• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବା ତଥା ଏହି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ)ର ପ୍ରୟୋଗ କରି ଏକ ନୂତନ ସଂଚାର ସୃଷ୍ଟି ଲକ୍ଷ୍ୟରେ ଦୁଇ ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

  2. ଗତକାଲି ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩ ଡ଼ିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟର ୧୪ଟି ସହରର ତାପାମାତ୍ରା ୪୦ ଡିଗ୍ରି ଥିବା ‌ବେଳେ ଗୋପାଳପୁର ୨୯ ବର୍ଷର ରେକର୍ଡ ଭଙ୍ଗ କରିଛି।

  3. ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀ ଗସ୍ତରେ ଯାଇ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ଖଡଗେ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ଖଡଗେଙ୍କ ସରକାରୀ ବାସଭବନରେ ହୋଇଛି । ଏହା ପୂର୍ବରୁ ନୀତିଶ ଲାଲୁ ଯାଦବଙ୍କୁ ବି ଭେଟିଥିଲେ । ଏହି ଆଲୋଚନା ବୈଠକରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ଉପସ୍ଥିତ ଥିଲେ ।

  4. ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ।  ବିଦ୍ୟୁତ କାଟ ନ ହେଉଣୁ ହେବାର ଆଶଙ୍କା କରୁଛନ୍ତି। ଯଦି ବିଜୁଳି କଟୁଛି ତାର ଅର୍ଥ ନୁହଁ କି ପାୱାର୍‌ କଟ୍ ‌ହେଉଛି। ଅନେକ କାରଣରୁ ନେଇ ବିଜୁଳି କଟା ହୋଇଥାଏ।

  5. ଏଲନ ମସ୍କ ଟୁଇଟ କରି କିଛି ନୂଆ ସୂଚନା ଦେଇଛନ୍ତି। ଏଥିରେ ମସ୍କ ପୁରୁଣା ବ୍ଲୁ ଟିକ ଧାରକଙ୍କୁ କେବଳ ୮ ଦିନ ସମୟ ଦେଇଛନ୍ତି। ମସ୍କ ସ୍ପଷ୍ଟ ଭାବେ କହିଛନ୍ତି, ଯେଉଁମାନଙ୍କ ନିକଟରେ ବ୍ଲୁ ଟିକ ସବସ୍କ୍ରିପଶନ ନାହିଁ, ସେମାନଙ୍କ ହ୍ୟାଡରରୁ ୨୦ ଏପ୍ରିଲରୁ ବ୍ଲୁ ଟିକ ହଟାଇ ଦିଆଯିବ।

  6. ଦେଶର ୨୮ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ମାନଙ୍କ ମଧ୍ୟରେ ସବୁଠୁ ଧନୀ ଆନ୍ଧ୍ର ପ୍ରଦେଶର ମୁ୍ଖ୍ୟମନ୍ତ୍ରୀ ୱାଇ ଏସ ଜଗନମୋହନ ରେଡ୍ଡି  ଏବଂ ତେବେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

  7. ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହେଉଛନ୍ତି ସବୁଠାରୁ ଉଚ୍ଚଶିକ୍ଷିତ ମୁଖ୍ୟମନ୍ତ୍ରୀ। ସେ ଫିଲୋସଫିରେ ଡକ୍ଟରେଟ ପାଇଥିବା ବେଳେ ପଲିଟିକାଲ ସାଇନ୍ସରେ ଏମଏ ଓ ଆଇନ୍ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ସେହିଭଳି ପୂର୍ବରୁ ଅଟୋ ଡ୍ରାଇଭର ଥିବା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ହେଉଛନ୍ତି ଦେଶର ସବୁଠାରୁ କମ୍ ପାଠ ପଢିଥିବା ମୁଖ୍ୟମନ୍ତ୍ରୀ। ସେ ଦଶମ ଯାଏଁ ପାଠ ପଢିଛନ୍ତି।

  8. ସୁନା କାରିଗର ଏବଂ ଅଳଙ୍କାର ବ୍ରିକ୍ରେତାଙ୍କ ପାଇଁ ବଡ଼ ଖବର। ଆସନ୍ତା ଜୁନ୍‌ ମାସ ପରେ ବ୍ୟବସାୟୀମାନେ ପୁରୁଣା ସୁନା ଅଳଙ୍କାର ବିକ୍ରି କରିପାରିବେନାହିଁ। କାରଣ ଏହି ସମୟ ପରେ ବ୍ୟବସାୟୀମାନଙ୍କୁ ବିନା ହଲମାର୍କ ସୁନା ଅଳଙ୍କାର ବିକ୍ରି ପାଇଁଁ ଅନୁମତି ମିଳିବନାହିଁ।

  9. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଜମୈର-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କରିଛନ୍ତି।

  10. କାଲିଫର୍ନିଆ ରାଜ୍ୟ ବିଧାନସଭା ଆମେରିକି କଂଗ୍ରେସକୁ ଔପଚାରିକ ଭାବେ ଭାରତରେ ୧୯୮୪ ହୋଇଥିବା ଶିଖ ବିରୋଧି ହିଂସାକୁ ନରସଂହାର ଭାବେ ମାନ୍ୟତା ଦେବା ଓ ନିନ୍ଦା କରିବାକୁ କହି ଏକ ପ୍ରସ୍ତାବ ପାସ କରିଛନ୍ତି।

  11. ୟୁକ୍ରେନ୍‌ର ଜାପୋରିଝିଆ ଓବ୍ଲଷ୍ଟେରେ ରୁଷିଆ ୪୫ ମାଇଲ (ପ୍ରାୟ ୭୨ କି.ମି.) ପ୍ରତିରକ୍ଷା ଖାଇ ଖୋଳିଥିବା ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ନିକଟରେ ସେଣ୍ଟିିନେଲ୍‌-୨ ସାଟେଲାଇଟ୍‌ ଛବିରୁ ଏହି ଟ୍ରେଞ୍ଚ୍‌ ଦେଖିବାକୁ ମିଳିଛି।

  12. ବ୍ରିଟେନର ସାଇବର-ସ୍ପାଇଂ ଏଜେନ୍ସି ଗଭର୍ନମେଣ୍ଟ କମ୍ୟୁନିକେଶନ୍ସ ହେଡ୍‌କ୍ୱାର୍ଟର୍ସ (ଜିସିଏଚ୍‌କ୍ୟୁ)ର ମୁଖ୍ୟ ପଦ ପାଇଁ ପ୍ରଥମ ମହିଳା ଭାବେ ଆନେ କିଷ୍ଟ-ବଟଲର ଦାୟିତ୍ୱ ଗ୍ରହଣ କରିବେ।

  13. ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ଟୁଇଟରରୁ ବାହାର ହୋଇଥିବା ପୂର୍ବତନ ସିଇଓ ପରାଗ ଅଗ୍ରଓ୍ବାଲଙ୍କ ସମେତ ଆଉ ୨ ପୂର୍ବତନ ଏକ୍‌ଜିକ୍ୟୁଟିଭ୍‌ ଏଲନ ମସ୍କଙ୍କ ବିରୋଧରେ ଏକ କୋର୍ଟରେ ମକଦ୍ଦମା ଦାଏର କରିଛନ୍ତି।

  14. ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭର ବେଲଦଳ ଅଞ୍ଚଳରେ ପ୍ରସ୍ତାବିତ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିଲେ ସୁପ୍ରିମକୋର୍ଟ। ବେଦାନ୍ତର ୧୦ ହଜାର ଏକର ଜମି ଅଧିଗ୍ରହଣକୁ ବେଆଇନ କହିଲେ ସୁପ୍ରିମକୋର୍ଟ। ଏଥିସହ ବେଦାନ୍ତକୁ ୫ ଲକ୍ଷ ଟଙ୍କା ଜରିମାନା କରାଯିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି କୋର୍ଟ।

  15. ବିଭିନ୍ନ ତହସିଲରେ କାର୍ଯ୍ୟରତ ୬୦୦ ଠିକା ଡାଟା ଏଣ୍ଟ୍ରି ଅପରେଟରଙ୍କୁ ସ୍ଥାୟୀ କରିବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୩ ମାସ ମଧ୍ୟରେ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  16.  ଆସନ୍ତା ୧୬ତାରିଖରେ ରାଜ୍ୟରେ ବ​‌ର୍ଷା​ ସମ୍ଭାବନା.. ରାଜ୍ୟ ମଧ୍ୟକୁ ବଙ୍ଗୋପସାଗରରୁ ବାୟୁପ୍ରବାହ ସମ୍ଭାବନା ଯୋଗୁଁ ଉତ୍ତର ଉପକୂଳ ସମେତ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ବର୍ଷା ସମ୍ଭାବନା..

  17. ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଗ୍ରୁପ୍‌ର ପୂର୍ବତନ ଅଧ୍ୟକ୍ଷ କେଶବ ମହିନ୍ଦ୍ରାଙ୍କ ୯୯ ବର୍ଷ ବୟସରେ ପରଲୋକ ଘଟିଛି।

  18. ପଞ୍ଜାବ ବଠିଣ୍ଡାରେ ମିଲିଟାରୀ ଷ୍ଟେସନ ଭିତରେ ବୁଧବାର ଗୁଳିକାଣ୍ଡରେ ୪ ଜଣ ଯବାନ ଶହୀଦ୍‌‌ ହୋଇଛନ୍ତି।

  19. ଜମ୍ମୁ-କାଶ୍ମୀରରେ ଆଜି ସକାଳେ ଭୂକମ୍ପ ଝଟକା ଅନୁଭବ ହୋଇଛି। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୦ ରେକର୍ଡ କରାଯାଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ସକାଳ ୧୦ଟା ୧୦ରେ ଏହି ଭୂକମ୍ପ ଝଟକା ଅନୁଭବ ହୋଇଛି। ଭୂକମ୍ପର ଝଟକା ଅନୁଭବ ହେବା ମାତ୍ରେ ଲୋକେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ।

  20. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.