• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ସାମୂହିକ ଭା‌ବେ ପ୍ରଚାରପ୍ରସାର କରାଯାଉଥିବା ‘ଭାରତର ସପ୍ତ ମୁକ୍ତିସ୍ଥଳ’ରେ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ ସ୍ଥାନ ପାଇଛି । ଏଣିକି ପୁରୀ ସମ୍ପର୍କରେ ଘରୋଇ ଓ ବିଶ୍ୱ ବଜାରରେ ପ୍ରଚାର ପ୍ରସାର କରାଯିବ । ଏଥିସହ ପ୍ରସାଦ ଓ ସ୍ୱଦେଶ ଦର୍ଶନ ଯୋଜନାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ହେବ । ଜଗନ୍ନାଥ ଧାମ ପୁରୀ ସହ ଅଯୋଧ୍ୟା, ମଥୁରା, ହରିଦ୍ବାର, ବାରଣାସୀ, ଉଜ୍ଜୈନ ଓ ଦ୍ବାରକା ଏହି ସପ୍ତ ମୁକ୍ତିସ୍ଥଳରେ ରହିଛି।
  2. ଦେଶର ଶ୍ରେଷ୍ଠ ଜିଲା ପରିଷଦ ଭାବେ ଗଞ୍ଜାମ ଜିଲା ପରିଷଦକୁ ୫ କୋଟି ଟଙ୍କାର ଅର୍ଥରାଶି ଏବଂ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିକୁ ପୁରସ୍କାର ବାବଦରେ ୨ କୋଟି ଟଙ୍କାର ଅର୍ଥରାଶି ମିଳିବ ।
  3. ଦେଶର ପ୍ରଧାନ ବିଚାରପତି (ସିଜେପି)ଙ୍କ କ୍ଷମତାକୁ ହ୍ରାସ କରିବା ଲାଗି ଉଦ୍ଦିଷ୍ଟ ଏକ ପ୍ରସ୍ତାବକୁ ପାକିସ୍ତାନର ରାଷ୍ଟ୍ରପତି ଆରିଫ ଅଲଭି ସଂସଦକୁ ପୁନର୍ବିଚାର ପାଇଁ ଫେରସ୍ତ କରିଛନ୍ତି।
  4. ଆମେରିକା ମେରିଲ୍ୟାଣ୍ଡ ରାଜ୍ୟରୁ ବିଚଳିତ କରିବା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାକାର ଏକ କ୍ୟାଥୋଲିକ ଚର୍ଚ୍ଚରେ ୬୦୦ରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଯୌନ ଉତ୍ପୀଡନ ଦିଆଯାଇଛି। ୮୦ ବର୍ଷ ମଧ୍ୟରେ ତଥା ୧୯୪୦ରୁ ଏ ପର୍ଯ୍ୟନ୍ତ ଅନ୍ୟଲୋକମାନଙ୍କ ସହ ମିଶି ୧୫୬ ପାଦ୍ରୀ ଏହି ଶିଶୁମାନଙ୍କୁ ଯୌନ ଉତ୍ପୀଡ଼ନ ଦେଇଛନ୍ତି।
  5. କୋଭିଡ୍ ଭୂତାଣୁର ନୂଆ ଉପ-ପ୍ରଜାତି ଏକ୍ସବିବି–ପଏଣ୍ଟ ୱାନ ପଏଣ୍ଟ ୱାନ ସିକ୍ସ ପଏଣ୍ଟ ୱାନ ଭାରତରୁ ଚିହ୍ନଟ ହୋଇଛି । ଏହି ନୂଆ ପ୍ରଜାତି ଦ୍ୱାରା ଦେଶରେ ଏପର୍ଯ୍ୟନ୍ତ ୧୧୩ ଜଣ ସଂକ୍ରମିତ ହୋଇଛନ୍ତି । ବିଶେଷକରି ଗୁଜୁରାଟ ଓ ମହାରାଷ୍ଟ୍ରରେ ନୂଆ ପ୍ରଜାତି ଦ୍ୱାରା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି ।
  6. ଶ୍ରୀଲଙ୍କାକୁ ଋଣଯନ୍ତାରେ ଫସାଇ ଚୀନ୍‌ ନିଜର କୁଟିଳ କାର୍ଯ୍ୟ ସାଧନ କରିବାରେ ଲାଗିଛି। ହମ୍ବନଟୋଟା ବନ୍ଦର ପରେ ରଣନୈତିକ ଦୃଷ୍ଟିରୁ ଅନେକ ଗୁରୁତ୍ବବହନ କରୁଥିବା ଭାରତ ମହାସାଗରର ଏହି ରାଷ୍ଟ୍ରର ଜଙ୍ଗଲରେ ସାମ୍ରାଜ୍ୟବାଦୀ ଚୀନ୍‌ ମହାଶକ୍ତିଶାଳୀ ରାଡାର ପ୍ରତିଷ୍ଠା କରିବାକୁ ଚାହୁଁଛି।
  7. ନୀଳ ପକ୍ଷୀ ବଦଳରେ ‘ଡଗି’  ନୂଆ ଲୋଗୋ ରଖିଥିଲେ। ଏହି ‘ଡଗି’ ଲୋଗୋଟି କ୍ରିପ୍ଟୋକରେନ୍ସିର ଡଜ କଏନ ସହିତ ସମାନ ରହିଥିଲା। ପୁଣି ଥରେ ଏହି ‘ଡଗି’ ଲୋଗୋକୁ ହାଟାଇ ଦେଇଛନ୍ତି ଏଲନ ମସ୍କ। ପୁଣି ଆଉ ଥରେ ‘ନୀଳ ଚଢେଇ’କୁ ଟ୍ବିଟରର ଲୋଗ ରଖାଯାଇଛି।
  8. ପାରାଦୀପରେ ବିଜୁ ପଟ୍ଟନାୟକ ଓ ଜବାହରଲାଲ ନେହେରୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଇଛି । ଦୁଇଟିଯାକ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାରେ  ଫିଙ୍ଗାଯାଇଛି।
  9. ଏଣିକି ରାଜଧାନୀର କୌଣସି ଛାତ ଉପରେ ରହିବନି ହୋର୍ଡିଂ । ବେନିୟମ ହୋର୍ଡିଂ ଯୋଗୁଁ ବିଏମସିକୁ ମଧ୍ୟ ରାଜସ୍ୱ କ୍ଷତି ସହିବାକୁ ପଡୁଥିଲା । ବିଳମ୍ବରେ ହେଲେ ବି ପଦକ୍ଷେପ ନେଇଛି ବିଏମସି । ହୋର୍ଡିଂ ହଟାଇବା ନେଇ ଏକ ଘରୋଇ ସଂସ୍ଥାକୁ ଦିଆଯାଇଛି ଦାୟିତ୍ୱ ।
  10. ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇ ପାରନ୍ତି ବୋଲି ଉତ୍ତରପ୍ରଦେଶର ବରିଷ୍ଠ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ୍‌ କହିଛନ୍ତି।
  11. ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ। ଏପରିସ୍ଥଳେ ୟରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ତାଙ୍କ ହତ୍ୟା ସହିତ କରୋନା ସଂକ୍ରମଣ ଭୟ ଘରିବା ଆରମ୍ଭ କରିଛି।
  12. ନ୍ୟୁଜିଲାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ନ ରାଜନୀତିରୁ ବିଦାୟ ନେଇଛନ୍ତି। ଦେଶର ସଙ୍କଟ ସମୟରେ ଜେସିଣ୍ଡା ନେତୃତ୍ୱ ନେଇଥିଲେ। ତାଙ୍କର ୫ ବର୍ଷର ନେତୃତ୍ୱ ଜଣେ ସଙ୍କଟ ପରିଚାଳକ ଭାବେ ସ୍ମରଣୀୟ ହୋଇ ରହିବ।
  13. ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳନ ହେଉଥିବା ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ଶୁକ୍ରବାର ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାରେ ଦୁର୍ଘଟଣାଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ମଧ୍ୟରେ ମୋଟ ୧୨ଟି ସଡକ ଦୁର୍ଘଟଣା ଘଟିଥିବା ବେଳେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ ସୂଚନା ଦେଇଛନ୍ତି।
  14. ସାଲେପୁର , ପ୍ରସାଦ ଖାଇ ୫ଟି ଗ୍ରାମର ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି । କାନପୁର, ରମକାପୁର, ଦେଉଳି,ଜୟୀରାମପୁର ଏବଂ ଗୁଆଳିପୁରରେ ଅନେକ ଲୋକ ଅସୁସ୍ଥ ହୋଇଥିବା ପ୍ରାଥମିକ ସୂଚନା ।
  15. ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍‌ଏମ୍‌ୱାଇ)କୁ ୮ ବର୍ଷ ପୂରଣ ହୋଇଛି। ଆରମ୍ଭରୁ ଚଳିତବର୍ଷ ମାର୍ଚ୍ଚ ୨୪ ତାରିଖ ମଧ୍ୟରେ ଉକ୍ତ ଯୋଜନାରେ ୪୦.୯୨ କୋଟି ଲୋକଙ୍କୁ ୨୩.୨ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି।
  16. ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ଅଜିତ ପାୱାର ଇଭିଏମକୁ ନେଇ ଭିନ୍ନ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, 'ମୋର ବ୍ୟକ୍ତିଗତ ଭାବେ ଇଭିଏମ୍ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି।
  17.  ୨୦୨୧-୨୨ ଆର୍ଥିକ ବର୍ଷରେ ଓଏମ୍‌ସି ୨୫.୩୧ ନିୟୁତ ଟନ୍ ଲୁହାପଥର ଉତ୍ପାଦନ କରିଥିଲା। ‌ଏଣୁ ୨୦୨୧-୨୨ ତୁଳନାରେ ୨୦୨୨-୨୩ ଆର୍ଥିକ ବର୍ଷରେ କଂପାନି ୧୭ ପ୍ରତିଶତ ଅଧିକ ଲୁହାପଥର ଉତ୍ପାଦନ କରିବାରେ ସକ୍ଷମ ହୋଇଛି।
  18. ୩୨୫୦ କୋଟି ଟଙ୍କାର ଋଣ ଠକେଇ ମାମଲାରେ ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଚନ୍ଦା କୋଚ୍ଚର, ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ଏବଂ ଭିଡିଓକନ୍ ଗ୍ରୁପ୍ ପ୍ରତିଷ୍ଠାତା ବେଣୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି
  19. ସିଏନ୍‌ଜି ମୂଲ୍ୟ କିଲୋଗ୍ରାମ ପିଛା ୯୪ ଟଙ୍କା ୭୬ ପଇସାରୁ ୮୯ ଟଙ୍କା ୭୬ ପଇସାକୁ ହ୍ରାସ କରାଯାଇଛି। ୯ ତାରିଖ ଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ। ସେହିଭଳି ପାଇପ ଯୋଗେ ଲୋକଙ୍କୁ ଯୋଗାଇ ଦିଆଯାଉଥିବା ରନ୍ଧନ ଗ୍ୟାସ (ପିଏନ୍‌ଜି) ମୂଲ୍ୟ ମଧ୍ୟ ଷ୍ଟାଣ୍ଡାର୍ଡ ଘନ ମିଟର ପିଛା ୬୨ ଟଙ୍କା ୧୮ ପଇସାରୁ ହ୍ରାସ କରାଯାଇ ୫୭ ଟଙ୍କା ୧୮ ପଇସା ରଖାଯାଇଛି। ଏହାଦ୍ବାରା କଟକ ଓ ଭୁବନେଶ୍ବରରେ ୧୧ ହଜାରରୁ ଅଧିକ ପିଏନଜି ଗ୍ରାହକ ଉପକୃତ ହେବେ।
  20.  ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ)କୁ  ୭ ଓ୍ବିକେଟରେ ପରାଜିତ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.