• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆଦାନୀ ଗ୍ରୁପ୍ ଏବଂ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚର ରିପୋର୍ଟ ଘଟଣାର ତଦନ୍ତରେ ଏକ ନୂଆ ମୋଡ଼ ନେଇଛି। ତଦନ୍ତ ପାଇଁ ସେବି ସୁପ୍ରିମକୋର୍ଟରେ ୬ ମାସ ସମୟ ମାଗି, ଏହାର ସ୍ପଷ୍ଟୀକରଣ ଦେଇଥିବା ବେଳେ ଆଜି ସୁପ୍ରିମକୋର୍ଟ ୩ ମାସ ସମୟ ଦେଇଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ତଦନ୍ତ ପାଇଁ ୬ ମାସ ସମୟ ଆବଶ୍ୟକ ବୋଲି କହିଥିଲା।
  2. ପୁଞ୍ଜି ନିବେଶ କ୍ଷେତ୍ରରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାରଙ୍କ ଏକାଧିକ ପଦକ୍ଷେପ ଯୋଗୁଁ ଓଡ଼ିଆ ନିବେଶକଙ୍କ ପସନ୍ଦର ସ୍ଥାନ ପାଲଟିଛି । ରାଜ୍ୟ ସରକାରଙ୍କ ରୂପାନ୍ତରିତ ପଦକ୍ଷେପ ସୁଫଳ ଆଣିଛି ।
  3. କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସିଦ୍ଦାରାମାୟାଙ୍କ ନାମରେ ମୋହର ମାରିଛନ୍ତି। ହେଲେ ଏନେଇ ସରକାରୀ ଘୋଷଣା ହୋଇ ନ ଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହୋଇପାରେ। ତେବେ ମୁଖ୍ୟମନ୍ତ୍ରୀ ଗୁରୁବାର ଶପଥ ଗ୍ରହଣ କରିପାରନ୍ତି। ଏଥିସହ କୁହାଯାଉଛି କି ଡି.କେ ଶିବକୁମାରଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯିବ।
  4. ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଟିନା ଡାବି ପୁଣିଥରେ ଆଲୋଚନାର ପରିସରକୁ ଆସିଛନ୍ତି। ରାଜସ୍ଥାନର ଜୈସଲମେର ଜିଲ୍ଲାର ଜିଲ୍ଳାପାଳ ଭାବେ କାମ କରୁଥିବା ଆଇଏଏସ୍ ଟିନା ଡାବି ବିସ୍ଥାପିତ ହିନ୍ଦୁ ପରିବାରଙ୍କ ଘର ଉପରେ ବୁଲଡୋଜର ଚଢାଇ ଭାଙ୍ଗିଦେବାକୁ ନିର୍ଦେଶ ଦେଇଛନ୍ତି। ଜିଲ୍ଳାପାଳଙ୍କ ନିର୍ଦେଶ ପରେ ୫୦ରୁ ଅଧିକ ବିସ୍ଥାପିତ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଛି।
  5. ଇମ୍ରାନ ଖାନଙ୍କ ଲାହୋରରେ ଥିବା ଜମାନ ପାର୍କ ଘରେ ୩୦ରୁ ୪୦ ଆତଙ୍କବାଦୀ ରହିଛନ୍ତି ଓ ଇମ୍ରାନ ସେମାନଙ୍କୁ ଆଶ୍ରୟ ଦେଇଛନ୍ତି ପାକିସ୍ତାନ ସରକାର ଦାବି କରିଛନ୍ତି । ସେମାନଙ୍କୁ ପୁଲିସ ହାତରେ ଦେବାକୁ ଇମ୍ରାନଙ୍କୁ ୨୪ ଘଣ୍ଟା ସମୟ ଦିଆଯାଇଛି ।
  6. ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫଶିଛନ୍ତି ବନ୍ଧୁଗାଁ ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅଶ୍ଵିନୀ କୁମାର ପ୍ରଧାନ। ଭିଜିଲାନ୍ସ ବିଭାଗ ଅଶ୍ଵିନୀ ପ୍ରଧାନଙ୍କ ଠାରୁ ଲାଞ୍ଚ ଟଙ୍କା ୪୦ ହଜାର ଜବତ କରି ତାଙ୍କୁ ଗିରଫ କରିଥିବା ଜଣା ପଡିଛି ।
  7. ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ନିଜ ଅସୁସ୍ଥ ପୁଅକୁ ଦେଖିବା ପାଇଁ ମୁମ୍ବାଇ ଗଲାବେଳେ ସରକାରୀ ପାଣ୍ଠିରେ ପରିଚାଳିତ ଚାର୍ଟର୍ଡ ବିମାନ ବ୍ୟବହାର କରି ନ ଥିବାରୁ ତାଙ୍କୁ ସବୁ ସ୍ତରରେ ପ୍ରଶଂସା କରାଯାଇଛି।
  8. ଏଚଆରଡବ୍ଲ୍ୟୁ (ହ୍ୟୁମାନ ରାଇଟ୍ସ ୱାଚ୍‌) ରିପୋର୍ଟ ଅନୁଯାୟୀ ଆଫଗାନିସ୍ତାନରେ ମହିଳାମାନଙ୍କୁ ଏନ୍‌ଜିଓରେ କାମ କରିବାରୁ ନିଷିଦ୍ଧ କରାଯିବା ପରଠାରୁ ସଙ୍କଟ ବଢ଼ିଯାଇଛି। ୮୭୫,୦୦୦ ଶିଶୁ ଉତ୍କଟ କୁପୋଷଣର ଶିକାର ହୋଇଛନ୍ତି। ମହିଳା ଏବଂ ଶିଶୁମାନେ ସବୁଠାରୁ ଅଧିକ ବିପଦରେ ରହିଛନ୍ତି।
  9. ଗୋଟିଏ ଅପରାଧିକ ଅଭିଯୋଗ ମାମଲାରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଭିନ୍ନ ଭିନ୍ନ ଜଣିକିଆ ଖଣ୍ଡପୀଠରେ ଜାମିନ ଆବେଦନ କରୁଥିବା ମାମଲାକୁ ସୁପ୍ରିମକୋର୍ଟ ସଜ୍ଞାନକୁ ନେଇଛନ୍ତି। ସୁପ୍ରିମ‌କୋର୍ଟ ବିଚାରପତି ଜଷ୍ଟିସ ବି.ଆର୍ ଗଭାଇ ଓ ବିଚାରପତି ଜଷ୍ଟିସ ସଂଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଧାନୀ ଜାନି ବନାମ ରାଜ୍ୟ ସରକାରଙ୍କ ମାମଲାରେ ଟିପ୍ପଣୀ ଦେଇ କହିଛନ୍ତି ଏଭଳି ବ୍ୟବସ୍ଥା (ପ୍ରାକ୍ଟିସ୍‌) ବିଷମ ସ୍ଥିତି ସୃଷ୍ଟି କରେ।
  10. ଦିଲ୍ଲୀ ସରକାରଙ୍କ ସମ୍ମତି ବିନା ଦିଲ୍ଲୀ ପୌର ନିଗମକୁ ଉପରାଜ୍ୟପାଳଙ୍କ ସଭ୍ୟ ମନୋନୟନ ଅଧିକାର ବିରୋଧରେ ଆଗତ ମାମଲାର ଶୁଣାଣି ଆଜି ଶେଷ ହୋଇଛି ଏବଂ ସୁପ୍ରିମ୍‌କୋର୍ଟ ଏହା ଉପରେ ରାୟକୁ ସରକ୍ଷିତ ରଖିଛନ୍ତି।
  11. ସୁପ୍ରିମକୋର୍ଟ ବୁଧବାର ଦିନ ପ୍ରେମ ବିବାହ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି। ଦେଶରେ ହେଉଥିବା ଅଧିକାଂଶ ଛାଡ଼ପତ୍ରର ପ୍ରମୁଖ କାରଣ ହେଉଛି ପ୍ରେମ ବିବାହ। ଅର୍ଥାତ୍‌ ଅଧିକାଂଶ କ୍ଷେତ୍ରରେ ପ୍ରେମ ବିବାହରେ ହିଁ ଛାଡ଼ପତ୍ର ହେଉଛି।
  12. ଗୁଇନ୍ଦାଗିରି ଅଭିଯୋଗରେ ସାମ୍ବାଦିକ ବିବେକ ରଘୁବଂଶୀ ଏବଂ ପୂର୍ବତନ ନୌସେନା କମାଣ୍ଡର ଆଶିଷ ପାଠକଙ୍କୁ ସିବିଆଇ ଗିରଫ କରିଛି। ଫ୍ରିଲାନ୍ସ ସାମ୍ବାଦିକ ରଘୁବଂଶୀଙ୍କ ବିରୋଧରେ ଏତଲା ରୁଜୁ ହେବାପରେ ମଙ୍ଗଳବାର ତାଙ୍କ ବାସଭବନରେ ଚଢ଼ଉ ହୋଇଥିଲା।
  13. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଲାହୋର ସ୍ଥିତ ଜମାନ ପାର୍କ ବାସଭବନରେ ୩୦-୪୦ ଆତଙ୍କବାଦୀ ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ୨୪ ଘଣ୍ଟା ମଧ୍ୟରେ ହସ୍ତାନ୍ତର କରିବାପାଇଁ ପଞ୍ଜାବ ସରକାର ଇମ୍ରାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
  14. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କର୍ଣ୍ଣାଟକ କଂଗ୍ରେସ ସଭାପତି ଡିକେ ଶିବକୁମାରଙ୍କ ବିରୋଧରେ ହୋଇଥିବା ସିବିଆଇ ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି। ଶିବକୁମାରଙ୍କ ପକ୍ଷରୁ ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ କୋର୍ଟରେ ଉପସ୍ଥିତ ଥିଲେ।
  15. ଚୀନ୍‌ର ଏକ ମାଛଧରା ବୋଟ୍‌ ଆଜି ଭାରତ ମହାସାଗରରେ ବୁଡ଼ି ଯାଇଛି। ଫଳରେ ବୋଟ୍‌ରେ ଥିବା ସମସ୍ତ ୩୯ ଜଣ କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ମଙ୍ଗଳବାର ଭୋର ପ୍ରାୟ ୩ଟା ସମୟ‌ରେ ଏହି ଘଟଣା ଘଟିଛି।
  16. ହିନ୍ଦୁଜା ଗ୍ରୁପ୍ ର ଅଧ୍ୟକ୍ଷ ଶ୍ରୀଚନ୍ଦ ପରମାନନ୍ଦ ହିନ୍ଦୁଜାଙ୍କର ବୁଧବାର ଲଣ୍ଡନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୭ ବର୍ଷ ହୋଇଥିଲା। ଏହି ଗ୍ରୁପର ମୁଖ୍ୟ ଏସପି ହିନ୍ଦୁଜା କିଛି ଦିନ ହେବ ଅସୁସ୍ଥ ଥିଲେ।
  17. ଅଲ୍ ଇଣ୍ଡିଆ ମୁସଲିମ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି)ର ସଚିବ ତଥା ବରିଷ୍ଠ ଆଇନଜୀବୀ ଜାଫରୟାବ ଜିଲାନିଙ୍କର ବୁଧବାର ଲକ୍ଷ୍ନୌଠାରେ ପରଲୋକ ହୋଇଯାଇଛି।
  18. ସୁପ୍ରିମକୋର୍ଟ ବାର୍‌ ଆସୋସିଏସନ୍‌ ଉପସଭାପତି ଭାବେ ବରିଷ୍ଠ ଓଡ଼ିଆ ଆଇନଜୀବୀ ସୁକୁମାର ପାଟ୍ଟଯୋଶୀ ନିର୍ବାଚିତ ହୋଇଛନ୍ତି।
  19. ଭୁବନେଶ୍ବରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲାଇଫ୍ ସାଇନସେସ୍ (ଆଇଏଲ୍ଏସ୍‌)ର ନିର୍ଦ୍ଦେଶକ ଭାବେ ଡ. ଦେବାଶିଷ ଦାସଙ୍କୁ ନିଯୁକ୍ତି ଦିଆଯାଇଛି। ଏହାକୁ କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂପର୍କିତ କ୍ୟାବିନେଟ କମିଟି ଅନୁମୋଦନ ପ୍ରଦାନ କରିଛନ୍ତି।
  20. ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୧୫ ରନ୍‌ରେ ବିଜୟୀ ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.