• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଛତିଶଗଡର ଦନ୍ତେୱାଡାରେ ବଡ ଧରଣର ନକ୍ସଲ ଆକ୍ରମଣ । ଆକ୍ରମଣରେ ସହିଦ ହୋଇଛନ୍ତି ୧୧ ଯବାନ । ୧୧ ସହିଦଙ୍କ ମଧ୍ୟରେ ଅଛନ୍ତି ୧୦ ଡିଆରଜି ଯବାନ ଓ ଜଣେ ଡ୍ରାଇଭର । ଦନ୍ତେୱାଡା ଜିଲ୍ଲା ଅରଣପୁରରେ ହୋଇଥିଲା ଭୟଙ୍କର ଆଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଯବାନ ସହିଦ ହୋଇଥିଲେ ।

  2. ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି ଚକିଆ ଯାନରେ ୩୦ହଜାର ଓ ୪ ଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।

  3. କଟକ ସାଇବର ଥାନା ରାଜସ୍ଥାନରୁ ୨ ଜଣ ସାଇବର ବ୍ଲାକମେଲର ଏମ ଡି. ଇଝାରଉଦ୍ଦୀନ ଅନସାରୀ ଓ ସାକିର ଖାନ ଙ୍କୁ ଗିରଫ କରିବାରେ ସଫଳ ହୋଇଛି । କଟକର ଜଣେ ବରିଷ୍ଠ ନାଗରିକଙ୍କୁ ହ୍ୱାଟ୍ସଆପରେ ନ୍ୟୁଡ୍ ଭିଡିଓ କଲ୍ କରି ବ୍ଲାକମେଲ କରି ପାଖାପାଖି ୯ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଏହି ଲୁଟେରା।

  4. ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।  ମେ’ ୧ରୁ ୧୦ ମଧ୍ୟରେ ସାମ୍‌ସ ପୋର୍ଟାଲରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।  ଜୁନ୍ ୨୩ରୁ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ପ୍ରବେଶିକା ପରୀକ୍ଷା ହେବ । ହଲ ଟିକେଟ ୯ ଜୁନ୍ ଅପରାହ୍ନା ୨ଟା ପରେ ଅଫିସିଆଲ ୱେବସାଇଟକୁ ଯାଇ ଡାଉନଲୋଡ କରିପାରିବେ ଛାତ୍ରାଛାତ୍ରୀ ।

  5. କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରୁ ଏହି ଏକ୍ସପ୍ରେସ୍‌ ଆରମ୍ଭ କରିବା ଯୋଜନା ରହିଛି। ଏହି ଟ୍ରେନ୍‌ଟି ପୁରୀରୁ ହାୱଡ଼ା ମଧ୍ୟରେ ଚାଲିବ। ପୂର୍ବରୁ ପୁରୀରୁ କୋଲକାତା ମଧ୍ୟରେ ୧୩ ଯୋଡ଼ା ‌ସିଧାସଳଖ ଟ୍ରେନ୍‌ ଚାଲୁଛି. 

  6. ଆସନ୍ତା ମଇ ମାସ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ପାଳନ କରିବ ୫ମ ପାଳିର ୪ର୍ଥ ବର୍ଷ ପୂର୍ତ୍ତି। ରାଜ୍ୟବାସୀ କ୍ରମାଗତ ଭାବରେ ବିଜେଡିକୁ ଆଶୀର୍ବାଦ ପ୍ରଦାନ କରି ଆସିଛନ୍ତି। ଏହାହିଁ ସରକାରଙ୍କୁ ଅଧିକ ଦାୟିତ୍ୱବାନ କରିଛି।

  7. ଡ. ଶୈଲି ଓବରୟ ଦ୍ୱିତୀୟ ଥର ମେୟର ଓ ଆଲେ ମହମ୍ମଦ ଇକବାଲ ଦ୍ୱିତୀୟ ଥର ଡେପୁଟି ମେୟର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ ଟୁଇଟ କରି ଲେଖିଛନ୍ତି, ଏଥର ନିର୍ବିରୋଧରେ ମେୟର ଓ ଡେପୁଟି ମେୟର ହୋଇଥିବା ଶୈଲି ଓ ଏଲେଙ୍କୁ ଶୁଭକାମନା। ଲୋକଙ୍କର ଆମ ଉପରେ ଅନେକ ଆଶା ରହିଛି। ସେମାନଙ୍କ ଆଶା ପୂରଣ କରିବାକୁ କଠିନ ପରିଶ୍ରମ କରନ୍ତୁ।

  8. ମହାନଦୀ ଜଳବିବାଦ ମାମଲାରେ ଗଠିତ ଟ୍ରିବ୍ୟୁନାଲ ଛତିଶଗଡ଼ରେ କ୍ଷେତ୍ର ପରଦର୍ଶନ ପରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ପରେ ଖୋଲିଲା କଲମା ଡ୍ୟାମ୍ । ମୋଟ ୬୬ଟି ଗେଟରୁ ୨୦ଟି ଗେଟ୍ ଦେଇ ଛଡ଼ାଯାଉଛି ପାଣି ।

  9. ଜମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଦେଶ ବହୁତ ଖରାପ ଲୋକ ହାତରେ ଅଛି ବୋଲି କହିଛନ୍ତି। ଯଦି କୃଷକ ଏକାଠି ନ ହୁଅନ୍ତି ଏବଂ କେନ୍ଦ୍ରରେ ଥିବା ସରକାର ପୁଣି କ୍ଷମତାକୁ ଆସନ୍ତି ତେବେ କୃଷକ ବଞ୍ଚିବେନି।

  10. ମେଡିକାଲ ଟର୍ମିନେସନ୍‌‌ ଅଫ୍‌‌ ପ୍ରେଗନାନ୍ସି (ଏମ୍‌‌ଟିପି) ଆଇନ୍‌‌ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ସଫଳତା ପାଇଁ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡ଼ିଶା। ନୂଆଦିଲ୍ଲୀଠାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌‌ ଆନୁକୂଲ୍ୟରେ ଆୟୋଜିତ ସମନ୍ୱିତ ଗର୍ଭପାତ ସେବା ଜାତୀୟ ସମ୍ମିଳନୀରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ସମ୍ମାନିତ କରାଯାଇଛି।

  11. ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌‌ଟିଏଫ୍‌‌)କୁ ମିଳିଛି ବଡ଼ ସଫଳତା। ନକଲି ଔଷଧ ଯୋଗାଉ ଥିବା ଅଭିଯୋଗରେ ଏସ୍‌‌ଟିଏଫ୍‌‌ ଉତ୍ତର ପ୍ରଦେଶର ବାରାଣସୀରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୫ ଲକ୍ଷ ଟଙ୍କା ମୂଲ୍ୟର ନିମ୍ନମାନର ଔଷଧ ଜବତ କରିଛି। ଅଭିଯୁକ୍ତଙ୍କ ଠାରୁ ପୁଲିସ ୧ କୋଟି ଟଙ୍କା ଔଷଧ କାରବାରର ପ୍ରମାଣ ମଧ୍ୟ ମିଳିଛି।

  12. ମହାରାଷ୍ଟ୍ର, ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକରେ ମୋଟ ସିଏସ୍‌ଆର୍‌ ବ୍ୟୟର ୩୫ ପ୍ରତିଶତ ରାଶି ଖର୍ଚ୍ଚ ହୋଇଛି।

  13. ଦକ୍ଷିଣ ଆଫ୍ରିକାରେ ଥିବା ବିଶ୍ୱର ସବୁଠୁ ବଡ଼ ଗଣ୍ଡା ଫାର୍ମ ନିଲାମ ହେବାକୁ ଯାଉଛି। ପାଖାପାଖି ୨୦୦୦ ଗଣ୍ଡା ଏଠାରେ ବାସ କରୁଛନ୍ତି।

  14. ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି।

  15. ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଦିଲ୍ଲୀ ହାଇକୋର୍ଟରେ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛି।

  16. ମଙ୍ଗଳବାର ୟୁପିରେ ଦଶମ ଶ୍ରେଣୀ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା। ଏବେ ପ୍ରକାଶିତ ଫଳାଫଳରେ ବୋର୍ଡ ଅଧିକାରୀଙ୍କ ଏକ ବଡ଼  ଅବହେଳା ସାମ୍ନାକୁ ଆସିଛି। ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୪ପ୍ରତିଶତ ମାର୍କ ପାଇଥିବା ଜଣେ ଛାତ୍ରୀଙ୍କୁ ଫେଲ୍ କରାଯାଇଛି।

  17. କାବେରୀ ଅଭିଯାନ ଅଧୀନରେ ଆଜି ଜେଦ୍ଦାହ ବିମାନବନ୍ଦରରୁ ନୂଆଦିଲ୍ଲୀକୁ ୩୬୦ ଜଣ ଭାରତୀୟ ଆସୁଛନ୍ତି। ସୁଦାନ ସେନା ଏବଂ ବିରୋଧୀ ଗୋଷ୍ଠୀ ମଧ୍ୟରେ ଜୋରଦାର ସଂଘର୍ଷ ଚାଲିଥିବାରୁ ସେଠାରେ ଅଟକି ରହିଥିବା ଭାରତୀୟ ମାନଙ୍କୁ ଦେଶକୁ ଆଣିବା ପାଇଁ ସରକାର ଅପରେସନ କାବେରୀ ଆରମ୍ଭ କରିଛନ୍ତି।

  18. ଆଇଏଏସ୍ ପ୍ରଣତି ଛୋଟରାୟଙ୍କୁ ରାଜ୍ୟ ସରକାର ବୟନିକାର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରିଛନ୍ତି। ଶ୍ରୀମତୀ ଛୋଟରାୟ ଏବେ ଟ୍ରେଜେରୀ ଆଣ୍ଡ ଇନ୍ସପେକ୍ସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

  19.  ଟ୍ବିଟରର ନୂଆ ମାଲିକ ଏଲନ୍ ମସ୍କ ନିଜ ଆକାଉଣ୍ଟ୍‌ ଜରିଆରେ ବର୍ଷକୁ ପ୍ରାୟ ୮.୨ କୋଟି ଟଙ୍କା ଆୟ କରୁଛନ୍ତି। ଟ୍ବିଟର ୱେବସାଇଟ୍‌ ଅନୁସାରେ ଆମେରିକାରେ ସବ୍‌ସ୍କ୍ରିପନ୍‌ସନ୍ ସେବା ଲାଗି କଂପାନି ମାସିକ ୪.୯୯ ଡଲାର ସଂଗ୍ରହ କରୁଛି ଯାହା ଭାରତୀୟ ମୁଦ୍ରାରେ ହେଉଛି ୪୦୮ ଟଙ୍କା।

  20. ଦୀର୍ଘ ୬୪ ବର୍ଷ ପରେ ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ବୁଧବାର ତାଙ୍କ ବାସଭବନରେ ୧୯୫୯ର ରାମୋନ ମାଗାସେସେ ପୁରସ୍କାର ପ୍ରଦାନ କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.