• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ଗୁରୁବାର ପହଞ୍ଚିବେ। ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଇରଙ୍ଗପୁର, ପାହାଡପୁର, ଶିମିଳିପାଳ ଓ ବାରିପଦାର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେବେ। 

  2. ଦୁଇ ଜାତୀୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ଏବଂ କେନ୍ଦ୍ରୀୟ ହୋମିଓପାଥି ଗବେଷଣା ପରିଷଦ(ସିସିଆରଏଚ୍‌) ମଧ୍ୟରେ ହୋମିଓପାଥି ଏବଂ ଆଧୁନିକ ଔଷଧର ଯୁଗୋପଯୋଗୀ ସମ୍ମୀଶ୍ରଣ ଏବଂ ଏହି ସନ୍ଦର୍ଭରେ ଉଚ୍ଚତର ଗବେଷଣା ନିମନ୍ତେ ଉଭୟ ଅନୁଷ୍ଠାନ ମଧ୍ୟରେ ଗତକାଲି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି।

  3. ଡିଜି ପାହ୍ୟାକୁ ୩ ବରିଷ୍ଠ ଆଇପିଏସ୍‌ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ଏନେଇ ସାଧାରଣ ପ୍ରଶାସନ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ ଓ ଅରୁଣ ଷଡ଼ଙ୍ଗୀଙ୍କୁ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି।

  4. ଅଘରିଆ ସମାଜ ପଶ୍ଚିମ ଓଡିଶାର ଏକ ପ୍ରମୁଖ ଗୋଷ୍ଠୀ । କୃଷି ଉପରେ ନିର୍ଭର କରୁଥିବା ଏହି ସମାଜର ଲୋକମାନେ ମୁଖ୍ୟତଃ ବରଗଡ, ସମ୍ବଲପୁର, ଝାରସୁଗୁଡା,ସୁନ୍ଦରଗଡ, କଳାହାଣ୍ଡି, ବଲାଙ୍ଗୀର ଓ ଦେବଗଡ ଆଦି ଜିଲ୍ଲାମାନଙ୍କରେ ବସବାସ କରିଥାନ୍ତି । ଅଘରିଆ ସମାଜ ଭବନ ନିର୍ମାଣ ପାଇଁ ତିନି କୋଟି ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ପାଣ୍ଠିରୁ ଯୋଗାଇ ଦିଆଯିବ ବୋଲି ଘୋଷଣାକରାଯାଇଛି।

  5. ବିଜେଡିରେ ମିଶିଲେ ଝାରସୁଗୁଡା ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ। ମଙ୍ଗଳ ଦୁଇ ଥର ବିଜେପି ରାଜ୍ୟ ପରିଷଦରେ କାମ କରିଛନ୍ତି । ସେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କ ସାଂସଦ ପ୍ରତିନିଧି ଥିଲେ । ଧର୍ମେନ୍ଦ୍ର ପ୍ରଧାନ ଦେବଗଡ଼ ସାଂସଦ ଥିବା ସମୟରେ ବି ସାଂସଦ ପ୍ରତିନିଧି ଥିଲେ । ୨୫ ବର୍ଷରୁ ବିଜେପି ସହ ଥିଲେ ।

  6. ସଡ଼କ ଦୁର୍ଘଟଣାରେ ୟୁଟ୍ୟୁବର ଅଗସ୍ତ୍ୟ ଚୌହାନଙ୍କ ମୃତ୍ୟୁ, ୩୦୦ ସ୍ପିଡରେ ବାଇକ୍ ଚଳାଇ କରୁଥିଲେ ଭିଡିଓ।

  7. ଛତିଶଗଡ଼ର ବନ୍ଧ ଓ ବ୍ୟାରେଜ୍ ଦେଖିଲେ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ । ସ୍ଥିତି ଅନୁଧ୍ୟାନ ସହ କଲେ ଭିଡିଓଗ୍ରାଫି । ୧୦ ତାରିଖରେ ଓଡ଼ିଶା ଗସ୍ତ ।

  8. ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ନରିମିଲା କେନ୍ଦ୍ର। ସମୀକ୍ଷା କମିଟି ଗଠନ ପାଇଁ ପ୍ରସ୍ତାବ ଦେଲା ।

  9. ରୁଷ ରାଷ୍ଟ୍ରପତି ଭବନ କ୍ରେମଲିନ ଉପରେ ଡ୍ରୋନ ଆକ୍ରମଣ, ପୁତିନ ସୁରକ୍ଷିତ ।

  10. ମଣିପୁରରେ ଇଣ୍ଟରନେଟ୍ ସେବା ବନ୍ଦ କଲେ ରାଜ୍ୟ ସରକାର, ବଡ଼ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରୁଛନ୍ତି ଆଦିବାସୀ।

  11. ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୭ ମହିଳା କୁସ୍ତିଯୋଦ୍ଧା। କୋର୍ଟରେ ଏକ ବନ୍ଦ ଲଫାଫାରେ ସତ୍ୟପାଠ ଦାଖଲ କରିବାକୁ ମହିଳା କୁସ୍ତି ଯୋଦ୍ଧାମାନେ ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି। 

  12. ଆସନ୍ତା ମେ’ ୯ ତାରିଖରେ ସୃଷ୍ଟି ହୋଇପାରେ ବାତ୍ୟା । ପୂର୍ବ ଆକଳନ ଅନୁସାରେ, ୬ ତାରିଖ ପାଖାପାଖି ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭବାନା ରହିଛି। ୬ରେ ସୃଷ୍ଟ ଘୂର୍ଣ୍ଣିବଳୟ ୭ରେ ଲଘୁଚାପର ରୂପ ନେବ।

  13. ଖାଇବା ତେଲ ଆହୁରି ଶସ୍ତା ହେବ। ଆନ୍ତର୍ଜାତିକ ବଜାରରେ ଦାମ୍ କମୁଥିବାରୁ ଦେଶରେ ଭିତରେ ବିକ୍ରି ହେଉଥିବା ତେଲର ଏମ୍‌ଆର୍‌ପି କମ୍ କରିବା ଲାଗି ସରକାର ତେଲ କଂପାନିଗୁଡ଼ିକୁ କହିଛନ୍ତି। ରୋଷେଇରେ ବ୍ୟବହାର ହେଉଥିବା ତେଲ ମୂଲ୍ୟରେ ୬ ପ୍ରତିଶତ ହ୍ରାସ ହେବ ବୋଲି ଜଣାପଡ଼ିଛି।

  14. ଲୋକସଭା ଏଷ୍ଟିମେଟ୍‌ କମିଟିରେ ଓଡ଼ିଶାର ତିନି ସାଂସଦ ସାମିଲ ହୋଇଛନ୍ତି। ଏମାନେ ହେଲେ ବିଜେପିର ଜୁଏଲ ଓରାମ, ସଙ୍ଗୀତା କୁମାରୀ ସିଂହଦେଓ ଏବଂ ବିଜେଡିର ପିନାକୀ ମିଶ୍ର।

  15. ଗୋଇନ୍ଦା ବ୍ୟୁରୋ (ଆଇବି)ର ଆପତ୍ତିକୁ ଉପେକ୍ଷା କରି ସୁପ୍ରିମ୍‌କୋର୍ଟ କଲେଜିୟମ୍ ବମ୍ବେ ହାଇକୋର୍ଟର ବିଚାରପତି ଭାବେ ତିନିଜଣ ଓକିଲଙ୍କୁ ନିଯୁକ୍ତି ଦେବା ଲାଗି ସୁପାରିସ କରିଛନ୍ତି।

  16. କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଙ୍ଗଳବାର କହିଛନ୍ତି ଯେ, ପ୍ରତ୍ୟେକ ରାଜ୍ୟରେ କୋର୍ଟଗୁଡ଼ିକରେ ଆଞ୍ଚଳିକ ଭାଷା ବ୍ୟବହାର ହେବା ଆବଶ୍ୟକ।

  17. ଜିଲ୍ଲା କୋର୍ଟଗୁଡ଼ିକରୁ ୫୦ ପ୍ରତିଶତ ବିଚାରପତିଙ୍କୁ ପଦୋନ୍ନତି ଦେଇ ହାଇକୋର୍ଟ ବିଚାରପତି କରିବା ଲାଗି ହୋଇଥିବା ଆବେଦନକୁ ସୁପ୍ରିମ୍‌କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

  18. ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ଅଧ୍ୟକ୍ଷ ପଦରୁ ଇସ୍ତଫା ଘୋଷଣା କରିଥିବା ବର୍ଷୀୟାନ୍‌ ରାଜନେତା ଶରଦ ପାଓ୍ବାର ନିଜ ନିଷ୍ପତ୍ତିରେ ଅଟଳ ରହିଛନ୍ତି।

  19. ପୁଲିସ ଆମ ଉପରେ ବଳ ପ୍ରୟୋଗ କରିବା ସହିତ ମହିଳାଙ୍କ ପ୍ରତି ଦୁର୍ବ୍ୟହାର କରିଛି ବୋଲି ବୁଧବାର ବିଳମ୍ବିତ ସନ୍ଧ୍ୟାରେ ଜନ୍ତର ମନ୍ତରରେ ପୁଲିସ ଓ ପ୍ରତିବାଦକାରୀ ଧସ୍ତାଧସ୍ତି ଘଟଣା ପରେ କୁସ୍ତି ଖେଳାଳି ବଜରଙ୍ଗ ପୁନିଆ କହିଛନ୍ତି।

  20. ଜାତୀୟ ସବ୍‌ ଜୁନିୟର ମହିଳା ହକି ଟୁର୍ନାମେଣ୍ଟ ପାଇଁ ବୁଧବାର ୨୮ ଜଣିଆ ଓଡ଼ିଶା ଦଳ ଘୋଷଣା କରାଯାଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.