• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ଜିମ୍ବାୱେବାସୀ ସମଗ୍ର ବିଶ୍ବରେ ସବୁଠାରୁ ଅଧିକ ଦୁଃଖୀ ବୋଲି ଖ୍ୟାତନାମା ଅର୍ଥନୀତିଜ୍ଞ ଷ୍ଟିଭ୍‌ ହାନ୍‌କେ୍‌ସଙ୍କ ତରଫରୁ ଜାରି ଏକ ରିପୋର୍ଟରେ ଦର୍ଶାଯାଇଛି। ଏହି ଆକଳନ ଅନୁଯାୟୀ ସ୍ବିଜରଲାଣ୍ଡ ହେଉଛି ସବୁଠାରୁ ଖୁସି ରାଷ୍ଟ୍ର। ଦୁଃଖ ସୂଚକାଙ୍କରେ ସ୍ବିଜରଲାଣ୍ଡ୍‌ ସବା ପଛରେ ରହିଛି।

  2. ସ୍ବିଜରଲାଣ୍ଡ୍‌ ପରେ କୁଏତ ହେଉଛି ଦ୍ବିତୀୟ ସର୍ବାଧିକ ଖୁସି ରାଷ୍ଟ୍ର। ଏହା ପଛକୁ ପଛ ରହିଛନ୍ତି ଆୟର୍ଲାଣ୍ଡ, ଜାପାନ, ମାଲେସିୟା, ତାଇୱାନ, ନାଇଜର, ଥାଇଲାଣ୍ଡ୍‌ ‌, ତୋଗ ଏବଂ ମାଲତା ଭାରତ ଏହି ସୂଚକାଙ୍କ ତାଲିକାରେ ୧୦୩ ସ୍ଥାନରେ ରହିଛି।

  3. ନୂତନ ସଂସଦ ଭବନକୁ ଆସନ୍ତା ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିବେ। ଏହି ଉଦ୍‌ଘାଟନ ଉତ୍ସବକୁ ୧୯ଟି ବିରୋଧୀ ଦଳ ବର୍ଜନ କରିବେ ବୋଲି ବୁଧବାର ଘୋଷଣା କରିଛନ୍ତି।

  4. ଜେନିଭାଠାରେ ୭୬ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଡକ୍ଟର ମାଣ୍ଡଭ୍ୟ  ହିଲ୍‌‌ ବାଇ ଇଣ୍ଡିଆ ଓ ହିଲ୍‌‌ ଇନ୍‌‌ ଇଣ୍ଡିଆ କାର୍ଯ୍ୟକ୍ରମର ଗୁରୁତ୍ୱ ବିଷୟ ଆଲୋକପାତ କରିଛନ୍ତି। ବିଶ୍ୱସ୍ତରର ସ୍ୱାସ୍ଥ୍ୟସେବା ପରିବ୍ୟାପ୍ତ ପାଇଁ ଭାରତର ଏହି କାର୍ଯ୍ୟକ୍ରମ ଲକ୍ଷ୍ୟ ରଖିଛି ।

  5. ଭାରତ ସମେତ ୧୬ଟି ଏସୀୟ ଦେଶ ଜଳବାୟୁ ପରିବର୍ତ୍ତନ-ଜନିତ ଜଳସଂକଟର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ପ୍ରଭାବିତ ହିନ୍ଦୁକୁଶ-ହିମାଳୟୀୟ ଜଳ ବ୍ୟବସ୍ଥା ଏବେ ଏସିଆ ପାଇଁ ଚିନ୍ତାର କାରଣ ହୋଇଛି।

  6. ତିନିବର୍ଷରୁ ଊର୍ଦ୍ଧ୍ବକାଳ ପରେ ସାରା ବିଶ୍ବରେ କୋଭିଡ୍‌ଜନିତ ଜରୁରୀ ପରିସ୍ଥିତିର ଅନ୍ତ ଘଟିଛି ବୋଲି କୁହାଯାଉଛି। ତଥାପି ଏହା ଏବେ ବି ପ୍ରତି ୪ ମିନିଟରେ ଜଣେ ଲୋକଙ୍କ ମୃତ୍ୟୁର କାରଣ ହେଉଛି।

  7. ହୁ ମୁଖ୍ୟ କହିଛନ୍ତି, ପରବର୍ତ୍ତୀ ମହାମାରୀ ପାଇଁ ବିଶ୍ବ ପ୍ରସ୍ତୁତ ହୋଇଯିବା ଉଚିତ। ପରବର୍ତ୍ତୀ ମହାମାରୀ କ‌ରୋନା ମହାମାରୀଠାରୁ ମଧ୍ୟ ଆହୁରି ଘାତକ ହୋଇପାରେ।

  8. କର୍ଣ୍ଣାଟକରେ ନିର୍ବାଚନ ବୈତରଣୀ ପାର ହେବା ପାଇଁ କଂଗ୍ରେସ ଯେଉଁ ‘୫ ପ୍ରତିଶ୍ରୁତି’ ଦେଇଥିଲା, ତାକୁ ପୂରଣ କରିବାକୁ ହେଲେ ରାଜ୍ୟର ନୂତନ କଂଗ୍ରେସ ସରକାରକୁ ବର୍ଷକୁ ୪୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

  9. କେନ୍ଦ୍ର ସରକାର ଯେଉଁ ଚିଠା ଡିଜିଟାଲ୍ ଇଣ୍ଡିଆ ବିଲ୍ ପ୍ରସ୍ତୁତ କରିଛନ୍ତି ସେଥିରେ ଇଣ୍ଟରନେଟ୍‌କୁ ପିଲାମାନଙ୍କ ଲାଗି ସୁରକ୍ଷିତ ରଖିବାର ବ୍ୟବସ୍ଥା କରାଯାଇଛି। ଏ ସମ୍ପର୍କରେ ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି।

  10. ଦକ୍ଷିଣ ଚୀନ ସାଗରରୁ ମିଳିଥିବା ଦୁଇଟି ଜାହାଜର ଅବଶେଷ ମିଳିଛି । ସେଗୁଡ଼ିକ ୫୦୦ ବର୍ଷ ପୁରୁଣା ମିଙ୍ଗ ରାଜବଂଶ ଅମଳର ବୋଲି ଅନୁମାନ କରାଯାଉଛି । ଏଥିରୁ ଚୀନର ପ୍ରତ୍ନତତ୍ତ୍ୱବିତ୍ମାନେ ପୁରୁଣା ସିଲ୍କ ରୋଡ୍ ବାଣିଜ୍ୟ ମାର୍ଗ ବିଷୟରେ ସୂଚନା ପାଇବାକୁ ଉଦ୍ୟମ କରୁଛନ୍ତି ।

  11. ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍‌ଘାଟନ କରିବା ଅବସର‌ରେ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ପ୍ରଧାନମନ୍ତ୍ରୀ ମୋଦୀ ‘ସେଙ୍ଗୋଲ୍‌’ (ଅଳଙ୍କୃତ ରାଜ-ଦଣ୍ଡ) ସ୍ଥାପନା କରିବେ ବୋଲି ଆଜି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

  12. ଦଳ ବିରୋଧି ଟିପ୍ପଣିକୁ ନେଇ ମହାରାଷ୍ଟ୍ର କଂଗ୍ରେସ ଦଳର ପୂର୍ବତନ ବିଧାୟକ ଆଶିଷ ଦେଶମୁଖଙ୍କୁ ଦଳରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି।

  13. ସମାଜବାଦି ପାର୍ଟିର ନେତା ତଥା ପୂର୍ବତନ ବିଧାୟକ ଆଜମ ଖାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବୁଧବାର ନିମ୍ନ ଅଦାଲତ ଘୃଣା ଭାଷଣ ମାମଲାରେ ତାଙ୍କ ଉପରେ ହୋଇଥିବା ଦଣ୍ଡାଦେଶ ଆଦେଶକୁ ଖାରଜ କରିଛନ୍ତି।

  14. ପାଟନା ହାଇକୋର୍ଟ କହିଛନ୍ତି ଋଣ ଡିଫଲ୍ଟ ମାଲିକଙ୍କଠାରୁ ଯାନବାହନ ଜବତ କରିବା ଭୁଲ ଅଟେ। ଏହା ସମ୍ବିଧାନ ଦ୍ୱାରା ନିଶ୍ଚିତ ଜୀବନ ଏବଂ ଜୀବିକା ପାଇଁ ମୌଳିକ ଅଧିକାରର ଚରମ ଉଲ୍ଲଂଘନ ।

  15. ତାମିଲନାଡୁର ତମାଖୁ-ଗୁଟଖା ଉତ୍ପାଦନ ଏବଂ ପରିବହନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ଖାଦ୍ୟ ସୁରକ୍ଷା କମିଶନର ଏହି ସୂଚନା ଦେଇଛନ୍ତି।

  16. କୌଣସି ସରକାରୀ କର୍ମଚାରୀଙ୍କ ବିରୋଧରେ ଅପରାଧିକ ମାମଲା ବିଚାରାଧୀନ ଥିବାବେଳେ ସମ୍ପୃକ୍ତ କର୍ମଚାରୀଙ୍କୁ ନିୟମିତ କିମ୍ବା ଅସ୍ଥାୟୀ ପଦୋନ୍ନତି ମଞ୍ଜୁର କରାଯାଇପାରିବ ନାହିଁ।

  17. ଆସନ୍ତା ୨୭ ତାରିଖରେ ନୂଆ ଦିଲ୍ଲୀରେ ନୀତି ଆୟୋଗର ଅଷ୍ଟମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେବେ । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପୁଣିଥରେ ରାଜ୍ୟ ପକ୍ଷରୁ ଉତ୍ଥାପନ କରାଯିବ।

  18. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସମୀକ୍ଷା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ବ୍ଲକରେ ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ ସ୍ଥାପନ କରିବାକୁ ନିର୍ଦେଶ ଦେଇଛନ୍ତି। ମିଶନ ମୋଡରେ ମାର୍କେଟିଂ ଲିଙ୍କେଜ୍ ସହିତ ସ୍ଥାପନ ହେବ ଏହି ଗ୍ରାମୀଣ ଇଣ୍ଡଷ୍ଟ୍ରିଆଲ୍ ପାର୍କ।

  19. ଆଗାମୀ ଦିନରେ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥବା ଲୋକଙ୍କୁ ମୋ ବସ୍‌ ସୁବିଧା ମିଳିପାରିବ। ଲୋକେ ନିଜ ଗ୍ରାମପଞ୍ଚାୟତ ଠାରୁ ବ୍ଲକକୁ ଯାଉଥିଲେ କମ୍‌ ଟଙ୍କା ଦେଇ ମୋ ବସ୍‌ରେ ଯିବା ଆସିବା କରିପାରିବେ। ରାଜ୍ୟ ସରକାର ଏନେଇ ଲକ୍ଷ୍ମୀ ଯୋଜନା ଆରମ୍ଭ କରିଦେଇଛନ୍ତି।

  20. ୫ମ ଥର ପାଇଁ ଚେନ୍ନଇକୁ ଆଇପିଏଲ ବିଜେତା କରିବା ନେଇ ଧୋନି ଆଉ ମାତ୍ର ଗୋଟିଏ ବିଜୟଠାରୁ ଦୂରରେ ରହିଛନ୍ତି। ଚେନ୍ନଇ ସୁପରକିଙ୍ଗ୍‌ସର ଏହି ସଫଳ ଅଧିନାୟକ ଚଳିତ ଆଇପିଏଲର ଫାଇନାଲ ପରେ ଅବସର ନେବା ନେଇ ଚର୍ଚ୍ଚା ହେଉଛି। ଏପରିକି ୨୯ରେ ଅହମ୍ମଦାବାଦରେ ଖେଳାଯିବାକୁ ଥିବା ଆଇପିଏଲ-୧୬ ଫାଇନାଲ ପରେ ଧୋନି ଅବସର ନେବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି।

ଖବରକୁ ପ୍ରସ୍ତୁତ କରିବାରେ ବିଭିନ୍ନ  website ର ସାହାଯ୍ୟ  ନିଆ ଯାଇଛି , ଯଦି  କୌଣସି ଘଟଣା, ତାରିଖ କିମ୍ବା ତ୍ରୁଟି  ରହି ଯାଏ   ସେଥି ପାଇଁ ମୁଁ ଦାୟୀ ନୁହେଁ ।

 

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.