• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. କଟକ ଜିଲ୍ଲାରେ ଡମପଡା ତହସିଲ ଅନ୍ତର୍ଗତ ବାଆଁରାଠାରେ ଜଗତଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ନାମକ ଘରୋଇ ଏକକ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟକ୍ଷମ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।ଜଗତଗୁୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଓଡିଶା ଆକ୍ଟ-୨୦୨୦ ଅନୁଯାୟୀ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ପ୍ରାୟ ୧୦୦ ଏକର ଜମିରେ ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ନିର୍ମାଣ ହେଉଛି ।
  2. ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଅଞ୍ଚଳରେ ଚାଲିଥିଲା ବଜ୍ରକାପ୍ତା ଡ଼ିଲ, ମାଡି ବସିଲା ପୁଲିସ ଟିମ। ବନପାଳ ସମେତ ୬ଜଣକୁ ଗିରଫ କରିଛି କପ୍ତିପଦା ଥାନା ପୁଲିସ।
  3. ରାଜ୍ୟରେ ଗ୍ରୀଷ୍ମପ୍ରବାହ ଆହୁରି ଅସହ୍ୟ ହୋଇଛି। ବିଶେଷକରି ପଶ୍ଚିମ ଓ ଅଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ରାଜ୍ୟର ୧୫ଟି ସହରର ଦିନ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା ।
  4. ‘ଶଳା ବୁଢ଼ାର ବଦଲା’ ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍‌‌ ଓ ମୁକ୍ତିଲାଭ ତାରିଖ ଘୋଷଣା ଭୁବନେଶ୍ୱର ପ୍ରେସ୍‌‌ କ୍ଲବ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ୧୯୫୫ରୁ ୧୯୫୯ ମଧ୍ୟରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସତ୍ୟଜିତ ରାୟ ପ୍ରଥମ ଟ୍ରାଇଲୋଜି ସିନେମା ନିର୍ମାଣ କରିଥିଲେ। ‘ଶଳା ବୁଢ଼ାର ବଦଲା’ ଓଡ଼ିଶାରେ ଆସନ୍ତା ୨୬ତାରିଖରେ ରିଲିଜ ହେବ।
  5. ଚଳଚ୍ଚିତ୍ର “ଟି” ର ଟ୍ରିଜର ରିଲିଜ ପରେ ଭୁବନେଶ୍ୱର ସ୍ଥିତ ସିନେପଲିସ୍ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଟ୍ରେଲର ରିଲିଜ ହୋଇଯାଇଛି ।
  6. ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଡ୍ରଗ୍ସ ମାମଲାରେ ତାଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଫସାଇବାକୁ ଧମକ ଦେଇ ଅଭିନେତା ଶାହରୁଖ ଖାନଙ୍କ ପରିବାର ଠାରୁ ୨୫ କୋଟି ଟଙ୍କା ଲାଞ୍ଚ ଆଦାୟ ପାଇଁ ଯୋଜନା ହୋଇଥିଲା।
  7. ଟ୍ରାଫିକ୍ ଭିଡ଼ରେ ବଲିଉଡ଼ ମେଗାଷ୍ଟାର ଅମିତାଭ ବଚ୍ଚନ ଜଣେ ପ୍ରଶଂସକଙ୍କୁ ଲିଫ୍ଟ ମାଗି ତାଙ୍କ ବାଇକ୍‌ରେ ବସି ସୁଟିଂ ସ୍ଥଳରେ ପହଞ୍ଚିଛନ୍ତି। ତାଙ୍କୁ ଲିଫ୍ଟ ଦେଇଥିବା ବ୍ୟକ୍ତିଙ୍କୁ ସାମାଜିକ ଗଣମାଧ୍ୟମରେ ବଚ୍ଚନ ଧନ୍ୟବାଦ ଜଣାଇଛନ୍ତି।
  8. ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି ଏବେ ବ୍ରିଟେନ ଗସ୍ତରେ ଅଛନ୍ତି। ବ୍ରିଟେନ ୟୁକ୍ରେନକୁ ଆହୁରି ଅଧିକ ୧୦୦ଟି ମିସାଇଲ ଏବଂ ଆଟାକ ଡ୍ରୋନ୍‌ ଦେବ ବୋଲି ପ୍ରତିଶ୍ରୁତି ଦେଇଛି।
  9. ପାକିସ୍ତାନ ଜେଲରେ ବନ୍ଦୀ ଜୀବନ ବିତାଉଥିବା ୧୮୪ ଜଣ ମତ୍ସ୍ୟଜୀବୀ ସୋମବାର ଦିନ ଗୁଜରାଟରେ ପହଞ୍ଚିଛନ୍ତି।
  10. ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏମ୍‌.ଆର୍‌ ଶାହ ଅବସର ନେଇଛନ୍ତି। ୨୦୧୮ ନଭେମ୍ବର ୨ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ଯୋଗଦେଇଥିଲେ। ସୁପ୍ରିମକୋର୍ଟ ବିଚାରପତି ଭାବେ ସେ ୭୧୨ଟି ମାମଲାର ରାୟ ପ୍ରକାଶ କରିଛନ୍ତି।
  11. ମହାରାଷ୍ଟ୍ରର ପଲଘର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୧ ବର୍ଷୀୟା ଆଦିବାସୀ ଗର୍ଭବତୀ ମହିଳା ଚିକିତ୍ସା ପାଇଁ ୭ କିମି ବାଟ ଚାଲିଚାଲି ପିଏଚ୍‌ସି ଗଲେ ଏବଂ ଘରକୁ ଫେରିବାପରେ ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି।
  12. ଉତ୍ତର ପ୍ରଦେଶ ପୌର ନିର୍ବାଚନରେ ବିଜେପି ପକ୍ଷରୁ ୩୯୫ ଜଣଙ୍କୁ ପାର୍ଥୀ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫୪ ଜଣ ପାର୍ଥୀ ବିଜୟୀ ହୋଇଛନ୍ତି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ୟୁପି ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି କୁନୱାର ବସିତ ଅଲ୍ଲୀ କହିଛନ୍ତି
  13. ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ସୋମବାର କହିଛନ୍ତି ଯେ ତାଙ୍କ ଦଳ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବ ।
  14. ‘ସମ୍ବାଦର ସଂପାଦକ(ଫିଚର) ତଥା କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ଆବାହକ ଡକ୍ଟର୍‌ ଗୌରହରି ଦାସ ଚଳିତବର୍ଷର ମର୍ଯ୍ୟାଦାଜନକ ‘କଳିଙ୍ଗପ୍ରଭା ପୁରସ୍କାର ପାଇବାକୁ ମନୋନୀତ ‌ହୋଇଛନ୍ତି।
  15. ଶିଳ୍ପପତି ଗୌତମ ଆଦାନିଙ୍କ କଂପାନି ଆଦାନି ଗ୍ରୁପ୍‌କୁ ନେଇ ସରକାର ଓ ଷ୍ଟକ ବଜାରର ନିୟାମକ ସଂସ୍ଥା ସେବି ଦେଇଥିବା ତଥ୍ୟରେ ତାଳମେଳ ରହୁନାହିଁ। ଉଭୟଙ୍କ କଥାରେ ବଡ଼ ଧରଣର ମତ ପାର୍ଥକ୍ୟ ସାମ୍ନାକୁ ଆସିଛି।  ସରକାର କହିଥିଲେ ସେବି ତଦନ୍ତ କରୁଛି, ସେବି କହୁଛି ଆମେ ତଦନ୍ତ କରୁନୁ।
  16. ଅଶୋଧିତ, ଶକ୍ତି, ଅଣ ଖାଦ୍ୟ ଓ ଖାଦ୍ୟ ସାମଗ୍ରୀ ମୂଲ୍ୟରେ ହ୍ରାସ ହୋଇଥିବାରୁ ଦେଶର ପାଇକାରୀ ମୁଦ୍ରାସ୍ଫୀତି ହାର ଏପ୍ରିଲ୍‌ରେ -୦.୯୨ ପ୍ରତିଶତକୁ ହ୍ରାସ ପାଇଛି। ଗତ ମାର୍ଚ୍ଚରେ ତାହା ୧.୩୪ ପ୍ରତିଶତ ଥିଲା।
  17. ଇଲେକ୍ଟ୍ରିକ ବାଇକ ନିର୍ମାଣ କରୁଥିବା ଆହମ୍ମଦାବାଦର ଏକ ଷ୍ଟାର୍ଟ ଅପ୍ ‘ମ୍ୟାଟର ମୋଟର’ ପକ୍ଷରୁ ଦେଶର ପ୍ରଥମ ଗିୟରଯୁକ୍ତ ବାଇକ୍ ଲଞ୍ଚ୍ କରାଯାଇଛି । ଏହାର ନାଁ ରହି ‘ଏରା’ । ଏହି ବାଇକର ବୁକିଂ ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ।
  18. ସାରା ବିଶ୍ବରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଚାହିଦା ବୃଦ୍ଧି ପାଇଥିବାରୁ ସେଭଳି ପ୍ରତିଭା ସୃଷ୍ଟି କରିବା ଲାଗି ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରାଳୟ ପକ୍ଷରୁ ଦକ୍ଷତା ତାଲିମରେ ଏଆଇ ପାଠ୍ୟକ୍ରମକୁ ସାମିଲ କରିବା ଲାଗି ବିଚାର କରାଯାଉଛି।
  19. ଆଗାମୀ ୧୮ରୁ ଗଡ଼ିବ ପୁରୀ-ହାୱଡ଼ା ବନ୍ଦେ ଭାରତ ରେଳଗାଡ଼ି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସିରେ ଏହାର ଶୁଭାରମ୍ଭ କରିବେ। ଏହାକୁ ଦୃଷ୍ଟିରେ ରଖି ପୁରୀ ରେଳ ଷ୍ଟେସନରେ ଚାଲିଛି ଜୋରଦାର ପ୍ରସ୍ତୁତି।
  20. ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କୁ ନିକଟରେ ସୁପ୍ରିମକୋର୍ଟ ବନ୍ଦୀମୁକ୍ତ କରିବା ଲାଗି ଦେଇଥିବା ନିଷ୍ପତିକୁ ବିରୋଧକରି ଭୟଙ୍କର ଅରାଜକତା ସୃଷ୍ଟି ହୋଇଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.