• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଛନ୍ତି, ଡେଟ୍‌ ସିଲିଂ ସୀମା ବୃଦ୍ଧି ପାଇଁ ସରକାରଙ୍କ ପ୍ରସ୍ତାବ ଉପରେ ବିରୋଧୀ ରିପବ୍ଲିକାନ୍‌ଙ୍କ ଅଫର୍‌ ଗ୍ରହଣଯୋଗ୍ୟ ନୁହେଁ।

  2. ରୁଷିଆ ସୈନ୍ୟମାନଙ୍କ ସହାୟତାରେ ଓ୍ବାଗ୍‌ନର ଘରୋଇ ସେନା ବାଖ୍‌ମୁଟ୍‌କୁ ନିୟନ୍ତ୍ରଣକୁ ନେଇଛି। ଓ୍ବାଗ୍‌ନର ମୁଖ୍ୟ ୟେଭ୍‌ଗେନି ପ୍ରିଗୋଝିନ୍‌ ମଧ୍ୟ ଅନୁରୂପ ଦାବି କରିଛନ୍ତି। ଅନ୍ୟପକ୍ଷରେ ବାଖ୍‌ମୁଟ୍‌ ପାଇଁ ଲଢ଼େଇ ଜାରି ରହିଥିବା ୟୁକ୍ରେନ୍‌ କର୍ତ୍ତୃପକ୍ଷ କହିଛନ୍ତି।

  3. ଗତ ୧୦ ମାସ ମଧ୍ୟରେ ପାକିସ୍ତାନର ମୁଦ୍ରାସ୍ଫୀତି ହାର ଏକ ନୂତନ ରେକର୍ଡ ସ୍ତରରେ ପହଞ୍ଚିଛି। ଏହି ୧୦ ମାସ ମଧ୍ୟରେ ପାକିସ୍ତାନକୁ ବାହ୍ୟ ସହାୟତା ୩୮ ପ୍ରତିଶତ ହ୍ରାସ ପାଇଛି।

  4. ରୁଷ୍-ୟୁକ୍ରେନ ଯୁଦ୍ଧରୁ ଜବରଦସ୍ତ ଫାଇଦା ଉଠାଉଛି ଚୀନ୍। ରୁଷ୍ ଓ ପାଶ୍ଚାତ୍ୟ ସମର୍ଥିତ ୟୁକ୍ରେନ୍ ଯୁଦ୍ଧ ଅବସରରେ ଭ୍ଲାଡିଭୋସ୍ତକ ବନ୍ଦର ପରି ଭୌଗୋଳିକ ଅଞ୍ଚଳରେ ଆଡ୍ଡା ଜମାଇପାରିଛି ଚୀନ୍ ଏବଂ ଏହାର ଅଟୋ ଶିଳ୍ପର ମଧ୍ୟ ଦ୍ରୁତ ବିକାଶ ଘଟିଛି।

  5. ଗୁଜରାଟର ଦାହୋଦ ସ୍ମାର୍ଟ ସିଟି ପ୍ରଶାସନ ପକ୍ଷରୁ ଶତାଧିକ ବର୍ଷ ତଳର ବୋଲି ବିଶ୍ବାସ କରାଯାଉଥିବା ଏକ ମସଜିଦ ଓ ୪ଟି ମନ୍ଦିର ସମେତ ୮ଟି ସ୍ଥାନର ପୂଜାସ୍ଥାନକୁ ଭଙ୍ଗାଯାଇଛି।

  6. ଆଜି ସକାଳ ୯ଟା ୫୦ରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ତିନି ଜଣ ନୂଆ ମନ୍ତ୍ରୀ ବିଧାୟକ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସନ୍ନ ନାୟକ ଶପଥ ନେବେ। ସ୍ବାସ୍ଥ୍ୟ, ଶିକ୍ଷା ଓ ଶ୍ରମ ମନ୍ତ୍ରୀ ଭାବେ ତିନି ଜଣ ବିଧାୟକଙ୍କୁ ଦାୟିତ୍ବ ମିଳିବ।

  7. ଆସନ୍ତା ଜୁନ ମାସରୁ ମଧୁବାବୁ ପେନସନ୍ ଯୋଜନା(MBPY)ରେ ମିଳୁଥିବା ଭତ୍ତା ଆଉ ଆକାଉଣ୍ଟକୁ ଯିବ ନାହିଁ। ଜୁନ ମାସରୁ ଏହା ସମ୍ପୂର୍ଣ୍ଣ କ୍ୟାସ ଆକାରରେ ଦିଆଯିବ।

  8. ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ପାଇଁ ଭରିବାକୁ ପଡିବ ନାହିଁ କୌଣସି ଫର୍ମ l ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏନେଇ ବିଜ୍ଞପ୍ତି କଲା ଜାରି l

  9. ଶେଷ ପର୍ଯ୍ୟାୟରେ ଇସ୍ରୋ (ISRO)ର ଡିମ୍‌ ପ୍ରୋଜେକ୍ଟ ଚନ୍ଦ୍ରଯାନ-୩। ଏହି ମହାକାଶ ଯାନକୁ ୟୁଆର ରାଓ ଉପଗ୍ରହ କେନ୍ଦ୍ରରୁ ଜୁଲାଇ ଦ୍ବିତୀୟ ସପ୍ତାହରେ ଲଞ୍ଚ ପାଇଁ ନିର୍ଦ୍ଧାରିତ ହେଲା ସମୟ ।

  10. ୨୪ ତାରିଖ ଯାଏଁ ଶ୍ରୀନଗରରେ ଆରମ୍ଭ ହେବାକୁ ଯାଉଛି  G-20 ପର୍ଯ୍ୟଟନ କାର୍ଯ୍ୟଗୋଷ୍ଠୀର ସମ୍ମିଳନୀ। ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ସହ ୨ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ପରେ ଏହା ପ୍ରଥମ ଅନ୍ତର୍ଜତୀୟ ସମ୍ମିଳନୀ।

  11. କାଳବୈଶାଖୀ ,ଭୟଙ୍କର ବଜ୍ରପାତ ଯୋଗୁଁ ଭାଙ୍ଗିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ସାମ୍ନା ଗ୍ଲାସ, ଜଳିଗଲା ବିଦ୍ୟୁତ ତାର l ଯାଜପୁର ବୈତରଣୀ ରୋଡ୍‌ ନିକଟରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌।

  12. କୋରିଆନ୍ ଭାଷାରେ ତିଆରି ହେବ ‘ଦୃଶ୍ୟମ’ ଫିଲ୍ମ, ଓସ୍କାର ବିଜୟୀ ଫିଲ୍ମ ‘ପାରାସାଇଟ’ର ଅଭିନେତା ସଙ୍ଗ କଙ୍ଗ ହୋ ନିଭାଇବେ ମୁଖ୍ୟ ଭୂମିକା l ଏହା ପ୍ରଥମ ଭାରତୀୟ ଫିଲ୍ମ ଯାହା କୋରିଆ ଭାଷାରେ ନିର୍ମିତ ହେବାକୁ ଯାଉଛି l

  13. ନୂଆ ସଂସଦ ଭବନକୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ରାଷ୍ଟ୍ରପତି ଉଦଘାଟନ୍ କରିବାକୁ ରାହୁଲ ଗାନ୍ଧୀ କଲେ ଦାବି l

  14. ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ସାମ୍ନାରେ ମହିଳା ପଞ୍ଚାୟତ ବସାଇବାକୁ ଆନ୍ଦୋଳରତ କୁସ୍ତି ଯୋଦ୍ଧା କଲେ ଘୋଷଣା l

  15. କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ସଂଖ୍ୟାରେ ବିରୋଧୀ ଦଳର ନେତାଙ୍କ ଉପସ୍ଥିତି ପର୍ଯ୍ୟାପ୍ତ ନୁହେଁ। ଏହି ଧରଣର ଲୋକଦେଖାଣିଆ କାର୍ଯ୍ୟକ୍ରମ ଅପେକ୍ଷା ବାସ୍ତବ ବିରୋଧୀ ଏକତା ଅଧିକ ଆବଶ୍ୟକ ବୋଲି କଂଗ୍ରେସର ପୂର୍ବତନ ନେତା ତଥା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି।

  16. ବଙ୍ଗଳା ଟିଭି ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତାଙ୍କର ଏକ ସଡ଼କ ଦୁର୍ଘଟଣାରେ ପରଲୋକ ହୋଇଯାଇଛି। ୨୯ ବର୍ଷୀୟା ସୁଚନ୍ଦ୍ରା ସୁଟିଂ ସାରି ଶନିବାର ରାତିରେ ଏକ ବାଇକ୍ ଟାକ୍ସିରେ ଘରକୁ ଫେରିବା ସମୟରେ ବାରନଗର ଅଞ୍ଚଳରେ ଦୁର୍ଘଟଣା ହୋଇଥିଲା।

  17. ଲଞ୍ଚ୍‌ ହେଲା ଭର୍ଜ ମୋଟରସାଇକେଲର ନୂଆ ମଡେଲ୍‌। ଏହି ବାଇକ୍କୁ ଫର୍ମୁଲା ୱାନ୍ (ଏଫ୧) ରେସର ମିକା ହାକକିନ୍ ଡିଜାଇନ୍ କରିଛନ୍ତି । କମ୍ପାନି ଏହାର ମାତ୍ର ୧୦୦ ୟୁନିଟ୍ ବିକ୍ରି କରିବ ।

  18. ଏଲ ସାଲଭାଡୋରରେ ଏକ ଫୁଟବଲ ମ୍ୟାଚ ଦେଖିବା ପାଇଁ ପ୍ରବେଶ ପଥରେ ହୋଇଥିବା ଦଳାଚକଟାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୧୦୦ ରୁ ଅଧିକ ଆହତ ହୋଇଛନ୍ତି ।

  19. ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ୱିକେଟରେ ପରାସ୍ତ କଲା ମୁମ୍ବାଇ ଇଣ୍ଡିଆନ୍ସ l

  20. ଆଇପିଏଲରେ ଗତକାଲି ୭୦ତମ ଗୁରୁତ୍ଵପୂର୍ଣ୍ଣ ମୁକାବିଲାରେ ଗୁଜରାଟ୍ ୬ ଓ୍ଵିକେଟ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ହରାଇଲା l କୋହଲିଙ୍କ ଉପରେ ଭାରି ପଡ଼ିଲେ ଗିଲ୍, ପରାଜୟ ସହ IPL 2023ରୁ ବିଦା ହେଲା RCB, ସେପଟେ ୬୯ ତମ ମ୍ୟାଚ ରେ ସନରାଇଜର୍ସ ହାଇଦ୍ରାବାଦକୁ ୮ ଓ୍ବିକେଟରେ ପରାସ୍ତ କରି ପ୍ଲେ ଅଫରେ ପହଞ୍ଚିଲା ମୁମ୍ବାଇ ଇଣ୍ଡିଆନ୍ସ l

ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ  website ର ସାହାଯ୍ୟ  ନିଆ ଯାଇଛି , ଯଦି  କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି  ରହି ଯାଏ  ସେଥି ପାଇଁ ମୁଁ ଦାୟୀ ନୁହେଁ ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.