• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କେନ୍ଦ୍ର ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ସାଂଘାଇ ସହଯୋଗ ସଂଗଠନ – ଏସସିଓ ସଦସ୍ୟ ରାଷ୍ଟ୍ରମାନଙ୍କୁ ସଡ଼କ ପରିବହନ କ୍ଷେତ୍ରରେ ସମସାମୟିକ ଆହ୍ୱାନର ପ୍ରଭାବଶାଳୀ ସମାଧାନ ନିମନ୍ତେ ଗବେଷଣା ତଥା ବିକାଶ କ୍ଷେତ୍ରରେ ସହଯୋଗ କରିବାକୁ କହିଛନ୍ତି।

  2. କଲମ୍ବୋସ୍ଥିତ ସ୍ୱାମୀ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ରରେ ଭାରତୀୟ ସିନେମା ଉପରେ ଏକ କର୍ମଶାଳା ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀଲଙ୍କାର ନଗର ଉନ୍ନୟନ ଓ ଗୃହମନ୍ତ୍ରୀ ଅରୁନ୍ଦୀକା ଫର୍ନାଣ୍ଡୋ ଏବଂ ଶ୍ରୀଲଙ୍କାରେ ଭାରତର ଡେପୁଟି ହାଇ କମିଶନର ବିନୋଦ ଯାକବ ଯୋଗ ଦେଇଥିଲେ।

  3. ବାଲେଶ୍ୱର ଜିଲାର ନୀଳଗିରି ଓ ଔପଦା ବ୍ଲକର ପ୍ରାୟ ୨୭୨.୭୫ ବର୍ଗ କି.ମି. ଅଞ୍ଚଳରେ ରହିଛି କୁଲଡିହା ଅଭୟାରଣ୍ୟ। ବିଭିନ୍ନ ପ୍ରଜାତିର ବନ୍ୟଜନ୍ତୁରେ ପରିପୂର୍ଣ୍ଣ ଉତ୍ତରଓଡ଼ିଶାର ଏହି ଜୈବମଣ୍ଡଳକୁ ହାତୀମାନଙ୍କ ପାଇଁ ଅମରାବତୀ କୁହାଯାଉଥିଲା।

  4. ଭୁବନେଶ୍ଵରରେ ଉଦଯାପିତ ହେଲା ଜି-୨୦ ଶିକ୍ଷା କାର୍ଯ୍ୟଗୋଷ୍ଠୀ ବୈଠକ ଶେଷରେ ବିଶ୍ଵପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କଲେ ପ୍ରତିନିଧି  ଦଳ।

  5. ସୁଦାନରେ ବିନା ଆଲୋକରେ ବିମାନ ଅବତରଣ କଲେ ସାହସୀ IAF ପାଇଲଟ, ଆଶ୍ଚର୍ଯ୍ୟଜନକ ଅପରେସନରେ ୧୨୧ ଜଣ ଭାରତୀୟ ଉଦ୍ଧାର।

  6. ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ନେଟ୍‌ଫ୍ଲିକ୍ସ ଡକୁସିରିଜ୍‌ ‘ୱା‌ର୍କିଂ’ର ବହୁ ଦୃଶ୍ୟରେ ଟାଟା ସନ୍ସ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନକୁ ଦେଖିବାକୁ ମିଳିବ। ୱାର୍କିଂର ଟ୍ରେଲରକୁ ଓବାମା ଜାରି କରିଛନ୍ତି।

  7. ଘୃଣା ଭାଷଣ ମାମଲାରେ ସୁପ୍ରିମକୋର୍ଟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଘୃଣା ଭାଷଣ ମାମଲାରେ ଅଭିଯୋଗ ଦାଏର ନହେଲେ ବି ରାଜ୍ୟମାନେ ନିଜ ଆଡ଼ୁ ଏହି ଘୃଣା ଭାଷଣ ମାମଲାରେ ଏତଲା ରୁଜୁ କରିବା ଉଚିତ । ମାମଲା ରୁଜୁ ହେବାରେ ଯଦି ବିଳମ୍ବ ହୁଏ ତେବେ ଏହାକୁ ଅଦାଲତ ଅବମାନନା ଭାବେ ଧରି ନିଆଯିବ। ସୁପ୍ରିମକୋର୍ଟ କହିଛନ୍ତି, ଘୃଣା ଭାଷଣ ହେଉଛି ଏକ ଗୁରୁତର ଅପରାଧ।

  8. ପଶ୍ଚିମବଙ୍ଗ ସରକାରଙ୍କ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାକୁ କଲିକତା ହାଇକୋର୍ଟର ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟଙ୍କ ଖଣ୍ଡପୀଠରୁ ବାଦ୍ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ପରିସ୍ଥିତି ଗମ୍ଭୀର ରୂପ ନେଇଛି। ଏକ ଟିଭି ଚ୍ୟାନେଲକୁ ଜଷ୍ଟିସ ଗଙ୍ଗୋପାଧ୍ୟାୟ ଦେଇଥିବା ସାକ୍ଷାତକାର ଆଧାରରେ ସୁପ୍ରିମ୍‌କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ଏହାକୁ ସେ ଚ୍ୟାଲେଂଜ କରିଛନ୍ତି।

  9. ମହାରାଷ୍ଟ୍ରର ପାଲଘରରେ ଦୁଇ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କ ହତ୍ୟା ଘଟଣାର ତଦନ୍ତ ଦେଶର ସବୋର୍ଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇ କରିବ। ଏହି ମାମଲାର ତଦନ୍ତ ଭାର ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ସିବିଆଇକୁ ହସ୍ତାନ୍ତର କରିବେ ବୋଲି ଆଜି ସୁପ୍ରିମକୋର୍ଟରେ ସୂଚନା ଦେଇଛନ୍ତି ମହାରାଷ୍ଟ୍ର ସରକାର।

  10. ଜାତୀୟ ରାଜଧାନୀରେ ଅନୁଷ୍ଠିତ ‘ଜାତୀୟ କନ୍‌କ୍ଲେଭ୍‌; ମନ୍‌ କୀ ବାତ୍‌ @ ୧୦୦’ କାର୍ଯ୍ୟକ୍ରମ ବେଳେ ପ୍ରସବ ବେଦନା ହେବାରୁ ଜଣେ ଆମନ୍ତ୍ରିତ ମହିଳା ଅତିଥି ପୁତ୍ରବତୀ ହୋଇଛନ୍ତି।

  11. ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ କାର୍ଯ୍ୟକ୍ରମ ସ୍ଥଳରେ ଆଜି କିଛି ବିଶୃଙ୍ଖଳ ଜନତା ନିଆଁ ଲଗାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ଚୁରାଚାନ୍ଦପୁର ଜିଲ୍ଲାରେ ଏକ ଜିମ୍‌ ସ୍ପୋର୍ଟସ ଫ୍ୟାସିଲିଟି ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ଥିଲା।

  12. ବ୍ରିଜ ଭୂଷଣ ଓ ମହାସଂଘର କିଛି ସଦସ୍ୟ ମହିଳା ରେସଲରମାନଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି। ଏନେଇ ମହିଳା ରେସଲରମାନେ ପୁଲିସ୍‌ରେ ଅଭିଯୋଗ କରିଥିଲେ ହେଁ ଏଯାଏ ଏଫଆଇଆର ରୁଜୁ କରାଯାଇ ନଥିଲା। ନ୍ୟାୟ ପାଇଁ କିଛି ରେସଲର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହା ପରେ ଭାରତୀୟ କୁସ୍ତି ମହାସଂଘ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛି ଦିଲ୍ଲୀ ପୁଲିସ।

  13. ବହୁଚର୍ଚ୍ଚିତ ଅଭିନେତ୍ରୀ ଜିୟା ଖାଁ ଆତ୍ମହତ୍ୟା ମାମଲାରେ ସୂରଜ ପାଞ୍ଚୋଲି ନିର୍ଦ୍ଦୋଷରେ ଖଲାସ । ସିବିଆଇ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ତାଙ୍କ ବିରୁଦ୍ଧରେ ଆତ୍ମହତ୍ୟା ପାଇଁ ଉସୁକାଇଥିବା ଅଭିଯୋଗ ଥିଲା । ଉପଯୁକ୍ତ ପ୍ରମାଣ ଅଭାବରୁ ମୁମ୍ବାଇ ସିବିଆଇ କୋର୍ଟ ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିବା ସୂଚନା ।

  14. ଅଙ୍ଗଦାନ କରୁଥିବା କେନ୍ଦ୍ର କର୍ମଚାରୀଙ୍କୁ ୪୨ ଦିନ ପାଇଁ ସ୍ବତନ୍ତ୍ର ଛୁଟି (ସିଏଲ) ମିଳିବ। ଅସ୍ତ୍ରୋପଚାର ପରେ ସୁସ୍ଥ ହେବା ପର୍ଯ୍ୟନ୍ତ ଏହି ଛୁଟି ଦିଆଯିବ। ଏଥିପାଇଁ ସରକାରୀ ମାନ୍ୟତା ପ୍ରାପ୍ତ ଡାକ୍ତରଙ୍କ ଅନୁମତି ନେବାକୁ ପଡିବ। ବର୍ତ୍ତମାନ ଏବେ ଏଭଳି ମାମଲାରେ ୩୦ ଦିନ ପାଇଁ ଛୁଟି ମିଳୁଛି।

  15. ଏଲ୍‌ଗାର ପରିଷଦ-ମାଓବାଦୀ ଲିଙ୍କ୍‌ ମାମଲାରେ ଗୃହବନ୍ଦୀ ଥିବା ସାମାଜିକ କର୍ମୀ ଗୌତମ ନଭଲଖାଙ୍କୁ ପୋଲିସ ସୁରକ୍ଷା ବାବଦ ୮ ଲକ୍ଷ ଟଙ୍କା ଜମା କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି।

  16. ସମଲିଙ୍ଗୀ ବିବାହର ବୈଧିକରଣ ଲାଗି ହେଉଥିବା ଉଦ୍ୟମକୁ ବିରୋଧ କରି ୧୨୦ରୁ ଊର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପତ୍ର ଲେଖିଛନ୍ତି। ସେମାନଙ୍କ ମଧ୍ୟରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଓ ପୂର୍ବତନ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି।

  17. ଗୋଟାଏ ଦିନରେ ଜୁକରବର୍ଗଙ୍କ ସଂପତ୍ତି ୧୪ ପ୍ରତିଶତ ବଢ଼ିଲା; ପଛରେ ପଡ଼ିଲେ ମୁକେଶ ଅମ୍ବାନୀ ।

  18. ହାଇସ୍କୋରିଂ ମ୍ୟାଚ୍‌ରେ ପଞ୍ଜାବକୁ ୫୬ ରନରେ ହରାଇଲା ଲକ୍ଷ୍ନୌ, ନେଲା ମଧୁର ପ୍ରତିଶୋଧ ।

  19. ଗୋଟିଏ ଇନିଂସରେ ବୋଲିଂ କଲେ ୯ ଜଣ ଖେଳାଳି:IPL ଇତିହାସରେ ନୂଆ ଅଧ୍ୟାୟ ଲେଖିଲେ ରାହୁଲ।

  20. ମୋହାଲି ସ୍ଥିତ ବିନ୍ଦ୍ରା ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ହାଇ ସ୍କୋରିଂ ମ୍ୟାଚରେ କେ.ଏଲ୍‌. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ୫୬ ରନ୍‌ରେ ବିଜୟ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.