• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୟୁପିଏସସି ସିଭିଲ ସର୍ଭିସ ରେଜଲ୍ଟ । ମୋଟ ୯୩୩ ଜଣ ପରୀକ୍ଷାର୍ଥୀ  କୃତକାର୍ଯ୍ୟ ହୋଇଛନ୍ତି । ଇଶିତା କିଶୋର ଆଇଏଏସ ଟପ୍ପର ହୋଇଥିବା ବେଳେ ଗାରିମା ଲୋହିଆ ୨ୟ ସ୍ଥାନରେ ରହିଛନ୍ତି । ସେହିଭଳି ଉମା ହରାଥି ଏନ୍ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ସ୍ମ୍ରିତି ମିଶ୍ର, ୫ମ ସ୍ଥାନରେ ମୟୁର ହାଜାରିକା ରହିଛନ୍ତି।

  2.  ଓଡ଼ିଶାରୁ ଅନୁପ ଦାସ ୩୮ ନମ୍ବର ରାଙ୍କରେ ଥିବା ବେଳେ ପ୍ରଣିତା ଦାସ ୪୨, ଅର୍ଣ୍ଣବ ମିଶ୍ର ୫୬, ଦୀକ୍ଷିତା ଯୋଶୀ ୫୮, କ୍ରିତିକା ମିଶ୍ର ୬୬, କସ୍ତୁରୀ ପଣ୍ଡା ୬୭, ପଲ୍ଲବୀ ମିଶ୍ର ୭୩ ଓ ପ୍ରଶାନ୍ତ ରାଜ ୯୭ ରାଙ୍କ ପାଇଛନ୍ତି। 

  3. ଜମ୍ମୁ କାଶ୍ମୀରର ଶ୍ରୀନଗରରେ ବହୁ ପ୍ରତିକ୍ଷୀତ ଜି-୨୦ ବୈଠକ ଶ୍ରୀନଗରର ଶେର୍‌-ଏ-କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟର (ଏସକେଆଇସିସି)ରେ ତୃତୀୟ ଜି-୨୦ ଟୁରିଜମ ୱାର୍କିଂ ଗ୍ରୁପ୍‌ ବୈଠକ ହେଉଛି। ସୋମବାରଠାରୁ ଜାମ୍ମୁ-କାଶ୍ମୀରରେ ଆରମ୍ଭ ହୋଇଛି ବହୁ ପ୍ରତୀକ୍ଷିତ ଜି-୨୦ ପର୍ଯ୍ୟଟନ କାର୍ଯ୍ୟକାରୀ ଗୋଷ୍ଠୀ(ଟିଡବ୍ଲ୍ୟୁଜି)ର ବୈଠକ । ଏଥିରେ ୬୦ ଜଣ ବିଦେଶୀଙ୍କ ସହିତ ୧୨୨ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି। 

  4. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରତିପକ୍ଷ ମିଳିତ ଭାବେ ପ୍ରସିଦ୍ଧ ହାରିସ ପାର୍କ ସହରାଞ୍ଚଳକୁ ‘ଲିଟିଲ୍‌ ଇଣ୍ଡିଆ’ ନାମରେ ନାମିତ କରିଛନ୍ତି। ହାରିସ ପାର୍କ ‌ହେଉଛି ପଶ୍ଚିମ ସିଡନିର ଏକ ପ୍ରମୁଖ ବିକଶିତ ଅଞ୍ଚଳ।

  5. ନିଜ ଗାର୍ଲଫ୍ରେଣ୍ଡଙ୍କୁ ଦୁଷ୍କର୍ମ କରିବା ଓ ତାଙ୍କୁ ଧର୍ମାନ୍ତରିତ କରାଇବା ପାଇଁ ଚେଷ୍ଟା କରୁଥିବା ମଧ୍ୟପ୍ରଦେଶ ଇନ୍ଦୋରର ଜଣେ ୨୩ ବର୍ଷୀୟ ଯୁବକକୁ ଗିରଫ କରାଯାଇଛି। ଦ କେରଳ ଷ୍ଟୋରି ଦେଖିବା ପରେ ତାଙ୍କ ପ୍ରେମିକା ତାଙ୍କ ବିରୋଧରେ ଏଫ୍‌ଆଇଆର୍ ଦେଇଥିଲେ।

  6. ଭାରତର ସୂଚନା ପ୍ରଯୁକ୍ତି ଶିଳ୍ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରାୟ ୬୦ ହଜାର ଠିକା କର୍ମଚାରୀ ଚାକିରି ହରାଇଛନ୍ତି। ଠିକାଦାରଙ୍କ ଜରିଆରେ କମ୍ପାନିଗୁଡ଼ିକ ପ୍ରଦାନ କରୁଥିବା ଠିକା କର୍ମଚାରୀ ନିଯୁକ୍ତି ପୂର୍ବବର୍ଷ ତୁଳନାରେ ୭.୭ ପ୍ରତିଶତ ସଂକୁଚିତ ହୋଇଛି।

  7. ଭାରତୀୟ ନୌସେନା ଏହାର ସ୍ବଦେଶୀ ସି ସ୍କିମିଂ କ୍ଷେପଣାସ୍ତ୍ର ବିନାଶକ ଆଇଏନଏସ ମୋର୍ମୁଗୋଆରୁ ମଧ୍ୟମ ରେଞ୍ଜ ସର୍ଫେସକୁ ଏୟାର ମିଶାଇଲକୁ ସଫଳତାର ସହ ପରୀକ୍ଷଣ କରିଛି।

  8. ଜ୍ଞାନବାପୀ ମସଜିଦ ମାମଲା ସହ ଜଡ଼ିତ ସମସ୍ତ ୭ଟି ମାମଲାର ଏକାଠି ଶୁଣାଣି ହେବ। ବାରଣାସୀ ଜିଲ୍ଲା କୋର୍ଟ ଏହି ରାୟ ଦେଇଛନ୍ତି।

  9. ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ନାମିବୀୟ ଚିତା ସିୟାୟା ବା ଜ୍ବାଲା ଜନ୍ମ ଦେଇଥିବା ୪ ଶାବକଙ୍କ ମଧ୍ୟରୁ ଏକ ମାଈ ଚିତା ଶାବକର ମୃତ୍ୟୁ ଘଟିଥିବା ମଙ୍ଗଳବାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

  10. ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ଯୋଗୁଁ ଗତ ୫୦ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସମଗ୍ର ବିଶ୍ବରେ ଏହି ଜଳବା‌ୟୁ ପରିବର୍ତ୍ତନ ପାଇଁ ୪.୩ ଲକ୍ଷ କୋଟି ‌ଡଲାରରୁ ଅଧିକ ଆର୍ଥିକ କ୍ଷୟକ୍ଷତି ହୋଇଛି।

  11. ହିନ୍ଦୁ ପରମ୍ପରାରେ ଖଡ଼ିଛୁଆଁ ବା ବିଦ୍ୟାରମ୍ଭ ହେଉଛି ଏକ ସଂସ୍କାର। ସାଧାରଣତଃ ଗୁରୁ ବା ଆଚାର୍ଯ୍ୟଙ୍କ ଦ୍ବାରା ପିଲାର ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ରବିବାର କେରଳର କଂଗ୍ରେସ ସାଂସଦ ଶଶି ଥରୁର ଗୋଟିଏ ଅଢ଼େଇ ବର୍ଷ ପିଲାର ଗୁରୁ ବନିଯାଇଛନ୍ତି।

  12. ୨୦୧୬ ନଭେମ୍ବରରେ ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଲେ। ତାହାର ଭରଣା ଲାଗି ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଥିଲା। ସମୟକ୍ରମେ ଏହି ଅଭାବ ପୂରଣ ହେବାପରେ ୨୦୧୮ରୁ ସରକାର ୨ ହଜାର ଟଙ୍କିଆ ନୋଟ୍ ଛାପିବା ବନ୍ଦ କରିଦେଇଛନ୍ତି। ବଜାରରୁ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୨ ହଜାର ଟଙ୍କିଆ ନୋଟ୍ ହଠାତ୍ ଉଭାନ ହୋଇଯାଇଛି। ଏହାକୁ କଳାବଜାରୀ ଲୁଚାଇ ରଖିଛନ୍ତି ବୋଲି ସନ୍ଦେହ କରାଯାଉଛି।

  13. ପରିଚୟ ପତ୍ର ନ ଦେଖି ଦୁଇ ହଜାର ଟଙ୍କିଆ ନୋଟ ବଦଳାଇବା ବିରୋଧରେ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ରାୟ ସଂରକ୍ଷିତ ରଖି ଛନ୍ତି।

  14. ଭାରତରେ ୨୦୦୦ ଟଙ୍କିଆ ନୋଟ ଉପରେ ନିଷେଧାଦେଶ ଖବର ପାଇବା ପରେ ଜଣେ ଭକ୍ତ ହିମାଚଳ ପ୍ରଦେଶର ମା ଜ୍ୱାଳାମୁଖୀ ମନ୍ଦିରରେ ୨୦୦୦ ଟଙ୍କିଆ ନୋଟର ୪୦୦ ନୋଟ ଅର୍ଥାତ ୮ଲକ୍ଷ ଟଙ୍କା ଦାନ କରିଛନ୍ତି।

  15. ଉତ୍ତରପ୍ରଦେଶରେ ଭାଜପା ଲୋକସଭା ନିର୍ବାଚନ ପୂର୍ବରୁ ତୋଫାନୀ ଯାତ୍ରା ପାଇଁ ଯୋଜନା ପ୍ରସ୍ତୁତ କରିଛି। ମେ ୩୦ ରୁ ଜୁନ ୩୦ ମଧ୍ୟରେ ପ୍ରସ୍ତୁତ ଯୋଜନାଗୁଡିକରେ ବହୁ ଗୁରୁତ୍ୱପୂର୍ଣ୍ଣ ରାଲି ହେବ।

  16. ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା , ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର ୯ ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ।

  17. ଓଡିଶା  ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା କରାଯାଇଛି। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍‌ ଦବାଇବା ପରେ ପୋଲିସ୍‌ ବ୍ୟାଣ୍ଡର ଧୁନ୍‌ରେ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ ପରେ ପୁଲିସ୍‌ ବ୍ୟାଣ୍ଡ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ ।

  18. ତାତିରୁ ନାହିଁ ନିସ୍ତାର, ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ରାଜ୍ୟର ୭ ସହରର ତାପମାତ୍ରା ୪୨ ଡିଗ୍ରୀ ଟପିଛି। ଅପରପକ୍ଷରେ ୪୦ ଡିଗ୍ରୀ ଉପରେ ରାଜ୍ୟର ୨୨ ସହରର ତାପମାତ୍ରା।ପଶ୍ଚିମ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ।

  19. ରେସଲିଂ ଫେଡେରେଶନ ଅଫ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ଦେଶର କୁସ୍ତିଯୋଦ୍ଧାମନଙ୍କର ଦିଲ୍ଲୀର ଯନ୍ତରମନ୍ତରଠାରେ ଧାରଣା ଜାରି ରହିଛି।

  20. ବର୍ଷୀୟାନ ପର୍ବତାରୋହୀ କାମି ରୀତା ଶେର୍ପା ମଙ୍ଗଳବାର ୨୮ତମ ଥର ଏଭେରେଷ୍ଟ ଆରୋହଣ କରି ତାଙ୍କର ପୂର୍ବ ରେକର୍ଡକୁ ଭାଙ୍ଗିଛନ୍ତି। ସର୍ବାଧିକ ଥର ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭେରେଷ୍ଟ ଆରୋହଣ କରିବାରେ ଏହା ବିଶ୍ୱ ରେକର୍ଡ।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.