• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କା‌ଳବୈଶାଖୀ ପ୍ରଭାବରେ ପବନ ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଏହାରି ମଧ୍ୟରେ ଆଗାମୀ ୩ ଘଣ୍ଟା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖିର ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏ ନେଇ ୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫  ଜିଲ୍ଲାଗୁଡିକ ହେଲା ମାଲକନାଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ।

  2. କେରଳ ମଲପ୍ପୁରମରେ ଅଘଟଣ। ଡ଼ଙ୍ଗା ଓଲଟି ୨୧ଜଣଙ୍କର ମୃତ୍ୟୁ ହୋଇଛି। ମଲପ୍ପୁର ଜିଲ୍ଲା ତନୁର ନିକଟରେ ଏକ ପର୍ଯ୍ୟଟକ ଡ଼ଙ୍ଗା ଓଲଟିପଡ଼ିବାରୁ ୨୧ ପାର୍ଯ୍ୟଟକଙ୍କର ମୃତ୍ୟୁ ହୋଇଛି। ଡ଼ଙ୍ଗାରେ ପ୍ରାୟ ୪୦ଜଣ ପର୍ଯ୍ୟଟକ ଥିଲେ। ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା।

  3. ଓଡ଼ିଶାର ଯୁବକ ଯୁବତୀମାନେ ଡ୍ରୋନ୍‌‌ ପରିଚାଳନାରେ ଦକ୍ଷତା ହାସଲ କରିବେ। ପରିବର୍ତ୍ତିତ ସମୟରେ ଏହା ସେମାନଙ୍କୁ ରୋଜଗାରକ୍ଷମ କରିବ। ଏଥିପାଇଁ ରାଜ୍ୟ ସରକାର ଏକ ଡ୍ରୋନ୍‌‌ ସ୍କୁଲ ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି।

  4. ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍କ ନିଜକୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଜଡ଼ିତ ରଖୁଥିବାର ଗୋଟିଏ ପରେ ଗୋଟିଏ ଖବର ଆସୁଛି। କିଛି ଦିନ ତଳେ ସେ ସିଲାଇ ଶିଖି ନିଜ ଝିଅ ପାଇଁ ୩ଡି ଡ୍ରେସ୍‌ ତିଆରି କରିଥିଲେ।

  5. ଛତିଶଗଡ଼ରେ ୨ ହଜାର କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି। ମଦ ଦୁର୍ନୀତି ମାମଲାରେ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ତଥା ରାୟପୁର ମେୟର ଆଇଜାଦ ଧେବର ଏବଂ ତାଙ୍କ ଭାଇ ଅନୱର ଧେବରଙ୍କୁ ଗତକାଲି ଗିରଫ କରିବା ପରେ ଆଜି ଦୁର୍ନୀତିର ଆକାର ସଂପର୍କରେ ସୂଚନା ଦେଇଛି।

  6. ଦେଶର ପ୍ରଥମ ପଡ୍‌ ଟାକ୍ସି ନୋଏଡାରେ ଚାଲିବ। ଯମୁନା ଏକ୍ସପ୍ରେସ୍‌ୱେ ଶିଳ୍ପ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ଯାହାକୁ ଉତ୍ତରପ୍ରଦେଶ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ମଞ୍ଜୁରି ମିଳିବା ପରେ କାମ ଆରମ୍ଭ ହେବ। ୨୦୨୪ ଶେଷ ସୁଦ୍ଧା ପ୍ରକଳ୍ପ କାମ ଶେଷ ହେବ ବୋଲି ଆଶା କରାଯାଉଛି।

  7. ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏହି ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି, ଯେଉଁଥିପାଇଁ ୧୯୮୮ ମସିହାରୁ ଅଦ୍ୟାବଧି ମୋଟ ୪୨ ଜଣ ନିଜର ସାଂସଦ ପଦ ହରାଇଛନ୍ତି।

  8. ଭୁବନେଶ୍ବର ହୋଲ୍ଡିଂ ସଂଖ୍ୟା ୧ ଲକ୍ଷ ୨୦ ହଜାର। ହେଲେ ୬୦ ହଜାର ଘରୁ ଆଦାୟ ହେଉଛି ହୋଲ୍ଡିଂ ଟ୍ୟାକ୍ସ।

  9. ଲୋକପ୍ରିୟ ଆଇଫୋନ୍ ନିର୍ମାତା ଆପଲ୍‌ର ସିଇଓ ଟିମ୍‌ କୁକ୍ ଭାରତ ପ୍ରେମରେ ପଡ଼ିଯାଇଛନ୍ତି। ମୁମ୍ବାଇ ଓ ଦିଲ୍ଲୀରେ କଂପାନିର ଦୁଇ ଅଫିସିଆଲ ଷ୍ଟୋର୍‌ ଖୋଲିବା ପରଠାରୁ ସେ ଭାରତକୁ ନେଇ ଅତ୍ୟନ୍ତ ଉତ୍ସାହିତ ରହିଛନ୍ତି।

  10. ମ୍ୟୁଚୁଆଲ ଫଣ୍ଡ୍ ଶିଳ୍ପକୁ ସିଷ୍ଟମେଟିକ୍ ଇନ୍‌ଭେଷ୍ଟମେଣ୍ଟ ପ୍ଲାନ୍ (ଏସ୍‌ଆଇପି) ଜରିଆରେ ଆସୁଥିବା ନିବେଶରେ ଏକ ଗୁରୁତ୍ୱପୂର୍ଣ୍ଣ ବୃଦ୍ଧି ଗତ ଆର୍ଥିକ ବର୍ଷରେ ପରିଲକ୍ଷିତ ହୋଇଛି।

  11. ଆସନ୍ତାବର୍ଷ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ପରେଡରେ କେବଳ ମହିଳା ମାର୍ଚିଂ ଓ ବ୍ୟାଣ୍ଡ୍‌ କଣ୍ଟିଜେଣ୍ଟଙ୍କୁ ଦେଖିବାକୁ ମିଳିବ।

  12. ନୂଆଦିଲ୍ଲୀର ଜନ୍ତର ମନ୍ତରରେ ରେସଲର ପ୍ରୋଟେଷ୍ଟ ଜାରି ରହିଛି। ଦେଶର ଏହି ମହିଳା ଖେଳାଳିଙ୍କ ସମର୍ଥନରେ ଧିରେ ଧିରେ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଥିରେ ମୁଖ୍ୟତଃ ପଞ୍ଜାବ ଓ ହରିୟାଣାର ଲୋକେ ଏକାଠି ହେଉଛନ୍ତି।

  13. ଦେଶର ମୁଖ୍ୟ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି, ଭାରତର ସୁପ୍ରିମକୋର୍ଟ କୌଣସି ତିଲକ ମାର୍ଗର ସୁପ୍ରିମକୋର୍ଟ ନୁହେଁ, ଏହା ସମ୍ପୂର୍ଣ୍ଣ ଦେଶର ସର୍ବୋଚ୍ଚ ନ୍ୟାୟାଳୟ।

  14. ଆଦିବାସୀ ଓ ଅଣଆଦିବାସୀ ସଂଘର୍ଷକୁ ନେଇ ପ୍ରାୟ ୬ ଦିନ ହେଲା ଅଶାନ୍ତ ହୋଇପଡ଼ିଛି ମଣିପୁର । ଏହି ରକ୍ତାକ୍ତ ସଂଘର୍ଷରେ ଏ ଯାବତ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଉଥିବା ବେଳେ ବେସରକାରୀ ଭାବେ କିନ୍ତୁ ଏହି ସଂଖ୍ୟା ବହୁ ଅଧିକ ବୋଲି ଦାବି ହେଉଛି।

  15. ରବିବାର ଆଇପିଏଲ୍‌ ମ୍ୟାଚ୍‌ର ନାଟକୀୟ ଅନ୍ତଃ ଘଟିଛି। ଶେଷ ବଲ୍‌ରୁ ୫ ରନ୍‌ ଆବଶ୍ୟକ ଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦର ଅବ୍‌ଦୁଲ ସମାଦ୍‌ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ହେଲେ ଏହ ନୋ’ବଲ୍‌ ଥିବାରୁ ସନ୍‌ରାଇଜର୍ସ ପୁନର୍ଜୀବନ ପାଇଥିଲା। ଶେଷ ବଲ୍‌ରେ ଛକାମାରି ରାଜସ୍ଥାନ ରୟାଲ୍‌ସ ବିପକ୍ଷରେ ସମାଦ୍‌ ସନ୍‌ରାଇଜର୍ସ ଦଳକୁ ୪ ୱିକେଟରେ ରୋମାଞ୍ଚକର ବିଜୟ ଦେଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.