• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଏସ୍‌କେୱାଇ କାର୍ଡ ଆପେ ଆପେ ନବୀକରଣ ହୋଇଥାଏ,ପ୍ରତିବର୍ଷ ସେପ୍ଟେମ୍ବର ୧ରେ ସ୍ୱୟଂକୃତ ଭାବେ କାର୍ଡ ନବୀକରଣ ହୁଏ। ହିତାଧିକାରୀ ଏହାକୁ ନବୀକରଣ କରିବା କିମ୍ବା ରିଚାର୍ଜ କରିବା ଆବଶ୍ୟକ ନାହିଁ।
  2. ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ। ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଆଜି କୋଭିଡ୍ ଓ ହିଟୱେଭକୁ ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।
  3. ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଟାର୍ଗଟ କରିଛନ୍ତି। ସୁବ୍ରମଣ୍ୟମ ସ୍ୱାମୀ ଟ୍ବିଟ୍ କରି କହିଛନ୍ତି, “ଆଜିର ଖବରକାଗଜର ମୁଖ୍ୟ ଖବର ହେଉଛି ଅମିତ ଶାହାଙ୍କ ବୟାନ – ‘ଭାରତୀୟ ସୀମା ସୁରକ୍ଷିତ ଏବଂ ଏହାକୁ କେହି ଅତିକ୍ରମଣ କରିପାରିବେ ନାହିଁ।’ ଏହା ଏକ ଡାହାମିଛ କିମ୍ବା ତାଙ୍କ ଅଜ୍ଞତା । ସେ ଗୃହମନ୍ତ୍ରୀ ହେବାକୁ ଯୋଗ୍ୟ ନୁହଁନ୍ତି । ”
  4. ରାଜସ୍ଥାନ କଂଗ୍ରେସର କନ୍ଦଳ। ବିଧାନସଭା ନିର୍ବାଚନ ଆଉ ୮ମାସ ବାକିଥିବା ବେଳେ ରାଜସ୍ଥାନ କଂଗ୍ରେସରେ ପୁଣି ଗୋଷ୍ଠୀ କନ୍ଦଳ ଦଳୀୟ ହାଇକମାଣ୍ଡର ସମସ୍ୟା ବଢ଼ାଇଛି। ନିଜ ଦଳର ସରକାର ବିରୋଧରେ ହିଁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ଅନଶନରେ ବସିଛନ୍ତି।
  5. ରାଜଧାନୀରେ ଗତ ୨ ଦିନ ହେବ ଅନୁଭବ ହେଉଛି ପ୍ରବଳ ତାତି। ଗତ କାଲି ଦିନ ୨ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ସେଥିମଧ୍ଯରୁ ଝାରସୁଗୁଡାର ତାପମାତ୍ରା ସର୍ବୋଚ୍ଚ ରହିଛ। ଝାରସୁଗୁଡାର ତାପମାତ୍ରା ୪୦.୮ ଡ଼ିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି।
  6. ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେଣ ନିର୍ମିତ ନ୍ୟୁ ଜିମ୍‌ନିର ସର୍ବଭାରତୀୟ ଉନ୍ମୋଚନ ଓ ବଜାର ପ୍ରବେଶ ନିକଟରେ ହୋଇଯାଇଛି।
  7. ଚଳିତ ବର୍ଷ ସ୍ବାଭାବିକ ହେବ ମୌସୁମୀ ବର୍ଷା । ମୌସୁମୀ ବର୍ଷା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏ ନେଇ ପ୍ରେସମିଟରେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
  8. ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଅପ୍ରେଲ ୧୫ରୁ ଜୁନ୍ ୧୪ ଯାଏ ୬୧ ଦିନ ବିଭିନ୍ନ ପ୍ରଜାତିର ମାଛ ସଂଖ୍ୟାରେ ବୃଦ୍ଧି ନିମନ୍ତେ ଓଡ଼ିଶା ଉପକୂଳରେ ମାଛଧରା ନିଷେଧାଜ୍ଞା ଲାଗୁ ହୋଇଛି । ଏଥିରେ ଉଲ୍ଲଂଘନ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
  9. ନୂଆ ଶିକ୍ଷାବର୍ଷ (୨୦୨୩-୨୪) ଲାଗି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ ପାଇଛି। ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୨୩୨ ଦିନ ପାଠପଢ଼ା ହେବାକୁ ଥିବା ବେଳେ ୮୦ଟି ଛୁଟି ଦିବସ ଏବଂ ୫୩ଟି ରବିବାର ରହିଛି। ମେ ୫ ତାରିଖରୁ ଜୁନ୍‌ ୧୭ ତାରିଖ ଯାଏ ଖରା ଛୁଟି ଘୋଷଣା କରାଯାଇଛି।
  10. ଆଇନଜୀବୀଙ୍କ ଆଇନ ଡିଗ୍ରି ଯାଞ୍ଚ ହେବ। ନକଲି ଆଇନଜୀବୀଙ୍କୁ ମଧ୍ୟ ଚିହ୍ନଟ କରାଯିବ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନବିଚାରପତି ଜଷ୍ଟିସ୍‌ ଡି ୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ ପି ଏସ ନରସିଂହା ଏବଂ ଜଷ୍ଟିସ୍‌ ଜେ ପି ପରଦିୱାଲାଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ସୋମବାର ଏ ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।
  11. ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି(ଆପ୍‌)କୁ ସୋମବାର ଜାତୀୟ ରାଜନୈତିକ ଦଳର ମାନ୍ୟତା ମିଳିଛି। ମୁଖ୍ୟ ନିର୍ବାଚନ କମିସନଙ୍କ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଏହି ଦଳ ଜାତୀୟ ଦଳର ମାନ୍ୟତା ହାସଲ କରିଛି। ଅପରପକ୍ଷେ ତୃଣମୂଳ କଂଗ୍ରେସ(ଟିଏମସି), ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି(ଏନସିପି) ଏବଂ ସିପିଆଇକୁ ଝଟକା ଲାଗିଛି।
  12. ସୋସିଆଲ ମିଡିଆର ଜଣାଶୁଣା କମ୍ପାନୀ ମେଟା ୟୁଜର୍ସଙ୍କ ପାଇଁ ‘ଟେକ ଇଟ ଡାଉନ’ ଟୁଲ ଲଞ୍ଚ କରି ଦେଇଛି। ଏହି ଟୁଲ ସାହାଯ୍ୟରେ ପ୍ଲାଟଫର୍ମରେ ନ୍ୟୁଡ କଣ୍ଟେଣ୍ଟକୁ ସୁର୍କୁଲେଟ କରିବାରୁ ରୋକାଯାଇ ପାରିବ।
  13. ୨୦୨୪ ନିର୍ବାଚନ ଲଢ଼ିବା ଲାଗି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଯୋଜନା କରୁଥିବା କହିଛନ୍ତି। ତେବେ ସେ ଏନେଇ ଘୋଷଣା କରିବାକୁ ପ୍ରସ୍ତୁତ ହୋଇନାହାନ୍ତି ବୋଲି ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କହିଛନ୍ତି।
  14. କେତେକ ରୋଗରେ ଗୋମୂତ୍ର ପିଇବା ଉପକାରୀ ବୋଲି କୁହାଯାଏ, କିନ୍ତୁ ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି , ଏହାକୁ ପିଇବା ମଣିଷ ପାଇଁ ଉପଯୁକ୍ତ ନୁହେଁ। ରିସର୍ଚ୍ଚ ଅନୁଯାୟୀ, ଏଥିରେ କିଛି କ୍ଷତିକାରକ ବ୍ୟାକ୍ଟେରିଆରହିଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇପାରେ। ଦେଶର ପ୍ରାଥମିକ ପ୍ରାଣୀ ଅନୁସନ୍ଧାନ ସଂସ୍ଥା ବରେଲି ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ପ୍ରତିଷ୍ଠାନ (ଆଇଭିଆରଆଇ) ଦ୍ୱାରା କରାଯାଇଥିବା ରିସର୍ଚ୍ଚରୁ ଜଣାପଡିଛି, କେତେକ ବ୍ୟାକ୍ଟେରିଆ ଉପରେ ଗୋମୂତ୍ର ଅଧିକ ପ୍ରଭାବଶାଳୀ ଥିଲା।
  15. ବଲିଉଡ ଭାଇଜାନ ସଲମାନ ଖାଁଙ୍କୁ ଲଗାତାର ହତ୍ୟା ଧମକ ମିଳୁଛି। ଏବେ ଏହାକୁ ନେଇ ସମଗ୍ର ବଲିଉଡରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି। ଏଥର ମଙ୍ଗଳବାର ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇ ପୋଲିସ ଜଣଙ୍କୁ ଗିରଫ କରିଛି।
  16. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ରୋଜଗାର ମେଳା’କାର୍ଯ୍ୟକ୍ରମ ଅଧୀନରେ ଗୁରୁବାର ପ୍ରାୟ ୭୧ ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଙ୍ଗଳବାର ଏକ ବିବୃତ୍ତିରେ ଏହି ସୂଚନା ଦେଇଛି।

  17. ହଲିଉଡ୍‌ ଅଭିନେତା ରିଚାର୍ଡ ଗେରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ସଭାମଞ୍ଚ ଉପରେ ଚୁମ୍ବନ ଦେଇଥିବା ନେଇ ୨୦୦୭ ମସିହାରେ ହୋଇଥିବା ଅଶ୍ଳୀଳତା ମାମଲାରେ ଦୋଷମୁକ୍ତ ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା।
  18. ଚାଷରେ ପଶିଲେ ଘରୋଇ କଂପାନି। ପାଞ୍ଚଟି ସଂସ୍ଥାକୁ କ୍ଲଷ୍ଟର ଫାର୍ମିଂ (ପୁଞ୍ଜ ଚାଷ) ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ପ୍ରାରମ୍ଭିକ ପର୍ଯ୍ୟାୟର ୫୦ ହଜାର ହେକ୍ଟର ଜମିରେ ସେମାନେ ପରୀକ୍ଷାମୂଳକ ଭାବେ ଚାଷ କରିବେ। ସେମାନେ ୭୫୦ କୋଟି ଟଙ୍କା ବିନିଯୋଗ କରିବେ।
  19. ଅର୍ଚ୍ଚନା ନାଗ ଓ ସ୍ବାମୀ ଜଗବନ୍ଧୁଙ୍କ ମୋବାଇଲ ସିଏଫଏସଏଲ ଯିବ.. ସେଣ୍ଟ୍ରାଲ ଫରେନସିକ ଲ୍ୟାବ ପଠାଇବାକୁ ଇଡି କୋର୍ଟଙ୍କ ନିର୍ଦେଶ.। ରାଜ୍ୟର ବହୁ ଚର୍ଚ୍ଚିତ ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ ଜାମିନ ମିଳିଛି। ମଙ୍ଗଳବାର ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ।
  20. ଏଚ-୩-ଏନ-୮ ବାର୍ଡ ଫ୍ଲୁ ଯୋଗୁ ପ୍ରଥମ ମୃତ୍ୟୁ ପୃଥିବୀରେ ରେକର୍ଡ କରାଯାଇଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଛି ଯେ, ଚାଇନାର ଜଣେ ମହିଳାଙ୍କର ବାର୍ଡ ଫ୍ଲୁରେ ମୃତ୍ୟୁ ଘଟିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.