• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରିଜର୍ଭ ବ୍ୟାଙ୍କର ପୂର୍ବତନ ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟ ଦେଶର ବୃହତ୍ ୫ଟି କର୍ପୋରେଟ ଗ୍ରୁପକୁ ଭାଙ୍ଗିବାକୁ ପରାମର୍ଶ ଦେଇଛନ୍ତି । ରିଲାଏନ୍ସ ଗ୍ରୁପ୍, ଟାଟା ଗ୍ରୁପ୍, ଆଦିତ୍ୟ ବିର୍ଲା ଗ୍ରୁପ୍, ଆଦାନି ଗ୍ରୁପ୍ ଓ ଭାରତୀ ଟେଲିକମ୍ (ଭାରତୀ ଏୟାରଟେଲ୍) ହେଉଛନ୍ତି ଦେଶର ୫ଟି ବୃହତ୍ କର୍ପୋରେଟ୍ ଗ୍ରୁପ ବା ବିଗ୍-ଫାଇଭ୍ ବୋଲି ସେ ବର୍ଣ୍ଣନା କରିଛନ୍ତି ।

  2. କାଲିଫର୍ନିଆର ଡେଲ ମାର୍ସ୍ଥିତ କାର୍ଯ୍ୟାଳୟରେ ୯୪ ବର୍ଷିୟ ମାର୍ଟିନ କୁପର୍‌ କହିଛନ୍ତି, ଯେତେବେଳେ ମୁଁ ରାସ୍ତାରେ ଯାଉଥିବା ସମୟରେ କେହି ଜଣେ ତାଙ୍କ ମୋବାଇଲ ଫୋନ ବ୍ୟବହାର କରୁଥିବାର ଦେଖେ, ମୁଁ ଆଶ୍ଚର୍ଯ୍ୟ ହୋଇଯାଏ। ଏହା ଯୋଗୁ ବେଳେବେଳେ ଛୋଟବଡ ଦୁର୍ଘଟଣା ମଧ୍ୟ ହୋଇଥାଏ।

  3. ପାକିସ୍ତାନର ଜଷ୍ଟିସ୍‌ ମୁସରତ ହିଲାଲି ପେଶାଓ୍ବର ହାଇକୋର୍ଟର ପ୍ରଥମ ମହିଳା ଚିଫ୍‌ ଜଷ୍ଟିସ୍‌ ହେବେ। ମୁସରତି ଏପ୍ରିଲ୍‌ ୧ରେ ଏହି ଦାୟିତ୍ୱ ଗ୍ରହଣ କରିବେ।

  4. ଆସୁଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ବା ‘କୃତ୍ରିମ ବୁଦ୍ଧିମତା’ ର ଯୁଗ ।ଯଦି ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ କାର୍ଯ୍ୟକାରୀ ହୁଏ ତେବେ ୩୦ କୋଟି ଚାକିରି ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି ।

  5. ସ୍ମାର୍ଟସିଟି ଡିଜିଟାଲ ଓ୍ବାଲ ନଜରରେ ରହିବେ ଖିଲାପକାରୀ । ଅପଗ୍ରେଡ କ୍ୟାମେରା ନଜରରେ ରହିବ ୧୧ଟି ଥାନା । ପାତ୍ରପଡ଼ାଠାରେ ନୂଆ ଥାନା ଉଦଘାଟନ୍ କରିଛନ୍ତି ଡିଜିପି । ୧୬ ନମ୍ବର ଜାତୀୟ ରାଜପଥ ଜଟଣୀ ଠାରୁ ନନ୍ଦନକାନନ ପର୍ଯ୍ଯନ୍ତ ୨୭ଟି ଟ୍ରାଫିକ ପୋଷ୍ଟ ରହିଛି।

  6. ମଧ୍ୟପ୍ରଦେଶ ଇନ୍ଦୋରଠାରେ ପବିତ୍ର ରାମନବମୀ ଅବସରରେ ବଡ ଦୁର୍ଘଟଣା ଘଟିଛି।   ରାମନବମୀ ପାଇଁ ପୂଜା ଚାଲିଥିବା ବେଳେ ମନ୍ଦିରର ଭୂତଳ କୂଅର ଛାତ ଭୁଶୁଡି ପଡ଼ିବାରୁ ପ୍ରାୟ ୨୩ଜଣ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣରେ ୧୦ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି।

  7. ଓଡିଶାର ୩୧ ତାରିଖ ଯାଏ ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଉକ୍ତ ୨୫ ଜିଲ୍ଲାଗୁଡ଼ିକ ହେଲା- କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା କଟକ, ଜଗତସିଂହପୁର, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ନୂଆପଡ଼ା ଓ ଝାରସୁଗୁଡ଼ା ।

  8. ଦୈନିକ ଦେଶରେ  ସଂକ୍ରମଣ ୩ ହଜାରରୁ ଅଧିକ ରହିଛି ।

  9. କଟକ ରେଳ ଷ୍ଟେସନକୁ ବିଶ୍ଵସ୍ତରୀୟ କରାଯିବ ଏବଂ ଓଡ଼ିଶାର ୫୭ଟି ରେଳ ଷ୍ଟେସନର ଉନ୍ନତୀକରଣ କରାଯିବ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ।

  10. କେନ୍ଦ୍ର ସରକାରଙ୍କ ପକ୍ଷରୁ ବିରଳ,ଗୁରୁତର ରୋଗର ଔଷଧ ଉପରୁ ସମ୍ପୂର୍ଣ୍ଣ ଛାଡ ହେଲା ଆମଦାନୀ ଶୁଳ୍କ। ସମସ୍ତ ବିରଳ ରୋଗ ପାଇଁ ବିଦେଶରୁ ଆସୁଥିବା ଔଷଧ ପାଇଁ ଶୁଳ୍କ ଛାଡ ହେବା ନେଇ ନିଷ୍ପତ୍ତି ହୋଇଛି।

  11. ୧୦୦ଟଙ୍କାରେ ପର୍ସ କିଣି ୬ଲକ୍ଷରେ ବିକିଲେ ଯୁବତୀ। ଜଣେ ଯୁବତୀ ୨୦୨୧ରେ ଅନଲାଇନ ନିଲାମି ସମୟରେ ୧୦୦ଟଙ୍କା ଦେଇ ଏକ ପୁରୁଣା ପର୍ସ କିଣିଥିଲେ, ଯାହାକୁ ସେ ୨୦୨୩ରେ ୬ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଚାଣ୍ଡଲର ୱେଷ୍ଟ ଏଭଳି କରିଥିବା ଟିକ୍ ଟକ୍ ଭିଡିଓରେ ଦାବି କରିଛନ୍ତି।

  12. ହରିୟାଣାର ଚରଖୀ ଦାଦରୀରେ ଘଟିଛି ଏଭଳି  ହୃଦୟ ବିଦାରକ ଘଟଣା। ସବୁଠାରୁ ବଡ଼ କଥା ହେଲା ଏଇ ବୃଦ୍ଧ ଦମ୍ପତି ହେଉଛନ୍ତି ଆଇଏଏସ ଅଫିସର ବିବେକ ଆର୍ଯ୍ୟଙ୍କ ଜେଜେ ବାପା-ଜେଜେମା’। ନିଜ ପୁଅ ଓ ବୋହୂଙ୍କ ଅତ୍ୟାଚାର ସହି ନପାରି ଜୀବନ ହାରିଥିବା ସୁଇସାଇଡ୍ ନୋଟରେ ଲେଖିଛନ୍ତି ଦମ୍ପତ୍ତି। ଏହାକୁ ଆଧାର କରି ପୁଲିସ ୪ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

  13. ମହାରାଷ୍ଟ୍ରର ଜଲାନା ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ଶ୍ୱଶୁରଙ୍କୁ ଗୁଳି କରି ହତ୍ୟା କରିଛି । ପ୍ରକୃତରେ ଯୁବକଙ୍କ ପତ୍ନୀ ତାଙ୍କୁ ଧୋକା ଦେଇ ନିଜ ପ୍ରେମିକ ସହିତ ପଳାଇଥିଲେ।

  14. ରାମନବମୀ ଅବସରରେ ମହାରାଷ୍ଟ୍ର, ଗୁଜୁରାଟ ଓ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । କେତେକ ସ୍ଥାନରେ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଥିବା ସୂଚନା ମିଳିଛି ।

  15. ଆମେରିକା ସେନାର ଦୁଇ ବ୍ଲାକ୍‌ ହକ୍‌ ହେଲିକପ୍ଟର ପରସ୍ପର ମଧ୍ୟରେ ଧକ୍କା ହୋଇ ୯ ଜଣଙ୍କ ମୃତ୍ୟୁ ଘଟିଛି।

  16. କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରୁପ୍ପା ତଥା ଭାଜପା ନେତା ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ।

  17. ଆମ ଆଦମୀ ପାର୍ଟି (ଏଏପି) ସାରା ଦେଶରେ ୧୧ ଟି ଭାଷାରେ ମୋଦି ହଟାଓ, ଦେଶ ବଚାଓ ପୋଷ୍ଟର ଲଗାଯାଇଛି।

  18. କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ହରିଦ୍ୱାରରେ ପତଞ୍ଜଳି ବିଶ୍ୱବିଦ୍ୟାଳୟର ଉଦ୍‌ଘାଟନ କରିଛନ୍ତି।

  19. ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌ ୯୯୦ ଟଙ୍କା ଦେୟ ଦେଇ ସେମାନଙ୍କ ଆକାଉଣ୍ଟ ଭେରିଫାଏ କରିପାରିବେ। ୱେବ୍‌ ସଂସ୍କରଣ ପାଇଁ ଏହି ଦେୟ ୧୪.୯୯ ଅର୍ଥାତ୍‌ ପ୍ରାୟ ୧,୨୪୦ ଟଙ୍କା ରହିଛି।

  20. ଭାରତୀୟ ଆମେରିକୀୟ ବ୍ୟବସାୟୀ ରମେଶ ଭୁଟାଡା ଆମେରିକାର ଫ୍ଲୋରିଡାସ୍ଥିତ ହିନ୍ଦୁ ବିଶ୍ୱବିଦ୍ୟାଳୟକୁ ୧୦ ଲକ୍ଷ ଡଲାର ଦାନ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.