• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଭାରତରେ ୬ଟି ଶାସ୍ତ୍ରୀୟ ଭାଷା ହେଲା ତାମିଲ, ତେଲୁଗୁ, ସଂସ୍କୃତ, କନ୍ନଡ଼, ମାଲୟାଲମ୍‌ ଏବଂ ଓଡ଼ିଆ। ଭାରତର ମାତ୍ର ୧୫ ହଜାର ଲୋକ କହୁଥିବା ସଂସ୍କୃତ ଭାଷାର ବିକାଶ ପାଇଁ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୬୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ତାମିଲ ଭାଷାର ବିକାଶ ଲାଗି ମାତ୍ର ୨୪ କୋଟି, ତେଲୁଗୁ ପାଇଁ ୩ କୋଟି ଏବଂ କନ୍ନଡ଼ ଭାଷାର ଉନ୍ନତି ସକାଶେ ୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କିନ୍ତୁ ଏହି ଅବଧି ମଧ୍ୟରେ ଓଡ଼ିଆ ଓ ମାଲୟାଲମ ଭାଷା ପାଇଁ ଟଙ୍କାଏ ମଧ୍ୟ ବ୍ୟୟବରାଦ କରାଯାଇ ନାହିଁ।
  2. ଏକ ମୁକ୍ତ ପ୍ରେସ୍‌ ସର୍ବଦା ନାଗରିକମାନଙ୍କ ବାସ୍ତବ ସ୍ଥିତି ଉପସ୍ଥାପନ କରିବା ସହ ରାଷ୍ଟ୍ରର କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥାଏ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୨ ଜଣିଆ ଖଣ୍ଡପୀଠ କହିଛନ୍ତି।
  3. ମାଲାୟାଲମ୍‌ ନ୍ୟୁଜ୍‌ ଚ୍ୟାନେଲ ମିଡିଆଓ୍ବାନ୍‌ ଉପରେ କେନ୍ଦ୍ର ସରକାର ଜାରି କରିଥିବା ପ୍ରସାରଣ କଟକଣାକୁ ବୁଧବାର ସୁପ୍ରିମକୋର୍ଟ ହଟାଇଦେଇଛନ୍ତି। ଏଥିସହ ଉକ୍ତ ଚ୍ୟାନେଲର ଲାଇସେନ୍ସକୁ ୪ ସପ୍ତାହ ମଧ୍ୟରେ ନବୀକରଣ କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ନ୍ୟୁଜ୍‌ ଚ୍ୟାନେଲ ଯୋଗୁ ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହେଉଛି ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଯୁକ୍ତିକୁ ଶୀର୍ଷ ଅଦାଲତ ନିନ୍ଦା କରିଛନ୍ତି।
  4. ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ କାମିଲାଙ୍କୁ ସରକାରୀ ଭାବେ ‘ମହାରାଣୀ କାମିଲା’ ମାନ୍ୟତା ଦିଆଯାଇଛି। ବକିଂହାମ ପ୍ୟାଲେସ୍‌ କାମିଲାଙ୍କ ନାମ ଆଗରେ ‘ମହାରାଣୀ’ ଶବ୍ଦ ବ୍ୟବହାର କରିଛନ୍ତି।
  5. ତାଇଓ୍ବାନ୍‌କୁ ବଳପୂର୍ବକ ଦଖଲ ଉଦ୍ୟମ ଜାରି ରଖିଥିବା ଚାଇନା ଏହି ସ୍ଵାଧୀନ ଦ୍ୱୀପରାଷ୍ଟ୍ରକୁ ୫ଟି ଯୁଦ୍ଧବିମାନ ଓ ୫ ନୌସେନା ଜାହାଜ ପଠାଇଛି।
  6. ଗିରଫ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ  ଜାମିନ୍ ମିଳିଯାଇଛି। ପର୍ଣ୍ଣଷ୍ଟାର୍ ଷ୍ଟର୍ମି ଡାନିଏଲ୍ସଙ୍କ ସହ ସମ୍ପର୍କ ରଖିବା ଓ ଲାଞ୍ଚ ଦେଇ ତାଙ୍କ ମୁହଁ ବନ୍ଦ କରିବା ଭଳି ମାମଲାରେ ଗତକାଲି ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଲିସ୍ ଗିରଫ କରିଥିଲା।
  7. ସାହିତ୍ୟ ଓ ଶିକ୍ଷା ପାଇଁ ପଣ୍ଡିତ ଅନ୍ତର୍ଯ୍ଯାମୀ ମିଶ୍ର, ରଙ୍ଗବତୀର ଗାୟିକା କ୍ରିଷ୍ଣା ପଟେଲ ଓ କୃଷି ପାଇଁ ପଟାୟତ ସାହୁଙ୍କୁ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିଛନ୍ତି। । ସେହିପରି କଣ୍ଢେଇ ନୃତ୍ୟ ପାଇଁ ପରିଚିତ ମାଗୁଣି ଚରଣ କୁଅଁର ରାଷ୍ଟ୍ରପତିଙ୍କଠାରୁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ସାରିଛନ୍ତି।
  8. ଓଡ଼ିଶା ବିଧାନସଭା ସମ୍ମୁଖ ଭାଗରେ ପ୍ରତିଷ୍ଠିତ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ଢାଞ୍ଚାରେ ଅନୁଗୁଳ ଲାଗି ନୂତନ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।
  9. ପାରାଦୀପ ଜିଏସଟି ଅଧିକାରୀ ଚିତ୍ତରଂଜନ ମହାନ୍ତିଙ୍କ ଘରୁ ରେଡ୍ ବେଳେ ଜବତ ହୋଇଛି ୫ ଲକ୍ଷ ୪୦ ହଜାର ନଗଦ ଟଙ୍କା ସହ ୧ କିଲୋ ୬୦ ଗ୍ରାମ ସୁନା । କାର୍ଯ୍ଯାଳୟରେ ଥିବା ଆଲମାରିରୁ ବି ଏକ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ ।
  10. ମେ ୧୫ ତାରିଖରୁ ଦୁବାଇକୁ ବିମାନ ଉଡିବା କାର୍ଯ୍ୟସୂଚୀ ଚୂଡାନ୍ତ ହୋଇ ଟିକେଟ ବିକ୍ରି ହେଉଛି। ଇଣ୍ଡିଗୋ ଏୟାର ଲାଇନ୍ସ ଏହି ସେବା ଯୋଗାଇବ। ଏହା ବ୍ୟତୀତ ଖୁବଶୀଘ୍ର ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଇଣ୍ଡିଗୋ ଏୟାର ଲାଇନ୍ସ ବିମାନ ଚଳାଚଳ କରିବାକୁ ଅନୁମତି ଲୋଡିଛି।
  11. ଇଣ୍ଟରନ୍ୟାସନାଲ ୱାଟର ଆସୋସିଏସନ (ଆଇଡବ୍ଲ୍ୟୁଏ)ର ଉପଦେଷ୍ଟା ପରିଷଦରେ ବରିଷ୍ଠ ଆଇଏଏସ ଅଫିସର ତଥା ରାଜ୍ୟ ଗୃହ ର୍ନିମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି. ମାଥି ଭାଥନନଙ୍କୁ ସଦସ୍ୟ ଭାବେ ମନୋନୀତ କରାଯାଇଛି ।
  12. ରାଜ୍ୟରେ ବିକାଶମୂଳକ କାର୍ଯ୍ୟ କେତେଦୂର ସଫଳ ରୂପାୟନ ହେଉଛି ସେ ବିଷୟ ତଦାରଖ ପାଇଁ ସରକାରୀସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଅଫିସରମାନଙ୍କୁ  ଏଣିକି  ପ୍ରତିମାସରେ କରିବାକୁ ପଡିବ ଫିଲ୍ଡ ଭିଜିଟ।
  13. ପାରାଦୀପ ଓ ଗୋପାଳପୁର ଠାରେ ଅକ୍ଷୟ ଶକ୍ତି ହବ୍‌‌ ପ୍ରତିଷ୍ଠା ପାଇଁ ଗ୍ରୀଡ୍‌‌କୋ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟରପ୍ଲାନ୍‌‌। ୨୦୩୦ ସୁଦ୍ଧା ୩୨ରୁ ୪୩% ଶକ୍ତି ଅକ୍ଷୟଶକ୍ତି ଉତ୍ସରୁ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି।
  14. ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ । ଅତାବିରାରେ ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟି ବିଜୟୀ ହୋଇଛି ଦଳ ।
  15. ଏନ୍‌ସିଇଆରଟି ପାଠ୍ୟପୁସ୍ତକରୁ ବିନା ବିଜ୍ଞପ୍ତିରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସଂକ୍ରାନ୍ତ କେତେକ ବିଷୟବସ୍ତୁକୁ ପାଠ୍ୟକ୍ରମରୁ ବାଦ୍‌ ଦିଆଯିବା ଘଟଣାକୁ କେନ୍ଦ୍ରକରି ବିବାଦ ଲାଗି ରହିଥିବା ବେଳେ ଏନ୍‌ସିଇଆରଟି ମୁଖ୍ୟ ଦୀନେଶ ସାକଲାନି ବୁଧବାର କହିଛନ୍ତି ଯେ ‘ଅଣଦେଖା’ କାରଣରୁ ଏପରି ଘଟିଛି।
  16. କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକର ଅପବ୍ୟବହାର  ହେଉଥିବା ଅଭିଯୋଗ କରି କଂଗ୍ରେସ ସମେତ ୧୪ଟି ରାଜନୈତିକ ଦଳ ଦାଖଲ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍ କୋର୍ଟ ମନା କରିଦେଇଛନ୍ତି।
  17. ଚଳଚ୍ଚିତ୍ର ନିର୍ମାତା ଏସ୍‌ଏସ୍‌ ରାଜାମୌଲିଙ୍କ ସୁପରହିଟ୍‌ ଫିଲ୍ମ ‘ଆର୍‌ଆର୍‌ଆର୍‌’ରିଲିଜ ହେବାର ୭ ମାସ ପରେ ବି ଜାପାନରେ ଏହାର କ୍ରେଜ୍‌ କମିନାହିଁ। ଏହି ଚଳଚ୍ଚିତ୍ରଟି ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି।
  18. ରିଏଲିଟି ଶୋ ‘ଲକ ଅପ ସିଜନ ୨’ ଖୁବ ଶୀଘ୍ର ଧମାଲ କରିବାକୁ ଆସୁଛି। ବଲିଉଡ ଆକ୍ଟ୍ରେସ କଙ୍ଗନା ରାନାଓ୍ବତଙ୍କ ଦ୍ୱାରା ହୋଷ୍ଟ କରାଯାଉଥିବା ‘ଲକ ଅପ’ ବାସ କିଛି ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି।
  19. ଏସ୍‌ଏସ୍‌ସି(ମାଧ୍ୟମିକ ବିଦ୍ୟାଳୟ ସାର୍ଟିଫିକେଟ) ପେପର୍‌ ଲିକ୍‌ ମାମଲାରେ ଗିରଫ ହୋଇଥିବା ତେଲଙ୍ଗାନା ଭାଜପା ସଭାପତି ବନ୍ଦି ସଞ୍ଚୟ କୁମାରଙ୍କୁ ବୁଧବାର ଏପ୍ରିଲ ୧୯ ଯାଏ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି।
  20. କେରଳର କୋଝିକୋଡ଼ଠାରେ ବୁଧବାର ଶେଷ ହୋଇଥିବା ଜାତୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ମୋଟ ୫ଟି ପଦକ ମିଳିଛି। ଓଡ଼ିଶା ମହିଳା ଦଳ ଓଭରଅଲ୍‌ ରନରଅପ୍‌ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.