• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କରୋନା ସଂକ୍ରମଣ ବଢ଼ିଲାଣି। ସଂକ୍ରମଣ ବୃଦ୍ଧି ଯୋଗୁଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ ବିପଦ ଶ୍ରେଣୀରେ ଥିବା ଲୋକଙ୍କୁ ଅତିରିକ୍ତ ବୁଷ୍ଟର ଡୋଜ୍‌ ନେବାକୁ ପରାମର୍ଶ ଦେଇଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଟିକାକରଣ ବିଶେଷଜ୍ଞ ଏହି ପରାମର୍ଶ ଦେଇଛନ୍ତି।

  2. ହିନ୍ଦୀ ବୈଦ୍ୟୁତିକ ଗଣମାଧ୍ୟମର ବରିଷ୍ଠ ସାମ୍ବାଦିକ ସୁମିତ ଅଗସ୍ତି ସାମ୍ବାଦିକତାର ପରିଭାଷା ଓ ବର୍ତ୍ତମାନର ସାମ୍ବାଦିକତା ଉପରେ ଆଲୋକପାତ କରି କହିଥିଲେ ଯେ  ସମାଜ ଧ୍ରୁବୀକରଣ ହେବା ପାଇଁ ଉଭୟ ସାମ୍ବାଦିକ ଓ ଦର୍ଶକ ଦାୟୀ।  ଚ୍ୟାନେଲ ଚ୍ୟାନେଲ ମଧ୍ୟରେ ଟିଆରପି ଯୁଦ୍ଧ ପାଇଁ ସମାଜରେ ବିଭାଜନ ସୃଷ୍ଟି ହୋଇଛି । ଯେ ପର୍ଯ୍ୟନ୍ତ ଆପଣ ନ୍ୟୁଜ୍ ଦେଖିବା ପାଇଁ ଟଙ୍କା ଦେଉ ନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କୁ ଏହି ଭଳି ଶସ୍ତା ଖବର ଦେଖିବାକୁ ମିଳିବ ।

  3. ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଗଠିତ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ । ଆସନ୍ତା ୨୦୩୬କୁ ଉତ୍କଳ ପ୍ରଦେଶ ଗଠନକୁ ପୁରିବ ୧୦୦ ବର୍ଷ ।ଆଗାମୀ ୧୩ ବର୍ଷ ମଧ୍ୟରେ ଅର୍ଥାତ ୨୦୩୬ ମହିହା ବେଳକୁ ଓଡ଼ିଶା ଦେଶର ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ପହଞ୍ଚିବ ।’ - ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା

  4. ମେ’ ୧୫ ତାରିଖରୁ ଆରମ୍ଭ ହେବାକୁ ଥିବା ଭୁବନେଶ୍ୱରରୁ ସିଧା ଦୁବାଇ ବିମାନ ଉଡ଼ାଣ ପାଇଁ ଟିକେଟ ବୁକିଂର ଶୁଭାରମ୍ଭ ହୋଇଛି । ଉତ୍କଳ ଦିବସ ଅବସରରେ ଟିକେଟ ବିକ୍ରିର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

  5. ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ଶିକ୍ଷାବର୍ଷ ୨୦୨୩-୨୪ରେ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା କାର୍ଯ୍ୟକ୍ରମ ଚଳିତ ଏପ୍ରିଲ ମାସ ୩ ତାରିଖରୁ ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଚାଲିବ।

  6.  ମେଟ୍ରୋ ଟ୍ରେନ୍‌ ଚଳାଚଳ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ତ୍ରିଶୂଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ କରିଛନ୍ତି।

  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଓଡିଶା ସରକାରଙ୍କ ହାଇ ଲେଭଲ୍ କ୍ଲିୟରାନ୍ସ ଅଥରିଟି (HLCA) ୫ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ୫ଟି ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ମୋଟ ୩୫,୭୬୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ ଓ ଏଗୁଡ଼ିକରେ ପ୍ରାୟ ୩୮,୧୦୦ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

  8. ଏପ୍ରିଲ୍‌‌ ୧ ତାରିଖଠାରୁ ସାରା ଦେଶରେ ସଂଶୋଧିତ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ୍‌‌ ୨୦୨୨ ଲାଗୁ ହେଉଛି।ସିଡ୍ୟୁଲ୍‌‌-୧ ଓ ୨ ରେ ଭାରତୀୟ ବନ୍ୟପ୍ରାଣୀମାନଙ୍କୁ ରଖାଯାଇଥିବା ବେଳେ ସିଡ୍ୟୁଲ୍‌‌-୩ରେ ଗଛ ଓ ସିଡ୍ୟୁଲ୍‌‌-୪ରେ ବିଦେଶୀ ପଶୁ ପକ୍ଷୀଙ୍କୁ ସାମିଲ୍‌‌ କରାଯାଇଛି। ସିଡ୍ୟୁଲ-୧ର ପାର୍ଟ-ଏ’ରେ ସ୍ତନ୍ୟପାୟୀ ପ୍ରାଣୀ ରହିଛନ୍ତି। ଏଥିରେ ବାଦୁଡ଼ି, ଭାଲୁ, ବିଲୁଆ, ବଣଭୁଆଁ, ନେଉଳ, ଶାଳଆପତନି, ଝିଙ୍କ ଆଦି ରହିଛନ୍ତି। ସିଡ୍ୟୁଲ୍‌‌-୧ର ପାର୍ଟ-ବି’ ପକ୍ଷୀଙ୍କୁ ସାମିଲ କରାଯାଇଛି।

  9. ପୂର୍ବରୁ ବନ୍ୟପ୍ରାଣୀ ସମ୍ପର୍କିତ ଅପରାଧ ପାଇଁ ଯେଉଁ କ୍ଷେତ୍ରରେ ଜରିମାନା ୨୫ ହଜାର ଥିଲା ତାହାକୁ ୧ ଲକ୍ଷ ଟଙ୍କା କରାଯାଇଛି। ୧୦ ହଜାର ଜରିମାନା ପରିମାଣକୁ ବୃଦ୍ଧି କରାଯାଇ ୨୫ ହଜାର କରାଯାଇଛି। ଏଣିକି ଅଭୟାରଣ୍ୟ ଅଞ୍ଚଳର ୧୦ କିଲୋମିଟର ପରିମିତ ଅଞ୍ଚଳରେ ବନ୍ଧୁକ ଲାଇସେନ୍ସ ଦିଆଯିବ ନାହିଁ।

  10. ଓମଫେଡ୍ କ୍ଷୀର ଉପରେ ବର୍ଦ୍ଧିତ ଦର ଲାଗୁ ହୋଇଛି । ଲିଟର ପିଛା ୪ ଟଙ୍କା ବୃଦ୍ଧି ପାଇଛି ଓମଫେଡ୍ କ୍ଷୀର । ବର୍ଦ୍ଧିତ ମୂଲ୍ୟର ସିଂହ ଭାଗ ଦୁଗ୍ଧଚାଷୀଙ୍କୁ ମିଳିବ ବୋଲି କୁହାଯାଇଛି । ବର୍ଦ୍ଧିତ ୪ ଟଙ୍କାରୁ ଦୁଗ୍ଧଚାଷୀଙ୍କୁ ସିଧାସଳଖ ମିଳିବ ୩ ଟଙ୍କା ୫୦ ପଇସା। ଗୋଖାଦ୍ୟ ସମେତ ଗୋପାଳନ ପାଇଁ ଆବଶ୍ୟକ ସମସ୍ତ ସାମଗ୍ରୀର ଦରଦାମ ବୃଦ୍ଧି ଦୃଷ୍ଟିରୁ କ୍ଷୀର ଦର ବୃଦ୍ଧି କରିବାକୁ ଦୁଗ୍ଧଚାଷୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲା ।

  11. ଆମେରିକାର ପ୍ରଥମ ରାଜ୍ୟ ଜର୍ଜିଆରେ ହିନ୍ଦୁଫୋବିୟା (ହିନ୍ଦୁବିଦ୍ବେଷ)କୁ ବିରୋଧ କରି ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ ହୋଇଛି। ହିନ୍ଦୁବିଦ୍ବେଷ ଓ ହିନ୍ଦୁଙ୍କ ପ୍ରତି ଅସହିଷ୍ଣୁତାକୁ ଏଥିରେ ନିନ୍ଦା କରାଯାଇଛି।

  12. ଇଟାଲି ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଦଳ ଦେଶରେ ସରକାରୀ ଯୋଗାଯୋଗ କ୍ଷେତ୍ରରେ ସରକାରୀ ଓ ଘରୋଇ ସଂସ୍ଥାଗୁଡ଼ିକ ବିଦେଶୀ ଶବ୍ଦ, ବିଶେଷତଃ ଇଂରାଜୀର ବ୍ୟବହାରକୁ ନିଷିଦ୍ଧ କରିବା ପାଇଁ ଏକ ଆଇନ ଆଣିବାକୁ ପ୍ରସ୍ତାବ ଦେଇଛି।

  13. ବାଳକଙ୍କ ବୟସ ମାତ୍ର ୪ ବର୍ଷ ୨୧୮ ଦିନ। ଅଥଚ ସେ ଏକ ପୁସ୍ତକ ପ୍ରଣୟନ କରି ଓ ପ୍ରକାଶ କରି ଗିନିସ୍ ବିଶ୍ବ ରେକର୍ଡରେ କନିଷ୍ଠତମ ପୁସ୍ତକ ପ୍ରକାଶକ ଭାବେ ସ୍ଥାନ ପାଇଛନ୍ତି। ଏହି ବିସ୍ମୟ ବାଳକ ହେଉଛନ୍ତି ଆବୁଧାବିର ସଇଦ ରସିଦ ଆଲମିରି।

  14. ଭାରତରେ ୨୦୨୨-୨୩ ଆର୍ଥିକ ବର୍ଷରେ ଦିନକୁ ହାରାହାରି ୩,୭୨,୮୪୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷ ତୁଳନାରେ ଏଥିରେ ୫୯.୮୧ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ଏକ ତଥ୍ୟରୁ ଜଣାଯାଇଛି।

  15. ୨୦୨୨-୨୩ ଆର୍ଥିକ ବର୍ଷରେ ଅନ୍ୟ ଦେଶଗୁଡ଼ିକ ଭଳି ମଧ୍ୟ ଭାରତୀୟ ମୁଦ୍ରା ଟଙ୍କା ଅସ୍ଥିର ରହିବା ସହିତ ତଳକୁ ଖସିଛି। ରୁଷ-ୟୁକ୍ରେନ ଯୁଦ୍ଧ ସହିତ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ସୁଧ ହାର ବୃଦ୍ଧି ଫଳରେ ଏଭଳି ସ୍ଥିତି ଦେଖାଦେଇଛି।

  16. ମହାନଦୀ କୋଲ୍‌ ଫିଲ୍‌ଡ୍ସ (ଏମ୍‌ସିଏଲ୍‌) ପକ୍ଷରୁ ଝାରସୁଗୁଡ଼ାରେ ନିର୍ମାଣାଧୀନ କାର୍ଡିଆକ୍ କେୟାର ସେଣ୍ଟର ଶୀଘ୍ର କାର୍ଯ୍ୟକ୍ଷମ ହେବ। ଏଥିପାଇଁ କୋଠା ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ବୋଲି ଏମସିଏଲ୍‌ ପକ୍ଷରୁ ଆଜି ସୂଚନା ଦିଆଯାଇଛି।

  17. ଦେଶର ଜିଏସଟି ରାଜସ୍ବ ସଂଗ୍ରହରେ ଅଭୁତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ମାର୍ଚ୍ଚ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୦ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମାର୍ଚ୍ଚ ୨୦୨୨ ତୁଳନାରେ ୧୩ ପ୍ରତିଶତ ଅଧିକ ।

  18. ନୂଆ ଦର ଅନୁଯାୟୀ ଜାତୀୟ ରାଜପଥରେ ଗାଡି ଚଳାଇବା ପାଇଁ ଆପଣଙ୍କୁ ଏବେ କିଲୋମିଟର ପିଛା ୧ ଟଙ୍କା ୪୩ ପଇସା ଦେବାକୁ ପଡିବ, ଯାହା ପୂର୍ବରୁ କିଲୋମିଟର ପିଛା ୧ ଟଙ୍କା ୩୬ ପଇସା ଥିଲା । ସେହିପରି ଭାରି ଯାନଗୁଡ଼ିକୁ ଏବେ ଟୋଲ୍ ଟ୍ୟାକ୍ସରେ ପୂର୍ବ ତୁଳନାରେ ୪୦ ଟଙ୍କା ଅଧିକ ଦେବାକୁ ପଡ଼ିବ।

  19. ସରକାରୀ କମ୍ପାନିଗୁଡ଼ିକ ବାଣିଜ୍ୟିକ ଏଲ୍‌ପିଜି ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି। ୧୯.୨ କିଗ୍ରା ବିଶିଷ୍ଟ ବାଣିଜ୍ୟିକ ଏଲ୍‌ପିଜି ଦାମ ଦିଲ୍ଲୀରେ ୯୧ ଟଙ୍କା ୫୦ ପଇସା ହ୍ରାସ ପାଇ ୨୦୨୮ ଟଙ୍କା ରହିଛି।

  20. ‘ନୂଆ ବୈଦେଶିକ ବାଣିଜ୍ୟ ନୀତି-୨୦୨୩’ ଆସନ୍ତାକାଲି ଠାରୁ ଲାଗୁ ହେବ। ଏହି ନୀତି ଅନୁଯାୟୀ ଟଙ୍କାରେ ବିଦେଶରେ ବ୍ୟବସାୟ କରିବା ସହଜ ହେବ ବୋଲି ଗୋଏଲ କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.