• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ପୁଣି ଥରେ ହେବ ବାତିଲ୍ ହୋଇଥିବା OSSC ପରିଚାଳିତ ଆକାଉଣ୍ଟାଣ୍ଟ ପରୀକ୍ଷା । ଜୁଲାଇ ୩୦ରେ ହେବ ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା । ଗୋଟିଏ ସିଟିଂରେ OMRମୋଡ୍‌ରେ ହେବ ପରୀକ୍ଷା । ସବୁ ଜିଲ୍ଲା ମୁଖ୍ୟାଳୟରେ ପରୀକ୍ଷା ହେବାନେଇ OSSC ପକ୍ଷରୁ ବିଜ୍ଞପ୍ତି ।

  2. ବିଶିଷ୍ଟ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମାତ୍ର ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ।

  3. ବଲାଙ୍ଗିର ଜିଲ୍ଲାର ଦେବଦତ୍ତ ଚାନ୍ଦଙ୍କ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି । ଦେବଦତ୍ତ ଚାନ୍ଦଙ୍କ ୩ ବର୍ଷ ଯାଏ ବ୍ୟାଙ୍କ ଅଫ ବରୋଦାର ଏମଡି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ(ସିଇଓ) ଭାବେ କାମ କରିବେ।

  4. ରାଜ୍ୟରେ ପଛୁଆ ବର୍ଗ ସର୍ଭେ ଆରମ୍ଭ ହୋଇଛି । ମେ’ ୨୭ ତାରିଖ ଯାଏଁ ସର୍ଭେ ଚାଲିବ । ପ୍ରତି ଗ୍ରାମରେ ଉଭୟ ଅଫଲାଇନ ଓ ଅନଲାଇନ ଜରିଆରେ ଏହି ସର୍ଭେ କରାଯିବ । ସର୍ଭେ ପାଇଁ ପ୍ରତି ୱାର୍ଡରେ ଖୋଲାଯିବ ଏନୁମରେଟର ସେଣ୍ଟର। ସୂଚନା ଅନୁସାରେ ଆଜିଠୁ ୨୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଅଂଚଳରେ ସର୍ଭେ କରାଯିବ । ମେ’ ୨୧ରୁ ୨୭ ତାରିଖ ପର୍ୟ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ ।

  5. ପଡୋଶୀ ଦେଶ ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଦିଲ୍ଲୀ ଏମ୍ସରେ ଚିକିତ୍ସା ହୋଇ ବିମାନ ଯୋଗେ ନିଜ ଦେଶକୁ ଫେରିଛନ୍ତି। ତାଙ୍କର ଛାତି ସମ୍ବନ୍ଧୀୟ ରୋଗ ଥିଲା।

  6. ସୋମବାର ମାନିଲା ବିମାନବନ୍ଦରର ଟର୍ମିନାଲ ୩ ରେ ହଠାତ ବିଦ୍ୟୁତ ସରବରାହ ବନ୍ଦ ହେବା ଯୋଗୁ ୪୦ଟି ବିମାନ ଉଡ଼ାଣ ବାତିଲ କରାଯାଇଥିଲା।

  7. କିଙ୍ଗ ଚାଲର୍‌ସ ତୃତୀୟଙ୍କର ଲଣ୍ଡନର ୱେଷ୍ଟମିନିଷ୍ଟର ଆବେରେ ମେ ୬ ରେ ରାଜ୍ୟାଭିଷେକ ହେବାକୁ ଯାଉଛି।

  8. ସିରିଆରେ ଆଇଏସ୍‌ଆଇଏସ୍‌ ମୁଖ୍ୟ ଆବୁ ହୁସେନ ଅଲ-କୁରେଶୀଙ୍କୁ ହତ୍ୟା କରାଯାଇଥିବା ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ କହିଛନ୍ତି।

  9. ଫାର୍ମା ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଦେଶର ଅଗ୍ରଗତି ଉପରେ ଆଲୋକପାତ କରି କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ରବିବାର କହିଛନ୍ତି ୨୦୨୫ ସୁଦ୍ଧା ଭାରତୀୟ ଟିକା ବଜାର ୨୫୨ ବିଲିୟନ ଟଙ୍କାରେ ପହଞ୍ଚିବ।

  10. ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍‌ପି ଏମ୍‌ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି।

  11. ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ କହିିନ୍ତି, ବିବାହକୁ ରଦ୍ଦ ବୋଲି ଘୋଷଣା କରିବାର ସର୍ବୋଚ୍ଚ ନ୍ୟାୟାଳୟର ଅଧିକାର ରହିଛି।

  12. ଏପ୍ରିଲ ୨୦୨୩ରେ ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଆଦାୟରେ ଇତିହାସ ସୃଷ୍ଟି କରିଛି। ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧.୮୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।

  13. ‘ଦ କେରଳ ଷ୍ଟୋରି’ ଏକ ବିବାଦୀୟ ଚଳଚ୍ଚିତ୍ର। କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି।

  14. ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ ବିବାହକୁ ‘ପ୍ରେମର ବନ୍ଧନ’ ବୋଲି ବର୍ଣ୍ଣନା କରି ସମଲିଙ୍ଗୀ ବିବାହକୁ ସମର୍ଥନ ଜଣାଇଛନ୍ତି।

  15. ଗତବର୍ଷ ପଡ଼ ପରଦ‌ାରେ ଦେଖିବାକୁ ମିଳିଥିବା ଚୋଲ୍‌ ସାମ୍ରାଜ୍ୟର ‘ପୋନିୟିନ୍‌ ସେଲ୍‌ଭନ୍‌’ର ପ୍ରଥମ ଭାଗ ଜବରଦସ୍ତ ହିଟ୍‌ ହୋଇଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୧’ ବିଶ୍ବ ସ୍ତରରେ ୫୦୦ କୋଟି ଟଙ୍କାର ବେପାର କରିଥିଲା। ‘ପୋନିୟିନ୍‌ ସେଲ୍‌ଭନ୍‌-୨’ରୁ ବି ସେହି ଧରଣର ରୋଜଗାର ଆଶା କରାଯାଉଛି। ଐଶ୍ବର୍ଯ୍ୟା ରାୟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟିକୁ ରିଭ୍ୟୁ ବହୁତ ଭଲ ମିଳିଛି।

  16. ଦେଶରେ କମର୍ସିଆଲ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଗ୍ରା  ବ୍ୟବସାୟିକ ଏଲ୍‌ପିଜି ସିଲିଣ୍ଡର ଦର ୧୭୧ ଟଙ୍କା ୫୦ ପଇସା ହ୍ରାସ ପାଇଛି ।

  17. ମୁମ୍ବଇ ଇଣ୍ଡିଆନ୍‌ସ ରରିବାର ଆଇପିଏଲ୍‌ ଇତିହାସରେ ୧୦୦୦ତମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଟିମ୍ ଡେଭିଡ୍‌ଙ୍କ ବିସ୍ଫୋରକ ଇନିଂସ ବଳରେ ରାଜସ୍ଥାନ ରୟାଲ୍‌ସକୁ ୬ ୱିକେଟରେ ମୁମ୍ବଇ ପରାସ୍ତ କରିଛି। ଓପ୍‌ନର ଯଶସ୍ବୀ ଜୟସୱାଲଙ୍କ ବିସ୍ଫୋରକ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ରାଜସ୍ଥାନ ରୟାଲ୍‌ସ ୭ ୱିକେଟରେ ୨୧୨ ରନ୍‌ କରିଥିଲା।

  18. ବିନା ଜାତୀୟ ମୂଲ୍ୟାଙ୍କନ ଓ ସ୍ବୀକୃତି ପରିଷଦ (ନାକ୍) ମାନ୍ୟତାରେ ରାଜ୍ୟରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ। ହେଲେ ୯ଟି ବିଶ୍ବବିଦ୍ୟାଳୟ ଏବଂ ୩୨୮ ମହାବିଦ୍ୟାଳୟର ନାକ୍ ମାନ୍ୟତା ନାହିଁ। ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ନୂଆ ବିଶ୍ବବିଦ୍ୟାଳୟ ଖୋଲୁଛନ୍ତି। ହେଲେ ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନ ନାକ୍ ମାପଦଣ୍ଡ ପୂରଣ କରୁନାହାନ୍ତି।

  19. ଓଡିଶାରେ  ସାଇବର ଓ ଅର୍ଥନୈତିକ ଅପରାଧ ବାଢୁଛି । ଏହାର  ତଦନ୍ତ ତଥା ମାମଲା ପରିଚାଳନା ପାଇଁ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର, ରାଉରକେଲା, କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ସମ୍ବଲପୁର, ବଲାଙ୍ଗୀର, ଅନୁଗୁଳ, ବ୍ରହ୍ମପୁର, କନ୍ଧମାଳ ଓ କୋରାପୁଟରେ ସାଇବର ଥାନା ଖୋଲାଯାଇଛି। ଏହି ୧୪ଟି ସ୍ବତନ୍ତ୍ର ଥାନା ବ୍ୟତୀତ ରାଜ୍ୟର ସମସ୍ତ ଥାନାକୁ ସାଇବର ଅପରାଧର ପଞ୍ଜୀକରଣ ଓ ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି।

  20. ଭାରତୀୟ ଦଳର ଅଧିନାୟକ ହିଟ୍‌ ମ୍ୟାନ ରୋହିତ ଶର୍ମା ୩୬ ବର୍ଷରେ ପଦାର୍ପଣ କରିଛନ୍ତି । ରବିବାର ରୋହିତଙ୍କ ଜନ୍ମଦିନରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ମୁମ୍ବଇ ଇଣ୍ଡିଆନ୍‌ସର ଖେଳାଳି ରୋହିତଙ୍କ ଜନ୍ମଦିନକୁ ସ୍ବତନ୍ତ୍ର ଭାବେ ପାଳନ କରିଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.