• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ହିରୋସିମାରେ ଚାଲିଥିବା ଜି-୭ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ । ମୋଦିଙ୍କୁ ଦେଖି ଆଲିଙ୍ଗନ କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍।

  2. ସିଦ୍ଧରମୈୟା କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି । ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଭବ୍ୟ ଶପଥଗ୍ରହଣ ସମାରୋହରେ ରାଜ୍ୟପାଳ ଥାୱର ଚାନ୍ଦ ମୁଖ୍ୟମନ୍ତ୍ରୀ,ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ ଶପଥ ପାଠ କରାଇଛନ୍ତି।

  3. ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ସ୍ଥାୟୀ ପୋଲିସ ଚୟନ ବୋର୍ଡ (Police Recruitment Board) ଗଠନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ । ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବୀ ମଧ୍ୟ ସରକାରଙ୍କ ଅନୁମୋଦନ ଲାଭ କରିଛି ।

  4. ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳୀ ବେହେରାଙ୍କ ନାଁରେ ଜାମିନ ବିହୀନ ଗିରଫ ପରୱାନା ବା ଏନବିଡବ୍ଲୁ ଜାରି ହୋଇଛି । ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ କୋର୍ଟରେ ହାଜର ହେଉ ନଥିଲେ ଶ୍ରଦ୍ଧାଞ୍ଜଳି ବେହେରା ।

  5. ଓଡିଶାରେ ସୋମବାର ପୂର୍ବାହ୍ନରେ ଶପଥ ନେଇ ପାରନ୍ତି ୩ ନୂଆ ମନ୍ତ୍ରୀ । ଲୋକସଭା ଭବନର କନଭେନସନ୍ ହଲରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ ବୋଲି ସୂଚନା ମିଳିଛି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ନୂଆ ମନ୍ତ୍ରୀମାନଙ୍କୁ ଗୋପନୀୟତାର ଶପଥ ପାଠ କରାଇବେ ।  ନିକଟରେ ୨ ମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ ।

  6. ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆବଶ୍ୟକ ପଡିଲେ +୨ କଲେଜ୍‌ ସିଟ ବଢାଯିବ ବୋଲି ସୂଚନା ଦେଇଛନ୍ତି ।

  7. କଳାହାଣ୍ଡିର ପ୍ରସିଦ୍ଧ ବୁଢ଼ାରାଜା ମନ୍ଦିର  ରୂପାନ୍ତରିତ ହେବ । ବଦଳିବ ବୁଢ଼ାରାଜା ମନ୍ଦିରର ରୂପରେଖ ।

  8. ଶନିବାର ପୁରୀ ତିନିରଥର ୧୮ ଅଖରେ ୩୬ ଚକ ସଂଯୋଗ କରି ଡେରାଯାଇଛି । ଅର୍ଥାତ୍ ତିନିରଥର ମୋଟ ୪୨ଟି ଚକରେ ୨୧ଟି ଅଖ ସଂଯୋଗ କରାଯାଇଛି । ନନ୍ଦିଘୋଷ ରଥର ୧୬ ଚକ ୮ ଅଖ, ତାଳଧ୍ୱଜ ରଥର ୧୪ ଚକ ୭ ଅଖ ଏବଂ ଦେବଦଳନ ରଥର ୧୨ ଚକ ୬ ଅଖ ରହିଛି ।

  9. ଆୟ ମାମଲାରେ ଦେଶର ଐତିହାସିକ ତୀର୍ଥ ସ୍ଥାନ ତିରୁପତି ବାଲାଜୀ ମନ୍ଦିର ପରେ ବର୍ତ୍ତମାନ ପାଟନାର ମହାବୀର ମନ୍ଦିର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି, ଯେଉଁଠାରେ ସର୍ବାଧିକ ପ୍ରସାଦ ବିକ୍ରି ହେଉଛି।

  10. ରାଜସ୍ଥାନ  ସରକାରୀ ଅଟ୍ଟାଳିକା ‘ଯୋଜନା ଭବନ’ର ତଳଘର ବା ‘ବେସ୍‌ମେଣ୍ଟ୍‌’ରୁ ସରକାରୀ ଅଧିକାରୀମାନେ ଶୁକ୍ରବାର ଦିନ ନଗଦ ୨.୩୧ କୋଟି ଟଙ୍କା ଓ ୧ କିଲୋ ସୁନା ବିସ୍କୁଟ୍‌ ପାଇଥିବା କଥା ପୁଲିସ କହିଛି।

  11. ଗତକାଲି ୨୦୦୦ ଟଙ୍କିଆକୁ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରାଯିବା ପରେ ଆଜି ଗୁଜରାଟରେ ସୁନା ଓ ରୁପା ମହଙ୍ଗା ହୋଇଛି। କିଛି ବ୍ୟବସାୟୀ ୧୦ ଗ୍ରାମ ସୁନାକୁ ୭୦ ହଜାର ଟଙ୍କାରେ ବିକ୍ରି କରୁଛନ୍ତି। ଗତକାଲି ସେହି ଦାମ୍ ୬୦,୨୭୫ ଟଙ୍କା ଥିଲା।

  12. କେନ୍ଦ୍ର ସରକାରଙ୍କ ଭିତ୍ତିଭୂମି ଓ ପ୍ରକଳ୍ପ ନିରୀକ୍ଷଣ ଡିଭିଜନ୍ (ଆଇପିଏମଡି) ତଥ୍ୟ ଅନୁସାରେ ଏବେ ଓଡ଼ିଶାରେ ୧୫୦ କୋଟି ଟଙ୍କାରୁ ଅଧିକ ବ୍ୟୟ ପ୍ରସ୍ତାବିତ ୧୫ଟି ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି। ଏହି ସବୁ ପ୍ରକଳ୍ପ ୧୯୯୧ରୁ ୨୦୨୦ ମଧ୍ୟରେ ଅନୁମୋଦିତ ହୋଇଥିଲା।

  13. ଜାପାନର ହିରୋସିମାରେ ଏକଜୁଟ ହୋଇଥିବା ଜି୭ ରାଷ୍ଟ୍ରର ମୁଖ୍ୟମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ପ୍ରଭାବ ଉପରେ ଆଲୋଚନା କରିଛନ୍ତି। ଏଥିପାଇଁ ଆନ୍ତର୍ଜାତିକ ସ୍ତରରେ ଏକ ନିର୍ଦିଷ୍ଟ ମାନଦଣ୍ଡ ଧାର୍ଯ୍ୟ କରିବାର ଆବଶ୍ୟକତା ଥିବା କହିଛନ୍ତି।

  14. ଅଫିସରମାନଙ୍କ ଉପରେ ଦିଲ୍ଲୀର ନିର୍ବାଚିତ ସରକାରଙ୍କର କର୍ତ୍ତୃତ୍ବ ରହିବ ବୋଲି ସୁପ୍ରିମ କୋର୍ଟ ଦେଇଥିବା ରାୟକୁ ନିଷ୍କ୍ରିୟ କରିବାକୁ ଯାଇ କେନ୍ଦ୍ର ସରକାର ଅଧ୍ୟାଦେଶ ‌ଜାରି କରିଛନ୍ତି। କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରାଯିବ ବୋଲି ସେ କହିଛନ୍ତି। ଅନ୍ୟ ବିରୋଧୀ ଦଳ ମଧ୍ୟ କେନ୍ଦ୍ରର ଏହି ପଦକ୍ଷେପକୁ ସମାଲୋଚନା କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ଅନ୍ୟ ରାଜ୍ୟରେ ନିର୍ବାଚିତ ସରକାର ପାଇଁ ଏହି ସତର୍କ ସୂଚନା।

  15. ଦୁବାଇ ମାଟିକୁ ଚାନ୍ଦ ଆଣିବାକୁ ପ୍ରସ୍ତୁତି କରାଯାଉଛି। ଏଥିପାଇଁ ୪୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। କାନାଡା ଉଦ୍ୟୋଗୀ ମାଇକେଲ ହ୍ୟାଣ୍ଡର୍ସନ ୯୦୦ ଫୁଟର ଚନ୍ଦ୍ରର ମଡେଲକୁ ଆକାର ଦେବେ। ଶହେ ଫୁଟ ଉଚ୍ଚ କୋଠା ଉପରେ ଏହି ଚାନ୍ଦ ନିର୍ମାଣ କରାଯିବ।

  16. ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍‌ ପଟେଲଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପିଏମ୍‌ଏଲ୍‌ଏରେ ମାମଲା ରୁଜୁ କରିଛି।

  17. କେଜ୍‌ରିଓ୍ବାଲ ସରକାର ଏବଂ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଏକ ନୂତନ ଅଧ୍ୟାଦେଶ ପାରିତ କରିଛନ୍ତି। ଏହି ଅଧ୍ୟାଦେଶ ସହାୟତାରେ ବର୍ତ୍ତମାନ ଦିଲ୍ଲୀ ସରକାରଙ୍କ ଅଧିକାରକୁ କଡ଼ାକଡ଼ି କରାଯାଇଛି।

  18. ବିଶ୍ୱର ବୃହତ୍‌ ହ୍ରଦଗୁଡ଼ିକ ଶୁଖିବାରେ ଲାଗିଛି। ଜଳ ଅପଚୟ ଏବଂ ତାପମାତ୍ରା ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ଆମେରିକାର ୟୁନିଭର୍ସିଟି ଅଫ୍‌ ଭର୍ଜିନିଆ ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ କୁହାଯାଇଛି। ପାଖାପାଖି ୫୦% ବୃହତ୍‌ ହ୍ରଦ ଏ ପ୍ରକାର ଜଟିଳ ସ୍ଥିତି ଦେଇ ଗତି କରୁଥିବା ଜର୍ନାଲ ସାଇନ୍ସରେ ପ୍ରକାଶ ପାଇଥିବା ଅଧ୍ୟୟନ ସମ୍ବନ୍ଧୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

  19. ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଅଭିନବ ସେବା ‘ମିସ୍‌ଡ କଲ୍‌ରେ ନୂତନ ବିଦ୍ୟୁତ୍‌ ସଂଯୋଗ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।

  20. ବ୍ରିଟେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌(୫୮) ଅଷ୍ଟମ ଥର ପାଇଁ ବାପା ହେବାକୁ ଯାଉଛନ୍ତି। ବୋରିସ୍‌ଙ୍କ ସ୍ତ୍ରୀ କ୍ୟାରି ଜନ୍‌ସନ୍‌ ୮ ମାସ ଗର୍ଭବତୀ ଥିବା କଥା ସୋସିଆଲ ମିଡିଆ ପୋଷ୍ଟ ଶେୟାର କରି କହିଛନ୍ତି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.