ଭୂମିକମ୍ପରେ ଗ୍ବାଲିୟର ଓ ଏହାର ଆଖପାଖ ଅଞ୍ଚଳ ଥରିଥିଲା। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି ।

  7. ପୁଞ୍ଜିନିବେଶରେ ଜାତୀୟ ହାର ଠାରୁ ଓଡ଼ିଶା ଅଧିକ। ଜାତୀୟ ହାର ୨୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୪୫-୪୭% ରହିଛି।  ରାଜ୍ୟରେ ନୂତନ ଶିଳ୍ପ ନୀତି ୨୦୨୨ ଗତ ଡିସେମ୍ବରରୁ ପ୍ରାଣୟନ ହେଉଛି। 

  8. ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୬ରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦିରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ବାରାଣସୀରେ ୧୭୮୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପ ମଧ୍ୟରେ  ଏକ ରୋପୱେ ବି ସାମିଲ ରହିଛି। ଏହି ରୋପୱେ ବାରାଣସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରୁ ଗୋଦାଲିଆ ପର୍ଯ୍ୟନ୍ତ ନିର୍ମାଣ ହେବ । ଏହି ପ୍ରକଳ୍ପର ଆକଳିତ ବ୍ୟୟ ପ୍ରାୟ ୬୪୫ କୋଟି ଟଙ୍କା ହେବ ବୋଲି କୁହାଯାଉଛି ।

  10. କେନ୍ଦ୍ର କ୍ୟାବିନେଟ ଶୁକ୍ରବାରଦିନ ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ ମଂଜୁରୀ ଦେଇଛି । ଅତିରିକ୍ତ କିସ୍ତି ଆକାରରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ ।

  11. ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ‘ଅପବ୍ୟବହାର’ ଅଭିଯୋଗ କରି ୧୪ ବିରୋଧୀ ଦଳ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି। ୧ ଏପ୍ରିଲରେ ଏହି ମାମଲାର ଶୁଣାଣି ହେବ।

  12. ବ୍ରାଜିଲର ରିଓ ଡି ଜେନେରିଓ ସହରରେ ପୋଲିସ ଏବଂ ଅଜଣା ଦୁର୍ବୃତ୍ତ ମଧ୍ୟରେ ହିଂସାକାଣ୍ଡ ଘଟିଛି। ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି।

  13. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଶୁକ୍ରବାର ରୌଜ୍‌ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଗିରଫଦାରୀ ଉପରେ ସିସୋଡିଆଙ୍କ ଜାମିନ ଆବେଦନର ଶୁଣାଣି କରିଛନ୍ତି। ତେବେ କୋର୍ଟ ଏହି ମାମଲାର ଶୁଣାଣି କରି କୋର୍ଟ ନିଜ ରାୟକୁ ସଂରକ୍ଷିତ ରଖିଛନ୍ତି।

  14. ଜଳବାୟୁ ପରିବର୍ତ୍ତନ ଫଳରେ ହିମବାହ ବା ବିଶାଳ ବରଫ ଖଣ୍ଡ ତରଳିବାରେ ଲାଗିଛି। ସେହିପରି ତାପମାତ୍ରା ବୃଦ୍ଧି କାରଣରୁ ହିମାଳୟ ଗିରିଶୃଙ୍ଗର ହିମବାହର ଆୟତନ କମିଛି, ଯାହାଫଳରେ ଆଗାମୀ ଦିନରେ ଏଥିରୁ ବାହାରିଥିବା ସିନ୍ଧୁ, ଗଙ୍ଗା ଏବଂ ବ୍ରହ୍ମପୁତ୍ର ନଦୀର ଜଳସ୍ରୋତ ହ୍ରାସ ପାଇବାକୁ ଥିବା ଜାତିସଂଘ (ୟୁଏନ୍‌) ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ ଚେତାବନୀ ଦେଇଛନ୍ତ।

  15. ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର ଅଧିକ ପ୍ରଭାବ ଦେଖିବାକୁ ମିଳିଛି।

  16. କ୍ରମାଗତ ହଟ୍ଟଗୋଳ ଯୋଗୁ ଚାଲି ପାରିଲାନି ବଜେଟ ଅଧିବେଶନ। ମାର୍ଚ୍ଚ ୨୭ ଯାଏ ଲୋକସଭା ମୁଲତବି କଲେ ବାଚସ୍ପତି।

  17. ଚଳଚ୍ଚିତ୍ର ନିର୍ମାତା ପ୍ରଦୀପ ସରକାରଙ୍କ ୬୮ ବର୍ଷ ବୟସରେ ପରଲୋକ ହୋଇଛି । ସେ  ପରିଣିତା, ଲଗା ଚୁନରି ମେଁ ଦାଗ ଓ ମର୍ଦ୍ଦାନି ଭଳି ଚଳଚ୍ଚିତ୍ରର ନିର୍ମାତା ଥିଲେ।

  18. ଚଳିତ ବର୍ଷ ଗ୍ରୀଷ୍ମଋତୁ ପରିପ୍ରେକ୍ଷୀରେ ତଥା ଆଗାମୀ ଦିନରେ ଗ୍ରୀଷ୍ମ ଲହରକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲା ପ୍ରଶାସନ ତରଫରୁ ଏକ ନିୟନ୍ତ୍ରଣ କକ୍ଷ (ଦୂରଭାଷ ନମ୍ବର ୦୬୭୫୫-୨୨୦୦୦୨) ଖୋଲା ଯାଇଛି।

  19. ଗନ୍ଧମାର୍ଦ୍ଦନ ପର୍ବତକୁ ରାଜ୍ୟର ତୃତୀୟ ଜୈବ ବିବିଧ ଐତିହ୍ୟ ସ୍ଥଳ ଭାବେ ମାନ୍ୟତା ମିଳିଲା।  କନ୍ଧମାଳ ଜିଲ୍ଲାର ମଣ୍ଡାସୁରୁ ଜର୍ଜ ଏବଂ ଗଜପତି ଜିଲ୍ଲାର ମହେନ୍ଦ୍ର ତନୟାକୁ ମିଳିସାରିଛି ଜୈବ ବିବିଧ ଐତିହ୍ୟସ୍ଥଳ ମାନ୍ୟତା।

  20. ଚଳିତବର୍ଷ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡ଼ିଶାର ଦୁଇ ସହର ଭୁବନେଶ୍ବର ଓ ରାଉରକେଲାରେ ଏଫ୍‌ଆଇଏଚ୍‌ ପୁରଷ ହକି ବିଶ୍ବକପ୍‌ ଆୟୋଜନ ହୋଇଥିଲା। ଏହାକୁ ଯେକୌଣସି ହକି ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଆୟୋଜନ ବୋଲି ସ୍ବୀକୃତି ଦେଇଛି ଏସୀୟ ହକି ମହାସଂଘ (ଏଏଚ୍‌ଏଫ୍‌)। .

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.