• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ଅତିକ୍ରମ କରିଛି।

  2. ରାଜ୍ୟର ଆଉ ୩ ଜିଲାକୁ ମୋ ବସ୍‌ ସେବା ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍‌ଶୀଘ୍ର ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ମୋ ବସ୍‌ ଗଡ଼ିବ।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଡାଟା ଏବଂ ଆନାଲିଟିକ୍ସ-ପରିଚାଳିତ ପ୍ଲାଟ୍‌ଫର୍ମ ରାଜ୍ୟ ଡାସ୍‌ବୋର୍ଡ ଲୋକାର୍ପିତ ହୋଇଛି।

  4. ଭାରତୀୟ ଜନତା ପାର୍ଟି (ଭାଜପା)ର ଅମ୍ବାଲା ଏମ୍‌ପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରତନଲାଲ କଟାରିଆଙ୍କ ଗୁରୁବାର ପରଲୋକ ହୋଇଛି। ତାଙ୍କୁ ୭୨ ବର୍ଷ ବୟସ ହେଉଥିଲା।

  5. ବିହାରରେ ଜାତି ଜନଗଣନାକୁ ନେଇ ଗୁରୁବାର ନୀତୀଶ ସରକାରଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଏକ ଝଟକା ଲାଗିଛି। ସୁପ୍ରିମକୋର୍ଟ ଜାତି ଆଧାରିତ ଜନଗଣନା ସମ୍ପନ୍ଧିତ ଆବେଦନ ଉପରେ ଶୁଣାଣି କରି ପାଟନା ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

  6. ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ପାସ୍‌ ହାର ପୂର୍ବ ୫ବର୍ଷର ରେକର୍ଡ ଭାଙ୍ଗିଛି। ଏଥର ସବୁ ଜିଲାରେ ୯୦% ଉପରେ ପାସ୍‌ ହାର ରହିଛି।

  7. ଖାଦ୍ୟ ସୁରକ୍ଷା କମିଶନ ଅଫିସର ସେକ୍ସନ ଅଫିସର ଗିରିଜା ଦାସ ଲାଞ୍ଚ ନେଇ ଧରାପଡ଼ଛନ୍ତି। । ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରି ନେଇଛି।

  8. ୨୦୨୩-୨୪ ଶିକ୍ଷାବର୍ଷରୁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆରମ୍ଭ ହେବାକୁ ଯାଉଛି। ଏଥିରେ ମଧ୍ୟବିତ୍ତ ବର୍ଗର ପିଲାଙ୍କୁ ମେଧାବୃତ୍ତି ପାଇବାର ସୁଯୋଗ ମିଳିବ।

  9. ଶିଳ୍ପପତିଙ୍କ ପ୍ରଥମ ପସନ୍ଦ ଓଡ଼ିଶା। ଦେଶ ହେଉ କି ବିଦେଶ, ନିବେଶ ପାଇଁ ଶିଳ୍ପପତି ଓଡ଼ିଶା ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ ଶିଳ୍ପପତିଙ୍କ ଭରସା ବଢ଼ାଇଛି।

  10. ଗୁଜରାଟ ମୋର୍ବି ଜିଲ୍ଲାର ଜଣେ ବ୍ୟକ୍ତି ନିଜକୁ ବିଜେପି ମୁଖ୍ୟ ଜେପି ନଡ୍ଡାଙ୍କ ବ୍ୟକ୍ତିଗତ ସହଯୋଗୀ (ପିଏ) ବୋଲି କହି କରି ମହାରାଷ୍ଟ୍ରର କିଛି ବିଧାୟକଙ୍କୁ ଠକିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

  11. ଷଣ୍ଢ ଦୌଡ଼ ବା ଜାଲିକାଟୁ ଓ କମ୍ବାଲା ଏବଂ ବଳଦଗାଡ଼ି ଦୌଡ଼କୁ ଅନୁମତି ଦେବା ପାଇଁ ଯାଇ ତାମିଲନାଡ଼ୁ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ସରକାର ଜୀବେ ନିଷ୍ଠୁତା ବିରୋଧୀ ଆଇନ ୧୯୬୦ରେ ଯେଉଁ ସଂଶୋଧନ ଆଣିଛନ୍ତି, ତାହାକୁ ଗୁରୁବାର ସୁପ୍ରିମ୍‌କୋର୍ଟ କାଏମ୍ ରଖିଛନ୍ତି।

  12. ଜରୁରୀକାଳୀନ ସମୟ ଲାଗି ତେଲ ଗଚ୍ଛିତ ରଖିବାକୁ ଯେଉଁ ଭଣ୍ଡାର ସୃଷ୍ଟି କରାଯାଇଛି ‌ସେଥିରେ ଅଧିକ ତେଲ ଭର୍ତ୍ତି କରିବା ବିଷୟରେ ଭାରତ ବିଚାର କରୁଛି। ଭଣ୍ଡାରରେ ଥିବା ଫାଙ୍କା ସ୍ଥାନ ପୂରଣ କରିବା ଲାଗି ଭାରତ ୯.୨ ନିୟୁତ ବ୍ୟାରେଲ ତେଲ କିଣିବ।

  13. ଆସନ୍ତା ୨୨ ତାରିଖରେ କାଶ୍ମୀରରେ ଜି-୨୦ ଟୁରିଜିମ ସମ୍ମିଳନୀ ଅଛି। ଧାରା ୩୭୦ ଉଚ୍ଛେଦ ହେବାପରେ କାଶ୍ମୀରରେ ଏହା ସବୁଠାରୁ ବଡ଼ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ। ତେବେ ଶ୍ରୀନଗରରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ଚୀନ୍‌ ଏବଂ ତୁର୍କୀ ଯୋଗ ଦେବେନି ବୋଲି ଜଣାପଡ଼ିଛି।

  14. ସିଦ୍ଦରମେୟା କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ।

  15. ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ (ଇଭି) ଉପର ଦିଆଯାଉଥିବା ସବ୍‌ସିଡି ରାଶିକୁ କେନ୍ଦ୍ର ସରକାର ହ୍ରାସ କରିଛି। ଏହାର ପ୍ରଭାବରେ ଇଲେକ୍ଟ୍ରିକ୍ ସ୍କୁଟର ମହଙ୍ଗା ହେବା ଆଶଙ୍କା ସୃଷ୍ଟି ହୋଇଛି। ପ୍ରତି କିଲୋୱାଟ୍‌ ଆୱାର ପିଛା ଦିଆଯାଉଥିବା ୧୫ ହଜାର ଟଙ୍କା ସବ୍‌ସିଡିକୁ ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଛି।

  16. ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି । ସରକାର ୫ ଜଣ ଏସ୍‌ପିଙ୍କ ସମେତ ମୋଟ ୧୮ ଜଣ ଆଇପିଏସ୍‌ ଅଧିକାରୀଙ୍କୁ ବଦଳି କରିଛନ୍ତି। ଏ.ଏମ. ପ୍ରସାଦ ହୋଇଛନ୍ତି ସ୍ପେଶାଲ ଡିଜି HRPC । ସେହିପରି ସୁଧାଂଶୁ ଷଡ଼ଙ୍ଗୀ ହୋଇଛନ୍ତି ଅଗ୍ନିଶମ ଡିଜି । ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି ।

  17. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ଠାରେ ୨୪ଟି ନୂତନ ମୌଳିକ ଜୀବନ ରକ୍ଷାକାରୀ (Basic Life Support) ଆମ୍ବୁଲାନ୍ସ ଏବଂ ୨୯୯ଟି ରୂପାନ୍ତରିତ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ (Advanced Life Support) ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ଲୋକାର୍ପିତ କରିଛନ୍ତି ।

  18. ସୁପ୍ରିମକୋର୍ଟରୁ ପଶ୍ଚିମବଙ୍ଗ ସରକାରଙ୍କୁ ଲାଗିଛି ବଡ଼ ଝଟକା । ଫିଲ୍ମ ‘ଦ କେରଳ ଷ୍ଟୋରି’ ଉପରେ ମମତା ସରକାର ଲଗାଇଥିବା ବ୍ୟାନକୁ ସର୍ବୋଚ୍ଚ କୋର୍ଟ ହଟାଇ ଦେଇଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ପଶ୍ଚିମବଙ୍ଗରେ ଏବେ ରିଲିଜ ହେବ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ।

  19. ଆସନ୍ତା ୨୭ ତାରିଖରେ ‘ନିତି’ ଆୟୋଗର ଅଷ୍ଟମ ସାଧାରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶାସିତ ଅଞ୍ଚଳର ରାଜ୍ୟପାଳମାନେ ଏଥିରେ ଯୋଗଦେବେ।

  20. ନବୀନ ପଟ୍ଟନାୟକ ପୁରୀ-କୋଣାର୍କ ନୂତନ ରେଳ ଲାଇନକୁ ମଞ୍ଜୁର କରିବାକୁ ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି। ନବୀନ କହିଛନ୍ତି ଏହା ରାଜ୍ୟର ଦୁଇ ଜଣାଶୁଣା ପର୍ଯ୍ୟଟନସ୍ଥଳୀକୁ ସଂଯୋଗ କରିବ। ରେଳ ପ୍ରକଳ୍ପରେ ରାଜ୍ୟ ସରକାର ୫୦ ପ୍ରତିଶତ ନିର୍ମାଣ ଖର୍ଚ୍ଚ ସହ ସମୁଦାୟ ଜମି ଖର୍ଚ୍ଚ ବହନ କରିବାକୁ ପ୍ରସ୍ତାବ ଦେଇଆସୁଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.