• +91-9861016349 / +91-9437281655
  • Email: amarisatya@gmail.com

Odia Current News

 

  1. ଆଜି ସକାଳ ୭.୩୦ରେ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ନୂଆ ସଂସଦ ଭବନରେ ହୋମ ଆରମ୍ଭ ହୋଇଛି। ହୋମରେ ବସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଓ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ପୂଜା ପରେ ପ୍ରଧାନମନ୍ତ୍ରୀ ‘ସେ‌ଙ୍ଗୋଲ୍‌’ ଗ୍ରହଣ କରି ତାହାକୁ ନୂଆ ସଂସଦରେ ସ୍ଥାପନା କରିବେ।

  2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ସମୟରେ, ଆମେରିକାର କଂଗ୍ରେସ କମିଟି ରାଷ୍ଟ୍ରପତି ଜୋ ବାଇଡେନ ସରକାରଙ୍କୁ ଭାରତକୁ ନାଟୋ ପ୍ଲସର ଏକ ଅଂଶ କରିବାକୁ ସୁପାରିଶ କରିଛି।

  3. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିତି ଆୟୋଗ ପରିଚାଳନା ପରିଷଦ ବୈଠକରେ ଅନୁପସ୍ଥିତ ରହିବା ଏହା ପ୍ରଥମ ଘଟଣା ନୁହେଁ। ନିତି ଆୟୋଗଙ୍କ ମୋଟ ଆଠଟି ପରିଚାଳନା ପରିଷଦ ବୈଠକ ମଧ୍ୟରୁ ନବୀନ ୫ଟିରେ ‌ଯୋଗ ଦେଇଛନ୍ତି।

  4. ମଣିପୁରରେ ସଦ୍ୟ ହିଂସା ଉପୁଜିବାପରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ମଣିପୁର ଗସ୍ତ କରି ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

  5. ପାକିସ୍ତାନର ଜାତୀୟ କବି ମହମ୍ମଦ ଇକବାଲଙ୍କୁ ରାଜନୀତି ବିଜ୍ଞାନ ସିଲାବସରୁ ବାଦ୍ ଦେବା ପାଇଁ ଆଗତ ପ୍ରସ୍ତାବକୁ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଏକାଡେମିକ୍ କାଉନସିଲ ଅନୁମୋଦନ କରିଛି। ପ୍ରସିଦ୍ଧ ଜାତୀୟତାବାଦୀ ସଂଗୀତ ‘ସାରେ ଜହାଁ ସେ ଅଚ୍ଛା’କୁ ଇକବାଲ ହିଁ ଲେଖିଥିଲେ।

  6. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶନିବାର ଦିନ ଅନୁଷ୍ଠିତ ନିତି ଆୟୋଗର ପରିଚାଳନା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି।

  7. କର୍ଣ୍ଣାଟକରେ ସରକାର ଗଠନ କରିବାର ସପ୍ତାହକ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ୨୪ ଜଣ ନୂଆ ମନ୍ତ୍ରୀ ଆଜି ଶପଥ ନେଇଛନ୍ତି।

  8. ଓଡ଼ିଶାରେ ମାର୍ଚ୍ଚ ମାସରେ ପ୍ରାୟ ୧.୧ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡ଼ି ହୋଇଛନ୍ତି। ଚଳିତବର୍ଷ ଫେବ୍ରୁଆରିରେ ରାଜ୍ୟରେ ୩ କୋଟି ୩୧ ଲକ୍ଷ ୫୮ ହଜାର ୯୫୨ ଜଣ ମୋବାଇଲ ଫୋନ ଗ୍ରାହକ ରହିଥିଲେ। କିନ୍ତୁ ମାର୍ଚ୍ଚରେ ଏମାନଙ୍କ ସଂଖ୍ୟା ୩ କୋଟି ୩୦ ଲକ୍ଷ ୪୯ ହଜାର ୪୭୧କୁ ବୃଦ୍ଧି ପାଇଛି।

  9. କ୍ରମାଗତ ଦୁଇ ସପ୍ତାହ ଧରି ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି ପାଇବା ପରେ ଉକ୍ତ ସପ୍ତାହରେ ଏଥିରେ ୬.୧ ବିଲିଅନ ଡଲାର ହ୍ରାସ ଘଟିଛି। ଉଲ୍ଲେଖlଯୋଗ୍ୟ, ୨୦୨୧ ଅକ୍ଟେବାରରେ ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ରେକର୍ଡ ୬୪୫ ବିଲିଅନ ଡଲାରରେ ପହଞ୍ଚିଥିଲା। କିନ୍ତୁ ତାହା ପରଠାରୁ ଏଥିରେ ହ୍ରାସ ଓ ଅସ୍ଥିରତା ଦେଖାଦେଇଛି।

  10. ମଙ୍ଗଳ ଗ୍ରହ ଭଳି ପରିବେଶରେ ଗୋଟିଏ ବର୍ଷ ବିତାଇବାକୁ ଯାଉଛନ୍ତି କାନାଡ଼ାର ମହିଳା ଜୀବବିଜ୍ଞାନୀ କେଲି ହଷ୍ଟନ୍‌। ଏଥିପାଇଁ ସେ ପ୍ରସ୍ତୁତି ଚଳାଇଛନ୍ତି।

  11. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆମେରିକା ବଡ ପଦକ୍ଷେପ ନେଇଛି। ଆମେରିକାରେ ଦୀପାବଳିରେ ସଂଘିୟ ଅବକାଶ ଘୋଷଣା କରିବାକୁ ୟୁଏସ କଂଗ୍ରେସ(ସଂସଦ)ରେ ବିଧେୟକ ଉପସ୍ଥାପନ କରାଯାଇଛି।

  12. ଏବେ ୧୫ ବର୍ଷ ପରେ ବି ଆଇପିଏଲ୍‌ ବିଶ୍ବର ପ୍ରମୁଖ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକ ମଧ୍ୟରେ ଗଣା ହେଉଛି। ଚଳିତ ସଂସ୍କରଣରେ ବିଜେତାଙ୍କୁ ୨୦ କୋଟି ଓ ଉପବିଜେତାଙ୍କୁ ୧୩ କୋଟି ଟଙ୍କା ପୁରସ୍କାର ଦିଆଯିବ।

  13. କୋଟି ଓଡ଼ିଆଙ୍କ ପ୍ରାଣର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗଜଦନ୍ତ ରତ୍ନ ପଲଙ୍କ ପୁରୁଣା ହୋଇଗଲାଣି। ପଲଙ୍କର ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ଭାଙ୍ଗି ଦୋହଲିଲାଣି। ଲାଗିଥିବା ରୁପା ଛାଡିଗଲାଣି। ତେଣୁ ଏହାକୁ ମରାମତି କରାଯିବ। ସେହିପରି ଆଉ ଏକ ସେଟ୍ ରତ୍ନ ପଲଙ୍କ ନୂତନ ଭାବେ ତିଆରି କରାଯିବ।

  14. ସ୍ବଚ୍ଛ ନୋଟ୍‌ ନୀତି ଅନୁଯାୟୀ, ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପ୍ରସାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିନେଇଛି। ଜନସାଧାରଣଙ୍କୁ ୨୦୦୦ ଟଙ୍କିଆ ନୋଟ୍‌ ବଦଳାଇବାକୁ ସେପ୍ଟେମ୍ବର ୩୦ ଯାଏ ମହଲତ ଦିଆଯାଇଛି। ଅପରପକ୍ଷେ ୨୦୦୦ଟଙ୍କିଆ ନୋଟ୍ ଜମା ଏବଂ ବଦଳ ପାଇଁ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ।

  15. ପ୍ରଧାନମନ୍ତ୍ରୀ, କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ ବୋଲି ଗୁରୁତ୍ବାରୋପ କରିଛନ୍ତି ।

  16. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟମାନଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଏମାନେ ସଂସଦର ନୂଆ ବିଲଡିଂ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଉଦଘାଟନ କରିବାକୁ ଦାବି କରିଥିଲେ। ଏହି ସମୟରେ ତାଙ୍କ ଜାତିକୁ ନେଇ ଲୋକଙ୍କୁ ସରକାରଙ୍କ ବିରୋଧରେ ଉସକାଇବାକୁ ଚେଷ୍ଟା କରିଥିବା ଅଭିଯୋଗକାରୀ ଦାବି କରିଛନ୍ତି ।

  17. ପଡ଼ୋଶୀ ରାଜ୍ୟର ବେପାରୀ କୋରାପୁଟରେ ଡେରା ପକାଇଥିବାରୁ ଓଡ଼ିଶାରେ ଅଦା ଦର ଆକାଶ ଛୁଆଁ ହୋଇଛି। ଯେଉଁ ଅଦାକୁ ଚାଷୀମାନେ ୫ ଟଙ୍କାରେ ବିକି ଦେଉଥିଲେ, ତାହା ଏବେ ବଜାରରେ ୧୬୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି। କିନ୍ତୁ ବର୍ତ୍ତମାନ ଯେଉଁ ଅଳ୍ପ ଅଦା ଅମଳ ହେଉଛି, ସେଥିରୁ ଚାଷୀ ଭଲ ରୋଜକାର କରିପାରିବ ବୋଲି ଜଣାପଡ଼ିଛି।

  18.  କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ ସରକାର ନିଦର ଉଠନ୍ତୁ ଓ ତୁରନ୍ତ ଜାରି କରିଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ।

  19. ଆମେରିକାର ଫୁଲେର୍ଟନ କଲେଜର ସର୍ବକନିଷ୍ଠ ଗ୍ରାଜୁଏଟ୍‌ କ୍ଲୋଭିସ୍‌ ହଙ୍ଗ୍‌ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ମାତ୍ର ୧୨ ବର୍ଷ ବୟରେ ସେ ୫ ଡିଗ୍ରୀ ହାସଲ କରିଛନ୍ତି।

  20. ଉପକୂଳ ସୁରକ୍ଷାକୁ ବଢ଼ାଇବା ପାଇଁ କେନ୍ଦ୍ର ସରକାର ମତ୍ସ୍ୟଜୀବୀଙ୍କୁ ୩.୫ ଲକ୍ଷ ଯୋଗାଯୋଗ ଟ୍ରାନ୍ସପଣ୍ଡର ମାଗଣାରେ ଯୋଗାଇବାକୁ ଯାଉଛନ୍ତି। ଏହା ମତ୍ସ୍ୟଜୀବୀଙ୍କୁ ଟ୍ରାକ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.