• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଇସ୍ରୋର ସବୁଠାରୁ ଭାରୀ ରକେଟ୍ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀ ଦ୍ବାରା ୩୬ଟି ଉପଗ୍ରହର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସକାଳ ୯ଟାରେ ଏଲଭିଏମ୍ ଥ୍ରୀ -ଏମ୍ ଥ୍ରୀର ଉତକ୍ଷେପଣ କରାଯାଇଥିଲା।

  2. ରାହୁଲ ନିଜ ବାୟୋରେ ‘ଡିସକ୍ୱାଲିଫାଏ ଏମ୍ପି’ ବା ‘ଅଯୋଗ୍ୟ ସାଂସଦ’ ଲେଖିଛନ୍ତି । ଏଥି ସହିତ ଗତକାଲି ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ରାହୁଲ କହିଥିଲେ  ମୁଁ ଆଦୌ ଭୟଭୀତ ନୁହେଁ । ମୁଁ ସଂସଦରେ ରୁହେ କି ନ ରୁହେ ମୋତେ ଫରକ ପଡେନି । ହେଲେ ମୁଁ କ୍ଷମା ମାଗିବି ନାହିଁ । ମୁଁ ସାବରକର ନୁହେଁ, ମୁଁ ଗାନ୍ଧୀ ।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ଯ୍ଯ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ଯ୍ଯ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରା ଯାଇଥିଲା।

  4. ଛତ୍ରପୁର ବିକାଶ ପାଇଁ ଏକ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଭିନ୍ନ ପ୍ରକଳ୍ପ କାର୍ଯ୍ଯ କରିବା ପାଇଁ ମଞ୍ଚରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

  5. ରାଜ୍ୟ ଅବକାରୀ କମିଶନର ଆଶିଷ କୁମାର ସିଂହ ଏବଂ ଏନଆଇସିର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନିହାର ରଞ୍ଜନ ବିଶ୍ୱାଳ ନୂଆଦିଲ୍ଲୀର ଶାହାବାଦଦୌଲତପୁର ସ୍ଥିତ ଦିଲ୍ଲୀ ବୈଷୟିକ ବିଶ୍ୱବିଦ୍ୟାଳୟର ଡକ୍ଟର ବି.ଆର.ଆମ୍ବେଦକର ସମ୍ମିଳନୀକକ୍ଷରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ୨୦ତମ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆର ସ୍ୱତନ୍ତ୍ର ଆଗ୍ରହ ଗୋଷ୍ଠି ଦ୍ୱାରା ପ୍ରଦାନ କରାଯାଇଥିବା ସମ୍ମାନଜନକ ଇ-ଗଭର୍ଣ୍ଣାନ୍ସ ପୁରସ୍କାର ଗ୍ରହଣ କରିଛନ୍ତି ।

  6. କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ମଧ୍ୟ ମୋ ସ୍କୁଲ ଯୋଜନା ଭଳି ‘ବିଦ୍ୟାଞ୍ଜଳି’ ନାମକ ଏକ ପୋର୍ଟାଲ ବିକଶିତ କରିଛି। ଯେଉଁ ପୋର୍ଟାଲ ମାଧ୍ୟରେ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ନିଜର ଶିକ୍ଷାନୁଷ୍ଠାନ ପାଇଁ ସହାୟତା ଓ ସେବା ପ୍ରଦାନ କରୁଛନ୍ତି।

  7. ଚଳିତ ଆର୍ଥିକ ବର୍ଷ ଜାନୁଆରୀ-୨୦୨୩ ସୁଦ୍ଧା ଡିଏମଏଫ ଏବଂ ଓମ୍ବାଡସୀ ଖର୍ଚ୍ଚ ହାରକୁ ଦେଖିଲେ ଏହା ଅନୁମେୟ। ରାଜ୍ୟ ସରକାର ଏବର୍ଷ ଡିଏମ୍‌ଏଫ୍‌ ଜରିଆରେ ୯୮% ଅର୍ଥ ଆଦାୟ କରିଥିବାବେଳେ ମାତ୍ର ୫୫.୯୨% ଟଙ୍କା ଖର୍ଚ୍ଚ କରିଛନ୍ତି।

  8.  ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବିଭିନ୍ନ ରାଜ୍ୟରେ ଦୈନିକ ମଜୁରିରେ ୭ ଟଙ୍କାରୁ ୨୬ ଟଙ୍କା‌ ପର୍ଯ୍ୟନ୍ତର ବୃଦ୍ଧି ହୋଇଛି। ନୂଆ ମଜୁରି ଏପ୍ରିଲ୍ ୧ରୁ ଲାଗୁ ହେବ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଓଡ଼ିଶାର ଦୈନିକ ମଜୁରି ୨୨୨ ଟଙ୍କା ଥିଲା। ତାହା ୧୫ ଟଙ୍କା ବୃଦ୍ଧି ପାଇ ୨୩୭ ଟଙ୍କା ହୋଇଛି।

  9. ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା।

  10. ସ୍ବର୍ଗତ ଭାଜପା ନେତା ସୁଷମା ସ୍ବରାଜଙ୍କ ଝିଅ ବାଂସୁରୀ ସ୍ବରାଜ ସକ୍ରିୟ ରାଜନୀତିରେ ପ୍ରବେଶ କରିଛନ୍ତି। ବାଂସୁରୀଙ୍କୁ ଭାଜପା ଏକ ବଡ଼ ଦାୟିତ୍ୱ ଦେଇଛି। ତାଙ୍କୁ ଭାଜପାର ଦିଲ୍ଲୀ ୟୁନିଟ୍‌ର ଲିଗାଲ ସେଲର ସହ-ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି।

  11. ଫୋର୍ବସ ବିଲିୟନେୟାର ତାଲିକାରେ ଆମେରିକାରେ କେବଳ ୯୨ ବିଲିୟନେୟାର ମହିଳା ଥିବାବେଳେ ଚାଇନାରେ ୪୬, ଜର୍ମାନୀରେ ୩୬, ଇଟାଲୀରେ ୧୬ ଏବଂ ଭାରତରେ ୯ ଜଣ ସାମିଲ ଅଛନ୍ତି।

  12. ଭାରତୀ ଏୟାରଟେଲ୍‌ ପକ୍ଷରୁ ଏୟାରଟେଲ ୫ଜି ପ୍ଲସର ଏକ ମେଗା ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗୋଟିଏ ଦିନରେ ଦେଶର ୨୩୫ଟି ସହରରେ ଉକ୍ତ ସେବାର ଶୁଭାରମ୍ଭ ହୋଇଯାଇଛି।

  13. ଭାବା ଆଟମିକ ରିସର୍ଚ୍ଚ ସେଣ୍ଟର (ବିଏଆର୍‌ସି) ଏବଂ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌(ନାଲ୍‌କୋ)ର ମିଳିତ ସହଯୋଗରେ ଭାରତର ପ୍ରଥମ ବକ୍ସାଇଟ ସିଆର୍‌ଏମ୍‌ (ସାର୍ଟିଫାଏଡ୍‌ ରେଫରେନ୍ସ ମ୍ୟାଟେରିଆଲ) ‘ବିଏଆର୍‌ସି ବି୧୨୦୧’ର ପ୍ରସ୍ତୁତ କରାଯାଇଛି।

  14. ଚେନାବ ନଦୀ ଉପରେ ନିର୍ମାଣାଧୀନ ବିଶ୍ବର ଉଚ୍ଚତମ ରେଳପୋଲ ଉପରେ ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ବନ୍ଦେ ମେଟ୍ରୋ ରେଳ ଚାଲିବ। ଉଦ୍ଧମପୁର-ଶ୍ରୀନଗର-ବାରମୁଳ ରେଳଲାଇନ୍ ପୂରା କାର୍ଯ୍ୟକ୍ଷମ ହେଲେ ଉକ୍ତ ଟ୍ରେନ ଚାଲିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।

  15. ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଗତରାତିରେ ଏଠାକାର ଏକ ହୋଟେଲରେ ଆତ୍ମହତ୍ୟା କରିଛନ୍ତି। ୨୫ ବର୍ଷୀୟା ଅଭିନେତ୍ରୀ ହୋଟେଲ ରୁମ୍‌ରେ ମୃତ ଅବସ୍ଥାରେ ମିଳିଛନ୍ତି।

  16. ସ୍ପେନ୍‌ର ଏ ବର୍ଷର ପ୍ରଥମ ବୃହତ୍ ବନାଗ୍ନି ପୂର୍ବ ଭାଲେନ୍ସିଆ ଅଞ୍ଚଳରେ ଭୟଙ୍କର ରୂପ ନେଇଥିବା ଦେଖିବାକୁ ମିଳିଛି। ଏହି ଦାବାନଳରେ ୩୦୦୦ରୁ ଅଧିକ ହେକ୍ଟର (୭,୪୧୩ ଏକର) ଜଙ୍ଗଲ ପୋଡ଼ି ପାଉଁଶ ହୋଇଯାଇଛି।

  17. ହ୍ୟାରି ପୋର୍ଟର୍’ ଭାବେ ଜଣାଶୁଣା ଡାନିଏଲ୍ ରାଡ୍‌କ୍ଲିଫ୍ ଏ ବର୍ଷ ବାପା ହେବାକୁ ଯାଉଛନ୍ତି। ବିଶ୍ବ ପ୍ରସିଦ୍ଧ ‘ହ୍ୟାରି ପୋର୍ଟର୍’ ଉପନ୍ୟାସମାଳାକୁ ନେଇ ନିର୍ମିତ ଚଳଚ୍ଚିତ୍ରସମୂହରେ ମୁଖ୍ୟ ଚରିତ୍ର ରୂପେ ଅବତୀର୍ଣ୍ଣ ହୋଇ ଡାନିଏଲ୍ ରାଡକ୍ଲିଫ୍‌ ରାତାରାତି ବିଶ୍ବପ୍ରସିଦ୍ଧ ହୋଇଯାଇଥିଲେ।

  18. ‘ଓଡ଼ିଶା କୁଇନ୍’ରେ ୱିନର ହେଲେ ତ୍ରିହୀନା ଦାସ, ପ୍ରଥମ ରନର୍ସଅପ୍ ହେଲେ ସୋନମ୍‌ ଆଚାର୍ଯ୍ୟ ଏବଂ ଦ୍ବିତୀୟ ରନର୍ସଅପ୍ ହେଲେ ଅନିନ୍ଦିତା ଆଚାର୍ଯ୍ୟ। ୱିନର ୫୦ ହଜାର ଟଙ୍କା ପାଇଥିବା ବେଳେ ପ୍ରଥମ ରନର୍ସଅପ୍‌ଙ୍କୁ ୩୦ ହଜାର ଏବଂ ସେକେଣ୍ଡ ରନର୍ସଅପ୍‌ଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

  19. ଚଳିତ ମହିଳା ବିଶ୍ବ ମୁଷ୍ଟିଯୁଦ୍ଧ ଚମ୍ପିଆନ୍‌ସିପରେ କ୍ରମାଗତ ୨ୟ ଦିନରେ ଭାରତକୁ ଡବଲ୍‌ ସ୍ବର୍ଣ୍ଣପଦକ ମିଳିଛି। ଶନିବାର ଦୁଇ ଭାରତୀୟ ନୀତୁ ଘାଙ୍ଘାସ୍‌ ଓ ସ୍ବିଟି ବୁରା ସ୍ବର୍ଣ୍ଣପଦକ ଜିତିଥିଲେ। ରବିବାର ଆଉ ୨ ଭାରତୀୟ ସ୍ବର୍ଣ୍ଣପଦକ ଜିତିଛନ୍ତି।

  20. ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ସିଜନର ଫାଇନାଲ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୭ ଉଇକେଟରେ ବିଜୟୀ ହୋଇଛି। ଫଳରେ ପ୍ରିମିୟର ଲିଗର ପ୍ରଥମ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିୟନ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.