• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୩୦୫ କିଲୋମିଟର ଦୀର୍ଘ ଏହି ରାସ୍ତା ବ୍ରହ୍ମପୁର ସହରକୁ ଜୟପୁର ସହ ଯୋଡିବ ଏବଂ ଏହି ପ୍ରକଳ୍ପର ପାଇଁ ପ୍ରାୟ ୭୦୦୦ କୋଟି ଟଙ୍କା ବିନିଯୋଗ କରାଯିବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ନୂଆ ପ୍ରକଳ୍ପ (Green Field Project) । ଏହା ଗଞ୍ଜାମ, ଗଜପତି, ରାୟଗଡା ଓ କୋରାପୁଟ- ଏହି ୪ଟି ଜିଲ୍ଲାର ୧୫ଟି ବ୍ଲକ ଦେଇ ନିର୍ମିତ ହେବ ।

  2. ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଆକଳନ କରାଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ରାଜ୍ୟର ଅଧିକାଂଶ ଅଞ୍ଚଳର ଲୋକେ ଗ୍ରୀଷ୍ମପ୍ରବାହରେ ଛଟପଟ ହୋଇଛନ୍ତି। ପ୍ରାୟ ୨ ସପ୍ତାହ ପରେ ରାଜ୍ୟରେ ପୁଣି ଥରେ ଗ୍ରୀଷ୍ମ ଲହରିର ପ୍ରଭାବ ଦେଖିବାକୁ ମିଳିଛି।

  3. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଖି ବୁଝିଲା ପୁଣି ଏକ ଚିତା । ପରସ୍ପର ସହ ସଂଘର୍ଷରେ ଚିତାଟିର ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି ।

  4. ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ’ଆଦିପୁରୁଷ’ର ଟ୍ରେଲର । ‘ରାମାୟଣ’ କାହାଣୀ ଆଧାରିତ ତଥା ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ବଲିଉଡ୍ ନାୟିକା କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ ‘ଆଦିପୁରୁଷ’ ଏ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ ।

  5. ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ  ଇମ୍ରାନ ଖାନ୍‌ ଗିରଫ ହୋଇଛନ୍ତି। ଇସଲାମାବାଦ ହାଇକୋର୍ଟ ବାହାରୁ ତାଙ୍କୁ ପାକ ରେଞ୍ଜର୍ସ ଗିରଫ କରିଛନ୍ତି।

  6. ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ ।

  7. ୬୦ ବର୍ଷର ପୁରୁଣା ଯୁଦ୍ଧ ବିମାନ ମିଗ୍‌-୨୧। ବିମାନ ଚଳାଚଳ ଇତିହାସରେ ଏହା ପ୍ରଥମ ସୁପରସୋନିକ ଯୁଦ୍ଧ ବିମାନ ଏବଂ ବିଶ୍ବରେ ଏହା ସବୁଠାରୁ ଅଧିକ ବିକ୍ରି ହୋଇଥିବା ଯୁଦ୍ଧ ବିମାନ। ଆମେରିକାଠାରୁ ଭିଏତନାମ ପର୍ଯ୍ୟନ୍ତ ସମସ୍ତଙ୍କ ବାୟୁସେନାରେ ମିଗ୍‌-୨୧ ସାମିଲ ଥିଲା।

  8. ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇ ପାକିସ୍ତାନ ଓ ଭାରତର ଜେଲଗୁଡ଼ିକରେ ୭୪୦ରୁ ଊର୍ଦ୍ଧ୍ବ ମତ୍ସ୍ୟଜୀବୀ ଅଛନ୍ତି।

  9. ନୂଆପଡ଼ା ବନ ବିଭାଗ ରେଞ୍ଜ ଅଫିସରେ ଗତ ୨୩ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଛି ଚିକିତ୍ସାଧୀନ କଲରାପତରିଆ। ସୋମବାର ରାତି ୧୨ଟା ୧୫ ମିନିଟ ସମୟରେ ବାଘଟି ପ୍ରାଣ ହରାଇଥିବା ସୂଚନା ଦେଇଛନ୍ତି ଡିଏଫ୍‌ଓ।

  10. ଆସାମରେ ବହୁବିବାହ ପ୍ରଥା ନିଷେଧ ହେବ। ସମାନ ନାଗରିକ ସଂହିତା ବା ୟୁନିଫର୍ମ ସିଭିଲ କୋଡ୍‌ ପରିବର୍ତ୍ତେ ରାଜ୍ୟ ଆଇନ ଜରିଆରେ ସରକାର ଏହା କରିବାକୁ ଆଗ୍ରହ ପ୍ରକ‌ାଶ କରିଛନ୍ତି। ବୁଧବାର ଦିନ ଏ ନେଇ ‌ସରକାର ଏକ କମିଟି ଗଠନ କରିବେ।

  11. କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ଯାଏ ଚାଲିବ। ରାଜ୍ୟର ୫.୩ କୋଟି ଭୋଟର ନିର୍ବାଚନୀ ମଇଦାନରେ ଥିବା ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧରଣ କରିବେ ।

  12. ମଧ୍ୟପ୍ରଦେଶର ଖର୍‌ଗୋନ୍‌ ଜିଲାରେ ମଙ୍ଗଳବାର ସକାଳେ ଏକ ବସ୍‌ ବ୍ରିଜ୍‌ରୁ ନଦୀକୁ ଖସିପଡ଼ିବାରୁ ୨୨ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।

  13. କର୍ନାଟକ ବିଧାନସଭା ନିର୍ବାଚନ ବୁଧବାର ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଉକ୍ତ ରାଜ୍ୟରୁ ଏପର୍ଯ୍ୟନ୍ତ ମୋଟ ୩୭୫ କୋଟି ଟଙ୍କା ଜବତ ହୋଇଥିବା ନିର୍ବାଚନ କମିଶନ ମଙ୍ଗଳବାର ସୂଚନା ଦେଇଛନ୍ତି।

  14. ଭାରତ ୨୦୨୭ ସୁଦ୍ଧା ଡିଜେଲ ଯାନକୁ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ କରିବା ଉଚିତ ଏବଂ ଲୋକମାନେ ଡିଜେଲ ଯାନ ବଦଳରେ ବୈଦ୍ୟୁତିକ ଏବଂ ଗ୍ୟାସ ଚାଳିତ ଯାନ ଉପରେ ଧ୍ୟାନ ଦେବା ଉଚିତ।

  15. ଚଳଚ୍ଚିତ୍ର ର୍ନିମାତା ବିବେକ ଅଗ୍ନିହୋତ୍ରୀ ମଙ୍ଗଳବାର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ୨୦୨୨ ବ୍ଲକବଷ୍ଟର ‘କଶ୍ମୀର ଫାଇଲ’ରେ ଦେଇଥିବା ମନ୍ତବ୍ୟ ଉପରେ ଏକ ଆଇନଗତ ନୋଟିସ ପଠାଇଛନ୍ତି।

  16. ଦେଶର ସ୍ବାଧୀନତାର ୭୫ ବର୍ଷ ପରେ ଭାରତୀୟ ସେନା ନିଜର ୟୁନିଫର୍ମ ବଦଳାଇବାକୁ ଯାଉଛି।

  17. ଆମ ଆଦମୀ ପାର୍ଟି (ଏଏପି) ନେତା ରାଘବ ଚଡ୍ଡା ଏବଂ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ନିର୍ବନ୍ଧ ମେ’୧୩ରେ ହେବ ବୋଲି ଜଣାଯାଇଛି।

  18. ଦେଶର ୭୨ପ୍ରତିଶତ ଭୂତଳ ଜଳ ଶୁଖି ଗଲାଣି। ୧୯ଟି ରାଜ୍ୟରେ ଜଳସମସ୍ୟା ଦେଖା ଦେଇଛି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଜୀବଜଗତ ପ୍ରଭାବିତ ହୋଇଛି। ଜଳ ସଙ୍କଟ ଅର୍ଥନୈତିକ ଓ ସ୍ଥାନାନ୍ତର ସମସ୍ୟା ସୃଷ୍ଟି କରିବ। ଜଳ ସଂରକ୍ଷଣ, ସଦୁପଯୋଗ ଏବଂ ପରିଚାଳନା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଚାହିଁଲେ ୨ଘଣ୍ଟାରେ ମହାନଦୀ ଜଳ ବିବାଦର ସମାଧାନ ହୋଇପାରିବ।

  19. ଓଡିଆର ବିଭିନ୍ନ ଟେଲିକମ୍ ଅପରେଟରଙ୍କ ଦ୍ୱାରା ଜାରି କରାଯାଇଥିବା ୫୨ ହଜାର ୮୮ଟି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗକୁ ଏଏସଟିଆର ଚିହ୍ନଟ କରିଛି। ରାଜ୍ୟ ଦୂରସଂଚାର ବିଭାଗ ନିର୍ଦ୍ଦେଶ ଅନୁଯାୟୀ, ଏହି ସନ୍ଦିଗ୍ଧ ମୋବାଇଲ୍ ସଂଯୋଗ ସଂପୃକ୍ତ ଟେଲିକମ୍ ଅପରେଟରଙ୍କ ଦ୍ୱାରା ପୁନଃଯାଞ୍ଚ କରାଯାଇଥିଲା ଏବଂ ଫଳସ୍ୱରୂପ ୫୧ ହଜାର ୨୬୦ଟି ସଂଯୋଗ ନକଲି ବୋଲି ଜଣାଯାଇଥିଲା

  20. ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର୍ ବିପକ୍ଷରେ ୬ ୱିକେଟ୍‌ର ଦମଦାର ବିଜୟ ସହିତ ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଟେବୁଲ୍‌ର ଶୀର୍ଷ ୪ ଭିତରକୁ ପ୍ରବେଶ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.