• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ୮ତାରିଖ ସୁଦ୍ଧା ଲଘୁଚାପର ରୂପ ନେବା ସମ୍ଭାବନା ରହିଛି । ୯ ତାରିଖ ସକାଳ ଆଡ଼କୁ ସେହି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇପାରେ। ୯ ତାରିଖ ବେଳକୁ ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ ।

  2. ଓଡ଼ିଶା ହାଇକୋର୍ଟର ପେପରଲେସ କୋର୍ଟ ବ୍ୟବସ୍ଥାକୁ ପ୍ରଶଂସା କରି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ କହିଛନ୍ତି ଉପନିବେଶ କାଳରେ ଲୋକଙ୍କୁ ଅଦାଲତ ପର୍ଯ୍ୟନ୍ତ ପହଞ୍ଚିବାକୁ ପଡୁଥିଲା । ଏବେ ଅଦାଲତ ଲୋକଙ୍କ ନିକଟରେ ପହଞ୍ଚିପାରୁଛି । ଇ-ଅଦାଲତ ତଥା ପ୍ରଯୁକ୍ତି ବିଦ୍ୟା ପାଇଁ ଏହା ସମ୍ଭବ ହୋଇପାରିଛି । ଏଣୁ ଭର୍ଚୁଆଲ ଅଦାଲତ ସାଧାରଣ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନରେ ସହାୟକ ହୋଇପାରୁଛି ।

  3. ଇ-ଅଦାଲତ ପ୍ରକଳ୍ପ ପାଇଁ ତୃତୀୟ ପର୍ଯ୍ୟାୟରେ କେନ୍ଦ୍ର ସରକାର ୭୨୧୦କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ୨୦୨୩-୨୪ରୁ ୨୦୨୬-୨୭ବର୍ଷ ପାଇଁ ଉପରୋକ୍ତ ଅର୍ଥ ରାଶି ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟ ପାଇଁ ଖର୍ଚ୍ଚ ହେବ । ୨୦୨୩-୨୪ରେ ୨୦୨୪କୋଟି, ୨୦୨୪-୨୫ରେ ୨୧୦୯କୋଟି,୨୦୨୫-୨୬ରେ ୧୫୨୩କୋଟି ଓ ୨୦୨୬-୨୭ ପାଇଁ ୧୫୫୨କୋଟି ଟଙ୍କା ଇ-ଅଦାଲତ ପ୍ରକଳ୍ପ ବାବଦରେ ଖର୍ଚ୍ଚ ହେବା ପାଇଁ ମଂଜୁର ହୋଇଛି ।

  4. ୫-ଟି ସ୍କୁଲ ରୂପାନ୍ତରଣ ଅଭିଯାନର ତୃତୀୟ ପର୍ଯ୍ୟାୟର ପଞ୍ଚମ ଦିନରେ ୫ଟି ଜିଲ୍ଲାର ୩୨୩ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାର ୬୨ଟି ହାଇସ୍କୁଲ, ବରଗଡ ଜିଲ୍ଲାର ୬୨ଟି, ମୟୁରଭଂଜ ଜିଲ୍ଲାର ୧୦୦ଟି, ବୌଦ୍ଧ ଜିଲ୍ଲାର ୨୩ଟି ହାଇସ୍କୁଲ ଏବଂ ନବରଙ୍ଗପୁର ଜିଲ୍ଲାର ୭୬ଟି ହାଇସ୍କୁଲ ଅନ୍ତର୍ଭୁକ୍ତ। ଏହାଦ୍ବାରା ତୃତୀୟ ପର୍ଯ୍ୟାୟରେ ପଞ୍ଚମ ଦିନରେ ସମୁଦାୟ ୧୮୧୬ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହେଲା।

  5. ମେଡିକାଲ୍‌ କଲେଜରେ ନାମଲେଖା ପାଇଁ ଜାତୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ନିଟ୍‌ ୟୁଜି ପ୍ରବେଶିକା ରବିବାର ଅନୁଷ୍ଠିତ ହେବ । ରାଜ୍ୟର ୫୬ ହଜାର ୮୮୯ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ଦେବାକୁ ଥିବାବେଳେ ୨୭ଟି ସହରରେ ୧୨୫ ପରୀକ୍ଷା କେନ୍ଦ୍ର ଚିହ୍ନଟ କରାଯାଇଛି ।

  6. ଶିକ୍ଷା ଲାଭର କେବେ ବି ଅନ୍ତ ନାହିଁ। ଶିକ୍ଷା ଲାଭ କରିବା କେବେ ବି ସରେ ନାହିଁ । ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶନିବାର ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ (ଏମ୍‌ଏସ୍‌ସିବି) ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦବୋଧନରେ ଏହା କହିଛନ୍ତି।

  7. ଉପନିର୍ବାଚନ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ ରାଜ୍ୟରେ ପ୍ରଥମ ଥର ପାଇଁ ଝାରସୁଗୁଡ଼ା ଉପନିର୍ବାଚନରେ ସବୁ ବୁଥରେ ହେବ ୱେବକାଷ୍ଟିଂ। ଝାରସୁଗୁଡ଼ା ଉପନିର୍ବାଚନରେ ଏହା କରାଯିବ, ଯାହା ସିଧାସଳଖ ନିର୍ବାଚନ ଅଧିକାରୀ ଦେଖି ପାରିବେ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ।

  8. ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଭାଷଣ ଦେଉଥିବାବେଳେ ହଠାତ ବିଜୁଳି ଚାଲିଯାଇଥିଲା । ପ୍ରାୟ ୯ ମିନିଟ ଧରି ଅନ୍ଧାରରେ ଅଭିଭାଷଣ ରଖିଥିଲେ ମହାମହିମ । ଏହାକୁ ନେଇ ସେଠାରେ ଏକ ଗମ୍ଭୀର ପରିବେଶ ସୃଷ୍ଟି ହୋଇଥିଲା ।

  9. ସାଧାରଣ ଜୀବନରେ ସାଧୁତା ହେଉଛି ଏକ ଜରୁରୀ ଆବଶ୍ୟକତା। ସାଧୁତା ଦ୍ବାରା ମଣିଷର ବିଶ୍ବସନୀୟତା ବୃଦ୍ଧି ପାଏ। ତାର ବ୍ୟକ୍ତିଗତ ସମ୍ମାନ ଓ ମର୍ଯ୍ୟଦା ବୃଦ୍ଧି ପାଏ। ଏସବୁର ପ୍ରୟୋଗ ଦ୍ବାରା ଜୀବନରେ ଆସିଥାଏ ରୂପାନ୍ତର ବା ସଫଳତା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଲାମାନଙ୍କୁ ୫-ଟି ରୂପାନ୍ତର ସଂପର୍କରେ ବୁଝାଇ ସାଧୁତାର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।

  10. ଉତ୍ତରପ୍ରଦେଶ ପ୍ରୟାଗରାଜ ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ମାଫିଆ ଅତିକ ଅହମ୍ମଦର ଓକିଲ ଖାନ ସୌଲତ ହନିଫ ଆଜି ଏକ ବଡ ଖୁଲାସା କରିଛି | ପୁଲିସ ରିମାଣ୍ଡରେ ପଚରାଉଚରା ବେଳେ ହନିଫ କହିଛି ଯେ ଏହି ଗୁଳିକାଣ୍ଡ ପଛରେ ତାହାର ମଧ୍ୟ ସମ୍ପୃକ୍ତି ଥିଲା | ମିଳିଥିବା ସୂଚନା ମୁତାବକ ପୁଲିସକୁ ହନିଫ କହିଛି ଯେ ଫେବୃଆରୀ ୨୪ରେ, ଉମେଶ ପାଲଙ୍କ ଲୋକେସନ ବାବଦରେ ସେ ହିଁ ସୁଟରମାନଙ୍କୁ ସୂଚନା ଦେଇଥିଲା |

  11. ମଣିପୁରରେ ସଂରକ୍ଷଣ ବିବାଦକୁ ନେଇ ସୃଷ୍ଟି ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି ନିଟ୍ ୟୁଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏହି ନିଷ୍ପତ୍ତି ନେଇଛି।

  12. ପାଖାପାଖି ଆଠ ଦଶନ୍ଧି ଧରି ଚାଲିଥିବା ଆଇନଗତ ଲଢେଇର ଅନ୍ତ ଘଟାଇ ବମ୍ବେ ହାଇକୋର୍ଟ ମହାରାଷ୍ଟ୍ର ସରକାରଙ୍କୁ ଦକ୍ଷିଣ ମୁମ୍ବାଇର ଦୁଇଟି ଫ୍ଲାଟକୁ ୯୩ ବର୍ଷ ବୟସ୍କା ମହିଳାଙ୍କୁ ମାଲିକାନା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

  13. ଉତ୍ତରପ୍ରଦେଶ ମାଧ୍ୟମିକ ସଂସ୍କୃତ ଶିକ୍ଷା ପରିଷଦ, ଲକ୍ଷ୍ନୌ ଦ୍ବାରା ପରିଚାଳିତ ୟୁପି ସଂସ୍କୃତ ବୋର୍ଡ ପରୀକ୍ଷାରେ ଚନ୍ଦୌଲିର ଏକ ସ୍କୁଲ୍‌ର ଜଣେ ମୁସ୍‌ଲାମାନ ଛାତ୍ର ଟପ୍ପର ହୋଇଥିବା ସୂଚନା ରହିଛି।

  14. ଲଣ୍ଡନରେ ମ୍ୟାକଡୋନାଲ୍ଡର ଏକ ଷ୍ଟୋରରେ ଜଣେ ଗ୍ରାହକଙ୍କ ଚିଜ୍‌ବର୍ଗରରୁ ମୂଷାର ମଳ ପଡ଼ିଥିବା ଏବଂ ରେ‌ସ୍ତୋରାଁର ପରିବେଶ ଭଲ ନଥିବାରୁ ୫.୧୪ କୋଟି ଟଙ୍କାର ଜରିମାନା ଅଦାଲତ ଲଗାଇଛନ୍ତି।

  15. ସାତ ଦଶନ୍ଧି ମଧ୍ୟରେ ବ୍ରିଟେନରରେ ଏହା ସର୍ବ ବୃହତ ରାଜ୍ୟାଭିଷେକ ସମାରୋହ। ଏହା ହଜାର ବର୍ଷର ପୁରୁଣା ପରମ୍ପରା। କିନ୍ତୁ ପ୍ରଥମଥର ପାଇଁ ଏକବିଂଶ ଶତାବ୍ଦୀର ବ୍ରିଟେନରେ ଏହା ଝଲକ ଦେଖିବାକୁ ମିଳିଛି।

  16. ଅଷ୍ଟ୍ରେଲିଆ ସୁନ୍ଦରୀଙ୍କର ଶେଷରେ ଘୋଡ଼ାରୁ ପଡ଼ି ଜୀବନ ଗଲା। ମାତ୍ର ୨୩ ବର୍ଷ ବୟସରେ ଅଷ୍ଟ୍ରେଲିଆ ବିୟୁଟି ସିଆନା ୱେରଙ୍କର ଅକାଳ ମୃତ୍ୟୁ ହୋଇଥିବା ବେଳେ ଏହାକୁ ସହଜେ ତାଙ୍କ ଫ୍ୟାନ୍ସ ଗ୍ରହଣ କରି ପାରି ନାହାନ୍ତି।

  17. କର୍ନାଟକ ବିଧାନସଭା ନିର୍ବାଚନ ମେ ୧୦ରେ ହେବାକୁ ଯାଉଛି। ଏହା ପୂର୍ବରୁ କରପ୍‌ଶନ ରେଟ କାର୍ଡ ନେଇ ନିର୍ବାଚନ କମିଶନ(ଇସି) କଂଗ୍ରେସକୁ ନୋଟିସ ଜାରି କରିଛନ୍ତି।

  18. ୬୦ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗରେ ଛତିଶଗଡ ପୋଲିସ ୨ ବାଂଲାଦେଶୀଙ୍କୁ ଗିରଫ କରିଛି।

  19. ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଇମ୍ଫାଲର ଜଣେ ଆୟକର ବିଭାଗର ଜଣେ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଟାଣିନେଇ ହତ୍ୟା କରାଯାଇଛି।

  20. ଆଇପିଏଲ୍‌ ୨୦୨୩ର ୫୦ ତମ ମ୍ୟାଚରେ ଶନିବାର ନିଜ ଘରୋଇ ଗ୍ରାଉଣ୍ଡ ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ସହିତ ମୁହାଁମୁହିଁ ହୋଇଥିଲେ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.