• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦୦ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

  2. ବିଭିନ୍ନ ଦେଶର ଜେଲରେ ମୋଟ ୮ ହଜାର ୪୩୭ ଜଣ ଭାରତୀୟ ବନ୍ଦୀ ରହିଛନ୍ତି। ତେବେ ମିଳିତ ଆରବ ଏମିରାତ୍‌ରେ ସର୍ବାଧିକ ୧୯୬୬ ଜଣ ବନ୍ଦୀ ରହିଥିଲା ବେଳେ ଏହାପଚକୁ ୧୩୬୨ ଜଣ ସାଉଦି ଆରବ ଏବଂ ନେପାଳରେ ୧୨୨୨ ଜଣ ଭାରତୀୟ ବନ୍ଦୀ ରହିଛନ୍ତି।

  3. ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ ।

  4. ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର । ମଜୁରୀରେ ୧୨ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

  5. ସୁନାମଧନ୍ୟ ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁଙ୍କର ଏକକ ଚିତ୍ର କଳା ପ୍ରଦର୍ଶନୀ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟାଟ୍ ସେଣ୍ଟରର ଭିଜୁଆଲ ଆର୍ଟ ଗ୍ୟାଲେରୀଠାରେ ଉଦଘାଟିତ ହୋଇଯାଇଛି। ଶ୍ରୀ ସାହୁଙ୍କର ଦୀର୍ଘ ୪୫ ବର୍ଷର କଳାକୃତି ଓ ସୃଜନଶୀଳ ଉପଲବ୍ଧିକୁ ଏଠାରେ ପ୍ରଦର୍ଶନ କରଯାଇଛି।

  6. ଚଳିତବର୍ଷ ମାର୍ଚ୍ଚରେ ରୁଷ ଦିନକୁ ୧.୬୪ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଭାରତକୁ ‌ଯୋଗାଇ ଦେଇଛି। ମାର୍ଚ୍ଚ ମାସରେ ଭାରତ ଏହାର ମୋଟ ଅଶୋଧିତ ତେଲର ୩୩.୯ ପ୍ରତିଶତ ଉକ୍ତ ଦେଶରୁ ଆଣିଛି।

  7. ବଲିଉଡ ସୁପରଷ୍ଟାର ସଲମାନ ଖାନ୍‌ ଗତ କିଛି ଦିନ ମଧ୍ୟରେ ବାରମ୍ବାର ହତ୍ୟା ଧମକ ପାଇଛନ୍ତି। ଦବଙ୍ଗ ଅଭିନେତା ସଲମାନଙ୍କୁ ହତ୍ୟା ଧମକ ମିଳିବାପରେ ମୁମ୍ବାଇ ପୁଲିସ ପକ୍ଷରୁ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଥିଲା।

  8. ବରିଷ୍ଠ କଂଗ୍ରେସ ନେତା ତଥା ଅବିଭାଜିତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଏନ୍‌ କିରଣ କୁମାର ରେଡ୍ଡି ବିଜେପିରେ ଯୋଗ ଦେଇଛନ୍ତି।

  9. ପୁଲିସ ହାତରେ ଏପର୍ଯ୍ୟନ୍ତ ଧରା ପଡ଼ି ନଥିବା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମୃତପାଲ ସିଂହ ଜର୍ଣ୍ଣେଲ ସିଂହ ଭିନ୍ଦ୍ରନୱାଲେଙ୍କ ଭଳି ଦେଖାଯିବା ପାଇଁ ଜର୍ଜିଆରେ ନିଜ ଆଖିର ପ୍ଲାଷ୍ଟିକ ସର୍ଜରି କରିଥିଲା। ୨୦୨୨ ମସିହାରେ ଭାରତ ଫେରିବା ପୂର୍ବରୁ ସେ ଏହା କରିଥିଲା।

  10. ମୁସଲିମ ସଂରକ୍ଷଣ କର୍ଣ୍ଣାଟକ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି । ବିଜେପି ସରକାର ମୁସଲିମ ସଂରକ୍ଷଣକୁ ଉଚ୍ଛେଦ କରିଥିବାବେଳେ କ୍ଷମତାକୁ ଫେରିଲେ ପୁଣି ସଂରକ୍ଷଣ ଲାଗୁ କରିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି ।

  11. ସୂଚନା ପ୍ରଯୁକ୍ତି ବିଦ୍ୟା ନିୟମରେ ଅଣାଯାଇଥିବା ସଂଶୋଧନକୁ ନେଇ ଏଡିଟର୍ସ ଗିଲ୍ଡ ଅଫ ଇଣ୍ଡିଆ ଚିନ୍ତା ପ୍ରକଟ କରିଛି । ଏହି ସଂଶୋଧନ ମାଧ୍ୟମରେ ମିଥ୍ୟା ଓ ଭ୍ରମାତ୍ମକ ଖବର ନିର୍ଦ୍ଧାରଣ କ୍ଷମତା ଏକ ସରକାରୀ କମିଟିକୁ ଦିଆଯାଇଛି ।

  12. ଓଡ଼ିଶାରେ ରହିଛି ୧,୮୧,୮୩୭ ଜଳାଶୟ। କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଦେଶର ପ୍ରଥମ ଜଳାଶୟ ଗଣନା ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି।

  13. ଓପନ୍‌ଏଆଇର ଚାଟ୍‌ଜିପିଟି ବିପୁଳ ଲୋକପ୍ରିୟତା ହାସଲ କରିବା ପରେ ସେହି ଧରଣର ଭାବ ବିନିମୟ ଭିତ୍ତିକ ଏଆଇ ପ୍ରଯୁକ୍ତିକୁ କଂପାନି ଏହାର ସର୍ଚ୍ଚ ଇଞ୍ଜିନ୍‌ରେ ଯୋଡ଼ିବାକୁ ଚାହୁଛି। ଏହା ଦ୍ବାରା ଗୁଗୁଲ୍ ସର୍ଚ୍ଚରେ ଲୋକମାନେ ଚାଟ୍‌ଜିପିଟି ମାନର ଉତ୍ତର ପାଇବାକୁ ସମର୍ଥ ହେବେ। ଗୁଗୁଲ୍‌ ସର୍ଚ୍ଚ ସହ ଏଆଇକୁ ଶୀଘ୍ର ଯୋଡ଼ାଯିବ ବୋଲି ଏକ ସାକ୍ଷାତକାରରେ କଂପାନିର ସିଇଓ ସୁନ୍ଦର ପିଚ୍ଚାଇ କହିଛନ୍ତି।

  14. ବିଶ୍ଵର ୨ୟ ବୃହତ୍ତମ ଚିନି ଉତ୍ପାଦନକାରୀ ଦେଶ ଭାରତରେ ଉତ୍ପାଦନ କମିବାରୁ ସମଗ୍ର ବିଶ୍ଵରେ ଚିନି ଦର ବଢିଯାଇଛି । ଚିନି ଦର ଗତ ୬ ବର୍ଷର ରେକର୍ଡ ଭାଙ୍ଗିଛି। ନ୍ୟୁୟର୍କରେ ଚିନି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

  15. ସାରା ବିଶ୍ଵର ଅର୍ଥନୀତି ପାଇଁ ଆଗାମୀ ପାଞ୍ଚ ବର୍ଷର ସମ୍ଭାବନା ‌ଏତେ ଉଜ୍ଜ୍ବଳ ନୁହେଁ। ପ୍ରାୟ ୯୦ ପ୍ରତିଶତ ବିକାଶଶୀଳ ଦେଶର ଅଭିବୃଦ୍ଧି ହାର କମିବ। ସାରା ବିଶ୍ବ ମନ୍ଥର ଗତିରେ ଆଗକୁ ବଢ଼ିବ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍‌) ସତର୍କ କରାଇଛି।

  16. କାଜିରଙ୍ଗାରେ ‘ଗଜ ଉତ୍ସବ’ ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜିପ୍‌ରେ ବସି କଲେ ଜଙ୍ଗଲ ସଫାରି l

  17. ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହେଉ ହେଉ ଏହା ହେଲା ଭାଇରାଲ l

  18. ଟ୍ଵିଟରର ପୁରୁଣା ଲୋଗୋ ପୁଣି ଫେରିଲା l କିଛି ଦିନ ତଳେ କଂପାନିର ନୂଆ ମାଲିକ ଏଲନ୍ ମସ୍କ ଲୋଗୋକୁ ବଦଳାଇ ଚଢ଼େଇ ସ୍ଥାନରେ କ୍ରିପ୍ଟୋକରେନ୍ସି ଡୋଜ୍‌କଏନ୍‌ରେ ଥିବା କୁକୁର ଛବି ସ୍ଥା‌ନିତ କରିଥିଲେ।

  19. ନୁ୍ୟୟର୍କରେ ରେକର୍ଡ କଲା ଚିନି ଦର, ଏହି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ନୁ୍ୟୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ଡଲାରରେ ପହଞ୍ଚିଲା ।

  20. ଆଇପିଏଲ୍‌ ଦଶମ ମ୍ୟାଚ : ନିଜ ଘରେ ତୃତୀୟରୁ ଦ୍ବିତୀୟ ମ୍ୟାଚ୍‌ ଜିତି ଶୀର୍ଷକୁ ଉଠିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.