• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଓଡ଼ିଶାରେ କୋଭିଡ୍‌-୧୯ ମହାମାରୀରେ ୨୦୧୩ ମାର୍ଚ ୨୭ ସୁଦ୍ଧା ୯୨୦୫ ଜଣଙ୍କ ମୃତ୍ୟୁହୋଇଛି। ଓଡ଼ିଶାରେ ଏହି ରୋଗ ପାଇଁ ମୋଟ ୩,୪୦,୫୭,୩୪୭ଟି ଟେଷ୍ଟ କରାଯାଇଥିଲା ଓ ୧୩,୩୬,୮୧୪ କୋଭିଡ ମାମଲା ଦୃଷ୍ଟିକୁ ଆସିଥିଲା।

  2. ଏପ୍ରିଲ ୧୨ , ନୂଆ ଆଡମିଶନ ନେଇଥିବା ପିଲାଙ୍କୁ ଫୁଲ ଓ ଚନ୍ଦନ ଦେଇ ସ୍ୱାଗତ କରାଯିବ l ଏହି ଦିନକୁ  ପୂର୍ଣ୍ଣ ଉପସ୍ଥାନ ଦିବସ ଭାବେ ପାଳନ କରାଯିବା ନେଇ ସବୁ ଜିଲ୍ଲାପାଳଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ଚିଠି l

  3. ଓଡ଼ିଆ ସମେତ ଅନ୍ୟ ୧୫ଟି ଭାଷାରେ ଶିକ୍ଷାଦାନ ଲାଗି ରାଜ୍ୟରେ ଅଛନ୍ତି ୩ ଲକ୍ଷରୁ ଅଧିକ ଭାଷା ଶିକ୍ଷକ l ଏ ନେଇ କେନ୍ଦ୍ର ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଲୋକସଭାରେ ଦେଲେ ସୂଚନା  l

  4. ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସର୍ଭର ଡାଉନ ହେବା କାରଣରୁ ନେଟ୍‌ ବ୍ୟାଙ୍କିଙ୍ଗ,UPI ସେବା,ଅଫିସିଆଲ୍ SBI ଆପ୍ (YONO) କାର୍ଯ୍ୟ କରୁନାହିଁ। ଯାହା ଫଳରେ ଏସବିଆଇର ଗ୍ରାହକ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହାପୂର୍ବରୁ ଏପ୍ରିଲ ୧ ତାରିଖ ଦିନ ମଧ୍ୟ  ଏସବିଆଇର ଅନଲାଇନ୍ ସେବା ପ୍ରଭାବିତ ହୋଇଥିଲା।

  5. ଭୁବନେଶ୍ୱର ରୁ ରଙ୍ଗେଇଲୁଣ୍ଡା, ମାସକୁ ମାସର ପ୍ରତି ବୁଧବାର ଓ ରବିବାର ଦିନ ୯ଦିନ ବିମାନ ଉଡିବ, ତାରିଖ ସମୟ ଧାର୍ଯ୍ୟ କଲେ ବିମାନ ନିର୍ଦ୍ଦେଶକ l

  6. ଆଉ ଥରେ ସୁଟିଂ ହେବ ପୁଷ୍ପା-୨, ୨୦୨୩ରେ ରିଲିଜ ହେବନି ଫିଲ୍ମ lକାରଣ  ନିର୍ଦ୍ଦେଶକ ସନ୍ତୁଷ୍ଟ ନୁହନ୍ତି ।

  7. ଚନ୍ଦ୍ରକୁ ଯିବାରେ ପୃଥିବୀର ପ୍ରଥମ ମହିଳା ହେବେ ମହାକାଶଚାରୀ କ୍ରିଷ୍ଟିନା କୋଚ୍‌ , ଆମେରିକୀୟ ମହାକାଶ ଏଜେନ୍‌ସି ନାସା କଲା ଘୋଷଣା l

  8. ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର ରେଳଲାଇନ ପ୍ରକଳ୍ପକୁ ଆଗକୁ ବଢ଼ାଇବା ଲାଗି ରାଜ୍ୟ ସରକାର ୩୦୦ କୋଟି ଟଙ୍କା କଲେ ମଞ୍ଜୁର l

  9. ଓଡ଼ିଶାରେ ଜିଏସ୍‌‌ଟି ସଂଗ୍ରହ ପରିମାଣ କ୍ରମାଗତ ଭାବେ ବଢ଼଼ି ଚାଲିଥିବା ବେଳେ ଜାତୀୟ ସ୍ତରରେ ପ୍ରଦର୍ଶନ ଭଲ ରହିଛି। ଜିଏସ୍‌‌ଟି ସଂଗ୍ରହରେ ଓଡ଼ିଶା ବହୁ ବିକଶିତ ରାଜ୍ୟକୁ ପଛରେ ପକାଉଛି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଓଡ଼ିଶା ମୋଟ ୪୭୪୯.୦୨ କୋଟି ଟଙ୍କା ଜିଏସ୍‌‌ଟି ସଂଗ୍ରହ କରିଛି।

  10. ଜାତୀୟ ରାଜପଥର ଦୁର୍ଘଟଣା ପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇ ତାହାର ୫୦ କିମି ବ୍ୟବଧାନରେ ଗୋଟିଏ ଲେଖାଏଁ ଟ୍ରମା କେୟାର ପ୍ରତିଷ୍ଠା ପାଇଁ ଯୋଜନା ହୋଇଛି। ରାଜ୍ୟ ସରକାରଙ୍କର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍‌‌ ଡିଭିଜନ୍‌‌ ହସ୍ପିଟାଲରେ ଟ୍ରମା କେୟାର ୟୁନିଟ୍‌‌ ସ୍ଥାପନ କରାଯିବ। ସେହିପରି ଏଥିରେ ଘରୋଇ ଡାକ୍ତରଖାନାକୁ ସାମିଲ କରାଯାଇ ରାଜ୍ୟ ସରକାର ସେଠାରେ ଟ୍ରମା କେୟାର ଭିତ୍ତିଭୂମି ସ୍ଥାପନରେ ସହଯୋଗ କରିବେ।

  11. ଓଡିଶାରେ ‘ଡେଲିଭରୀ ବୟ’ ଚଳଚ୍ଚିତ୍ର ଉପରୁ ପ୍ରମୋଦକର ଛାଡ କଲେ ରାଜ୍ୟ ସରକାର l

  12. ଦେଶରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ l ଲୋକସଭାରେ କହିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l

  13. ୩୧ତମ ରାଷ୍ଟ୍ର ଭାବେ ନାଟୋର ସାମିଲ ହେବ ଫିନଲାଣ୍ଡ,  ଗ୍ରହଣ କରିବ ସଦସ୍ୟତା l

  14. ଓଡ଼ିଶାରେୁ ୨୦୧୭ ରୁ ୨୦୨୧ ମଧ୍ୟରେ ମୋଟ ୧୪୯ ବାଲ୍ୟ ବିବାହର ମାମଲା ରୁଜୁହୋଇଛି। ସୋମବାର ଦିନ ସଂସଦରେ କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଲିଖିତ ଉତ୍ତରରୁ ଏହି ସୂଚନା ମିଳିଛି।

  15. ଚୀନ୍ ନିର୍ମିତ ବିଭିନ୍ନ ମାଇକ୍ରୋ ଏବଂ ଇଲୋକ୍ଟ୍ରନିକ୍ସ୍ ଚିପ୍‌ର ସମାଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇଲା ଜାପାନ l

  16. ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ l ଜଣେ ପର୍ଣ୍ଣ ଷ୍ଟାରଙ୍କୁ ଟଙ୍କା ଦେବା ଅଭିଯୋଗରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହୋଇପାରନ୍ତି l

  17. ଦକ୍ଷିଣପନ୍ଥୀ ନ୍ୟାସନାଲ କୋଆଲିସନ ପାର୍ଟି (ଏନ୍‌ସିପି) ସହ କଡ଼ା ମୁକାବିଲା ସତ୍ତ୍ବେ ବାମପନ୍ଥୀ ନେତ୍ରୀ ତଥା ପ୍ରଧାନମନ୍ତ୍ରୀ ସାନ୍ନା ମାରିନଙ୍କ ଦଳ ଅଳ୍ପକେ ହାରିଯାଇଛି। ସଦ୍ୟ ଅନୁଷ୍ଠିତ ପାର୍ଲାମେଣ୍ଟ ନିର୍ବାଚନରେ ସାନ୍ନା ନିଜର ପରାଜୟ ସ୍ବୀକାର କରିଛନ୍ତି।

  18. ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଛି ଆଶ୍ବସ୍ତି। ସୁରଟ ସେସନ୍ସ କୋର୍ଟ ରାହୁଲଙ୍କୁ ପ୍ରଦାନ କରିଛନ୍ତି ଜାମିନ ।  ଜାମିନ ଅବଧିକୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ବଢ଼ାଇଲେ ସୁରଟ ସେସନ କୋର୍ଟ । ତେଣୁ ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୧୩ରେ ହେବ । ମେ ୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି l

  19. ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମୁକାବିଲାରେ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ଅନୁଷ୍ଠିତ ହୋଇଛି । ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଫଳରେ ଚେନ୍ନାଇ ସୁପରକିଙ୍ଗ୍‌ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଛି।

  20. ଆସାମର ଗୁଆହାଟୀଠାରେ ଆୟୋଜିତ ହୋଇଥିବା ଭାରତୀୟ ହ୍ୟାଣ୍ଡ୍‌ବଲ୍‌ ରେଫରି ପାଠ୍ୟକ୍ରମରେ ଓଡ଼ିଶାରୁ ୪ ଜଣ ହେଲେ ଉତ୍ତୀର୍ଣ୍ଣ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.