• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବି.ଏସ୍.କେ.ୱାଇ.) ଇତି ମଧ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି । ଯୋଜନାରେ ୬୮୧ ଟି ଘରୋଇ ସୁପର ସ୍ପେସାଲିଟି ହସ୍ପିଟାଲ ସାମିଲ୍ ହୋଇଛନ୍ତି । ତାଲିକାଭୁକ୍ତ ହସ୍ପିଟାଲ୍ ମଧ୍ୟରୁ ୫୫୫ ଟି ଓଡ଼ିଶାରେ ବିଭିନ୍ନ ଜିଲ୍ଲାରେ ଅବସ୍ଥିତ ଏବଂ ୧୨୬ ଟି ଓଡ଼ିଶା ବାହାର ରାଜ୍ୟମାନଙ୍କରେ ଅବସ୍ଥିତ ।

  2. ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ ଏବଂ ଗଙ୍ଗା ସଂରକ୍ଷଣ ବିଭାଗ ତରଫରୁ ଗଞ୍ଜାମ ଜିଲ୍ଲାକୁ ଚତୁର୍ଥ ଜାତୀୟ ଜଳ ପୁରସ୍କାର ୨୦୨୨ ବିଜେତା ଭାବରେ ଘୋଷଣା ହୋଇଛି ।

  3. ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ଥିବା ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

  4. ୧୮ ତାରିଖରେ ଓଡ଼ିଶାରେ ପ୍ରଥମଥର ପାଇଁ ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ୍‌‌। ପୁରୀ-ହାୱଡ଼ା ମଧ୍ୟରେ ଏହି ଦ୍ରୁତଗାମୀ ଏବଂ ଅତ୍ୟାଧୁନିକ ଟ୍ରେନ୍‌‌ ଚଳାଚଳ କରିବ। ୧୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ ।

  5. ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଚଳିତ ବର୍ଷ ଜୁନ ୪ ତାରିଖ ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ଆଜି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବିଳମ୍ବରେ ମୌସୁମୀ ଆସିବାକୁ ଥିଲେ ହେଁ ଏହାର ପ୍ରଭାବରେ ସ୍ୱାଭାବିକ ବର୍ଷା ହେବ ବୋଲି ବିଭାଗ ପକ୍ଷରୁ ପୁଣିଥରେ କୁହାଯାଇଛି।

  6. ଗତକାଲି ଅପରାହ୍‌ଣ ଦିନ ୨ଟା ୩୦ମିନିଟ ସୁଦ୍ଧା ରାଜ୍ୟର ୩ଟି ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଥିଲା ବେଳେ ସମ୍ବଲପୁରରେ ଏହା ସର୍ବାଧିକ ୪୩.୬ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଝାରସୁଗୁଡ଼ାରେ ୪୩.୪ ଓ ହୀରାକୁଦରେ ପାରା ୪୧.୬ ଡିଗ୍ରି ଛୁଇଁଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

  7. ୧୮ ତାରିଖ ସକାଳ ୧୦ଟାରେ   ମାଟ୍ରିକ୍‌ ଫଳ ପ୍ରକାଶ ପାଇବ। ସକାଳ ୧୦ଟାରେ ରେଜଲ୍ଟ ବାହାରିବା ପରେ ଦିନ ୧୨ଟାରେ ଓ୍ୱେବସାଇଟ ମାଧ୍ୟମରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। bseodisha.ac.in ରେ ଉପଲବ୍ଧ ହେବ ରେଜଲ୍ଟ। SMS ମାଧ୍ୟମରେ ମଧ୍ୟ ନିଜ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ।

  8. ଉତ୍ତରାଖଣ୍ଡର ଗଡ଼ୱାଲ୍‌ ହିମାଳୟ ଅନ୍ତର୍ଗତ ରୁଦ୍ରପ୍ରୟାଗ ଜିଲ୍ଲାରେ ସମୁଦ୍ର ପତ୍ତନଠାରୁ ୧୨,୮୦୦ ଫୁଟ୍‌ ଉଚ୍ଚରେ ଥିବା ତୁଙ୍ଗନାଥ ଶିବ ମନ୍ଦିର ୫ରୁ ୬ ଡିଗ୍ରି ଓ ମନ୍ଦିର ପରିସରରେ ଥିବା ଛୋଟ ଛୋଟ ମନ୍ଦିର ସବୁ ୧୦ ଡିଗ୍ରି ପର୍ଯ୍ୟନ୍ତ ଅଣେଇ ଯାଇଥିବା କଥା ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ (ଏଏସ୍‌ଆଇ) କରିଥିବା ଅଧ୍ୟୟନରୁ ଜଣାପଡ଼ିଛି।

  9. ଆସୋସିଏସନ୍ ଫର୍‌ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍‌) ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଦେଶର ଆଞ୍ଚଳିକ ଦଳଗୁଡ଼ିକର ପାଣ୍ଠି ଉତ୍ସ ସଂପର୍କରେ ବିଶ୍ଳେଷଣାତ୍ମକ ରିପୋର୍ଟ ପ୍ରକାଶ କରାଯାଇଛି। ରିପୋର୍ଟରୁ ଜଣାଯାଇଛି ଦେଶର ୨୭ଟି ଆଞ୍ଚଳିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୧୧୬୫.୫୭୬ କୋଟି ଟଙ୍କା ପାଇଛନ୍ତି। ଡିଏମକେ ୩୦୬.୦୨୫ କୋଟି ଟଙ୍କା ପାଇଥିବା ବେଳେ ବିଜେଡି ୨୯୧.୦୯୬ କୋଟି ଟଙ୍କା ପାଇଛି।

  10. ଆସନ୍ତା ସପ୍ତାହରେ ହିରୋସିମାରେ ଜି-୭ ସମ୍ମିଳନୀ ଅନୁଷ୍ଠିତ ହେବ। ଜି-୭ ସମ୍ମିଳନୀ ପାଇଁ ଜାପାନ ଭାରତକୁ ଆମନ୍ତ୍ରଣ କରିଛି। ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡ଼ା ଏହି ସମ୍ମିଳନୀକୁ ଭାରତ ସମେତ ମୋଟ୍‌ ୮ଟି ଅତିଥି ରାଷ୍ଟ୍ରକୁ ଆମନ୍ତ୍ରଣ କରିଛନ୍ତି।

  11. ଦେଶରେ ୮୫ ପ୍ରତିଶତ ଲୋକ ପ୍ରତିଦିନ ବିଦ୍ୟୁତ୍‌ କାଟର ସାମ୍ନା କରୁଛନ୍ତି। ଦିନକୁ ଥରେ ଏବଂ ଏକାଧିକ ଥର ସେମାନଙ୍କ ଘରେ ବିଜୁଳି କଟୁଛି। ଜେନେରେଟର କିମ୍ବା ଇନଭର୍ଟର ନଥିବାରୁ ବିଦ୍ୟୁତ୍‌ କାଟ୍‌ ହେଲେ ଲୋକଙ୍କୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ୁଛି।

  12. ଚଳିତ ମାସ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରିବେ। ନୂଆ ସଂସଦ ଭବନ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମୋଦୀ ସରକାରର ୯ ବର୍ଷ ପୂର୍ତ୍ତି ଅବସରରେ ଚଳିତ ମାସ ଶେଷରେ ଏହି କୋଠା ଉଦ୍‌ଘାଟନ କରାଯିବ।

  13. ପଶ୍ଚିମବଙ୍ଗରେ ‘ଦ କେରଳ ଷ୍ଟୋରି’ ନିଷିଦ୍ଧ ସଂକ୍ରାନ୍ତରେ ସୁପ୍ରିମକୋର୍ଟଙ୍କ ନୋଟିସ ପରେ ଆଜି ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଜବାବ ରଖିଛନ୍ତି। ରାଜ୍ୟ ସରକାର କହିଛନ୍ତି, ‘ଦ କେରଳ ଷ୍ଟୋରି’ରେ ଘୃଣା ଭାଷଣ ରହିଛି ଏବଂ ଏଥିରେ ଅନେକ ତଥ୍ୟର ବିକୃତ ଉପସ୍ଥାପନା କରାଯାଇଛି।

  14. ଛତିଶଗଡ଼ରେ ୨,୦୦୦ କୋଟି ଟଙ୍କାର ମଦ ଦୁର୍ନୀତିର ମନିଲଣ୍ଡରିଂ ଦିଗ ଉପରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆତଙ୍କର ବାତାବରଣ ସୃଷ୍ଟି ନ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ କହିଛନ୍ତି।

  15. ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଅଷ୍ଟ୍ରେଲିଆ ଏବଂ ପପୁଆ ନ୍ୟୁ ଗିନି ଗସ୍ତକୁ ବାତିଲ କରିଦେଇଛନ୍ତି। ତେବେ ବାଇଡେନ ଏହି ସପ୍ତାହରେ ଜାପାନର ହିରୋସିମାଠାରେ ଅନୁଷ୍ଠିତ ଜି-୭ ଶିଖର ସମ୍ମିଳନୀରେ ଯୋଗଦେବେ ବୋଲି ଜଣାପଡିଛି।

  16. କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କୁ ସୋମବାର ସନ୍ଧ୍ୟାରେ ହତ୍ୟା ଧମକ ମିଳିବା ପରେ ଦିଲ୍ଲୀ ପୋଲିସ ଏହାର ତଦନ୍ତ ଚଳାଇଛି। ଗଡ଼କରୀଙ୍କ ନୂଆଦିଲ୍ଲୀ ବାସଭବନକୁ କେହି ଅଜଣା ବ୍ୟକ୍ତି ଫୋନ୍‌ କରି ମନ୍ତ୍ରୀଙ୍କ ସହ କଥା ହେବାକୁ ଦାବି କରିବା ସହ ଧମକ ଦେଇଥିଲେ।

  17. ଉଇକିପିଡ଼ିଆର ସଂସ୍ଥାପକ ଜିମି ୱେଲ୍ସ ଟୁଇଟର ସିଇଓ ଏଲୋନ ମସ୍କଙ୍କୁ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ବାସ୍ତବରେ, ନିକଟରେ ତୁର୍କୀ ସରକାର ରାଷ୍ଟ୍ରପତି ରିସେପ ତାଇପ ଆର୍ଡୋନଙ୍କ ସମାଲୋଚକ ଟୁଇଟରରୁ ସେୟାର କରିଥିବା ବିଷୟବସ୍ତୁ ହଟାଇବାକୁ ଦାବି କରିଛନ୍ତି।

  18. ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଫାଇବର ଓଡ଼ିଶାରେ କ୍ରମାଗତ ଭାବେ ୧ ନମ୍ବର ସ୍ଥାନରେ ରହିଛି।

  19. ଆମାଜନ ଭାରତରେ ତା’ର ୫୦୦ଜଣ କର୍ମଚାରୀଙ୍କୁ ଛଟେଇ କରିଛି। 

  20. ଇଣ୍ଡିଆନ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ର ଲିଗ୍‌ ପର୍ଯ୍ୟାୟରେ ଚମତ୍କାର ପ୍ରଦର୍ଶନ କରି ଆସିଥିବା ଓଡ଼ିଶା ଏଫ୍‌ସି ଓ ସ୍ପୋର୍ଟସ୍‌ ଓଡ଼ିଶା ଦଳ ମଙ୍ଗଳବାର କ୍ୱାର୍ଟର ଫାଇନାଲରେ କିନ୍ତୁ ହାରି ଯାଇଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.