• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଂଗ୍ରେସ  ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ସହ କର୍ଣ୍ଣାଟକରେ ସରକାର ଗଢ଼ିବାକୁ ଯାଉଛି । ରାଜ୍ୟର କଂଗ୍ରେସ ମୋଟ ୧୩୫ ସିଟରେ ବିଜୟ ପାଇଛି ।
  2. ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଅଧିକ ରହିବ । ସର୍ବାଧିକ ତାପମାତ୍ରା ୪୫ଡିଗ୍ରୀ ଅତିକ୍ରମ କରିବାର ଆଶଙ୍କା ରହିଛି। ଉପକୂଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବ।
  3. ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ସପ୍ତାହକୁ ତିନି ଦିନ ଅର୍ଥାତ୍ ସୋମବାର, ବୁଧବାର, ଶୁକ୍ରବାର ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ସେଠାକୁ ସିଧାସଳଖ ବିମାନ ଚଳାଚଳ ଓଡ଼ିଶା ପାଇଁ ଆଇଟି, ମ୍ୟାନୁଫାକଚରିଂ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଏକାଧିକ ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି କରିବ।
  4. କର୍ଣ୍ଣାଟକର ପୁଲିସ ଡିଜି ପ୍ରବୀଣ ସୁଦ୍ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନୂଆ ନିର୍ଦ୍ଦେଶକ ହୋଇଛନ୍ତି । ସେ ଦୁଇ ବର୍ଷ ପାଇଁ ଏହି ପଦରେ ନିଯୁକ୍ତ ହୋଇଛନ୍ତି ।
  5. ଓଟିପି ସେୟାରିଙ୍ଗ ସ୍କାମ ନେଇ ଏସଟିଏଫରର ବଡ଼ ଧରଣର ରେଡରେ ତିନି ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ନୟାଗଡ଼ର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଓ ଯାଜପୁରର ସୌମ୍ୟ ପଟନାୟକଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ୧୯ ଟି ଦାମୀ ମୋବାଇଲ, ୪୭ଟି ସିମକାର୍ଡ, ୬୧ଟି ATM କାର୍ଡ ଓ ୨୩ଟି ସିମ କଭର ଜବତ କରିଛି ଏସଟିଏଫର ।
  6. ରବିବାର ଦିନ ସାମୁଦ୍ରିକ ବାତ୍ୟା ‘ମୋକା’ ମିଆଁମାର୍‌ର ବନ୍ଦର ନଗରୀ ସିତ୍ତ୍ବେକୁ ଛାରଖାର କରିପକାଇଥିବା କଥା ‘ଦି ଡେଲିଷ୍ଟାର୍‌’ ରିପୋର୍ଟ କରିଛି। ଘଣ୍ଟାପ୍ରତି ୧୩୦ ମାଇଲ୍‌ ବେଗରେ ପ୍ରବାହିତ ବତାସ ଟିଣ-ଛପର ଉଡ଼ାଇ ନେବା ସହିତ ଟେଲିଫୋନ୍‌ ଟାୱାର୍‌ ଭାଙ୍ଗି ତଳେ ପକାଇ ଦେଇଥିବା ବେଳେ ମିଆଁମାର୍‌ର ରାଖିନେ ପ୍ରଦେଶର ରାଜଧାନୀ ସିତ୍ତ୍ବେର ବହୁ ଅଞ୍ଚଳ ବର୍ଷା ଯୋଗୁଁ ଜଳମୟ ହୋଇଯାଇଥିଲା।
  7. ରପ୍ତାନି କାରବାର ବଢ଼ାଇବା ଉପରେ ‌ଭାରତ ଜୋର ଦେଉଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ଏସିଆ ଓ ଆଫ୍ରିକାର ବିଭିନ୍ନ ଦେଶକୁ ରପ୍ତାନି ହ୍ରାସ ପାଇଥିବା ଜଣାପଡ଼ିଛି। ରୁଷ୍‌-ୟୁକ୍ରେନ ଯୁଦ୍ଧ ଭଳି ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ବେ କିନ୍ତୁ ୟୁରୋପ ଓ ଆମେରିକାକୁ ଭାରତର ରପ୍ତାନି ବଢ଼ିଛି।
  8. ଏୟାର ଇଣ୍ଡିଆ ବିକ୍ରି ହୋଇଯିବା ପରେ ଏହାର ସହାୟକ ସଂସ୍ଥା ଆଲାଏନ୍ସ ଏୟାରକୁ ବଞ୍ଚାଇବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଆଲାଏନ୍ସ ଏୟାରକୁ ସରକାର ୩୦୦ କୋଟି ଟଙ୍କାର ପାଣ୍ଠି ଦେବେ।
  9. ଭାରତ ନିଜ ୮୫ ପ୍ରତିଶତ ତୈଳ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ଏଥିପାଇଁ ବିପୁଳ ବୈଦେଶିକ ମୁଦ୍ରା ଖର୍ଚ୍ଚ କରୁଛି।
  10. ଭାରତରେ ପ୍ରଥମ ଥର ଲାଗି ସରକାରୀ ମାଗଣା ସ୍କିମ୍‌ର ମୂଲ୍ୟ ନିର୍ଧାରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଉପଭୋକ୍ତା ବ୍ୟୟ ସର୍ବେକ୍ଷଣ (ସିଇଏସ୍‌)ରେ ମାଗଣା ସ୍କିମ୍‌ ସମ୍ପର୍କିତ ପ୍ରଶ୍ନ ଲୋକମାନଙ୍କୁ ପଚରାଯାଉଥିଲା।
  11. ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦ୍ୱିତୀୟ ଇୟୁ ଇଣ୍ଡୋ-ପାସିଫିକ୍‌ ମିନିଷ୍ଟ୍ରିଆଲ ଫୋରମ୍‌ (EIPMF)ରେ ଅଂଶଗ୍ରହଣ କରିବାକୁ ସ୍ବିଡେନରେ ପହଞ୍ଚିଛନ୍ତି। ସେ ଫ୍ରାନ୍ସ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୁଲ୍‌ଗେରିଆ, ସାଇପ୍ରସ୍‌, ଲାଟଭିଆ, ଲିଥୁଆ ଏବଂ ରୋମାନିଆର ବୈଦେଶିକ ମନ୍ତ୍ରୀଙ୍କୁ ଭେଟିଛନ୍ତି।
  12. ରୁଷିଆ ପୁଣିଥରେ ଆକ୍ରଣମ ମୁଡରେ। ଏବେ ରୁଷିଆ ୟୁକ୍ରେନର ଆର୍ମସ ଡିପୋ ଉପରେ ଆକ୍ରମଣ କରିଛି। ରୁଷିଆର ଏହି ଆକ୍ରମଣ ଫଳରେ ୟୁକ୍ରେନର ପ୍ରାୟ ୫୦୦ ମିଲିନୟନ ଗୋଳା-ବାରୁଦ ନଷ୍ଟ ହୋଇଛି।
  13. ଆଫଗାନିସ୍ତାନରେ ୨୦୨୩ର ପ୍ରଥମ ପୋଲିଓ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଫଗାନିସ୍ତାନର ସ୍ବାସ୍ଥ୍ୟ ଅଧିକାରୀ ନାଙ୍ଗାହାରରେ ଜଣେ ପୋଲିଓ ସଂକ୍ରମିତ ଶିଶୁକୁ ଚିହ୍ନଟ କରିଛନ୍ତି।
  14. ନୌସେନାର ଫ୍ରଣ୍ଟଲାଇନ୍‌ ଗାଇଡେଡ୍‌ ମିଶାଇଲ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ମୋର୍ମୁଗାଓରୁ ବ୍ରହ୍ମୋସ୍‌ ସୁରପସୋନିକ ମିଶାଇଲର ସଫଳ ପରୀକ୍ଷଣ କରାଯାଇଛି।
  15. ଭାରତରେ ଶୀଘ୍ର ସମାନ ଦଓ୍ବୋନୀ ସଂହିତା (ୟୁସିସି) ଲାଗୁ ହେବ। ଏଥିସହ ବହୁ ବିବାହ ପ୍ରଥା ମଧ୍ୟ ଉଚ୍ଛେଦ କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ରବିବାର ସୂଚନା ଦେଇଛନ୍ତି।
  16. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୧୪ ଜିଲାରେ ନୂତନ ଭାବେ ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ଶୁଭାରମ୍ଭ କରିଛନ୍ତି। ପୂର୍ବରୁ ୯ଟି ଜିଲାରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ ହୋଇଥିଲା।
  17. ଜି-୨୦ ସଦସ୍ୟ ରାଷ୍ଟ୍ର, ନିମନ୍ତ୍ରିତ ରାଷ୍ଟ୍ର ଏବଂ ବିଭିନ୍ନ ଅନ୍ତର୍ଜାତୀୟ ସଂଗଠନର ପ୍ରତିନିଧିମାନେ ଜି-୨୦ ସଂସ୍କୃତି କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଠକରେ ଅଂଶ ଗ୍ରହଣ କରିବା ଲାଗି ରବିବାର ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି।
  18. ଦେଶର ପ୍ରମୁଖ ଘରୋଇ ଶିଳ୍ପସଂସ୍ଥା ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌ (ଟିଏସ୍‌ଏମ୍‌ଏଲ୍‌) ଏବଂ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌ (ବିପିସିଏଲ୍‌) ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର ହୋଇଯାଇଛି।
  19. ଆଇପିଏଲ୍‌ରେ ରବିବାର ୨ୟ ମ୍ୟାଚ୍‌ରେ ବିଜୟୀ ହୋଇଛି କଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)। ବୋଲରଙ୍କ ସଫଳତା ପରେ ନୀତୀଶ ରାଣା ଓ ରିଙ୍କୁ ସିଂହଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ)କୁ ୬ ୱିକେଟରେ କେକେଆର୍ ପରାସ୍ତ କରିଛି।
  20. ପଞ୍ଜାବର ପଟିଆଲାସ୍ଥିତ ଗୁରୁଦ୍ୱାର ପରିସରରେ ଜଣେ ମହିଳା ବସି ମଦ ପିଉଥିବା ବେଳେ ଏହାକୁ ସେଠାକାର ସେବକ ତୀବ୍ର ବିରୋଧ କରିବା ସହ ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।  ପୁଲିସ୍‌ ଅଭିଯୁକ୍ତ ସେବକଙ୍କୁ ଗିରଫ କରିଛି ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.