• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଦେଶକୁ ଆଜି ନୂଆ ସଂସଦ ଭବନ ମିଳିଛି। ଭାରତୀୟ ଗଣତନ୍ତ୍ରର ଇତିହାସରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି।

  2. ଟାଟା ପ୍ରୋଜେକ୍ଟସ୍‌ ଲିଃ ଦ୍ୱାରା ନିର୍ମିତ ନୂତନ ପାର୍ଲାମେଣ୍ଟ ବିଲ୍ଡିଂରେ ପ୍ରାଣୀ ଆକୃତିଠାରୁ ଆରମ୍ଭ କରି ଅତ୍ୟାଧୁନିକ ପ୍ରଯୁକ୍ତି ପର୍ଯ୍ୟନ୍ତ ବିଶେଷତ୍ୱ ଦେଖିବାକୁ ମିଳିଛି। ୬୪,୫୦୦ ବର୍ଗମିଟର ସ୍ଥାନରେ ନିର୍ମିତ ତ୍ରିଭୁଜ ଆକୃତିର ଚାରି ମହଲା ବିଲ୍ଡିଂରେ ବିଶାଳ ସମ୍ବିଧାନ ହଲ୍‌ ରହିଛି, ଯେଉଁଠି ଭାରତର ଗଣତାନ୍ତ୍ରିକ ଐତିହ୍ୟ ପ୍ରଦର୍ଶିତ ହେବ।

  3. ନୂଆ ବିଲ୍ଡିଂରେ ଏମ୍‌ପିମାନେ ସୁବିଧାରେ ବସିବା ଲାଗି ପର୍ଯ୍ୟାପ୍ତ ବ୍ୟବସ୍ଥା ହୋଇଛି। ଲୋକ ସଭା ପ୍ରକୋଷ୍ଠରେ ୮୮୮ ସଦସ୍ୟ ବସିବା ଲାଗି ଆସନ ରହିଥିବାବେଳେ ରାଜ୍ୟ ସଭା ଚାମ୍ବରରେ ୩୦୦ ଆସନ ରହିଛି। ସେହିପରି ଉଭୟ ଗୃହର ମିଳିତ ଅଧିବେଶନରେ ୧,୨୮୦ ସଦସ୍ୟ ବସିବା ଲାଗି ଆସନ ବ୍ୟବସ୍ଥା କରାଯାଇଛି। ଲୋକ ସଭା ଓ ରାଜ୍ୟ ସଭାର ପ୍ରତି ସଦସ୍ୟଙ୍କ ଡେସ୍କରେ ଟଚ୍‌ ସ୍କ୍ରିନ୍‌ ବ୍ୟବସ୍ଥା ରହିଛି।

  4. ନୂଆ ସଂସଦ ଭବନର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଏକ ସ୍ୱତନ୍ତ୍ର ସ୍ମାରକୀ ଡାକ ଟିକଟ ଏବଂ ୭୫ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧୀନରେ ଥିବା ଅର୍ଥନୈତିକ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ମୁଦ୍ରାର ଓଜନ ୩୪.୬୫ ଗ୍ରାମରୁ ୩୫.୩୫ ଗ୍ରାମ ମଧ୍ୟରେ ରହିବ।

  5. ନୂଆ ସଂସଦରେ ତିନୋଟି ମୁଖ୍ୟଦ୍ବାର ରହିଛି। ସେସବୁ ହେଉଛି; ଜ୍ଞାନଦ୍ବାର, ଶକ୍ତିଦ୍ବାର ଓ କର୍ମଦ୍ବାର। କର୍ମଦ୍ବାରର ଡାହାଣ କାନ୍ଥରେ କୋଣାର୍କ ସୂର୍ଯ୍ୟମନ୍ଦିରର ଚକ୍ର ଶୋଭା ପାଉଛି।

  6. ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଡୋଗାନ ୨୦୨୩ ନିର୍ବାଚନରେ ପୁଣିଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ୬୯ ବର୍ଷୀୟ ଏର୍ଡୋଗାନ ଅଦ୍ୟାବଧି ୨୦ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ସେ ଆଉ ୫ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯାଉଛନ୍ତି।

  7. ନେଦରଲାଣ୍ଡର ହେଗଠାରେ ହଜାର ହଜାର ଜଳବାୟୁ କର୍ମୀ ଆନ୍ଦୋଳନ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୧,୫୦୦ରୁ ଊର୍ଦ୍ଧ୍ବ ଲୋକଙ୍କୁ ଡଚ୍ ପୁଲିସ ଦ୍ବାରା ଗିରଫ କରାଯାଇଥିବା ଜଣାପଡ଼ିଛି।

  8. ଋଷିଆର ବିଦେଶ ମନ୍ତ୍ରୀ ସେର୍ଗେଇ ଲାଭରୋଭ ରବିବାର ପାଶ୍ଚାତ୍ୟ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ୟୁକ୍ରେନକୁ ଆମେରିକା ନିର୍ମିତ ଏଫ୍ -୧୬ ଲଢୁଆ ବିମାନ ଯୋଗାଇଦେବାକୁ ରାଜି ହୋଇ ଏସବୁ ଦେଶ ନିଆଁ ସହ ଖେଳୁଛନ୍ତି, ରୁଷ ଏହାର ଜବାବ ଦେବ ବୋଲି ସେ କହିଛନ୍ତି ।

  9. ଋଣ ସଙ୍କଟ ସହ ସଂଘର୍ଷ କରୁଥିବା ଆମେରିକା ଦେବାଳିଆ ହେବାକୁ ଯାଉଥିବା ବେଳେ ଏବେ ଲାଗୁଛି କି ଖୁବଶୀଘ୍ର ଆମେରିକା ଏହି ସଙ୍କଟରୁ ବାହାରି ଆସିବ।

  10. ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ। ଏଥି ସହିତ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଅଞ୍ଚଳରେ ରୁଷିଆର ସୈନ୍ୟଙ୍କ ଅଭିଯାନକୁ ଆହୁରି ଜୋରଦାର କରିବାକୁ ସୀମା ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି।

  11. ହିଂସାଗ୍ରସ୍ତ ମଣିପୁରରେ ଗତରାତିରେ ସଶସ୍ତ୍ର ଉଗ୍ରପନ୍ଥୀମାନେ ବ୍ୟାପକ ହିଂସା ଭିଆଇଛନ୍ତି।ସୁରକ୍ଷା ବାହିନୀ ଓ ଉଗ୍ରପନ୍ଥୀଙ୍କ ମଧ୍ୟରେ ସନ୍ଧ୍ୟା ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ବେଳେ ଏଥିରେ ମୋଟ ୪୦ ଉଗ୍ରପନ୍ଥୀ ନିହତ ହୋଇଥିବା ଜଣାପଡ଼ିଛି।

  12. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦିନ ତାଙ୍କର ୧୦୧ତମ ମନ୍ କୀ ବାତ୍‌ରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବି ଡି ସବରକରଙ୍କୁ ସ୍ମରଣ କରିଛନ୍ତି।

  13. ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ।

  14. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ନୂତନ ପାର୍ଲାମେଣ୍ଟ ଭବନ ଉଦ୍‌ଘାଟନ ଉତ୍ସବକୁ କଂଗ୍ରେସ ସମେତ ୨୧ ବିରୋଧୀ ଦଳ ବର୍ଜନ କରିଛନ୍ତି।

  15. ଓଡ଼ିଶାର ପ୍ରସିଦ୍ଧ ଧାର୍ମିକ ତଥା ପର୍ଯ୍ୟଟନ ସ୍ଥଳ ମା’ ସମଲେଶ୍ୱରୀଙ୍କ ମନ୍ଦିର ରାଜ୍ୟର ଏକ ଆକର୍ଷଣୀୟ ସ୍ଥାନରେ ପରିଣତ ହେବ । ଶ୍ରଦ୍ଧାଳୁ ଓ ଯାତ୍ରୀଙ୍କୁ ଏଠାରେ ଏକ ଅନନ୍ୟ ଅନୁଭୂତି ମିଳିବା ସହିତ ସ୍ଥାନୀୟ ଲୋକାଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ‘୫-ଟି’ ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତ କରି ମା’ ସମଲେଇ ମନ୍ଦିର ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି।

  16. ଓଡ଼ିଶା ସରକାରର ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ଆମେରିକାର ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫ୍‌ବିଆଇ)ର ସହାୟତା ଲୋଡିଛନ୍ତି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖିଛନ୍ତି।

  17. ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆସନ୍ତା ଜୁନ ୨୦ ତାରିଖ ପର୍ଯ୍ୟନ୍ତ ପିଲାମାନେ +୨ରେ ନାମଲେଖା ପାଇଁ ଆବେଦନ କରିପାରିବେ । ଏହାପରେ ଜୁନ ୨୮ ତାରିଖରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା ।

  18. ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳମାର୍ଗରେ ଭଦ୍ରକ ଏବଂ କଟକ ରେଲଓ୍ବେ ଷ୍ଟେଶନ ମଧ୍ୟରେ ୩ୟ ଲାଇନ ପ୍ରକଳ୍ପ ପାଇଁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି।

  19. ନେପାଳର କାଠମାଣ୍ଡୁରେ ରବିବାର ଶେଷ ହୋଇଥିବା ଏନ୍‌ଏସ୍‌ସି କାଭା (ସେଣ୍ଟ୍ରାଲ ଏସିଆନ ଭଲିବଲ ଆସୋସିଏଶନ) ମହିଳା ଭଲିବଲ ଚ୍ୟାଲେଞ୍ଜ୍‌ କପ୍‌ରେ ଭାରତ ଚାମ୍ପିୟନ ହୋଇଛି।

  20. ଉତ୍ତର ପ୍ରଦେଶର ଗ୍ରେଟର ନଏଡାଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ସୁଇମିଂ ଇଭେଣ୍ଟରେ ଓଡ଼ିଶାର ପ୍ରତ୍ୟାଶା ରାୟ ରବିବାର ଆଉ ଏକ ରୌପ୍ୟ ପଦକ ହାସଲ କରିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.