• +91-9861016349 / +91-9437281655
  • Email: amarisatya@gmail.com

Odia Current News

  1. ୨୦୨୨-୨୩ ବର୍ଷ ପାଇଁ ଖାଦ୍ୟ ସୁରକ୍ଷା ସୂଚକାଙ୍କର ପଞ୍ଚମ ସଂସ୍କରଣ ଉନ୍ମୋଚିତ ହୋଇଛି। ଏଥି ପାଇଁ ରାଜ୍ୟମାନଙ୍କୁ ତିନିଟି ବର୍ଗରେ ଭାଗ କରାଯାଇଥିଳା। ୧୫ଟି ବୃହତ୍‌ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ୧୫ତମ ସ୍ଥାନରେ ରହିଛି।

  2. ବାଲେଶ୍ବରର ବାହାନଗାରେ ହୋଇଥିବା ଭୟାବହ ଟ୍ରେନ ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ଦକ୍ଷିଣ-ପୂର୍ବ ରେଳପଥର ୧୨୩ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହି ପରିମାଣ ୨୫୦ କୋଟି ଟଙ୍କାକୁ ବୃଦ୍ଧିପାଇବା ସମ୍ଭାବନା ରହିଛି।

  3. ଇଲେକ୍ଟ୍ରୋନିକ୍ସ ଇଣ୍ଟର ଲକିଂ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ରେଳବାଇ ଦ୍ବାରା ନିୟନ୍ତ୍ରିତ। ଏହାର ଆଉଟସୋର୍ସିଂ ହୋଇନଥାଏ। ଯେଉଁ ରୁଟ୍‌ରେ ଏହାର ଆବଶ୍ୟକତା ହୋଇଥାଏ ସେଠାରେ ଇଣ୍ଟର ଲକିଂ ବ୍ୟବସ୍ଥା କରାଯାଇଥାଏ।

  4. ଖ୍ୟାତନାମା ଟେଲିଭିଜନ ଉପସ୍ଥାପିକା ତଥା ଦୂରଦର୍ଶନର ପ୍ରଥମ ଇଂରାଜୀ ଖବର କାର୍ଯ୍ୟକ୍ରମର ଏଙ୍କ ର ଗୀତାଞ୍ଜଳି ଆୟାରଙ୍କର ବୁଧବାର ଦିନ ପରଲୋକ ଘଟିଛି।ତାଙ୍କର ୩ ଦଶନ୍ଧିର କାର୍ଯ୍ୟକାଳରେ ୪ ଥର ଶ୍ରେଷ୍ଠ ଖବର ଉପସ୍ଥାପିକା ପୁରସ୍କାର ହାସଲ କରିଥିଲେ।

  5. ଦିଲ୍ଳୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଦୀର୍ଘ ୧୦୩ ଦିନ ପରେ ବୁଧବାର ଦିନ ତାଙ୍କ ପତ୍ନୀ ସୀମା ‌ସିସୋଦିଆଙ୍କୁ ଭେଟିଛନ୍ତି। ୭ ଘଣ୍ଟା ପାଇଁ ସିସୋଦିଆ  ବୁଧବାର ଦିନ ତାଙ୍କ ପତ୍ନୀଙ୍କ ସହ ଥିଲେ।

  6. BSNL ପାଇଁ ସରକାରଙ୍କ ବଡ଼ ଘୋଷଣା। ଘୋଷଣା ହେଲା ୯୦ ହଜାର କୋଟି ପୁନଃରୁଦ୍ଧାର ପ୍ୟାକେଜ୍‌।

  7. ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ, ଓଡ଼ିଶାକୁ ୧୯ ତାରିଖ ପୂର୍ବରୁ ମୌସୁମୀ ଆସିବା ସମ୍ଭାବନା କମ୍ । ବିଳମ୍ବରେ ମୌସୁମୀ ଆସୁଥିବାରୁ ଏଥର ନିଅଂଟିଆ ବର୍ଷା ହୋଇପାରେ ।

  8. କୁଆପଥର ଓ ଘୁର୍ଣ୍ଣିଝଡରେ କ୍ଷତିଗ୍ରସ୍ତ ନାରାୟଣପାଟଣାର ୨୧ଟି ଅତ୍ୟନ୍ତ ଗରିବ ଆଦିବାସୀ ପରିବାରପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୬ ଲକ୍ଷ ୩୦ ହଜାର ଟଙ୍କା ସହାୟତା l ପ୍ରତି କ୍ଷତିଗ୍ରସ୍ତ ପରିବାର ୩୦,୦୦୦ ଟଙ୍କା ଲେଖାଏ ସହାୟତା ପାଇବେ ।

  9. ଦିଲ୍ଲୀରେ ଏଣିକି ୨୪ଘଣ୍ଟା ଖୋଲା ରହିବ ୧୫୫ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ l ଅନୁମତି ଦେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ l

  10. ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ମୁଖତାର ଅନ୍‌ସାରୀଙ୍କ ଘନିଷ୍ଠ ସହଯୋଗୀ ତଥା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଂଜୀବ ମାହେଶ୍ବରୀ ଜୀବାକୁ ଆଜି ଲକ୍ଷ୍ନୌ କୋର୍ଟ ପରିସରରେ ଗୁଳିକରି ହତ୍ୟା କରାଯାଇଛି।

  11. ଖରିଫ ବିପଣନ ଋତୁ ୨୦୨୩-୨୪ ପାଇଁ ସାଧାରଣ ଧାନର କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୧୪୩ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଧାନର ଏମ୍ଏସ୍‌ପି ୨୦୪୦ ଟଙ୍କାରୁ ବୃଦ୍ଧି ପାଇ ୨୧୮୩ ଟଙ୍କା ହୋଇଛି।

  12. ଯାଜପୁର ରୋଡ ଷ୍ଟେଶନଠାରେ ମାଲବାହୀ ଟ୍ରେନ୍‌ରେ କଟି ୬ ଜଣ ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  13. ଭାରତ ହେଉଛି ବିଶ୍ୱର ସବୁଠୁ ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି, ଯାହାର ମୋଟ ଘରୋଇ ଉତ୍ପାଦ (ଜିଡିପି) ୩.୫ ଟ୍ରିଲିୟନ୍‌ ଡଲାର ଛୁଇଁବାକୁ ଯାଉଛି।

  14. ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। 

  15. କୋଇଲା ଓ ଲିଗ୍ନାଇଟ ଅନ୍ବେଷଣ ଯୋଜନା’ କୁ ଜାରି ରଖିବା ପାଇଁ ମଞ୍ଜୁରି ପ୍ରଦାନ କଲା କେନ୍ଦ୍ର କ୍ୟାବିନେଟ୍ l

  16. ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ଜୋୟିତା ଗୁପ୍ତାଙ୍କୁ ନେଦରଲାଣ୍ଡ୍ସ ସରକାର ସ୍ପିନୋଜା ପୁରସ୍କାର ପ୍ରଦାନ କରିଛନ୍ତି। ନେଦରଲାଣ୍ଡ୍ସର ବିଜ୍ଞାନ କ୍ଷେତ୍ରରେ ଏହାକୁ ସର୍ବୋଚ୍ଚ ସମ୍ମାନ ‘ଡଚ୍‌ ନୋବେଲ ପ୍ରାଇଜ୍‌’ ଭାବେ ବିବେଚନା କରାଯାଏ। 

  17. ଆନ୍ଧ୍ର ପ୍ରଦେଶର ଗୋଦାବରୀ ନଦୀରେ ନିର୍ମାଣାଧୀନ ପୋଲାଭରମ୍‌ ପ୍ରକଳ୍ପ ପାଇଁ ବୁଧବାର କେନ୍ଦ୍ର ସରକାର ୧୨,୯୧୧ କୋଟି ଟଙ୍କା ପ୍ରଦାନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି।

  18. ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତ ରାଜନୈତିକ ମତଭେଦ ସତ୍ତ୍ୱେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭଲ କିସମର ଆମ୍ବ ପଠାଇଛନ୍ତି। 

  19. ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ଦୃଢ଼ ସ୍ଥିତିରେ ଅଷ୍ଟ୍ରେଲିଆ, ସ୍ମିଥ୍‌-ହେଡ୍‌ଙ୍କ ଦ୍ବିଶତକୀୟ ଭାଗୀଦାରି l ଟ୍ରାଭିସ ହେଡଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୭/୩ l

  20. ଅତି ସମ୍ବେଦନଶୀଳ ପ୍ରସଙ୍ଗରେ କୁସ୍ତି ଖେଳାଳି ତଥା ରେସଲର ଏବଂ ସରକାର ମଧ୍ୟରେ ହେଲା ସକରାତ୍ମକ ବାର୍ତ୍ତାଳାପ l ୧୫ ସୁଦ୍ଧା ହେବ ଚାର୍ଜସିଟ୍, ୩୦ ଜୁନ୍ ସୁଦ୍ଧା ହେବ ଫେଡେରେସନ୍ ନିର୍ବାଚନ l

© 2024 Amarisatya Magazine All Rights Reserved

Design & Developed By Zemusitech Solutions Pvt. Ltd.