• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ୟୁକ୍ରେନ ଯୁଦ୍ଧ ମଧ୍ୟରେ ରୁଷ୍‌ ପୁଣିଥରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ର ଅଧ୍ୟକ୍ଷ ହୋଇଛି। ସାରା ବିଶ୍ବରେ ଯୁଦ୍ଧକୁ ନେଇ ରୁଷ୍‌କୁ ସମାଲୋଚନା କରାଯାଉଥିବାବେଳେ ବିଶ୍ବର ଶକ୍ତିଶାଳୀ ସଂସ୍ଥାର କମାଣ୍ଡ ରୁଷ୍‌ ହାତକୁ ଯିବା ଅନେକଙ୍କୁ ବିସ୍ମିତ କରିଛି।

  2. ମଙ୍ଗଳବାର ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓକିଲଙ୍କ ନିକଟରେ ଆତ୍ମସମର୍ପଣ କରିବେ। ଏହା ପୂର୍ବରୁ ନ୍ୟୁୟର୍କ ସିଟି ପୋଲିସ ଟ୍ରମ୍ପ୍‌ ଟାଓ୍ବାରକୁ ବନ୍ଦ କରି ମ୍ୟାନହଟନ କ୍ରାଇମବ୍ରାଞ୍ଚ ନିକଟରେ ରାସ୍ତା ଅବରୋଧ କରିଛି।

  3. ଆମେରିକାର ଦକ୍ଷିଣ ଏବଂ ମଧ୍ୟପଶ୍ଚିମ ଘୂର୍ଣ୍ଣିଝଡ଼ରେ ମୃତ୍ୟୁ ସଂଖ୍ୟା ୩୨କୁ ବୃଦ୍ଧି ପାଇଛି।

  4. ୟୁପିଆଇ ଜରିଆରେ କରାଯାଉଥିବା ନେଣ ଦେଣ ଉପରେ ୧ ଏପ୍ରିଲରୁ ଲଗାଯିବାକୁ ଥିବା ନେଣଦେଣ ଦେୟକୁ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନ୍‌ପିସିଆଇ) ସ୍ପଷ୍ଚୀକରଣ ଜାରି କରିଛନ୍ତି। ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲଗାଯିବା ଖବରକୁ ଏନ୍‌ପିସିଆଇ ଖଣ୍ଡନ କରିଛନ୍ତି। 

  5. କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଅପରାହ୍ଣରେ ତାଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଲୋକସଭା ସଦସ୍ୟ ପଦ ହରାଇବା ପରେ ରାହୁଲଙ୍କୁ ସରକାରୀ ବାସଭବନ ଖାଲି କରିବାକୁ ସଚିବାଳୟ ପକ୍ଷରୁ ନୋଟିସ ଦିଆଯାଇଥିଲା।

  6. ଏପ୍ରିଲ ୩ ତାରିଖରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ଜାପାନ ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଟୋକିଓରେ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେବା ସହ କ୍ବୋଟୋ ଓ ଓସାକା ଭଳି ମହାନଗରୀ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗନେବେ ।

  7. ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିଲା। ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ରବିବାର ଅପରାହ୍‌ଣରେ ଟସ୍‌ ଜିଣି ହାଇଦ୍ରାବାଦ୍‌ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦୩ ରନ କରିଥିଲା। 

  8. କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାଲଣ୍ଡା ପଞ୍ଚାୟତରେ କ୍ରିକେଟ ଖେଳକୁ ନେଇ ଘଟିଛି ତୁମୂଳକାଣ୍ଡ। ଖେଳ ଚାଲୁଥିବା ସମୟରେ ଅମ୍ପାୟାର ଭୁଲ ନିଷ୍ପତ୍ତି ଦେଇଥିବାକୁ ନେଇ ହତ୍ୟା କାଣ୍ଡ ଘଟିଛି।  ବ୍ୟାଟ ଓ ଛୁରୀ ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

  9. ଉତ୍ତରପ୍ରଦେଶ (ୟୁପି) ବିଦ୍ୟାଳୟରେ ମୋଗଲମାନଙ୍କ ବିଷୟରେ ଇତିହାସ ଶିକ୍ଷା ଦିଆଯିବ ନାହିଁ। ଯୋଗୀ ସରକାର ଉତ୍ତରପ୍ରଦେଶରେ ପିଲାମାନଙ୍କ ଶିକ୍ଷାରୁ ମୋଗଲ ମାନଙ୍କ ଇତିହାସକୁ ବାଦ୍‌ ଦେଇଛନ୍ତି।

  10. ୨୦୨୩-୨୪ଏକାଡେମିକ୍ ବର୍ଷରୁ NCERT ମୋଗଲ କୋର୍ଟ ଏବଂ ଶାସକ ସମ୍ବନ୍ଧୀୟ ପାଠ୍ୟକୁ ଦ୍ୱାଦଶ ଶ୍ରେଣୀର ଭାରତୀୟ ଇତିହାସ-୨ ର କିଛି ବିଷୟରୁ ହଟାଇ ଦେଇଛି ।

  11. ଭାରତର ପୂର୍ବତନ କ୍ରିକେଟର ସଲିମ ଦୁରାନିଙ୍କ ରବିବାର ସକାଳେ ତାଙ୍କ ଜାମନଗର ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା।

  12. ଏପ୍ରିଲରୁ ଜୁନ୍‌‌ ମାସ ଯାଏଁ ଯେଉଁ କେତୋଟି ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେବାର ସମ୍ଭାବନା ରହିଛି, ସେ ମଧ୍ୟରେ ଓଡ଼ିଶା ରହିଛି। ଏହି ୩ ମାସର ହାରାହାରି ତାପମାତ୍ରା ବିଚାରକୁ ନେଲେ ରାଜ୍ୟବ୍ୟାପୀ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ।

  13. ଟାଟା ଏଆଇଏ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଟାଟା ଏଆଇଏ ସଷ୍ଟେନେବିଲିଟି ଇକ୍ୱିଟି ଫଣ୍ଡ୍‌ ଓ ଟାଟା ଏଆଇଏ ଡାଇନାମିକ୍‌ ଆଡଭାଣ୍ଟେଜ୍‌ ଫଣ୍ଡ୍‌ର ଏନ୍‌ଏଫ୍‌ଓ ଶୁଭାରମ୍ଭ କରାଯାଇଛି।

  14. ଏସସିଆଇଏମଏଜିଓ ର଼୍ୟାଙ୍କିଙ୍ଗ୍‌ ଏଜେନ୍ସି ପକ୍ଷରୁ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ସ୍ବାସ୍ଥ୍ୟ ଗବେଷଣା ଅନୁଷ୍ଠାନର ଫଳାଫଳ ପ୍ରକାଶ କରାଯାଇଛି। ବିଶେଷ କରି ଏସସିଆଇଏମଏଜିଓ ଇନଷ୍ଟିଚ୍ୟୁଟ ର଼୍ୟାଙ୍କିଙ୍ଗ୍‌-୨୦୨୩ରେ ଏଲଭିପିଇଆଇ ଚକ୍ଷୁ ବିଜ୍ଞାନ (ସ୍ବାସ୍ଥ୍ୟ) ବର୍ଗରେ ବିଶ୍ୱର ୮ମ ସ୍ଥାନ ହାସଲ କରିଥିବା ବେଳେ ଏସିଆରେ ୨ୟ ସ୍ଥାନରେ ରହିଛି, ଭାରତର ଏକମାତ୍ର ଚକ୍ଷୁ ସ୍ବାସ୍ଥ୍ୟ ଅନୁଷ୍ଠାନ ଭାବେ ବିଶ୍ୱର ଶ୍ରେଷ୍ଠ ୧୦ଟି ଚକ୍ଷୁ ଗବେଷଣା ଅନୁଷ୍ଠାନ ମଧ୍ୟରେ ତାଲିକାଭୁକ୍ତ ହୋଇଛି।

  15. ଭାରତୀୟ ରେଲଓ୍ବେର ପ୍ରମୁଖ ଜୋନ୍‌ ପୂର୍ବତଟ ରେଳପଥ ୨୦୨୨-୨୩ ଆର୍ଥିକବର୍ଷର ପଣ୍ୟ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଏପରିକି ରେଳପଥ ଲକ୍ଷ୍ୟଧାର୍ଯ୍ୟଠାରୁ ଅଧିକ ୨୪୧.୫୧ ମିଲିଅନ ଟନ୍‌ ପଣ୍ୟ ପରିବହନ କରିଛି।

  16. ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬ କୋଟି ଟଙ୍କା ଥିଲା।

  17. ଭାବମୂର୍ତ୍ତି କ୍ଷୁଣ୍ଣ କରିବା ପାଇଁ କିଛି ଲୋକଙ୍କୁ ସୁପାରୀ ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିଯୋଗ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟସଭା ସଦସ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ କପିଲ ସିବଲ୍‌। ସଂପୃକ୍ତ ବ୍ୟକ୍ତିମାନଙ୍କ ନାମ ଗୋପନ ରଖାଯାଇ ନପାରେ। ସେମାନଙ୍କ ନାମ ପ୍ରକାଶ କରାଯିବା ଆବଶ୍ୟକ ବୋଲି ସିବଲ୍‌ କହିଛନ୍ତି।

  18. ହ୍ବାଟସ୍‌ଆପ୍ ପକ୍ଷରୁ ‌ଗତ ଫେବ୍ରୁଆରିରେ ୪୫ ଲକ୍ଷ ଆକାଉଣ୍ଟ୍‌କୁ ନିଷିଦ୍ଧ କରାଯାଇଛି। ଗତ ଡିସେମ୍ବରେ କଂପାନି ୩୭ ଲକ୍ଷ ଓ ଜାନୁଆରିରେ ୩୬ ଲକ୍ଷ ଆକାଉଣ୍ଟ୍‌ ନିଷିଦ୍ଧ କରିଥିଲା।

  19. ମର୍ଣ୍ଣିଂ କନସଲ୍ଟ ଫାର୍ମ ଦ୍ବାରା ପ୍ରକାଶିତ ବିଶ୍ବନେତାଙ୍କ ଆପ୍ରୁଭାଲ ରେଟିଂ (ଅନୁମୋଦନ ହାର)ରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଶୀର୍ଷ ସ୍ଥାନରେ ରହିଛନ୍ତି। ତେବେ ମୋଦୀଙ୍କ ରେଟିଂ ଫେବ୍ରୁଆରି ମାସର ୭୮ ପ୍ରତିଶତରୁ ସାମାନ୍ୟ ହ୍ରାସ ପାଇ ମାର୍ଚ୍ଚ ମାସରେ ୭୬ ପ୍ରତିଶତ ରହିଛି।

  20. କର୍ଣ୍ଣାଟକର ଚିତ୍ରଦୁର୍ଗ ଚେ‌ଲାକେରେ ଏରୋନଟିକାଲ ଟେଷ୍ଟ ରେଞ୍ଜ (ଏଟିଆର୍‌)ରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପକ୍ଷରୁ ପୁନଃବ୍ୟବହାରଯୋଗ୍ୟ ଲଞ୍ଚ ଭେଇକିଲ-‌ପ୍ରଯୁକ୍ତି ପରୀକ୍ଷଣ (ଆରଏଲଭି-ଟିଭି) କାର୍ଯ୍ୟକ୍ରମ ସଫଳ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.