• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଭାରତ ଅଧିନରେ ଥିବା ଅରୁଣାଚଳପ୍ରଦେଶରେ ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି ଚୀନ୍ । ଚୀନ ପରିବର୍ତ୍ତନ କରିଥିବା ଅଞ୍ଚଳ ଗୁଡିକରେ ପାଞ୍ଚଟି ପାର୍ବତ୍ୟ ଅଞ୍ଚଳ, ଦୁଇଟି ସମତଳ ଅଞ୍ଚଳ, ଦୁଇଟି ଜନବସତି ଅଞ୍ଚଳ ଏବଂ ଦୁଇଟି ନଦୀ ରହିଛି । 
  2. କପା ଉତ୍ପାଦନ ହେଉଥିବା ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ସମବାୟ ବିଭାଗ ପକ୍ଷରୁ ନୋଡାଲ୍‌‌ ଅଫିସର ନିଯୁକ୍ତ ହୋଇ ସାରିଛନ୍ତି। କପା ଚାଷୀମାନଙ୍କୁ ନେଇ ୧୦୯ଟି କୃଷକ ଉତ୍ପାଦକ ସଂଗଠନ ଗଠନ ନେଇ ନିଷ୍ପତ୍ତି ହୋଇଥିବା ବେଳେ ସମ୍ପ୍ରତି ୬୧ଟି କୃଷକ ଉତ୍ପାଦକ ସଂଗଠନ ଗଠନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
  3. ପୂର୍ବ ସିକ୍କିମର ନାଥୁଲାରେ ଘଟିଛି ଭୟଙ୍କର ହିମସ୍ଖଳନ । ହିମସ୍ଖଳନ ଯୋଗୁଁ ବରଫ ତଳେ ଚାପି ହୋଇ ୬ ଜଣ ପର୍ଯ୍ୟଟକ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୧୫୦ ରୁ ଅଧିକ ଫସି ରହିଛନ୍ତି ।
  4. ଧାମରା ବନ୍ଦରରେ ଲାଗିଲା ପ୍ରଥମ ସିଏନଜି କାର୍ଗୋ ଜାହାଜ । ମିଲାହା ରାସ୍ ଲାଫନ୍ ନାମକ ଜାହାଜ ସିଏନଜି ନେଇ ପ୍ରଥମ ଥର ପାଇଁ ଧାମରା ବନ୍ଦରରେ ଲାଗିଛି । ଏହି ଜାହାଜଟି ୨୬ ମିଲିୟନ ପ୍ରାକୃତିକ ଫ୍ରୋଜନ୍ ଗ୍ୟାସ୍ ନେଇ ଧାମରା ବନ୍ଦରରେ ପହଞ୍ଚିଛି । 
  5. ଏପ୍ରିଲ୍‌‌ ୧୨ ତାରିଖକୁ ସମସ୍ତ ବିଦ୍ୟାଳୟରେ ‘ପୂର୍ଣ୍ଣ ଉପସ୍ଥାନ ଦିବସ’ ପାଳନ କରାଯିବ। ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯିବା ସହ ମାଗଣା ପାଠ୍ୟପୁସ୍ତକ ବଣ୍ଟନ କରାଯିବ। ଶିକ୍ଷା ଅଧିକାର ଅଧିନିୟମ ଅନୁଯାୟୀ ୬ରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ସୁନିଶ୍ଚିତ ଶିକ୍ଷା ଯୋଗାଇ ଦିଆଯିବ।
  6. ୫୦ ବର୍ଷ ପରେ ପୁଣି ଚନ୍ଦ୍ରକୁ ଯିବେ ମଣିଷ। ଏ ନେଇ  ନାସା ପକ୍ଷରୁ ୨୦୨୪ ମସିହାରେ ଆର୍ଟେମିସ୍- ୨ ଚନ୍ଦ୍ରକୁ ପଠାଯିବ । ଏଥିରେ ଜଣେ ମହିଳା ଏବଂ ତିନି ଜଣ ପୁରୁଷ ଅଛନ୍ତି । ନାସା ପକ୍ଷରୁ ଚୟନ କରାଯାଇଥିବା ମହାକାଶଚାରୀଙ୍କ ମଧ୍ୟରେ ତିନି ଜଣ ଆମେରିକୀୟ ଏବଂ ଜଣେ କାନାଡିୟ ଅଛନ୍ତି। ସେମାନେ ହେଉଛନ୍ତି ଆମେରିକାର ଖ୍ରୀଷ୍ଟିନା କୋଚ, ଆମେରିକୀୟ ନାଗରିକ ଭିକ୍ଟର ଗ୍ଲୋଭର, ରିଡ ୱିସମାନ ଏବଂ କାନାଡାର ଜେରେମି ହେନସନ୍ ଅଛନ୍ତି।
  7. ଭାରତ ବିରୋଧୀଙ୍କ ଗଡ଼ ପାଲଟି ଥିବା କାନାଡାରେ ସର୍ବାଧିକ ୯ ଗ୍ୟାଙ୍ଗଷ୍ଟର ଅଛନ୍ତି। ଆମେରିକାରେ ମଧ୍ୟ ୫ ଜଣ ରହିଛନ୍ତି। ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନ୍‌ଆଇଏ) ଏଭଳି ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ କରିଛି।
  8. ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଜି ନ୍ୟୁୟର୍କର ଏକ ଅଦାଲତରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଛି
  9. ଦେଶର ମୋଟ ଗ୍ରାମର ୨୫% ଅର୍ଥାତ୍ ୧.୫୫ ଲକ୍ଷରୁ ଅଧିକ ଗାଁକୁ ‘ହର୍ ଘର୍ ଜଲ୍‌’ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।
  10. ଚୀନ୍‌ ସହ ସୀମାରେ ଉତ୍ତେଜନା ଭଳି ସ୍ଥିତି ଲାଗି ରହୁଥିବା ବେଳେ ପ୍ରତିରକ୍ଷାରେ ଭାରତ ସରକାରଙ୍କ ବ୍ୟୟ ସେହି ଅନୁସାରେ ବଢ଼ିନାହିଁ। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ୨୦୧୮-୧୯ ପରଠାରୁ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପ୍ରତିରକ୍ଷା ବ୍ୟୟର ଭାଗ କମିବାରେ ଲାଗିଛି।
  11. ଆନ୍ଧ୍ରର ଅନନ୍ତପୁର ଜିଲ୍ଲାରେ ମିଳିଥିବା ଏହି ବିରଳ ମୃତ୍ତିକା ଉପାଦାନ ମଧ୍ୟରେ ଆଲାନାଇଟ, ସେରିଏଟ, ଥୋରାଇଟ, କଲୁମ୍ବାଇଟ, ଟାଣ୍ଟାଲାଇଟ, ଆପାଟାଇଟ, ଜିରକନ, ମୋନାଜାଇଟ, ପାଇରୋକ୍ଲୋର, ଇଉଜେନାଇଟ ଏବଂ ଫ୍ଲୁରାଇଟ ଆଦି ରହିଛି। ଲାନ୍ଥାନାଇଡ୍ ସିରିଜ୍‌ର ଉକ୍ତ ବିରଳ ମୃତ୍ତିକା ଉପାଦାନ ଗୁଡ଼ିକ ସେଲଫୋନ, ଟେଲିଭିଜନ, କମ୍ପ୍ୟୁଟର, ଅଟୋମୋବାଇଲ ଭଳି ଅନେକ ଇଲେକ୍ଟ୍ରୋନିକ୍ସ ଉପକରଣ ନିର୍ମାଣରେ ଆବଶ୍ୟକ ହୋଇଥାଏ।
  12. ଚାଟ୍‌ଜିପିଟି ଭଳି ଚାଟ୍‌ବଟ୍‌ ଗ୍ରାହକ ସେବା କ୍ଷେତ୍ରରେ ବିପ୍ଳବ ଆଣିବାକୁ ଯାଉଛି। କୃତ୍ରିମ ବୁଦ୍ଧିମତା (ଏଆଇ) ଆଧାରରେ ପ୍ରସ୍ତୁତ ଉକ୍ତ ପ୍ରଯୁକ୍ତି ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ପାଇଁ ବିଶେଷ ସହାୟକ ହେଉଛି। ବିନା ଅସୁବିଧାରେ ଗ୍ରାହକଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇ ଦେବାରେ ସେମାନେ ସମର୍ଥ ହେଉଛନ୍ତି।
  13. ଫୋର୍ବସ୍‌ ପ୍ରକାଶିତ ବିଶ୍ବ ଧନୀ ତାଲିକାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ମୁଖ୍ୟ ମୁକେଶ ଅମ୍ବାନି ପୁଣି ଥରେ ଏସିଆର ଏକ ନମ୍ବର ଧନୀ ମୁକୁଟ ହାସଲ କରିଥିବା ବେଳେ ଭାରତର ଏକ ନମ୍ବର ଓ ବିଶ୍ବର ନବମ ବଡ଼ ଧନୀ ଭାବେ ଉଭା ହୋଇଛନ୍ତି। ତେବେ ହିଣ୍ଡେନ୍‌ବର୍ଗର ଗମ୍ଭୀର ଅଭିଯୋଗକୁ ସାମ୍ନା କରି ତଳିତଳାନ୍ତ ହୋଇପଡ଼ିଥିବା ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ୨୪ତମକୁ ଖସିଆସିଛନ୍ତି।
  14. ଟ୍ବିଟରର ନୂଆ ମାଲିକ ଏଲନ ମସ୍କ ଏହାର ଲୋଗୋ ଆଜି ବଦଳାଇ ଦେଇଛନ୍ତି। ନୀଳ ଚଢ଼େଇ ବଦଳରେ ଏକ କୁକୁରକୁ ଲୋଗୋ ରଖିଛନ୍ତି। ମସ୍କ ଜଣେ ବ୍ୟକ୍ତିଙ୍କର ପୁରୁଣା ଟ୍ବିଟ୍‌ର ଉତ୍ତର ରଖିବାକୁ ଯାଇ କହିଛନ୍ତି ଯାହା ପ୍ରତିଶ୍ରୁତି ଦେଇଥିଲି ତାହା ପୂରଣ କରିଛି।
  15. ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଲାଗି ଆମେରିକୀୟ ଡଲାର ଅତ୍ୟନ୍ତ ମହଙ୍ଗା ହୋଇପଡ଼ିଛି। ଏକ ଡଲାର କିଣିବା ଲାଗି ପାକିସ୍ତାନକୁ ୨୮୭.୨୯ ପାକିସ୍ତାନୀ ଟଙ୍କା ଗଣିବାକୁ ପଡ଼ୁଛି।
  16. ଓଡ଼ିଶାର ସର୍ବବୃହତ ଇସ୍ପାତ କାରଖାନା ସ୍ଥାପନ କରିବ ଜାପାନୀ କମ୍ପାନି ତଥା ବିଶ୍ବର ଚତୁର୍ଥ ବୃହତ୍ତମ ଷ୍ଟିଲ କମ୍ପାନି ନିପ୍ପନ୍ ଷ୍ଟିଲ । ଏହି ଇସ୍ପାତ ପ୍ରକଳ୍ପର କ୍ଷମତା ବାର୍ଷିକ ୩୦ ନିୟୁତ ଟନ ରହିବ ।
  17. ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗରର ବାସିନ୍ଦାମାନେ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୬୫୨ କୋଟି ଟଙ୍କାର ମଦ ପିଇଛନ୍ତି। ଯାହାକି ୨୦୨୦ରେ କୋଭିଡ୍‌-୧୯ ବ୍ୟାପିବା ପରଠାରୁ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ରାଜସ୍ୱ।
  18. ମାରୁତି ସୁଜୁକି ନିଜର ଲୋକପ୍ରିୟ କାର ଅଲଟୋ ୮୦୦ର ଉତ୍ପାଦନ ବନ୍ଦ କରିଦେଇଛି । ବିଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଏହା ଭାରତର ସବୁଠାରୁ ଅଧିକ ବିକ୍ରି ହେଉଥିବା କାର ଥିଲା । ଏହା ବଦଳରେ କମ୍ପାନି  ଅଲଟୋ କେ-୧୦ ଉପରେ ଅଧିକ ଫୋକସ କରିବ ।
  19. ଦିଲ୍ଲୀର ଅରୁଣ ଜେଟ୍‌ଲି ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଆଇପିଏଲର  ସପ୍ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୬୩ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ କ୍ୟାପିଟାଲ୍ସ।
  20. ବିଶ୍ୱର ସବୁଠାରୁ ଲୋକପ୍ରିୟ ତଥା ବିତ୍ତଶାଳୀ ଟି-୨୦ କ୍ରିକେଟ ପ୍ରତିଯୋଗିତା ଇଣ୍ଡିଆନ୍‌‌ ପ୍ରିମିୟର ଲିଗ୍‌‌ର ଷୋଡଶ ସଂସ୍କରଣ ଗତ ମାର୍ଚ୍ଚ ୩୧ଠୁ ଆରମ୍ଭ ହୋଇଛି। ପ୍ରଥମ ୨୦୨୩ ଆଇପିଏଲ ବେଶ ରୋମାଞ୍ଚକର ହେବାରେ ଲାଗିଛି। 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.