• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାକୁ ନେଇ ଗୁଗ୍‌ଲର ପୂର୍ବତନ ସିଇଓ ଏରିକ୍ ସ୍ମିଡ୍‌ଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଏହାର ବିପଦ ସମ୍ପର୍କରେ ଏଆଇ ଗବେଷକ ଆଉ ପାଦେ ଆଗକୁ ଯାଇ କହିଛନ୍ତି ‘ପୃଥିବୀର ପ୍ରତ୍ୟେକ ବ୍ୟକ୍ତିଙ୍କର ବାସ୍ତବରେ ମୃତ୍ୟୁ ହେବ’। ଏହା ମଣିଷକୁ ବି ପଛରେ ପକାଇଦେଇପାରେ।

  2. ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟୀକ ଅନୁଷ୍ଠାନରେ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ । ପୂର୍ବରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମଫଳକ ଲେଖିବା ବାଧ୍ୟତାମୂଳକ କରାଯାଇଥିଲା ।

  3. ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ।

  4. ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀରେ ନାମଲେଖା ବୟସକୁ ନେଇ ରହିଥିବା ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି ହୋଇଛି । ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ପିଲାଙ୍କ ବୟସ ଚଳିତବର୍ଷ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ୫ରୁ ୭ବର୍ଷ ଧାର୍ଯ୍ୟ କରାଯାଇଛି । ତେବେ କେନ୍ଦ୍ର ସରକାର ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୬ବର୍ଷ ଧାର୍ଯ୍ୟ କରିଛନ୍ତି ।

  5. ଅଗ୍ନିବୀରମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ସହ କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସ (ସିଆରପିଏଫ)ରେ ପ୍ରାୟ ୧.୩୦ ଲକ୍ଷ କନଷ୍ଟେବଳ ପଦବୀରେ ନୂତନ ନିଯୁକ୍ତି ଦେବା ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଗୁରୁବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।

  6.  ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ୱାଧୀନ ଆମ୍‌ ଆଦମୀ ପାର୍ଟି (ଆପ୍‌) କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଜାତୀୟ ଦଳ ଭାବେ ମାନ୍ୟତା ଦେବା ପାଇଁ ନିର୍ଦ୍ଦେଶ ମାଗିଛି।

  7. ଚଳିତବର୍ଷରୁ କଳାହାଣ୍ଡି ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା । ୧୦୦ଟି ଏମବିବିଏସ୍ ସିଟ୍ ଲାଗି ଅନୁମତି ମିଳିଛି। ଏନେଇ ସୂଚନା ଦେଇଛି ନ୍ୟାସନାଲ ମେଡିକାଲ କମିଶନ୍ ମେଡିକାଲ ଆସେସମେଣ୍ଟ ଆଣ୍ଡ ରେଟିଂ ବୋର୍ଡ ।

  8. ଭାରତର ପ୍ରତିଷ୍ଠିତ ଶିଳ୍ପଦ୍ୟୋଗୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ବିଶ୍ବର ୧୦ ପ୍ରମୁଖ ବିତ୍ତଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି।

  9. ଶ୍ରମିକଙ୍କ ମଜୁରୀ ବଢାଇଲେ ରାଜ୍ୟ ସରକାର । ମଜୁରୀରେ ୧୨ଟଙ୍କା ବୃଦ୍ଧି କରିଛନ୍ତି ସରକାର । ଏନେଇ ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ ରୁ ୩୪୫ ଟଙ୍କାକୁ ବୃଦ୍ଧି ହୋଇଥିବାବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ ମଜୁରୀ ୩୭୩ରୁ ୩୮୫ ଟଙ୍କାକୁ ବୃଦ୍ଧି ହୋଇଛି ।

  10. ୨୦୧୫ ବ୍ୟାଚ୍‌ର ଆଇଏଏସ୍‍ ଅବୋଲି ସୁନୀଲ ନରଭଣେ ହେଲେ ଝାରସୁଗୁଡାର ନୂଆ ଜିଲ୍ଲାପାଳ। ନରଭଣେ ପୂର୍ବରୁ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଉଥିଲେ।

  11. ଭଦ୍ରକ ଜିଲ୍ଲା ତିହିଡି ଥାନା ଅଧିନ ଝିଙ୍କିରିଆ ଅଞ୍ଚଳରୁ ଏମିତି ଘଟଣା ଘଟିଛି । ଝିଙ୍କିରିଆ ଗାଁର ୪ ଜଣ ଛୋଟ ପିଲା ବିଲରେ ଖେଳୁଥିଲେ । ବିଲରେ ପଡିଥିଲା ଆକ୍ଟିଭ ୮୦ ନାମକ ଏକ ହର୍ବାଲ ପଏଜନକୁ ୪ ଶିଶୁ ପିଇ ଦେଇଥିଲେ । ତେବେ ସ୍ଥାନୀୟ ଲୋକେ ଶିଶୁଙ୍କ ଅସ୍ୱାଭାବିକ ଆଚରଣ ଦେଖି ମେଡିକାଲ ଆଣିଥିଲେ । ସେମାନଙ୍କୁ ପ୍ରଥମେ ତିହିଡି ଓ ପରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଛି ।

  12. ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ। ଏଣିକି ସୁନା ଅଳଙ୍କାରରେ ୬ ଅଙ୍କ ବିଶିଷ୍ଟ ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ୍ (ଏଚ୍‌ୟୁଆଇଡି) ନମ୍ବର ରହିବା ଆବଶ୍ୟକ। 

  13. ଜଳବାୟୁ ସ୍ଥିତିର ପ୍ରତିକୂଳ ପ୍ରଭାବ ସତ୍ତ୍ୱେ ୨୦୨୪ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୫.୨ ପ୍ରତିଶତ ରହିବ ବୋଲି ଭାରତର ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଆକଳନ କରିଛି। 

  14. ଅକ୍ସଫାମ୍‌ ଦ୍ୱାରା ବିଦେଶୀ ପାଣ୍ଠି ଆଇନ ଉଲ୍ଲଂଘନ ହୋଇଥିବା ଅଭିଯୋଗ ପରେ କେନ୍ଦ୍ର ସରକାର ଏହାର ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  15. ଆଇନ ମନ୍ତ୍ରୀ କିରନ ରିଜିଜୁ ଗୁଆହାଟି ହାଇକୋର୍ଟର ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଧବାର କେନ୍ଦ୍ର ନ୍ୟାୟ ପାଳିକାକୁ ସ୍ବତନ୍ତ୍ର କରି ରଖିବାକୁ ଓ ଏହାପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଦେବାକୁ କହିଛନ୍ତି।

  16. ଆଧାର କାର୍ଡ ଅପଡେଟ୍‌ କରିବା ଜରୁରୀ। ପ୍ରତ୍ୟେକ ୧୦ ବର୍ଷ ଅନ୍ତରରେ ଆଧାରକାର୍ଡ ଅପଡେଟ କରିବା ନେଇ ନିୟମ ରଖାଯାଇଛି। 

  17. କେନ୍ଦ୍ରୀୟ କ୍ୟାବିନେଟ୍‌ ଭାରତୀୟ ମହାକାଶ ନୀତି ୨୦୨୩କୁ ଅନୁମୋଦନ କରିଛି। ମହାକାଶ କ୍ଷେତ୍ରରେ ଘରୋଇ କମ୍ପାନିଗୁଡ଼ିକୁ ଅଂଶ ଗ୍ରହଣ କରିବା ଲାଗି ଏହି ନୀତିରେ ସ୍ବୀକୃତି ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତ‌ାରେ ଅନୁଷ୍ଠିତ ‘କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି’ ଭାରତୀୟ ମହାକାଶ ନୀତିକୁ ଅନୁମୋଦନ କରିଛି।

  18. ରୁଷ୍‌-ୟୁକ୍ରେନ୍ ଯୁଦ୍ଧ ପରେ ଦରଦାମ୍‌ରେ ହୋଇଥିବା ବୃଦ୍ଧିର ମୁକାବିଲା ଲାଗି ୨୦୨୨ ମେ’ ପରଠାରୁ ବାରମ୍ବାର ସୁଧ ବଢ଼ାଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଏଥର ସେହି ଧାରାରେ ବ୍ରେକ୍ ଲଗାଇଛି।

  19. ପ୍ରକୃତିର ବିକଟାଳ ରୂପ ଆଜି ଦେଖିଛି କୋରାପୁଟ ଜିଲ୍ଲା। ମାତ୍ର ଅଧଘଣ୍ଟା ମଧ୍ୟରେ ୩୭୭୨ଥର ବଜ୍ରପାତ ଘାତକ ପରିସ୍ଥିତି ସୃଷ୍ଟି କରିଛି। ଅଧିକାଂଶ ସ୍ଥାନରେ ପବନ ସହ ବର୍ଷା ହୋଇଥିବାରୁ ଯୋଗାଯୋଗ ଏକପ୍ରକାର ବିଚ୍ଛିନ୍ନ ହୋଇଛି। 

  20. କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍‌ରେ ବିଜୟୀ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.