• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଓଡିଶା  ରାଜ୍ୟ ସମ୍ମାନଜନକ ” ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ” ୨୦୨୩ ପୁରସ୍କାର ପାଇଛି।

  2. ଓଡ଼ିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ( ODRP ) ଅଧୀନରେ ଗଞ୍ଜାମ, ଖୋର୍ଦ୍ଧା ଏବଂ ପୁରୀ ଜିଲ୍ଲାରେ ୧୬,୪୪୨ ବିପର୍ଯ୍ୟୟ ପ୍ରତିରୋଧୀ ଗୃହ ନିର୍ମାଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଏବଂ CSR ପାଣ୍ଠି ଅଧୀନରେ ୫୯ଟି ନୂତନ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯାଉଛି । ସାତଭାୟା ( ରାଜନଗର ତହସିଲ ) ଅଞ୍ଚଳର ବିସ୍ଥାପିତ ୫୭୧ ପରିବାରଙ୍କୁ ବଗାପାଟିଆ ଗ୍ରାମଠାରେ ଥଇଥାନ ନିମନ୍ତେ ୩୩ କୋଟି ୮୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।

  3. ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି

  4. ଦେଶରେ ୨୦୨୨-୨୩ ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ସଂଖ୍ୟା ୧୩,୩୫୦କୁ ବୃଦ୍ଧି ପାଇଛି। ଯଦିଓ ଠକେଇ ସଂଖ୍ୟା ବଢ଼ିଛି କିନ୍ତୁ ଠକେଇ ରାଶି ୩୦,୨୫୨ କୋଟି ଟଙ୍କାରେ ରହିଛି।

  5. ଆସନ୍ତା ଜୁନ୍‌ ପହିଲାରୁ କର୍ଣ୍ଣାଟକରେ ମହିଳାମାନେ ମାଗଣାରେ ବସ୍‌ ଯାତ୍ରା କରିପାରିବେ। ଉଲ୍ଲେଖଯୋଗ୍ୟ, ସାଧାରଣ ବସରେ ମହିଳାଙ୍କ ପାଇଁ ବହୁ ପ୍ରତୀକ୍ଷିତ ମାଗଣା ଯାତ୍ରା ସଦ୍ୟ ସମାପ୍ତ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ଅନ୍ୟତମ ନିର୍ବାଚନୀ ପ୍ରତିଶ୍ରୁତି ଥିଲା

  6. ସହରାଞ୍ଚଳ ବେକାରି ସମସ୍ୟାରେ ବଡ଼ଧରଣର ଉନ୍ନତି ଘଟିଛି। ସହରାଞ୍ଚଳ ବେକାରି ହାର ୫ ବର୍ଷର ସର୍ବନିମ୍ନ ସ୍ତରକୁ ହ୍ରାସ ପାଇଛି। ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍‌ଏସ୍‌ଓ)ର ଶ୍ରମ ଶକ୍ତି ସର୍ବେକ୍ଷଣରୁ ଏହି ଚିତ୍ର ସାମ୍ନାକୁ ଆସିଛି।

  7. ଉଭୟ କେନ୍ଦ୍ର ଏବଂ ମଣିପୁର ସରକାର ରାଜ୍ୟରେ ହିଂସା‌ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଘୋଷଣା କରାଯାଇଛି।

  8. ଯୁଦ୍ଧ ଯୋଗୁ ସୁଦାନରେ ଏବଂ ଲୋକ ଓ ସାମଗ୍ରୀର ଯାତାୟାତ ଉପରେ କଟକଣା ଯୋଗୁ ହାଇତି, ବୁର୍କିନା ଫାସୋ ଏବଂ ମାଲିରେ ଦେଖାଦେଇଥିବା ସମସ୍ୟା ସେସବୁ ଦେଶରେ ଖାଦ୍ୟ ଅଭାବଜନିତ ପରିସ୍ଥିତିକୁ ଜଟିଳ କରିଛି।

  9. ତେଲେଙ୍ଗାନା ରାଜ୍ୟ ଗଠନ ଇତିମଧ୍ୟରେ ୧୦ ବର୍ଷରେ ପଦାର୍ପଣ କରିଛି। ଏହି ଉତ୍ସବକୁ ଧୁମ୍‌ଧାମ୍‌ରେ ରାଜ୍ୟ ସରକାର ଆସନ୍ତା ମାସ ୨ ତାରିଖରୁ ୨୧ ଦିନ ଧରି ପାଳନ କରିବେ।

  10. ସୁପ୍ରିମ୍‌କୋର୍ଟ ବା ହାଇକୋର୍ଟର ବିଚାରପତିମାନଙ୍କ ଅବସର-ପର ରାଜନୈତିକ ନିଯୁକ୍ତିକୁ ନେଇ ନାନା ସମାଲୋଚନା ହୋଇ ଆସୁଥିବା ବେଳେ ବମ୍ବେ ଓକିଲ ସଂଘ ତରଫରୁ ସେମାନଙ୍କ ଅବସର-ପର ପୁନର୍ନିଯୁକ୍ତି ପୂର୍ବରୁ ବିରାମକାଳ (କୁଲିଂ ଅଫ୍ ପିରିୟଡ଼) ୨ ବର୍ଷ କରିବାକୁ ସୁପ୍ରିମ୍‌କୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର କରାଯାଇଛି।

  11. ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଜେଲ୍‌ରେ କେହି ବିଳାସରେ ରହିପାରିବେନି କିମ୍ବା ବିଳାସ ପାଇପାରିବେନି। ଜେଲ୍‌ରେ ବିଳାସ ଆଶା କରିବା ଅସମ୍ଭବ ଏବଂ ଅଯଥାର୍ଥ ବୋଲି କୋର୍ଟ କହିଛନ୍ତି।

  12. ଜୁନ୍ ୨୦ରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରାଜଧାନୀର ୫୭ଟି ସ୍ଥାନରେ ହେବ ରଥଯାତ୍ରା । ଏହାର ସୁ ପରିଚାଳନା ନେଇ ପୁଲିସ ସେବା ଭବନଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।

  13. ଦେଶର ୪୦ ଟି ମେଡିକାଲ କଲେଜର ମାନ୍ୟତା କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ୧୫୦ ଟି ମେଡିକାଲ କଲେଜ କେନ୍ଦ୍ର ରାଡାରରେ ଅଛି।

  14. ଫୋନ୍‌ପେ ୟୁପିଆଇ ଜରିଆରେ ରୁପେ କ୍ରେଡିଟ ମାଧ୍ୟମରେ ୧୫୦ କୋଟି ଟଙ୍କାର ମୋଟ୍‌ ପେମେଣ୍ଟ ମୂଲ୍ୟ (ଟିପିଭି) ମଧ୍ୟ ପ୍ରକ୍ରିୟାକରଣ କରିଛି ା ଏପରିକି ଏନପିସିଆଇ ସହଭାଗିତାରେ ଫୋନ୍‌ପେ ୟୁପିଆଇରେ ରୁପେ କ୍ରେଡିଟ ପାଇଁ ବ୍ୟାପକ ଶ୍ରେଣୀର ସମାଧାନ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି।

  15. ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି।

  16.  ଜୁନ୍ ୧ରୁ ଇ-ସ୍କୁଟର ୩୨ ହଜାର ଟଙ୍କା ପର୍ଯ୍ୟନ୍ତ ମହଙ୍ଗା ହେବ ବୋଲି ଆକଳନ କରାଯାଇଛି। ଫେମ୍‌-୨ ସ୍କିମ୍‌ରେ ଦୁଇଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଦିଆଯାଉଥିବା ସବ୍‌ସିଡି ରାଶିକୁ କିଲୋୱାଟ୍ ଆଓ୍‌ବାର ପିଛା ୧୦ ହଜାର ଟଙ୍କାକୁ ହ୍ରାସ କରାଯାଇଛି। ସେହିପରି ଏକ୍ସ-କାରଖାନା ମୂଲ୍ୟ ଉପରେ ଦିଆଯାଉଥିବା ପ୍ରୋତ୍ସାହନକୁ ୪୦ ପ୍ରତିଶତରୁ ୧୫ ପ୍ରତିଶତକୁ ହ୍ରାସ କରାଯାଇଛି। 

  17. ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ।

  18. ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର କେତେକ ସମ୍ଭାବ୍ୟ ବିପଦ ବିଷୟରେ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି । ଏହା ମଣିଷ ସଭ୍ୟତାର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ସେମାନେ ଚେତାଇ ଦେଇଛନ୍ତି 

  19. ଅଲିମ୍ପିକ୍ସ ପଦକ ବିଜେତା ମୀରାବାଇ ଚାନୁଙ୍କ ସମେତ ମଣିପୁରର ମୋଟ ୧୧ ଜଣ କ୍ରୀଡ଼ାବିତ୍ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖି ଯଥାଶୀଘ୍ର ଶାନ୍ତି ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି। ଏଥିସହିତ ଯଦି ଖୁବଶୀଘ୍ର ତାଙ୍କ ରାଜ୍ୟରେ ଶାନ୍ତି ବଜାୟ ନ ଆସେ ତେବେ ସେମାନେ ପୁରସ୍କାର ଫେରାଇଦେବେ ବୋଲି ଚେତାବନୀ ଦେଇଛନ୍ତି ।

  20. ଚାଇନା ଏହାର ତିଆଙ୍ଗୋଙ୍ଗ୍‌ ମହାକାଶ କେନ୍ଦ୍ରକୁ ମଙ୍ଗଳବାର ୩ ଜଣ ମହାକାଶଚାରୀଙ୍କୁ ପଠାଇଛି। ମହାକାଶକୁ ମାନବଙ୍କୁ ପ୍ରେରଣ କରିବାରେ ଚାଇନାର ଏହା ପ୍ରଥମ ଅଭିଯାନ ହୋଇଥିବାବେଳେ ଚଳିତ ଦଶନ୍ଧି ଶେଷ ସୁଦ୍ଧା ମଙ୍ଗଳକୁ ମଧ୍ୟ ଅନୁରୂପ ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.