• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଗାଁଟି ହେଉଛି ମୟୂରଭଞ୍ଜ ଜିଲ୍ଲାର ସାତପଉଟିଆ । ଗାଁରୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଆରମ୍ଭ କରିଛନ୍ତି।

  2. ଦେଶର ଛୋଟ ସହରଗୁଡିକ ବନିବ ନୂତନ ପର୍ଯ୍ୟଟନ ସ୍ଥଳୀ। ଭାରତ ଆସିବାକୁ ଉତ୍ସାହ ଦେଖାଉଛନ୍ତି ବିଦେଶର ବଡ଼ ବଡ଼ ହୋଟେଲ ଚେନ୍‌ ବା ଶୃଙ୍ଖଳାର କମ୍ପାନୀ। ଏହି ବୃହତ୍‌ କମ୍ପାନୀଗୁଡିକ ଏବେ ଟାଏର-୨ ଏବଂ ଟାଏର-୩ ସହରମୁହାଁ ହେଇଛନ୍ତି।

  3. ଶ୍ରୀମନ୍ଦିରର ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ ହୋଇପାରିବ ଅଭ୍ୟର୍ଥନା କକ୍ଷ। ଶ୍ରୀମନ୍ଦିର ପ୍ରଶାସନକୁ ଏନଓସି ପ୍ରଦାନ କରିଛି NMA । ୭୫ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ସହ ରଘୁନନ୍ଦନ ପାଠାଗାର ନିର୍ମାଣକୁ ଅନୁମତି ପ୍ରଦାନ କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛି ଜାତୀୟ ସ୍ମାରକୀ ପ୍ରାଧିକରଣ । ଏପ୍ରିଲ ୨୫ ତାରିଖରେ ବସିଥିବା ବୈଠରେ ବିଧିବଦ୍ଧ ଅନୁମତି ମିଳିଛି ।

  4. ଅଲଚିକି ଲିପିର ଉଦ୍‌ଭାବକ ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦ କୋଟି ଟଙ୍କା ମଂଜୁର କରିଛନ୍ତି। ସାନ୍ତାଳି ସମାଜ ଓ ସାନ୍ତାଳୀ ଭାଷା ଓ ସାହିତ୍ୟ ପ୍ରତି ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସର୍ବଜନ ବିଦିତ।

  5. ଏପ୍ରିଲରେ ଆମେରିକାର ଡଲାର ତୁଳନାରେ ଭାରତୀୟ ଟଙ୍କା ୦.୪୧ ପ୍ରତିଶତ ମଜଭୁତ ହୋଇଥିଲା। ଏଥ଄ରେ ପ୍ରଥମ ସ୍ଥାନରେ ଇଣ୍ଡୋନେସିଆ ମୁଦ୍ରା ରୁପିୟା ରହିଛି। ଇଣ୍ଡୋନେସିଆର ରୁପିୟା ଡଲାର ତୁଳନାରେ ପ୍ରାୟ ୨ ପ୍ରତିଶତ ମଜଭୁତ ହୋଇ ସୂଚୀର ପ୍ରଥମ ସ୍ଥାନରେ ରହିଛି।

  6. ୨୦୨୨ରେ ଟଙ୍କାର ବିନିମୟ ମୂଲ୍ୟରେ ୧୦ ପ୍ରତିଶତ ହ୍ରାସ ପରେ, ୨୦୨୩ରେ ବର୍ତ୍ତମାନ ସୁଦ୍ଧା ଟଙ୍କା ଡଲାର ତୁଳନାରେ ଟ ୮୧.୮୪ରେ ସ୍ଥିର ରହିଛି।

  7. କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫଓ)ଏହାର ଯୋଗ୍ୟ ସଦସ୍ୟଙ୍କ ପାଇଁ ଅଧିକ ପେନସନ ପାଇଁ ଆବେଦନର ସମୟସୀମାରେ ବୃଦ୍ଧ଄ ଘଟାଇଛି। ଏଥିପାଇଁ ଆବେଦନ ନିମନ୍ତେ ସମୟସୀମାକୁ ମେ’ ମାସ ୩ ତାରିଖ ଅନ୍ତିମ ଦିବସ ରହିଥିଲା। ଏବେ ଇପିଏଫଓ ପକ୍ଷରୁ ଏହି ସମୟସୀମାକୁ ଆସନ୍ତା ଜୁନ୍ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

  8. ମଣିପୁରରେ ଆଦିବାସୀ ଆନ୍ଦୋଳନ ସମୟରେ ଆରମ୍ଭ ହୋଇଥିବା ହିଂସା ବଢ଼ୁଥିବା ଦେଖି ଏଭଳି ନିର୍ଦ୍ଦେଶ ଦେଲେ ରାଜ୍ୟପାଳ। ବୁଧବାର ଦିନ ହିଂସା ଆରମ୍ଭ ହେବା ପରେ ଏବେ ଏହା ୮ଟି ଜିଲ୍ଲାକୁ ପ୍ରଭାବିତ କରିଛି।

  9. ମୈନପୁରୀରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଡିୟୁଟି କରୁଥିବା ସମୟରେ ମୈନପୁରୀ ଏସଡିଏମଙ୍କ ପରଲୋକ ହୋଇଥିବା ଖବର ମିଳିଛି।

  10. ଆଉ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଏସଟିଏଫ ଟିମ ଏନକାଉଣ୍ଟର କରି ମେରଠରେ ନିପାତ କରିଛି। ଏହି ଏନକାଉଣ୍ଟରରେ ନିପାତ ହୋଇଥିବା ଗ୍ୟାଙ୍ଗଷ୍ଟର ନାମ ଅନିଲ ଦୁଜାନା ଓରଫ ଅନିଲ ନଗର ବୋଲି ଜଣାପଡ଼ିଛି।

  11. ଉତ୍ତରପ୍ରଦେଶର ଆଲିଗଡ଼ ଥାନା ଟପଲସ୍ଥିତ ଯମୁନା-ଏକ୍ସପ୍ରେସ୍‌ ୱେ‌େ ଜଣେ ୟୁଟ୍ୟୁବର୍‌ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ୟୁଟ୍ୟୁବର୍‌ ଜଣକ ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

  12. ଗୀତା ପ୍ରେସକୁ ଆଜି ୧୦୦ ବର୍ଷ ପୁରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଦେଶର ଐତିହ୍ୟକୁ ଦେଶ ତଥା ଦେଶ ବାହାରକୁ ନେବା ଦିଗରେ ଏହି ପ୍ରକାଶକର ୧୦୦ ବର୍ଷର ଯାତ୍ରା ଅବିଶ୍ୱନୀୟ ଏବଂ ଅବିସ୍ମରଣୀୟ।

  13. ଦେଶର ସାମଗ୍ରିକ କୋଇଲା ଉତ୍ପାଦନରେ ୨୦୨୨-୨୩ ଆର୍ଥିକ ବର୍ଷରେ ୮୯୩.୦୮ ମିଲିୟନ୍ ଟନ୍ ବୃଦ୍ଧି ଘଟିଛି ଯାହା ୨୦୧୮-୧୯ ଆର୍ଥିକ ବର୍ଷରେ ୭୨୮.୭୨ ମିଲିୟନ୍ ଟନ୍ ତୁଳନାରେ ପ୍ରାୟ ୨୨.୬ ପ୍ରତିଶତ ଅଭିବୃଦ୍ଧି ହୋଇଛି।

  14. ଏମ୍ସ ଭୁବନେଶ୍ୱରରେ ହୋଇଛି ବିରଳ ଗଳା କର୍କଟର ସଫଳ ଅସ୍ତ୍ରୋପଚାର। ଦୀର୍ଘ ୧୪ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ କରି ଯୁବ ଡାକ୍ତରମାନେ ଜଣେ ୨୫ ବର୍ଷୀୟ ଯୁବତୀଙ୍କୁ ଦେଇଛନ୍ତି ନୂଆ ଜୀବନ। ନୂଆ ଖାଦ୍ୟ ନଳୀ ଲଗାଯିବା ପରେ ଏବେ ଯୁବତୀ ଜଣଙ୍କ ସ୍ୱାଭିବକ ଭାବେ ଜୀବନ ବିତାଇବା ଆରମ୍ଭ କରିଛନ୍ତି।

  15. ଆମେରିକାର ସ୍ପ୍ରିଣ୍ଟର ଓ ଲଙ୍ଗ ଜମ୍ପ ଖେଳାଳି ଟୋରି ବୋଇ ମାତ୍ର ୩୨ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ଅଲିମ୍ପିକ୍ସରେ ୩ଟି ପଦକ ଓ ଦୁଇଟି ବିଶ୍ୱ ଟାଇଟଲ ହାତେଇଥିଲେ।

  16. ମହିଳା ରେସଲରଙ୍କ ଆବେଦନ ଉପରେ ଶୁଣାଣି ପରେ ସୁପ୍ରିମକୋର୍ଟ ମାମଲାକୁ ବନ୍ଦ କରି ଦେଇଛନ୍ତି। 

  17.  ଡିଏମକେ ଏମପି କାନିମୋଝିି କରୁଣାନିଧିଙ୍କୁ ସୁପ୍ରିମକୋର୍ଟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କାନିମୋଝିଙ୍କ ନିର୍ବାଚନ ରଦ୍ଦ କରିବାକୁ ଦାବି କରି ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଶୀର୍ଷ କୋର୍ଟ ଖାରଜ କରିଦେଇଛନ୍ତି।

  18. ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଦିଆଯାଇଥିବା ତୃତୀୟ ସେବା ସଂପ୍ରସାରଣ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି, ଏହା ଏତେ ଜରୁରୀ କି , ସର୍ବୋଚ୍ଚ ଅଦାଲତ ମନା କରିବା ସତ୍ତ୍ୱେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଜଣେ ବ୍ୟକ୍ତି ଏତେ ଗୁରୁତ୍ୱପୂର୍ଣ୍ଣ ହୋଇପାରିବ କି ନାହିଁ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।

  19. ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ୫ ମେ‘ ଶୁକ୍ରବାର ଦିନ ବୈଶାଖ ପୂର୍ଣ୍ଣିମାରେ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ।

  20. ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଆଇପିଏଲ ୨୦୨୩ ର ୪୫ ତମ ମ୍ୟାଚ ଖେଳାଯାଇଥିଲା। ତେବେ ବର୍ଷା ହେତୁ ଏହି ମ୍ୟାଚ୍‌ ଶେଷ ହୋଇପାରି ନ ଥିଲା।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.