• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ମେ ୧ ତାରିଖକୁ ଶ୍ରମିକ ଦିବସ ରୂପେ ପାଳନ କରାଯାଉଛି। ଆମେରିକାରେ ଶ୍ରମିକ ଦିବସ ପାଳନ ହେବାର ୩୪ ବର୍ଷ ପରେ ଅର୍ଥାତ୍ ୧୯୨୩ ମସିହା ମେ ୧ ତାରିଖରେ ଭାରତରେ ପ୍ରଥମେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଭାରତରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଶ୍ରମିକ ଦିବସ ପାଳିତ ହୋଇଥିଲା। ଲେବର କିଷାନ ପାର୍ଟି ଅଫ୍‌ ହିନ୍ଦୁସ୍ତାନର ଅଧ୍ୟକ୍ଷତାରେ ଏ ନେଇ ନିଷ୍ପତ୍ତି ହୋଇଥିଲା। ଏକାଧିକ ସଂଗଠନ ଓ ପାର୍ଟି ଏହି ବୈଠକକୁ ସମର୍ଥନ କରିଥିଲେ। ସେହିଦିନ ଠାରୁ ଆମ ଦେଶରେ ମେ’ ୧ ତାରିଖକୁ ଅନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ଭାବେ ପାଳନ କରାଯାଉଛି।
  2. ସାରସ୍ବତ ସାଧକ ପ୍ରଫେସର ଡ. ନୀଳାଦ୍ରି ଭୂଷଣ ହରିଚନ୍ଦନ ଓ କଥାଶିଳ୍ପୀ ଡ. ଅର୍ଚ୍ଚନା ନାୟକ ଯଥାକ୍ରମେ ୨୦୨୨ ଏବଂ ୨୦୨୩ ମସିହା ପାଇଁ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସାରଳା ସାହିତ୍ୟ ସଂସଦ ପକ୍ଷରୁ ୪ ତାରିଖରେ କଟକ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ସଂସଦର ୪୨ତମ ବାର୍ଷିକ ଉତ୍ସବରେ ଏହି ଦୁଇ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରାଯିବ।
  3. ୟୁକ୍ରେନ୍ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଶନିବାର କହିଛନ୍ତି ଯେ ସେ ଆତ୍ମରକ୍ଷା ପାଇଁ ନିଜ ପାଖରେ ସବୁବେଳେ ଏକ ପିସ୍ତଲ ରଖିଥାନ୍ତି। ଯଦି ୨୦୨୨ରେ ଯୁଦ୍ଧ ଆରମ୍ଭରେ ରୁଷ୍ ସେନା କିବ୍ ଆକ୍ରମଣ କରି ତାଙ୍କ ଅଫିସ୍ ଭିତରେ ପଶିଥାନ୍ତେ ତେବେ ସେ କଦାପି ଆତ୍ମସମର୍ପଣ କରି ନଥାନ୍ତେ।
  4. ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପରସ୍ପରର ପ୍ରତିଷ୍ଠା ଦିବସ ପାଳନ କରିବେ। ଏନେଇ କେନ୍ଦ୍ର ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ପରେ ଏଣିକି ସମସ୍ତ ରାଜ୍ୟ କେବଳ ନିଜ ପ୍ରତିଷ୍ଠା ଦିବସ ନୁହେଁ, ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ମଧ୍ୟ ପାଳନ କରିବେ।
  5. ସାତଭାୟା ବଗପାଟିଆ ଥଇଥାନ କଲୋନୀ ହେବ ଆଦର୍ଶ କଲୋନୀ । ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗସ୍ତର ଚବିଶ ଘଣ୍ଟା ମଧ୍ୟରେ ମଞ୍ଜୁର ହେଲା ବାଇଶ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ୫-ଟି ସଚିବ ଭିକେ ପାଣ୍ଡିଆନ୍ କେନ୍ଦ୍ରପଡା ଗସ୍ତ କରିଥିଲେ ।
  6. ଭାବା ଆଟୋମିକ୍ ଏନର୍ଜି କମିଶନର ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଡକ୍ଟର ଅଜିତ କୁମାର ମହାନ୍ତି । ଏହା ସହ ସେ ମଧ୍ୟ ଆଣବିକ ଶକ୍ତି ବିଭାଗର ସଚିବ ପଦରେ ରହିବେ । କେନ୍ଦ୍ର କ୍ୟାବିନେଟର ନିଯୁକ୍ତି କମିଟି ଏନେଇ ଅନୁମୋଦନ ଦେଇଛି । ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।
  7. ଉଭୟ ପର୍ଯ୍ୟଟକ ଓ କୁମ୍ଭୀରଙ୍କ ସୁରକ୍ଷା ଦୃଷ୍ଟିରୁ ରାଜନଗର ବନ ବିଭାଗ ପକ୍ଷରୁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ।
  8. ଭୁବନେଶ୍ୱର ରେ ଏଣିକି ପୋଷା କୁକୁରଙ୍କ ପାଇଁ ଆସିବ କଡା ନିୟମ, କାମୁଡ଼ିଲେ ଦେବାକୁ ପଡିବ ସର୍ବାଧିକ ୧୦ହଜାର ଜରିମାନା
  9. ଲନ ମସ୍କଙ୍କ ଘୋଷଣା, ଟ୍ୱିଟରରେ ନ୍ୟୁଜ୍ ପଢିବା ପାଇଁ ଏଣିକି ୟୁଜରଙ୍କୁ ଦେବାକୁ ପଡିବ ପଇସା l
  10. ୨୦୨୫ ‌ଅକ୍ଟୋବର ୧୪ରେ ୱିଣ୍ଡୋଜ୍‌ ୧୦କୁ ବନ୍ଦ କରିବ ବିଶ୍ବର ଅଗ୍ରଣୀ ସଫ୍ଟୱେର କଂପାନି ମାଇକ୍ରୋସଫ୍ଟ l ଏଥିପାଇଁ କଂପାନି ଆଉ କୌଣସି ଅପ୍‌ଡେଟ୍‌ ଜାରି କରିବ ନାହିଁ। ୱିଣ୍ଡୋଜ୍‌ ୧୦ର ଯେଉଁ ଭର୍ସନ ରହିଛି ତାହା ହେବ ଶେଷ ଭର୍ସନ।
  11. ବୀମା କମ୍ପାନୀଗୁଡିକର କର୍ମଚାରୀମାନେ ସୋସିଆଲ ମିଡିଆରେ ଗୋପନୀୟ ତଥ୍ୟ ପ୍ରକାଶ କରିବାକୁ ସମର୍ଥ ହେବେ ନାହିଁ।
  12. ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୦୦ତମ ମନ୍ କୀ ବାତ୍ ପ୍ରସାରିତ ହୋଇଛି। ଏହାକୁ ପ୍ରଶଂସା କରିବା ସହ ଏହା ଉପରେ ଏକ ସ୍ବତନ୍ତ୍ର ପୁସ୍ତକ ପ୍ରକାଶ କରିବା ପାଇଁ ପରାମର୍ଶ ଦେଇଛନ୍ତି।
  13. ରୁଷ୍‌ ତେଲକୁ ବିଶୋଧନ କରିବା ପରେ ତାହାକୁ ୟୁରୋପ ପଠାଇ ଭାରତ ଉପକୃତ ହେଉଥିବା ଏକ ରିପୋର୍ଟରେ ଦାବି କରାଯାଇଛି। ସେହି ତେଲ ଲାଗି ୟୁରୋପ ଅଧିକ ଅର୍ଥ ଗଣୁଥିବା ବ୍ଲୁମ୍‌ବର୍ଗର ଏକ ରିପୋର୍ଟରେ କୁହାଯାଇଛି।
  14. ନିକଟରେ ଏକ ରୢାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ‘ରାବଣ’ କହିଥିବା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ବିରୋଧରେ ରାଜସ୍ଥାନର ଚିତୋରଗଡ଼ରେ ଏକ ମାମଲା ରୁଜୁ କରାଯାଇଛି।
  15. ଅବସରପ୍ରାପ୍ତ ନୌସେନା ଅଧିକାରୀ କମାଣ୍ଡର ଅଭିଳାଷ ଟମି ଉଚ୍ଚ ସମୁଦ୍ରରେ ଇତିହାସ ରଚିଛନ୍ତି। ୪୪ ବର୍ଷୀୟ ଅଭିଳାଷ ପ୍ରଥମ ଭାରତୀୟ ଓ ଏସୀୟ ଭାବେ ଗୋଲ୍‌ଡେନ୍‌ ଗ୍ଲୋବ୍‌ ରେସ୍‌କୁ ଶେଷ କରିବାରେ ସଫଳ ହୋଇଥିଲେ।
  16. ସର୍ବଦା କିଛି ନୂଆ କରିବାକୁ ପସନ୍ଦ କରୁଥିବା ମେଟା ସିଇଓ ମାର୍କ ଜୁକରବର୍ଗ ନିଜ ନୂଆ ସଉକ ବିଷୟରେ ଲୋକମାନଙ୍କୁ ଜଣାଇଛନ୍ତି। ତାହା ହେଉଛି ପୋଷାକ ଡିଜାଇନ୍ ଓ ପୋଷାକର ୩ଡି ପ୍ରିଣ୍ଟିଂ। ଖାଲି ସମୟରେ ସେ ଏହି କାମ କରୁଛନ୍ତି।
  17. ଦେଶରେ ଲଜି‌ଷ୍ଟିକ୍ ଖର୍ଚ୍ଚ କମ୍ କରିବାରେ ପିଏମ୍ ଗତି ଶକ୍ତି ଯୋଜନା ବିଶେଷ ସହାୟକ ହେବ ବୋଲି କହିବା ସହ ସେ କହିଛନ୍ତି ଭାରତର ଲଜିଷ୍ଟିକ୍ ଖର୍ଚ୍ଚ ଜିଡିପିର ୧୩-୧୪ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ରହିଛି। ଆମେରିକା ଭଳି ବିକଶିତ ଦେଶରେ ସେହି ହାର ୮-୯ ପ୍ରତିଶତ ରହିଛି। ଲଜିଷ୍ଟିକ୍ ଖର୍ଚ୍ଚ ଅଧିକ ରହୁଥିବାରୁ ଭାରତରେ ତିଆରି କରାଯାଉଥିବା ଉତ୍ପାଦର ପ୍ରତିଯୋଗିତା ଭାବ ହ୍ରାସ ପାଉଛି।
  18. ବଦଳିବ କଲ୍‌ ଏବଂ ଏସଏମଏସ୍‌ ନିୟମ l ସ୍ପାମ୍‌ କଲ୍‌ ଏବଂ ଏସଏମଏସ ଉପରେ ରୋକ୍‌ ଲଗାଇବାକୁ ଏକ ଫିଲ୍ଟରର ବ୍ୟବହାର କରିବ ଟ୍ରାଇ ।
  19. ଉଜବେକିସ୍ତାନରେ ଚାଲିଥିବା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପ୍‌ରେ ଓଡ଼ିଆ ଆଥଲେଟ୍‌ ବାପି ହାଂସଦା ନିଜ ଜଲୱା ଦେଖାଇଛନ୍ତି। ୧୮ ବର୍ଷରୁ କମ୍ ବର୍ଗରେ ୪୦୦ ମିଟର ହର୍ଡଲ୍ସରେ ବିଶ୍ବର ନମ୍ବର ଓ୍ବାନ୍ ହୋଇଥିବା ବାପି ହାଂସଦା ଏସିଆନ ୟୁଥ ଆଥଲେଟିକ୍ସ ଚାମ୍ପିୟନସିପରେ ରୌପ୍ୟ ପଦକ ଜିତିଛନ୍ତି।
  20. ଶେଷ ହେଲା ୫୮ ବର୍ଷର ଅପେକ୍ଷା, ବ୍ୟାଡମିଣ୍ଟନ ଏସିଆନ ଚାମ୍ପିୟନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଲେ ସାତ୍ତ୍ବିକ ଏବଂ ଚିରାଗ l

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.