• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ’ସୁପ୍ରିମକୋର୍ଟ କହିଛନ୍ତି, ସମ୍ବିଧାନ ଅନୁଯାୟୀ ବାଧ୍ୟତାମୂଳକ ଭାବେ ନାଗରିକଙ୍କ ଅଧିକାର ତଥା ସ୍ବାଧୀନତାର ସୁରକ୍ଷା ପାଇଁ ରାଜ୍ୟ ଦାୟିତ୍ୱ ଗ୍ରହଣ କରିବା ଆବଶ୍ୟକ।

  2. ୨୦୫୦ ସୁଦ୍ଧା ଭାରତରେ ସହରାଞ୍ଚଳରେ ୮୫-୯୦ କୋଟି ଜନସଂଖ୍ୟା ବାସ କରିବେ ବୋଲି ଆଶା କରାଯାଉଛି। ଦେଶରେ ସହରୀକରଣ ଏକ ଦ୍ରୁତ ଗତିରେ ଘଟୁଛି।

  3.  ଦୀର୍ଘ ୬ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା କେଦାରନାଥ ଧାମ । ପାଲିଙ୍କି ଯାତ୍ରାରେ କେଦାରବାବାଙ୍କୁ ଅଣାଯିବା ପରେ ଆଜି ନୀତି ମୁତାବକ କେଦାରନାଥଙ୍କ ଦ୍ବାର ଫିଟିଛି। ଏହି ଅବସରରେ ସେନା ପକ୍ଷରୁ ବ୍ୟାଣ୍ଡ ପ୍ରଦର୍ଶନ ହୋଇଥିଲା।

  4. ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିରୋମଣୀ ଅକାଳିଦଳ ନେତା ପ୍ରକାଶ ସିଂ ବାଦଲଙ୍କ ୯୫ ବର୍ଷ ବୟସରେ ପରଲୋକ ହୋଇଛି । ମୋହାଲିର ଏକ ଘରୋଇ ହସପିଟାଲରେ ତାଙ୍କର ପରଲୋକ ହୋଇଥିଲା ।

  5. ସମଲିଙ୍ଗୀ ବିବାହ ମାମଲାରେ ବରିଷ୍ଠ ଆଡଭୋକେଟ ଗୀତା ଲୁଥ୍ରା ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମ୍‌କୋର୍ଟରେ ହାଜର ହୋଇ କହିଛନ୍ତି, ବିବାହ ଏକ କୁହୁକ ଶବ୍ଦ ଏବଂ ଏହାର ଯାଦୁକରୀ ପ୍ରଭାବ ସମଗ୍ର ବିଶ୍ୱରେ ରହିଛି।

  6. ଏଣିକି ଆପଣ ଗୋଟିଏ ନମ୍ବରରୁ ଏକସଙ୍ଗେ ୪ଟି ମୋବାଇଲରେ ବ୍ୟବହାର କରିପାରିବେ ହ୍ବାଟସ୍‌ଆପ୍‌। ଏନେଇ ମେଟା ସିଇଓ ମାର୍କ ଜୁକରବର୍ଗ ବଡ଼ ଘୋଷଣା କରିଛନ୍ତି। ମେଟା ମାଲିକାନାରେ ଥିବା ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସ୍‌ଆପ୍‌ରେ ନୂଆ ଅପଡେଟ୍ ଆସୁଛି।

  7. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି । ଏହି ପର୍ଯ୍ୟାୟର ପ୍ରଥମ ଦିନରେ ଆଜି ୪ଟି ଜିଲ୍ଲାର ୩୫୭ଟି ରୂପାନ୍ତରିତ ସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି। ଗତ ଦୁଇଟି ପର୍ଯ୍ୟାୟରେ ରାଜ୍ୟରେ ୩୯୮୧ଟି ସ୍କୁଲ ରୂପାନ୍ତରିତ ହୋଇଛି । ତିନୋଟି ପର୍ଯ୍ୟାୟ ସଂପୂର୍ଣ୍ଣ ହେବା ପରେ ରାଜ୍ୟରେ ସମୁଦାୟ ୬୧୩୨ଟି ସ୍କୁଲ ରୂପାନ୍ତରିତ ହେବ ।

  8. ମେ ପହିଲାରୁ ଛେନା ,ପନିର,କଞ୍ଚା ଖୁଆର ପାଇକାରୀ ଦର ବୃଦ୍ଧି କରିବାକୁ କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି । କ୍ଷୀର ଦର ବଢ଼ିଥିବାରୁ ଦୁଗ୍ଧଜାତ ଦ୍ରବ୍ୟ ଦର ବୃଦ୍ଧି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲା ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘର ସାଧାରଣ ସଂପାଦକ ପ୍ରଦୀପ ବେହେରା କହିଛନ୍ତି। ଛେନା କେଜିପ୍ରତି ୨୦ଟଙ୍କା, ପନିର କେଜିପ୍ରତି ୩୦ ଟଙ୍କା ଏବଂ ଖୁଆ କେଜିପ୍ରତି ୬୦ ଟଙ୍କା ଲେଖାଏଁ ବୃଦ୍ଧି ପାଇବ।

  9. ଆଇସିସି ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ପାଇଁ ପଡିଆକୁ ଓହ୍ଲାଇବ । ପୁଣିଥରେ ଆଜିଙ୍କ୍ୟ ରାହେଣେ ଟେଷ୍ଟ ଦଳକୁ ଫେରିଛନ୍ତି।

  10. ସୁମାତ୍ରା ଦ୍ବୀପରେ ଜୋରଦାର ଭୂକମ୍ପ ଝଟକା ଲାଗିଛି । ଇଣ୍ଡୋନେସିଆ ଜିୟୋଫିଜିକ୍ସ ରିପୋର୍ଟ ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୩ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ସୁନାମୀ ସତର୍କତା ଜାରି କରାଯାଇଛି ।

  11. ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି।

  12. ବିହାରର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଆନନ୍ଦ ମୋହନକୁ ଜାମିନ ମିଳିଛି। ତା’ ପୁଅର ନିର୍ବନ୍ଧ ପାଇଁ ସେ ପାରୋଲରେ ଆସିଥିବା ବେଳେ ଏହି ଖୁସି ଖବର ତାକୁ ମିଳିଛି। ଆଇଏଏସ୍ ଅଧିକାରୀ ଜି. କ୍ରିଷ୍ଣୟିଆଙ୍କୁ ହତ୍ୟା କରିବାକୁ ସୁପାରୀ ଦେଇଥିବା ଅଭିଯୋଗରେ ତାକୁ ଗିରଫ କରାଯାଇଥିବା ବେଳେ ଜେଲରେ ୧୫ବର୍ଷ ରହିବା ପରେ ଏବେ ବାହାରକୁ ଆସିଛି ଆନନ୍ଦ।

  13. କେରଳର କୋଚିଠାରେ ଦେଶର ପ୍ରଥମ ୱାଟର ମେଟ୍ରୋକୁ ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦେଶର ଏହା ପ୍ରଥମ ୱାଟର ମେଟ୍ରୋ। କୋଚି ସହରରେ ୧୧୩୬.୮୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଉକ୍ତ ୱାଟର ମେଟ୍ରୋ ପ୍ରକଳ୍ପ କୋଚି ଏବଂ ଏହାର ଆଖପାଖ ଅଞ୍ଚଳର ୧୦ଟି ଦ୍ବୀପକୁ ସଂଯୋଗ କରିଛି।

  14. ଦେଶର ଦୁଇ ଘରୋଇ ବୀମା କଂପାନି ବଜାଜ ଆଲିଆଞ୍ଜ୍‌ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଓ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍ ଲାଇଫ୍ ଇନ୍‌ସ୍ୟୁରାନ୍ସକୁ ଆୟକର ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ୨୦୧୭ ପରଠାରୁ ସେମାନେ ଟିକସକୁ ଜାଣିଶୁଣି ‌ଏଡ଼ାଇଯାଉଥିବା ଅଭିଯୋଗ ରହିଛି। ଏନେଇ ୧୬ଟି ବୀମା କଂପାନି ବିରୋଧରେ ତଦନ୍ତ ଚାଲିଛି।

  15. ଜଙ୍ଗଲ ଜମି ଅଧିକାର ଦେବାରେ ନବୀନ ସରକାରଙ୍କ ରେକର୍ଡ । ୨୦୨୩ ଫେବ୍ରୁଆରୀ ସୁଦ୍ଧା ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ । ଆଦିବାସୀଙ୍କୁ ବ୍ୟକ୍ତିଗତ, ଗୋଷ୍ଠୀଗତ ଓ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ନେଇ ୪ ଲକ୍ଷ ୬୩ ହଜାର ୭୨୩ଟି ପଟ୍ଟା ବଣ୍ଟନ କରାଯାଇଛି ।

  16. ଦୈନିକ ୧୫୦ କୁକୁରଙ୍କର ହେବ ବନ୍ଧ୍ୟାକରଣ । ଭୁବନେଶ୍ବରରେ ବି ଏମ ସି  କରିବ କୁକୁର ଗଣନା । ସର୍ଭେ ପରେ ନିଆଯିବ ଆବଶ୍ୟକ ପଦକ୍ଷେପ । ଦିନକୁ ଦିନ ହିଂସ୍ର ହେଉଛନ୍ତି ବୁଲା କୁକୁର ।

  17. ୫ଜି ସାଟେଲାଇଟର ସଫଳପୂର୍ବକ ଲଞ୍ଚ୍ କରିଛି ଏଲନ ମସ୍କଙ୍କ ସ୍ପେସ୍-ଏକ୍ସ । ଏବେ ସାରା ବିଶ୍ୱରେ ୫ଜି ଇଣ୍ଟରନେଟ ସର୍ଭିସ ପ୍ରଦାନ କରିବା ପାଇଁ ମହାକାଶରେ ୨୫୦ ସାଟେଲାଇଟସର ଜାଲ ବିଛାଇ ଦିଆଯାଇଛି । ପ୍ରଥମଥର ପାଇଁ ପୃଥିବୀର ନିମ୍ନ କକ୍ଷରେ ୫ଜି ଇଣ୍ଟରନେଟ ସେବା ପ୍ରଦାନକାରୀ ସାଟେଲାଇଟକୁ ଛଡାଯାଇଛି ।

  18. ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ମଙ୍ଗଳବାର ଘୋଷଣା କରିଛନ୍ତି ଯେ ସେ ଆଗାମୀ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ।

  19. ଓଡ଼ିଶାରେ ୧୨ ଦିନ ଧରି ଥିଲା ଗୁଡୁ ମୁସଲିମ୍‌ । ଏପ୍ରିଲ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ୧୨ ଦିନ ଧରି ବରଗଡ଼ରେ ଲୁଚିଥିଲା ଗୁଡୁ ମୁସଲିମ୍‌ । ୟୁପିରେ ଉମେଶ ପାଲ ହତ୍ୟା ଘଟଣାର ମାଷ୍ଟରମାଇଣ୍ଡ ଗୁଡ୍ଡୁ ମୁସଲିମ ଆସି ଓଡ଼ିଶାରେ ଲୁଚିଥିଲା

  20. ତାମିଲନାଡୁର ଏକ ମନ୍ଦିରରୁ ଚୋରି ହୋଇଥିବା ପ୍ରଭୁ ବଜରଙ୍ଗବାଲୀଙ୍କ ପ୍ରାୟ ୫୦୦ ବର୍ଷ ପୁରୁଣା ପ୍ରତିମାକୁ ଭାରତ ଫେରାଇ ଦେଇଛି। ଏହାକୁ ଅଷ୍ଟ୍ରେଲିଆ ଭାରତକୁ  ଅଷ୍ଟ୍ରେଲିଆରେ ଥିବା ଭାରତୀୟ ଦୂତାବାସକୁ ହସ୍ତାନ୍ତର କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.